70
ସାହାଯ୍ୟ ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ। 
 1 ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ; 
ହେ ସଦାପ୍ରଭୋ, ମୋହର ସାହାଯ୍ୟ କରିବା ପାଇଁ ସତ୍ୱର ହୁଅ। 
 2 ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ; 
ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରିଯାଇ ଅପମାନିତ ହେଉନ୍ତୁ। 
 3 ଯେଉଁମାନେ “ହଁ, ହଁ” ବୋଲି କହନ୍ତି, 
ସେମାନେ ଆପଣା ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ। 
 4 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; 
ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, 
ସେମାନେ “ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ” ବୋଲି ନିରନ୍ତର କହୁନ୍ତୁ, 
 5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; 
ହେ ପରମେଶ୍ୱର, ମୋʼ ପକ୍ଷରେ ସତ୍ୱର ହୁଅ; 
ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; 
ହେ ସଦାପ୍ରଭୋ, ବିଳମ୍ବ କର ନାହିଁ।