93
ସଦାପ୍ରଭୁ ହିଁ ରାଜା 
 1 ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ; 
ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି; 
ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ। 
 2 ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; 
ତୁମ୍ଭେ ଅନାଦିକାଳରୁ ବିଦ୍ୟମାନ। 
 3 ହେ ସଦାପ୍ରଭୋ, ନଦୀସକଳ ବଢ଼ି ଉଠିଅଛନ୍ତି, 
ନଦୀସବୁ ଆପଣା ଆପଣା ଧ୍ୱନି ଉଠାଇଅଛନ୍ତି; 
ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି। 
 4 ଜଳରାଶିର ଧ୍ୱନି 
ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା 
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ। 
 5 ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ; 
ହେ ସଦାପ୍ରଭୋ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।