133
ଭ୍ରାତୃପ୍ରେମ 
ଆରୋହଣ ଗୀତ, ଦାଉଦଙ୍କ ରଚିତ। 
 1 ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା 
କିପରି ଉତ୍ତମ ଓ ମନୋହର! 
 2 ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, 
ଯାହା ଦାଢ଼ିରେ, ଅର୍ଥାତ୍, ହାରୋଣଙ୍କର ଦାଢ଼ିରେ ବହି 
ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା। 
 3 ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ, 
ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ। 
କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, 
ଅନନ୍ତ ଜୀବନ ଆଜ୍ଞା କଲେ।