8
ବିନ୍ୟାମୀନ୍ଙ୍କ ବଂଶଧର 
 1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;  2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।  3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,  4 ଅବୀଶୂୟ, ନାମାନ୍, ଆହୋହ,  5 ଗେରା, ଶଫୂଫନ୍ ଓ ହୂରମ୍।  6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍କୁ ନିଆଯାଇଥିଲେ।  7 ଆଉ ସେ ନାମାନ୍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍କୁ ଜାତ କଲା।  8 ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ।  9 ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍, ସିବୀୟ, ମେଶା ଓ ମଲକମ୍,  10 ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।  11 ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।  12 ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍ର ପତ୍ତନକାରୀ ଶେମଦ୍,  13 ବରୀୟ ଓ ଶେମା, ଏମାନେ ଅୟାଲୋନ୍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। 
 14 ପୁଣି, ଅହୀୟୋ, ଶାଶକ୍, ଯେରେମୋତ୍, 
 15 ସବଦୀୟ, ଅରାଦ, ଏଦର, 
 16 ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ; 
 17 ଆଉ ସବଦୀୟ, ମଶୁଲ୍ଲମ୍, ହିଷ୍କି, ହେବର, 
 18 ଯିଷ୍ମରୟ, ଯିଷ୍ଲୀୟ ଓ ଯୋବବ୍ ଇଲ୍ପାଲର ପୁତ୍ର ଥିଲେ। 
 19 ଆଉ ଶିମୀୟିର ପୁତ୍ର 
ଯାକୀମ୍, ସିଖ୍ରି, ସବ୍ଦି, 
 20 ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍, 
 21 ଅଦାୟା, ବରାୟା ଓ ଶିମ୍ରତ୍; 
 22 ଆଉ ଶାଶକ୍ର ପୁତ୍ର 
ଯିଶ୍ପନ୍, ଏବର, ଇଲୀୟେଲ୍, 
 23 ଅବଦୋନ୍, ସିଖ୍ରି, ହାନନ୍, 
 24 ହନାନୀୟ, ଏଲମ୍, ଅନ୍ତୋଥୀୟ, 
 25 ଯିଫଦୀୟ ଓ ପନୂୟେଲ; 
 26 ଆଉ, ଯିରୋହମର ସନ୍ତାନ 
ଶମ୍ଶରୟ, ଶହରୀୟ, ଅଥଲୀୟ, 
 27 ଯାରିଶୀୟ, ଏଲୀୟ ଓ ସିଖ୍ରି; 
 28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।  29 ଆଉ ଗିବୀୟୋନ୍ର ପିତା ଯିୟେଲ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।  30 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନାଦବ୍,  31 ଗଦୋର, ଅହୀୟୋ ଓ ସଖର;  32 ପୁଣି, ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।  33 ନେର୍ କୀଶ୍କୁ ଜାତ କଲା, 
କୀଶ୍ ଶାଉଲଙ୍କୁ ଜାତ କଲା, 
ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ। 
 34 ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା 
ଓ ମରୀବ୍ବାଲ୍ ମୀଖାକୁ ଜାତ କଲା। 
 35 ମୀଖାର ପୁତ୍ର ପିଥୋନ୍, ମେଲକ୍, ତରେୟ ଓ ଆହସ୍। 
 36 ଆଉ, ଆହସ୍ ଯିହୋୟାଦାକୁ ଜାତ କଲା, 
ପୁଣି, ଯିହୋୟାଦା ଆଲେମତ୍, ଅସ୍ମାବତ୍, ସିମ୍ରିକୁ ଜାତ କଲା 
ଓ ସିମ୍ରି ମୋତ୍ସାକୁ ଜାତ କଲା। 
 37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; 
 38 ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର।  39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍ ଓ ତୃତୀୟ ଇଲୀଫେଲଟ୍।  40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍ର ସନ୍ତାନ।