2
ଜ୍ଞାନର ପୁରସ୍କାର 
 1 ହେ ମୋହର ପୁତ୍ର, ତୁମ୍ଭେ ଯଦି ମୋʼ କଥା ଗ୍ରହଣ କର 
ଓ ମୋʼ ଆଜ୍ଞାସବୁ ମନରେ ରଖ; 
 2 ଯଦି ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର 
ଓ ବୁଦ୍ଧିରେ ମନୋନିବେଶ କର; 
 3 ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ 
ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର; 
 4 ଯଦି ରୂପା ନ୍ୟାୟ ତାକୁ ଖୋଜ 
ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର; 
 5 ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ 
ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ। 
 6 ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, 
ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। 
 7 ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, 
ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି। 
 8 ଯେପରିକି ସେ ନ୍ୟାୟର ପଥ ରକ୍ଷା କରି ପାରିବେ 
ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ। 
 9 ତହୁଁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ୟାୟ 
ଓ ମଙ୍ଗଳର ସମସ୍ତ ପଥ ଜାଣିବ। 
 10 କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, 
ପୁଣି, ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ; 
 11 ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, 
ବୁଦ୍ଧି ତୁମ୍ଭକୁ ରକ୍ଷା କରିବ। 
 12 ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି, 
 13 ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟାତ କରିବା ନିମନ୍ତେ 
ସରଳ ମାର୍ଗ ପରିତ୍ୟାଗ କରନ୍ତି; 
 14 ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ 
ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ; 
 15 ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ 
ଓ ଆପଣା ଆପଣା ପଥରେ ବକ୍ରଗାମୀ, 
ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ। 
 16 ଆଉ, ଯେଉଁ ପରସ୍ତ୍ରୀ* ଅର୍ଥାତ୍ ବେଶ୍ୟା ଚାଟୁବାଦିନୀ, ଯେ ଆପଣା ଯୌବନ କାଳର ମିତ୍ରକୁ† ଅର୍ଥାତ୍ ତାହାର ସ୍ବାମୀକୁ ତ୍ୟାଗ କରି 
ଆପଣା ପରମେଶ୍ୱରଙ୍କ ନିୟମ ପାସୋରେ, 
 17 ଯାହାର ଗୃହ ମୃତ୍ୟୁୁ ଆଡ଼େ 
 18 ଓ ଯାହାର ପଥ ପରଲୋକ ଆଡ଼େ ଯାଏ, 
ଯାହା ନିକଟକୁ ଗମନ କଲେ‡ ନିକଟକୁ ଗମନ କଲେ ଅର୍ଥାତ୍ ଶୟନ କରିବାକୁ କେହି ଫେରି ଆସେ ନାହିଁ 
ଓ ଜୀବନର ପଥ ଆଉ ଧରେ ନାହିଁ, 
 19 ଏପରି ପରସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ। 
 20 ଏନିମନ୍ତେ ତୁମ୍ଭେ ସତ୍ଲୋକମାନଙ୍କ ମାର୍ଗରେ ଗମନ କର 
ଓ ଧାର୍ମିକମାନଙ୍କ ପଥ ଅବଲମ୍ବନ କର, 
 21 ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, 
ପୁଣି, ସିଦ୍ଧ ଲୋକମାନେ ତହିଁରେ ସୁସ୍ଥିର ରହିବେ। 
 22 ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ 
ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପାଟିତ ହେବେ।