ଯୋହନ ଲେଖିଥିବା ତୃତୀୟ ପତ୍ର 
ଜଅନ୍ ତିନ୍ପାଲି ଚିଟି ଲେକ୍ଲାଟା 
ଏ ବଇର୍ ବିସଇ ଜାନ୍ବାଟା 
ଜଅନର୍ ତିନ୍ପାଲି ଚିଟି ଜଅନର୍ ଲାଗି ୫୦-୧୦୦ କିରିସ୍ଟାବ୍ଦରେ ଜିସୁ କିରିସ୍ଟର୍ ଜନମ୍ ପଚେ ଲେକାଅଇ ରଇଲା । ଜଅନ୍ ନିଜ୍କେ ଲେକିଆଚି ବଲିକରି ଜାନାଇଅଇ ନିଜ୍କେ ପାର୍ଚିନ୍ ଇସାବେ କଇଲାନି ୧:୧ ସେ ଜଅନର୍ ଦୁଇଟା ଚିଟିତେଇ ଜେନ୍ତାର୍ ଲେକି ରଇଲା ୧:୧ । ଏଟା ବିସ୍ବାସ୍ କରି ଅଇସିଜେ, ସେ ଏପିସିତେଇ ରଇବାବେଲେ ଜଅନ ଲେକ୍ଲା ନିମାନ୍ କବର୍ସଙ୍ଗ୍ ୩ ଟା ଚିଟିମିସା ଲେକି ରଇଲା । ୧ ଜଅନ୍ ୨ ଜଅନ୍ ୩ ଜଅନ୍, 
ଜଅନ୍ ଗାଅ ନାଉଁର୍ ଗଟେକ୍ ବିସ୍ବାସିକେ ଏ ଚିଟି ଲଗେ ଲେକ୍ଲା ଆଚେ । 
ଏ ବଇ ବିତ୍ରେ ରଇବାଟା 
୧. ଜଅନ୍ ତାର୍ ଚିଟିର୍ ବିସଇ ଜାନାଇଲାନି । ୧:୧ 
୨. ସେ ଗାୟକେ ସାଆସ୍ ଦେଇକରି ନଅର୍ ମନ୍କେ ବୁଲ୍ତେ ରଇବା ବିସ୍ବାସି ବାଇମନ୍କେ, ଗତିଆ କୁଟୁମ୍କେ ଡାକି ଦେକାରକା କର୍ବାକେ ସିକାଇଲାନି । ୧:୨-୮ 
୩. ସେ ଦୁଇଲକ୍କେ ଡାୟଟର୍ପିସ୍ ଆରି ଡିମିଟିଅସ୍ ବିସଇ କଇସି । ୧:୯-୧୨ 
୪. ସାରାସାରି ପଚେ ଲେକା ସାରାଇଆଚେ । ୧:୧୩-୧୪  
 ୧
 ୧  ✡ ୧:୧ ପେରିତ୍ ୧୯:୨୯; ରମିୟ ୧୬:୨୩; ୧ମ କରନ୍ତିୟ ୧:୧୪ଏ ମଣ୍ଡଲିର୍ ପାର୍ଚିନ୍ ଇସାବେ ମୁଇ ଜଅନ୍, 
ଏ ଚିଟି ଆଲାଦର୍ ଗାଇସ୍, ତକେ ଲେକ୍ଲିନି । ମୁଇ ତକେ ସତଇସେ ଆଲାଦ୍ କଲିନି । 
 ୨ ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ ।  ୩ ପର୍ମେସରର୍ ସତ୍ ବାଟ୍ ଇସାବେ ତମେ ଚଲାଚଲ୍ତି କଲାସ୍ନି ବଲି କେତେଟା ସଙ୍ଗର୍ ବିସ୍ବାସି ବାଇମନ୍ ଇତି ଆସିକରି ଆମ୍କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍ତି କଲାସ୍ନି ବଲି ମୁଇ ଜାନି ।  ୪ ମର୍ ପିଲାମନ୍ ସତ୍ ଇସାବେ ଚଲାଚଲ୍ତି କଲାଇନି ବଲି ସୁନ୍ଲାତେଇଅନି ଆରି କାଇ ବିସଇ ମକେ ସାର୍ଦା ନ କରାଏ । 
ଗାୟସର୍ ସତ୍ କରମର୍ ମଇମା 
 ୫ ମର୍ ଆଲାଦର୍ ମଇତର୍, ତମର୍ ସଙ୍ଗ୍ ରଇବା ବିନ୍ ଦେସର୍ ବିସ୍ବାସି ବାଇମନର୍ପାଇ ତମେ କର୍ବା କାମ୍ କେବେ କେବେ ନାଜାନିରଇଲେ ମିସା ସତ୍ସଙ୍ଗ୍ କଲାସ୍ନି ।  ୬ ତାକର୍ ବିତ୍ରେଅନି କେତେକ୍ ଲକ୍ ଇତିର୍ ମଣ୍ଡଲିର୍ ଲକ୍ମନ୍କେ ତମର୍ ଆଲାଦର୍ ବିସଇ କାତା ଅଇଲାଇଆଚତ୍ । ସେନ୍ତାରି ଲକ୍ମନ୍କେ, ଜେଡେବେଲେ ତମ୍କେ ଚାଡି ଅଲ୍ଗା ଜାଗାମନ୍କେ ଜିବାବେଲେ, ଆଗ୍କେ ପଚ୍କେ କାଇଟା ନ ବାବିକରି ସାଇଜ କରିଲାଗିରୁଆ ।  ୭ ଏ ଲକ୍ମନ୍ ଜିସୁକିରିସ୍ଟର୍ ସେବା କାମର୍ଲାଗି ଗୁଲାଇବାଟେ ବୁଲ୍ଲାଇନି । ଆରି କିରିସ୍ଟକେ ବିସ୍ବାସ୍ ନ କର୍ବା ଲକ୍ମନର୍ତେଇଅନି ସେମନ୍ କାଇ ସାଇଜ ନ ମାଙ୍ଗତ୍ ।  ୮ ତେବର୍ପାଇ ଆମେ ତାକର୍ ସଙ୍ଗର୍ ବିସ୍ବାସିମନ୍, ସେମନ୍କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍ମନ୍କେ ସତ୍ ଜାନାଇବା କାମ୍ଟାନେ ଆମେ ମିସିକରି କରୁ । 
ଡାୟଟେପିସ୍ ଆରି ଡିମିଟିରିଅସ୍ 
 ୯ ତମର୍ ନଅରେ ରଇବା ମଣ୍ଡଲିର୍ ଲକ୍ମନ୍କେ ମୁଇ ଆଗ୍ତୁ ଗଟେକ୍ ଚିଟି ଲେକିରଇଲି । ମାତର୍ ଡାୟଟେପିସ୍ ମର୍ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍ ନେତା ଅଇବି ବଲି ମନ୍କଲାନି ।  ୧୦ ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି । 
 ୧୧ ଆଲାଦର୍ ମଇତର୍, କାରାପ୍ କାମ୍ କରି ଚଲାଚଲ୍ତି କର୍ବା ଲକ୍ମନର୍ ପାରା ଉଆନାଇ । ତାର୍ ବାଦୁଲେ ନିକ କାମ୍ କର୍ବା ଲକ୍ମନର୍ପାରା ଉଆ । ଜଦି କେ କାରାପ୍ କାମ୍ କଲେ, ତାର୍ କାମେଅନି ସେ ପର୍ମେସର୍କେ ନାଜାନେ ବଲି ଡିସ୍ଲାନି । 
 ୧୨ ଡିମିତିର୍ ଗଟେକ୍ ନିକ ଲକ୍ ବଲି ମଣ୍ଡଲିର୍ ସବୁଲକ୍ କଇଲାଇନି । ସେ ସତ୍ ବିସଇ ଇସାବେ ଚଲାଚଲ୍ତି କଲାନି । ତେବର୍ପାଇ ସେ ଗଟେକ୍ ନିକ ଲକ୍ ବଲି ଆମେ ଜାନିଆଚୁ । ସେ ଗଟେକ୍ ନିକ ଲକ୍ ବଲି ମୁଇ ମିସା ସାକିଦେଲିନି । ଆରି ତମେ ଜାନାସ୍ ଆମେ ଗଟେକ୍ ଲକର୍ କାଇଆଲେ ବିସଇ କଇଲେ, ସେଟା ସତ୍ । 
ସାରା ସାରି କାତା 
 ୧୩ ତମ୍କେ ମୁଇ ବେସି ବିସଇ କଇବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ ।  ୧୪ ମୁଇ ଦାପ୍ରେ ତମର୍ଟାନେ ଆସିକରି ତମର୍ ମୁଆଟେ ସବୁ କାତା କଇବି । 
 ୧୫ ପର୍ମେସର୍ ତମ୍କେ ସାନ୍ତି ଦେଅ । 
ମଣ୍ଡଲିତେଇ ରଇବା ତମର୍ ସବୁ ମଇତର୍ମନ୍ ଜୁଆର୍ ଜାନାଇଲାଇନି । ତମର୍ ନଅରର୍ ମଣ୍ଡଲିତେଇ ରଇବା ମର୍ ସବୁ ମଇତର୍ମନ୍କେ ଗଟେକ୍ ଗଟେକ୍ ଲକ୍କେ, ଜୁଆର୍ ଜାନାଆ ।
✡୧:୧ ୧:୧ ପେରିତ୍ ୧୯:୨୯; ରମିୟ ୧୬:୨୩; ୧ମ କରନ୍ତିୟ ୧:୧୪