ଯିହୁଦାର ରାଜା ଯୋଥାମ୍
27
ଯୋଥାମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଥିଲା ଯିରୁଶା। ଯିରୁଶା ସାଦୋକଙ୍କର କନ୍ୟା ଥିଲେ। ଯୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସେହିପରି ପରମେଶ୍ୱରଙ୍କର ବାଧ୍ୟ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ। ଯୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଊର୍ଦ୍ଧ୍ୱସ୍ଥ ଦ୍ୱାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ। ଯୋଥମ୍ ଯିହୁଦାର ପାର୍ବତ୍ୟାଞ୍ଚଳମାନଙ୍କରେ ମଧ୍ୟ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ୟ ମଧ୍ୟରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ। ଯୋଥମ୍ ଅମ୍ମୋନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ୟଦଳ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କଲେ ଓ ସେମାନଙ୍କୁ ପରାସ୍ତ କଲେ। ତେଣୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଅମ୍ମୋନୀୟମାନେ ଯୋଥା‌ମ୍‌ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶେଲ ପରିମାଣର ବାର୍ଲି ଦେଲେ।
ଯୋଥମ୍ ବିଶ୍ୱସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କର ବାଧ୍ୟ ହେବାରୁ ପରାକ୍ରମୀ ହୋଇ ଉଠିଲେ। ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ସେ କରିଥିବା ଯୁଦ୍ଧର ବିବରଣୀ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖା ଯାଇଅଛି। ଯୋଥମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଏହା ପରେ ଯୋଥମ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଆହସ୍ ଯୋଥ‌ମ୍‌ଙ୍କ ସ୍ଥାନରେ ରାଜା ହେଲେ। ଆହସ୍ ଯୋଥ‌ମ୍‌ଙ୍କ ପୁତ୍ର ଥିଲେ।