ଆଲାଦ୍
୧ଜଦି ମୁଇ ଲକ୍ମନର୍ ବାସାଇ କି ସରଗର୍ ଦୁତ୍ମନର୍ ବାସାଇ କାତା ଅଇବି । ମର୍ ବାଇମନ୍କେ ମୁଇ ଆଲାଦ୍ ନ କରି ବଇଲେ, ମର୍ କାତା ଚୁଚାଇସେ, ଜେନ୍ତିକି ଗଟେକ୍ ସବଦ୍ ଅଇକରି ବାଜ୍ବା ଗଁଟା ପାରା । ୨ ସେନ୍ତାରି ମକେ ମାପ୍ରୁର୍ ବାକିଅ ବୁଜାଇବା ବପୁ ରଇଲେ ମିସା, କି ମୁଇ ସବୁ ବିସଇ ଜାନିରଇଲେ ମିସା, ଟିକି ନିକି ବିସଇ ବୁଜିରଇଲେ ମିସା ଆରି ମର୍ ବିସ୍ବାସ୍ ଏଡେକ୍ ଡାଟ୍ ଆଚେ ଜେ, ଡଙ୍ଗର୍ ଉଟ୍କାଇବା ପାରା ମର୍ ଡାଁଟର୍ ବିସ୍ବାସ୍ ରଇଲେ ମିସା ବାଇମନର୍ ପାଇ ଆଲାଦ୍ ନାଇ ବଇଲେ ମୁଇ ଚୁଚାଇସେ । ୩ଜଦି ମୁଇ ମର୍ ସବୁ ଦନ୍ ସଁପତି ଅର୍କିତ୍ ଲକ୍ମନ୍କେ ଦେଇରଇଲେ ମିସା, ଆରି କିରିସ୍ଟର୍ପାଇ ମର୍ ଗାଗଡ୍ ପଡାଇବାକେ ସର୍ପି ଦେଲେ ମିସା ମର୍ ଆଲାଦ୍ ନାଇ ବଇଲେ, ମର୍ପାଇ କାଇ ଲାବ୍ ନାଇ ।
୪ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ୫ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । ୬ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । ୭ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।
୮ଆଲାଦ୍ କରାକରି ଅଇବାଟାର୍ ସେସ୍ ନାଇ । ପର୍ମେସରର୍ ବାକିଅ କଇବା ବପୁ, ଆରି ନାଜାନ୍ବା ବାସା କଇବା ବପୁ, ସବୁ ସାରିଜାଇସି । ସେନ୍ତାରିସେ ଆମ୍କେ ଗିଆନ୍ ରଇଲେ ମିସା ସେଟା ଆଜିଜାଇସି । ୯ମାତର୍ ଆମର୍ ଗିଆନ୍ ଏବେ ଜାକ ପୁରାପୁରୁନ୍ ଅଏ ନାଇତା । ଆରି ପର୍ମେସରର୍ ବାକିଅ କଇବାଟା ମିସା ଏବେ ଜାକ ପୁରାପୁରୁନ୍ ଅଏ ନାଇତା । ୧୦ମାତର୍ ଜେଡେବେଲେ ଗଟେକ୍ ଦିନ୍ ଆଇସି, ଆମେ ସବୁ ନିକକରି ଜାନ୍ବୁ । ସେ ଦିନ୍ମନ୍କେ ଲକ୍ମନ୍ ସଙ୍ଗର୍ ବିସ୍ବାସିମନ୍କେ ସିକାଇବାକେ ଦର୍କାର୍ ନ ପଡେ ।
୧୧ମୁଇ ଜେଡେବେଲେ ପିଲା ରଇଲି, ପିଲାମନ୍ କଇଲାପାରା କାତା ଅଇଲି ଆରି ପିଲାମନ୍ ଚିନ୍ତା କଲାପାରା ଚିନ୍ତା କର୍ତେରଇଲି ଆରି ସେମନ୍ ବାବ୍ଲା ପାରା ବାବ୍ତେରଇଲି । ମାତର୍ ମୁଇ ଏବେ ବୟସେ ବଡ୍ ଅଇଗାଲିଜେ ପିଲାମନର୍ ପାରା ଚଲାଚଲ୍ତି କର୍ବାଟା ଚାଡିଦେଲି । ୧୨ମାତର୍ ଜନ୍ଟା ଆମେ ଏବେ ଦେକ୍ଲୁନି, ସେଟା ଦର୍ପନେ ଦେକ୍ଲାପାରା ସେତେକ୍ ନିକ ଡିସେ ନାଇ । ମାତର୍ ଗଟେକ୍ ଦିନ୍ ଆଇସି, ଜେବେ କିରିସ୍ଟକେ ଆମର୍ ମୁଆଟେ ଦେକ୍ବୁ । ସେ ବେଲେ ଆମେ ନିକସଙ୍ଗ୍ ଜାନ୍ବୁ । ଏବେ ଆମେ ଉନା ବିସଇ ଜାନ୍ଲୁନି, ମାତର୍ ସେ ଦିନ୍ମନ୍କେ ଆମେ ପୁରାପୁରୁନ୍ ବାବେ ଜାନ୍ବୁ । ଜେନ୍ତାର୍ କି ପର୍ମେସର୍ ଆମ୍କେ ପୁରାପୁରୁନ୍ ବାବେ ଜାନେ ।
୧୩ସାରାସାରି ତିନ୍ଟା ବିସଇ ଆଚେ, ପର୍ମେସର୍ ଟାନେ ବିସ୍ବାସ୍ କର୍ବାଟା, ସେ କାତା କଇଲାଟା ଆସା କର୍ବାଟା, ଆରି ବାଇମନର୍ ପାଇ ରଇବା ଆମର୍ ଆଲାଦ୍ । ଏ ତିନ୍ଟା ବିତ୍ରେଅନି ବାଇମନ୍କେ ଆଲାଦ୍ କର୍ବାଟା ସବୁର୍ଟାନେଅନି ମୁକିଅ ବିସଇ ।