୧ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
ପାଉଲ୍ ସାର୍ଦା ଅଇଲାଟା
୨ତମେ ଆମ୍କେ ଅଦିକ୍ ଆଲାଦ୍ କର୍ବା ଦର୍କାର୍ । ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ । ଆମେ କାକେ ନସ୍ଟ କରୁନାଇ, କି କାକେ ନାଡାଉ ନାଇ । ୩ମୁଇ ତମ୍କେ ଦସ୍ଦେବାକେ ଏ କାତା କଇନାଇ । ଆଗ୍ତୁ କଇଲାପାରା, ଆମେ ତମ୍କେ ସତ୍ସେ ଆଲାଦ୍ କଲିନି, ବଁଚି ରଇଲେ କି ମଲେ ମିସା, ତମେ ଆମର୍ ମନ୍ ବିତ୍ରେ ଆଚାସ୍ । ୪ତମର୍ ଲଗେ ମର୍ ବିସ୍ବାସ୍ ଆଚେ । ଆରି ମୁଇ ତମର୍ ବିସଇନେଇ ବଡ୍ପନ୍ ଅଇଲିନି । ଆମେ ବେସି ଦୁକ୍ କସ୍ଟ ଆଇଲେ ମିସା ସାଆସ୍ ଦାରି ଆଚୁ । ମର୍ ମନ୍ବିତ୍ରେ ସାର୍ଦା ଅଦିକ୍ ଅଦିକ୍ ଅଇକରି ଉଚ୍ଲି ଗାଲାନି ।
୫ ଆମେ ମାକିଦନିଆଇ ଆଇଲାପଚେ ମିସା ଚନେକ୍ ପୁଣ୍ଡୁନାଇ । କାଇକେବଇଲେ ତେଇ ଦୁକ୍ କସ୍ଟ ରଇଲା, କେତେଲକ୍ ଆମର୍ ବିରଦେ କଇ ଲାଗାଜଡା କଲାଇ । ଆମେ ମନ୍ ବିତ୍ରେ ବେସି ଡରିଜାଇତେ ରଇଲୁ । ୬ମାତର୍ ଜେ କି ଆକା ସାକା ନ ରଇବା ଲକ୍ମନ୍କେ ଦୁକ୍ ସାରାଇବା ପର୍ମେସର୍ ତିତସ୍କେ ଆନାଇ କରି ଆମ୍କେ ସାର୍ଦା କରାଇଲା । ୭ଅବ୍କା ସେ ଆଇଲାକେସେ ଆମେ ସାର୍ଦା ଅଉନାଇ, ମାତର୍ ତମର୍ ଲାଗି ତିତସ୍ ବେସି ସାର୍ଦା ଅଇଗାଲା ବଲି ଆମ୍କେ କଇଲାର୍ପାଇ ମିସା ସାର୍ଦା ଅଇଲୁ । ତମେ ମକେ ଦେକ୍ବାକେ ମନ୍ କଲାସ୍ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍କି ଗଟ୍ଲା, ସେଟାର୍ପାଇ ଦୁକ୍ ଅଇକରି ଆଚାସ୍ । ଆରି ତମେ ମର୍ବାଟେ ଅଇକରି କଇବାକେ ମିସା ରାଜିଆଚାସ୍ । ଏଟାମନ୍ ସବୁ ସୁନିକରି ମୁଇ ବେସି ସାର୍ଦା ଅଇଗାଲି ।
୮ମର୍ ଚିଟିର୍ଲାଗି ତମେ ଦୁକ୍ ଅଇରଇଲେ ମିସା, ସେ ଚିଟି ତମ୍କେ ପାଟାଇଲି ବଲି, ମୁଇ ଦୁକ୍ କରିନାଇ । ସେ ଚିଟିର୍ ଲାଗି ତମେ ଚନେକର୍ ପାଇ ଦୁକ୍ କରିରଇଲାସ୍ ଜେ ଜାନିକରି, ମୁଇ ମିସା ଦୁକ୍ ଅଇରଇଲି, ଏଟା ସତ୍ । ୯ମାତର୍ ମୁଇ ଏବେ ସାର୍ଦାସଙ୍ଗେ ଆଚି । ତମ୍କେ ଦୁକ୍ଦେଇ ଆଚି ବଲିକରି ନାଇ, ମାତର୍ ସେ ଦୁକର୍ ଲାଗି ତମେ ତମର୍ ଚଲାଚଲ୍ତି ବଦ୍ଲାଇଲାସ୍ । ସେ ଆସିରଇବା ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍ଆଲେ ଆମେ ତମର୍ ପାଇ କାଇ ବାଦା ଆନୁନାଇ । ୧୦କାଇକେବଇଲେ ଜଦି ଗଟେକ୍ ଲକର୍ ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଆଇସି, ସେଟା ନିଜର୍ ପାପ୍ କଲାଟା ମାନିଅଇକରି, ମନ୍ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍ ନାଇ । ମାତର୍ ମୁନୁସ୍ମନର୍ ଟାନେଅନି ଅଇବା ଦୁକ୍ ମରନ୍ବାଟେ ଡାକିନେଇସି । ୧୧ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ ।
୧୨ଜନ୍ ଲକ୍ ପାପ୍ କରିଆଚେ, ତାର୍ ବଲ୍ ପାଇ କି ଜନ୍ ଲକର୍ ବିରୁଦେ ପାପ୍ କରାଇଅଇଲା, ତାର୍ ବଲ୍ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍ ଆମ୍କେ ତମେ ଏତେକ୍ ଆଲାଦ୍ କଲାସ୍ନି, ସେଟା ତମେ ନିକସଙ୍ଗ୍ ଜାନ୍ବାକେ ମୁଇ ଲେକିରଇଲି । ପର୍ମେସର୍ ଏଟା ଜାନିଆଚେ । ୧୩ସେଟାର୍ପାଇ ତମେ ଆମ୍କେ ବେସି ସାର୍ଦା କରାଇଲାସ୍ ।
ଅବ୍କା ଆମେସେ ସାର୍ଦା ଅଇଲୁ ସେତ୍କି ନଏଁ, ମାତର୍ ତିତସ୍ ସାର୍ଦା ଅଇଲାଟା ଦେକିକରି ମିସା ଆମେ ସାର୍ଦା ଅଇଲୁ । ତମେ ସବୁ ତାକେ ସାର୍ଦା କରାଇଲାକେ ସେ ମିସା ସାର୍ଦା ଅଇରଇଲା । ୧୪ତିତସ୍ ତମର୍ଟାନେ ନ ଆଇବା ଆଗ୍ତୁ, ମୁଇ ତମର୍ ବିସଇ ବଡ୍ପନ୍ ଅଇକରି ତାକେ କଇରଇଲି । ସେ ତମର୍ଟାନେ ଆଇଲାକେ ମୁଇ ବଡ୍ପନ୍ ଅଇକରି ସବୁ କଇଲାଟା ସତ୍ ବଲି ଜାନ୍ଲା । ତମେ ମକେ ଲାଜ୍ କରାସ୍ ନାଇ । ମୁଇ ତମ୍କେ ଜାଇଟା ସବୁ କଇଲି ଆଚି, ସେଟା ସତ୍ । ଆରି ତିତସ୍କେ ଜାଇଟା କଇରଇଲି ସେଟା ମିସା ସତ୍ ବଲି ଜାନାପଡ୍ଲାନି । ୧୫ତେବେ ତମେ ତାର୍ ସବୁ ଆଦେସ୍ ମାନ୍ଲାସ୍ ଆରି ତମେ ତାକେ ସାର୍ଦାଇ ରଇସି କି ନ ରଏ ବଲି ଡରିକରି ରଇଲାଟା ସେ ଏତ୍ କଲା । ତମର୍ ପାଇ ରଇବା ତାର୍ ଆଲାଦ୍, ଅଦିକ୍ ଅଦିକ୍ ଅଇ ଆଇଲାନି । ୧୬ତମର୍ଟାନେ ମର୍ ପୁରାପୁରୁନ୍ ଆସା ଆଚେ ବଲିକରି ମୁଇ ବେସି ସାର୍ଦା ଅଇଲିନି ।