ପିତର ଦ୍ୱିତୀୟଥର ଲେଖିଥିବା ପତ୍ର
ପିତର୍ ଦୁଇପାଲି ଲେକିରଇବା ଚିଟି
ଏ ବଇର୍ ବିସଇ ଜାନ୍ବାଟା
ପିତର୍ ଦୁଇପାଲି ଲେକ୍ଲା ଚିଟି ଜାନାଇଲାନି କି, ଏ ଚିଟି ପେରିତ୍ ପିତର୍ ଲେକ୍ଲାଆଚେ । ମାତର୍ ଏବେ କେତେକ୍ କେତେକ୍ ପଣ୍ଡିତ୍ମନ୍ ଏଟା ସତ୍ ନାଇ ବଲି କଇଲାଇନି । କଇବାକେଗାଲେ ଏଟା ଗଟେକ୍ ବିନ୍ ପିତର୍ ଲେକିଆଚେ । ସେ ଜିସୁକିରିସ୍ଟର୍ ଗଟେକ୍ ସତ୍ ସାକି ରଇଲା ବଲି ଲେକ୍ଲା ଲକ୍ କଇଲାନି । ଦେକ୍ବା ଇସାବେ ଜିସୁକିରିସ୍ଟ ବାଦଲ୍ବା ବିସଇ କଇଲାନି ୧:୧୭-୧୮ । ପିତର୍ ଏ ଚିଟି କିରିସ୍ଟ ଜନମ୍ ଅଇଲାପଚେ ୫୬-୬୯ ବିତ୍ରେ ତାର୍ ମରନ୍ ଅଇବା ଆଗ୍ତୁ ଏଟା ଲେକ୍ଲାଆଚେ । ପିତର୍ ଏଟା ତାର୍ ଦୁଇପାଲି ଲେକ୍ବା ଚିଟିବଲି ମିସା କଇଆଚେ ୩:୧ ।
ପିତରର୍ ପର୍ତୁମ୍ ଚିଟି ଲେକାଅଇଲା ପଚେ, ସେ ଲେକାର୍ ବେଲାକେ ଇତି ଜାଗାଦେଇ ଏଟାକେ ଦୁଇପାଲି ଲେକ୍ଲା ଚିଟି ବଲି କଇଆଚେ । ଏ ଚିଟିଟାନେ ସବୁ ବିସ୍ବାସିମନ୍କେ ତାର୍ ସବୁ ବିସଇ ଦେଇଆଚେ । ପିତର୍ ବିସ୍ବାସିମନ୍କେ ସାଆସ୍ ଆରି ନିକସଙ୍ଗେ ଜିଉନା କାଉନା କର୍ବାକେ ଆରି ମିଚ୍ ସିକିଆ ଦେଉ ମନର୍ କାତା ନ ମାନି ଜାଗରତ୍ ରଇବାକେ ଏ ଚିଟିଟାନେ ଲେକିଆଚେ ୨ । ଜିସୁ ଆଇବାଟା ବେସି ଦିନ୍ ଆଚେ ବଲି ମିଚ୍ କଇବା ଲକ୍ମନ୍କେ ସାଆସ୍ ଦେଲାନି । ପର୍ମେସର୍ ଦିରେ ରଇବା ପର୍ମେସର୍ ନଏ, ମାତର୍ ସବୁଲକ୍ ତାର୍ଲାଗି ଉଦାର୍ ପାଅତ୍ ବଲି ସେ ମନ୍କଲାନି ୨ ୟ ପିତର୍ ୩:୮-୯ ଏଟାସେ ଗଟେକ୍ ନିକସଙ୍ଗେ ଜିଉନା କାଉନା କର୍ବାଟା ୩:୧୪
ଏ ବଇ ବିତ୍ରେ ରଇବାଟା
୧. ପିତର୍ ତାର୍ ନିଜର୍ ବିସଇ ଆରି ତାର୍ ଚିଟି ପଡ୍ବା ଲକ୍ମନ୍କେ ରଇବା ଜାଗା ବିସଇରେ ଜାନାଇଲାନି । ୧:୧-୨
୨. ତାର୍ପଚେ ବିସ୍ବାସି ବାଇବଇନିମନ୍କେ ନିକସଙ୍ଗେ ଜିଉନା କାଉନା କର୍ବାକେ ଏତାଇଦେଲାଆଚେ । କାଇକେବଇଲେ ପର୍ମେସର୍ ଆମ୍କେ ସାଆସ୍ ଦେଲାଆଚେ । ୧:୩-୨୧
୩. ସେ ମିଚ୍ ସିକାଇବା ଗୁରୁମନ୍କେ ଜାଗର୍ତା କରାଇ ସାରାସାରି ପଚେ ସେମନର୍ଲାଗି କାଇଟା ଗଟ୍ସି, ସେଟା କଇଲାଆଚେ । ୨:୧-୨୨
୪. ପିତର୍ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଜାଗିରଇ ଜିଉନା କାଉନା କର୍ବାକେ ସାସ୍ ଦେଇଆଚେ । ୩:୧-୧୮
ପିତର୍ ଦୁଇପାଲି ଚିଟି ଲେକ୍ବାଟା
୧ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି ।
ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ ।
। ୨ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ ।
ପର୍ମେସର୍ ଡାକ୍ଲାଟା ଆରି ବାଚ୍ଲାଟା
୩ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ । ୪ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା । ୫ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ, ୬ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, ୭ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା । ୮ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା । ୯ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
୧୦ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । ୧୧ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
୧୨ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି । ୧୩ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ । ୧୪ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ । ୧୫ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
କିରିସ୍ଟର୍ ମଇମା ସବୁଲକ୍ ଦେକ୍ବାଇ
୧୬ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ । ୧୭ ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।” ୧୮ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ ।
୧୯ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି । ୨୦ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ । ୨୧କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।