ଜିସୁ ପାଁଚ୍ ଅଜାର୍ ଲକ୍ମନ୍କେ କୁଆଇଲା
(ମାତିଉ ୧୪:୧୩-୨୧; ମାର୍କ ୬:୩୦-୪୪; ଲୁକ୍ ୯:୧୦-୧୭)
୧ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା । ୨ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ । ୩ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗଟେକ୍ ଡଙ୍ଗର୍ ଉପ୍ରେ ଜାଇ ବସ୍ଲା । ୪ସେବେଲେ ଜିଉଦି ମନର୍ ନିସ୍ତାର୍ ପରବ୍ କେଟି ଆଇତେରଇଲା । ୫ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, “ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି ?” ୬ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
୭ପିଲିପ୍ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ରୁଟି ଗେନ୍ବାକେ ପଡ୍ସି ।” ୮ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, “ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ । ୯ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।”
୧୦ଜିସୁ ତାର୍ ସିସ୍ମନ୍କେ କଇଲା, “ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।” ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ । ୧୧ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା । ୧୨ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, “ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।” ୧୩ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ । ୧୪ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।” ୧୫ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
ଜିସୁ ପାନି ଉପ୍ରେ ଇଣ୍ଡ୍ଲା
(ମାତିଉ ୧୪:୨୨-୨୭; ମାର୍କ ୬:୪୫-୫୨)
୧୬ସେ ଦିନେ ସଞ୍ଜ୍ ଅଇଗାଲାକେ ଜିସୁର୍ ସିସ୍ମନ୍ ତେଇଅନି ଉତ୍ରିକରି ଗାଡେ ଗାଲାଇ । ୧୭ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା । ୧୮ଆରି ତେଇ ବେସି ବାଉ ପବନ୍ ଅଇବାର୍ ଦାର୍ଲାଜେ ଗାଡେ ବେସି ବଡ୍ ବଡ୍ ଲଅଡି ଅଇତେ ରଇଲା । ୧୯ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ । ୨୦ମାତର୍ ଜିସୁ ସେମନ୍କେ କଇଲା, “ଡରାନାଇ, ଏଟା ମୁଇସେ ।” ୨୧ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।
ଲକ୍ମନ୍ ଜିସୁକେ କଜ୍ଲାଇ
୨୨ତାର୍ ଆର୍କର୍ ଦିନର୍ ସାକାଲେ, ଗାଡ୍ ସେପାଟେ ରଇଲା ଲକ୍ମନ୍ ଜାନିପାର୍ଲାଇ ଜେ, ତେଇ ଗଟେକ୍ସେ ଡଙ୍ଗା ରଇଲା । ଆରି ସିସ୍ମନ୍ ଜିସୁକେ ମିସ୍ତେ ଡାକି ନ ନେଇ, ଡଙ୍ଗାଇ ବସି ମଜାଗାଡେ ଉଟିଗାଲାଇ ଆଚତ୍ ବଲି । ସେମନ୍ ତାକେ ଚାଡିକରି ଜାଇରଇଲାଇ । ୨୩ଜନ୍ ଜାଗାଇ ମାପ୍ରୁ ଜିସୁ ପାର୍ତନା କରି ଲକ୍ମନ୍କେ ରୁଟି କାଇବାକେ ଦେଇରଇଲା, ସେ ଜାଗା ଲଗେ ତିବିରିଆ ଗାଡେଅନି ଆରି କେତେଟା ଡଙ୍ଗା ଆସି କେଟ୍ଲା । ୨୪ସେ ଜାଗାଇ ଲକ୍ମନ୍ ଜିସୁକେ ଆରି ତାର୍ ସିସ୍ମନ୍କେ ବେଟ୍ ନ ଅଇଲାକେ, ଡଙ୍ଗାମନ୍କେ ଚଗି ତାକେ କଜି କଜି କପର୍ନାଉମ୍ ଜାଗାବାଟେ ଜିବାକେ ବାରଇଲାଇ ।
ଜିସୁ ଅଇଲାନି ଜିବନର୍ କାଦି
୨୫ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍ ?” ୨୬ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କଇଲିନି, ମୁଇ କରିରଇବା କାବାଅଇଜିବା କାମ୍ ବୁଜିକରି ମକେ କଜାସ୍ ନାଇ । ମାତର୍ ତମେ ପେଟ୍ ପୁର୍ତେ ରୁଟି କାଇରଇଲାସ୍ ବଲି ଆସିଆଚାସ୍ । ୨୭ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
୨୮ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, “ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ ?”
୨୯ଜିସୁ ସେମନ୍କେ କଇଲା, “ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।”
୩୦ସେବେଲା ସେମନ୍ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍ବାସ୍ କର୍ବୁ, ସେଟାର୍ ପାଇ ଆମ୍କେ କାଇଆଲେ କାବାଅଇଜିବା କାମ୍ କରି ଦେକାଇପାରୁସ୍ କି ? କ କାଇଟା କରିପାରୁସ୍ ?” ୩୧ଆରି ସେମନ୍ କଇଲାଇ, “ଆମର୍ ଆନିଦାଦିମନ୍ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍ ଦରମ୍ ସାସ୍ତର୍ ଇସାବେ ପର୍ମେସର୍ ସେମନ୍କେ ସର୍ଗେ ଅନି ଦେଇରଇଲା ।”
୩୨ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି । ୩୩ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
୩୪ଲକ୍ମନ୍ ଜିସୁକେ କଇଲାଇ, “ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।”
୩୫ତାର୍ ପଚେ ଜିସୁ ସେମନ୍କେ କଇଲା, “ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ । ୩୬ମୁଇ ତମ୍କେ କଇଲିନି, ତମେ ମକେ ଦେକିକରି ମିସା ବିସ୍ବାସ୍ କରାସ୍ନାଇ । ୩୭ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ । ୩୮କାଇକେବଇଲେ ମୁଇ ନିଜେ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଆସି ନାଇ, ମାତର୍ ମକେ ପାଟାଇରଇବା ପର୍ମେସରର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ସର୍ଗେଅନି ଆସିଆଚି । ୩୯ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା । ୪୦ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି” ବଲି କଇଲା ।
୪୧ଏଟା ସୁନିକରି ଜିଉଦି ନେତାମନ୍ ଜିସୁର୍ ବିରଦେ ସେମନର୍ ବିତ୍ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍ଗେ ଅନି ଆସିରଇବା କାଦି ବଲି କଇଲାର୍ ପାଇ ସେମନ୍ ଏନ୍ତି ଅଇଲାଇ । ୪୨ସେମନ୍ କଇଲାଇ “ଏଟା ଜସେପର୍ ପିଲା ଜିସୁ ନଏଁ କି ? ଆମେ ତାର୍ ଆୟା ବାବାକେ ଜାନି ଆଚୁ । ସେ କେନ୍ତି ‘ମୁଇ ସର୍ଗେଅନି ଆସିଆଚି’ ବଲି କଇଲାନି ?”
୪୩ଜିସୁ ସେମନ୍କେ କଇଲା, ତମେ ଦଦାପେଲା ଉଆନାଇ, ଚିମ୍ରାଇଅଇ ରୁଆ । ୪୪ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି । ୪୫ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି । ୪୬କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି । ୪୭ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ୪୮ଉଁ, ମୁଇସେ ଜିବନ୍ ଦେବା କାଦି । ୪୯ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ । ୫୦ମାତର୍ ଜନ୍ କାଦି ସର୍ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍ ।
୫୧ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା ।
୫୨ଜିସୁ କଇଲା କାତା ସୁନି ଜିଉଦି ନେତାମନ୍ ରିସାଅଇ ଆଉଲିଅଇକରି “ଏ ଲକ୍ କେନ୍ତି ନିଜର୍ ଗାଗଡ୍ ଆମ୍କେ କାଇବାକେ ଦେଇ ପାରେ ?” ବଲି ଦଦାପେଲା ଅଇ କଇଲାଇ ।
୫୩ଜିସୁ ସେମନ୍କେ କଇଲା, “ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ । ୫୪ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । ୫୫କାଇକେବଇଲେ, ମର୍ ଗାଗଡ୍ ଅଇଲାନି ସତ୍ କାଦି ଆରି ମର୍ ବନି ଅଇଲାନି ସତ୍ ପାନି । ୫୬ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି । ୫୭ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି । ୫୮ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।”
୫୯ଜିସୁ କପର୍ନାଉମେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।
ନ ସର୍ବା ଜିବନର୍ ବାକିଅ
୬୦ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି ?”
୬୧ଜିସୁକେ ଏ ବିସଇ ନେଇକରି କେ କାଇବଲି ନ କଇରଇଲେ ମିସା, ସିସ୍ମନ୍ କୁଆବଲା ଅଇଲାଇନି ବଲି ଜାନିକରି, ସେ ସେମନ୍କେ କଇଲା, “ତମେ ଏ କାତା ସୁନି ମନ୍ଦୁକ୍ କଲାସ୍ନି କି ? ୬୨ଏନ୍ତି ବଇଲେ, ନର୍ପିଲା ମୁଇ ଜନ୍ ଜାଗାଇଅନି ଆସିରଇଲି, ସେ ଜାଗାଇ ଆରି ତରେକ୍ ବାଉଡି ଜିବାଟା ଦେକ୍ଲେ ତମେ କାଇଟା ବଲି କଇସା ? ୬୩ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା ? ସେଟାର୍ପାଇ ମୁଇ ଏ କାତା କଇଲିଆଚି । ୬୪ମାତର୍ ତମର୍ ବିତ୍ରେଅନି କେତେକ୍ ଲକ୍ମନ୍ ମକେ ବିସ୍ବାସ୍ କରାସ୍ ନାଇ ।” କାଇକେବଇଲେ ବିସ୍ବାସ୍ ନ କର୍ବା ଲକ୍ମନ୍କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍ ଲକ୍ ତାକେ ସତ୍ରୁକେ ସର୍ପି ଦେଇସି, ତାକେ ମିସା ଜାନି ରଇଲା । ୬୫ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।” ୬୬ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ । ୬୭ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, “ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି ?” ୬୮ ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । ୬୯ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।” ୭୦ଜିସୁ ସେମନ୍କେ କଇଲା, “ମୁଇ କାଇ ତମ୍କେ ବାର ଲକ୍କେ ବାଚି ନାଇ କି ? ଏଲେମିସା ତମର୍ ବିତ୍ରେଅନି ଗଟେକ୍ ଲକ୍ ସଇତାନର୍ ।” ୭୧ଇସ୍କାରିୟତର୍ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ଗଟେକ୍ ଲକ୍ ଅଇମିସା, ଜିସୁକେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେବାକେ ମନ୍ କର୍ତେ ରଇଲା ।