ଗଟେକ୍ ଦାରିଆନି ମାଇଜି
୧ଜିସୁ ଜିତ୍ ନାଉଁର୍ ଗଚ୍ମନ୍ ରଇଲା ପର୍ବତେ ଉଟିଗାଲା । ୨ତାର୍ ଆର୍କର୍ ଦିନର୍ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍ ତାର୍ଲଗେ ରୁଣ୍ଡ୍ଲାଇଜେ, ସେ ବସିକରି ସେମନ୍କେ ସିକାଇବାର୍ ଦାର୍ଲା । ୩ସେଡ୍କିବେଲେ କେତେଟା ସାସ୍ତର୍ ସିକାଉମନ୍ ଆରି ପାରୁସିମନ୍, ଗଟେକ୍ ବେସିଆନି ମାଇଜିକେ ବେସିଆ କାମ୍ କର୍ବାବେଲେ ଦାରିକରି ଜିସୁର୍ ଲଗେ ଆନ୍ଲାଇ । ତାକେ ସବୁ ଲକର୍ ମୁଆଟେ ଟିଆ କରାଇ ଜିସୁକେ ପାଚାର୍ଲାଇ, ୪“ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ । ୫ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି ?” ୬ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
୭ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।” ୮ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା । ୯ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ । ୧୦ଜିସୁ ଟିଆଅଇ ତାକେ ପାଚାର୍ଲା, “ସେ ଲକ୍ମନ୍ କେନେ ଗାଲାଇ ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି ?” ୧୧ସେ କଇଲା, “ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।”
ଜିସୁ ଦୁନିଆର୍ ଉଜଲ୍
୧୨ ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, “ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
୧୩ ପାରୁସିମନ୍ ତାକେ କଇଲାଇ, “ତୁଇ ନିଜେ ନିଜର୍ ବିସଇ ସାକି ଦେଲୁସ୍ନି, ସେଟାର୍ପାଇ, ତର୍ ସାକି ଦେଲାଟା ସତ୍ ନଏଁ ।”
୧୪ଜିସୁ ସେମନ୍କେ କଇଲା, “ନାଇ, ମୁଇ ମର୍ ନିଜର୍ ପାଇ ସାକି ଦେଲେ ମିସା, ମୁଇ ଜନ୍ଟା କଇଲିନି ସେଟା ସତ୍ସେ । କାଇକେ ବଇଲେ ମୁଇ କନ୍ତିଅନି ଆଇଲି ଆଚି ଆରି କନ୍ତି ଗାଲିନି, ସେଟା ମୁଇସେ ଜାନି । ମାତର୍ ମୁଇ କନ୍ତିଅନି ଆଇଲିଆଚି ଆରି କନ୍ତି ଜିବି, ସେଟା ତମେ ନାଜାନାସ୍ । ୧୫ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି । ୧୬ଜଦି ମୁଇ ବିଚାର୍ କର୍ତି ବଇଲେ ମର୍ ବିଚାର୍ ପୁରାପୁରୁନ୍ ଟିକ୍ ଅଇତା । କାଇକେ ବଇଲେ ମୁଇ ଗଟେକ୍ ଲକ୍ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବା ମିସା ମର୍ ସଙ୍ଗ୍ ମିସ୍ତେ ଆଚେ । ୧୭କାଇଆଲେ ଗଟ୍ନାର୍ ବିସଇ ରଇଲେ, ଦୁଇ ଲକର୍ ସାକି ସମାନ୍ ଅଇଲାନି ବଇଲେ, ସେମନ୍ କଇଲା କାତା ସତ୍ସେ । ତମର୍ ଦରମ୍ ସାସ୍ତରେ ଏନ୍ତି ଲେକା ଅଇଲା ଆଚେ । ୧୮ମୁଇ ନିଜେ ନିଜର୍ ବିସଇ ସାକି ଦେଲିନି, ଆରି ମକେ ପାଟାଇଲା ପର୍ମେସର୍ ମିସା ମର୍ ସାକି ଦେଲାନି ।”
୧୯ଲକ୍ମନ୍ ଜିସୁକେ ପାଚାର୍ଲାଇ “ତର୍ ବାବା କନ୍ତି ଆଚେ ?” ଜିସୁ ସେମନ୍କେ କଇଲା, “ତମେ ମକେ ନାଜାନାସ୍ ଆରି ମର୍ ବାବାକେ ମିସା ନାଜାନାସ୍ । ତମେ ଜଦି ମକେ ଜାନିରଇତାସ୍ ବଇଲେ ମର୍ ବାବାକେ ମିସା ଜାନ୍ତାସ୍ ।”
୨୦ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।
ଜିସୁ ତାର୍ ଜିବା ବିସଇ ବବିସତ୍କାତା କଇବାଟା
୨୧ଜିସୁ ଲକ୍ମନ୍କେ ଆରି ତରେକ୍ କଇଲା, “ମୁଇ ଗାଲିନି ଆରି ତମେ ମକେ କଜ୍ସା । ମାତର୍ ନିଜର୍ ନିଜର୍ ପାପ୍ କେମା ନ କରାଇଅଇ ମର୍ସା । ଆରି ମୁଇ ଜନ୍ ଜାଗାଇ ଜିବି ତମେ ତେଇ ଆସି ନାପାରାସ୍ ।”
୨୨ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍ ବଲି କଇଲାନି ? ଜିସୁ କାଇ ନିଜେ ଉଚ୍କି ଅଇ ମର୍ବାକେ ମନ୍ କଲାନି କି ?”
୨୩ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ । ୨୪ତମେ ନିଜର୍ ନିଜର୍ ପାପ୍ କେମା ନ କରାଇଅଇତେ ମର୍ସା ବଲି ମୁଇ ତମ୍କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍ବାସ୍ ନ କଲେ, ତମେ ନିଜର୍ ପାପେ ସେ ମର୍ସା ।”
୨୫ଜିଉଦି ନେତାମନ୍ ପାଚାର୍ଲାଇ, “ତୁଇ କେ ? ଆମ୍କେ କ ।” ଜିସୁ ସେମନ୍କେ କଇଲା, “ଆରାମେ ଅନି ମୁଇ କେ ବଲି କଇଆଇଲିନି । ୨୬ତମେ ପାପ୍ କରିରଇବାଟା ଆରି ଦସ୍ କରିରଇବା ବିସଇ ମର୍ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”
୨୭ମାତର୍ ଜିସୁ ତାର୍ ବାବାର୍ ବିସଇ ଏନ୍ତାରି କଇଲାନି ବଲି ସେମନ୍ ମୁଲ୍କେ ବୁଜି ନାପାର୍ଲାଇ । ୨୮ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା । ୨୯ଜେ ମକେ ପାଟାଇଆଚେ, ସେ ମର୍ ସଙ୍ଗ୍ ଆଚେ । ସେ ମକେ ଏକ୍ଲା ଚାଡି ଦେଏନାଇ, କାଇକେବଇଲେ ସେ ଜାଇଟା ମନ୍କଲାନି, ମୁଇ ସେଟାସେ କଲିନି ।”
୩୦ଜିସୁର୍ ଏ ସବୁ କାତା ସୁନି, ବେସି ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
ସତ୍ ବିସଇ ତମ୍କେ ମୁକ୍ଲାଇସି
୩୧ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, “ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା । ୩୨ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।”
୩୩ ଜିଉଦି ଲକ୍ମନ୍ ତାକେ କଲାଇ, “ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି ? ଏ କାତାର୍ ଅରତ୍ କାଇଟା ?”
୩୪ଜିସୁ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା । ୩୫ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି । ୩୬ସେଟାର୍ପାଇ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା । ୩୭ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ । ୩୮ମୁଇ ମର୍ ବାବା ସଙ୍ଗ୍ ରଇଲାବେଲେ ମକେ ସେ ଜାଇଟା ଦେକାଇଆଚେ, ସେଟା ତମ୍କେ କଇଲିନି । ମାତର୍ ତମର୍ ବାବା ତମ୍କେ ଜାଇଟା ସିକାଇଆଚେ, ସେଟା କଲାସ୍ନି ।”
୩୯ଜିଉଦି ଲକ୍ମନ୍ ତାକେ କଇଲାଇ, “ଆମର୍ ବାବା ଅବ୍ରାଆମ୍ ।” ଜିସୁ କଇଲା, “ତମେ ଜଦି ସତଇସେ ଅବ୍ରାଅମର୍ ନାତିତିତି ଅଇରଇତାସ୍ ବଇଲେ, ଅବ୍ରାମ୍ କରିରଇଲା କାମ୍ମନ୍ କର୍ତାସ୍ । ୪୦ପର୍ମେସର୍ ତେଇଅନି ସୁନ୍ଲା ସତ୍ କାତା ଚାଡି ମୁଇ ଆରି ତମ୍କେ କାଇଟା କଇନାଇ । ଅଇଲେ ମିସା ତମେ ମକେ ମରାଇବାକେ ଚେସ୍ଟା କଲାସ୍ନି । ମାତର୍ ଅବ୍ରାଆମ୍ ଏନ୍ତାରି କାଇ କାମ୍ କରି ନ ରଇଲା । ୪୧ତମର୍ ବାବାମନ୍ ଜନ୍ କାମ୍ମନ୍ କରି ରଇଲାଇ, ତମେ ସେଟା କଲାସ୍ନି ।” ମାତର୍ ଜିଉଦିମନ୍ କଇଲାଇ, “ଆମର୍ ବାବା ପର୍ମେସର୍ସେ । ଆମେସେ ତାର୍ ପିଲାଟକିମନ୍ ।”
୪୨ଜିସୁ ସେମନ୍କେ କଇଲା, “ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ । ୪୩ତମେ କାଇକେ ମର୍ କାତା ବୁଜି ନାପାର୍ଲାସ୍ନି ? କାଇକେ ବଇଲେ ତମେ ମର୍ ସିକିଆ ସୁନି ତବିର୍ଅଇ ରଇ ନାପାର୍ଲାସ୍ନି । ୪୪ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା । ୪୫ଏବେ ମୁଇ ସବୁବେଲା ସତ୍କାତା କଇଲିନି ମିସା ତମେ ମକେ ବିସ୍ବାସ୍ କରାସ୍ନାଇ । ୪୬ତମର୍ ବିତ୍ରେ ଅନି କେମିସା ଗଟେକ୍ ଲକ୍ ମୁଇ ପାପ୍ କଲିଆଚି ବଲି ମକେ ଦସି କରାଇପାରେ କି ? ଆରି ମୁଇ ଜଦି ସତ୍କାତା କଇଲିନି ବଇଲେ, ତମେ କାଇଜେ ବିସ୍ବାସ୍ କରାସ୍ ନାଇ ? ୪୭ଜେତ୍କି ଲକ୍ ପର୍ମେସରର୍ ଅଇଲାଇ ଆଚତ୍, ସେମନ୍ ପର୍ମେସରର୍ କାତା ସୁନ୍ବାଇ । ଆରି ତମେ ପର୍ମେସରର୍ତେଇଅନି ଆଇଲା ଲକ୍ ନୁଆସ୍ । ସେଟାର୍ପାଇ ତମେ ମର୍ ବାକିଅ ସୁନାସ୍ ନାଇ ।”
ଜିସୁ ଆରି ଅବ୍ରାଆମ୍
୪୮ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି ?”
୪୯ଜିସୁ ସେମନ୍କେ କଇଲା, “ନାଇ ! ମକେ ଡୁମା ଦାରେ ନାଇ । ମୁଇ ମର୍ ବାବାକେ ସନ୍ମାନ୍ ଦେଲିନି । ମାତର୍ ତମେ ମକେ ନିନ୍ଦାକାତା କଇ ଲାଜ୍ କରାଇଲାସ୍ନି । ୫୦ମୁଇ ନିଜେ ଡାକ୍ପୁଟା ପାଇବାକେ ଚେସ୍ଟା କରିନାଇ । ମାତର୍ ଆରି ଗଟେକ୍ ଲକ୍ ମକେ ଡାକ୍ପୁଟା କରାଇବାକେ ମନ୍ କଲାନି । ସେ ଟିକ୍ ବାବେ ବିଚାର୍ କର୍ବା ମାପ୍ରୁ । ୫୧ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।”
୫୨ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।” ୫୩ସେମନ୍ ପାଚାର୍ଲାଇ “ତୁଇକାଇ ଆମର୍ ବାବା ଅବ୍ରାଆମ୍ଟାନେଅନି ବଡ୍ ଲକ୍କି ? ସେମନ୍ ମିସା ମରିଗାଲାଇ ଆଚତ୍ ଆରି ବବିସତ୍ବକ୍ତାମନ୍ ମିସା ମରିଜାଇଆଚତ୍ । ତୁଇ ନିଜ୍କେ କେ ବଲି ବାବ୍ଲୁସ୍ନି ?”
୫୪ଜିସୁ ସେମନ୍କେ କଇଲା, “ମୁଇ ଜଦି ନିଜ୍କେ ଡାକ୍ପୁଟା କର୍ବି ବଲି ଚେସ୍ଟା କର୍ତି ବଇଲେ, ସେ ଡାକ୍ପୁଟାର୍ କାଇ ମୁଲିଅ ନାଇ । ମର୍ ବାବା ଜାକେ କି ତମେ ତମର୍ ପର୍ମେସର୍ ବଲି କଇଲାସ୍ନି, ସେ ସେ ମକେ ଡାକ୍ପୁଟା କରାଇଲାନି । ୫୫ତମେ ତାକେ ନାଜାନାସ୍, ମାତର୍ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍ଆଲେ ମୁଇ ମିସା ତମର୍ପାରା ମିଚ୍ କଇବା ଲକ୍ ଅଇବି । ମାତର୍ ମୁଇ ତାକେ ଜାନିଆଚି ଆରି, ତାର୍ କାତା ମାନ୍ଲିନି । ୫୬ମୁଇ ଆଇବା ଦିନ୍ ଦେକ୍ବି ବଲି ତମର୍ ବାବା ଅବ୍ରାଆମ୍, ବେସି ଆସା କରି ସାର୍ଦା ଅଇତେ ରଇଲା । ଆରି ସେ ଦିନ୍କେ ଦେକି କରି ସାର୍ଦା ଅଇଲା” ବଲି କଇଲା ।
୫୭ତାର୍ ପଚେ ଜିଉଦିମନ୍ ଜିସୁକେ କଇଲାଇ, “ତକେ ପଚାସ୍ ବରସ୍ ମିସା ଅଏ ନାଇତା, ତୁଇ କାଇ ଅବ୍ରାଆମ୍କେ ଦେକି ଆଚୁସ୍ କି ?”
୫୮ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।”
୫୯ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।