ବିଅନ୍ ବୁନ୍ବା ବିସଇର୍ କାତା
(ମାତିଉ ୧୩:୧-୯; ଲୁକ୍ ୮:୪-୮)
୧ ଜିସୁ ଆରିତରେକ୍ ଗାଲିଲି ସମ୍ଦୁର୍ କଣ୍ଡିଟାନେ ସିକିଆ ଦେବାର୍ ଦାର୍ଲା, ଆରି ଏତେକ୍ ମାଣ୍ଡ୍ ଲକ୍ମନ୍ ତାର୍ ଲଗେ ଟୁଲ୍ଅଇଲାଇଜେ, ସେ ସମ୍ଦୁରେ ରଇବା ଗଟେକ୍ ଡଙ୍ଗାଇ ଜାଇ ବସ୍ଲା, ଆରି ଗୁଲାଇ ଲକ୍ମନ୍ ସମ୍ଦୁର୍ ପାଲିକେ ରଇଲାଇ । ୨ଜିସୁ ସେମନ୍କେ ବେସି ବିସଇ ଉଦାଅରନ୍ ଦେଇ ସିକାଇଲା । ଆରି ସିକାଇବାବେଲେ ସେମନ୍କେ କଇଲା,
୩“ସୁନା ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାର୍ ବାରଇଲା । ୪ସେ ବୁନୁ ବୁୁନୁ କେତେକ୍ ବିଅନ୍ ବାଟେ ଅଦର୍ଲା, ଆରି ଚଡଇମନ୍ ଆସି ସବୁଜାକ ବିଅନ୍ କାଇଦେଲାଇ । ୫ଆରି କେତେକ୍ ବିଅନ୍ ଉନା ମାଟିରଇ ତଲେ ପାକ୍ନା ରଇଲା ବୁଏଁ ଅଦର୍ଲା, ଆରି ମାଟି ଉନା ରଇଲାକେ ଦାପ୍ରେ ଗାଜା ଅଇଲା । ୬ମାତର୍ ବେଲ୍ ଉଦ୍ଲାକେ ଗାଜା ଅଇଲାଟା ପଡି ମସ୍ରିଗାଲା, ଆରି ଚେର୍ ବେଦି ନ ରଇଲାଜେ ସୁକିଗାଲା । ୭ଆରି କେତେକ୍ ବିଅନ୍ କାଟା ବୁଟା ମଜାଇ ଅଦର୍ଲା, ଆରି କାଟା ବୁଟାମନ୍ ଉଟି ବଡିକରି ଗାଜା ଅଇ ସବୁକେ ଚାପି ପାକାଇଲାଇ । ଚାପିଦେଲାକେ କାଇ ଦାନ୍ ମିସା ଅଏ ନାଇ । ୮ମାତର୍, ଆରି କେତେକ୍ ବିଅନ୍ ନିକ ବୁଏଁ ଅଦର୍ଲା ଆରି ଗାଜା ଅଇ ଉଟି ବଡିକରି ତିରିସ୍ ଗୁଣ୍ ସାଟେ ଗୁଣ୍ ଆରି ସଏ ଗୁଣ୍ ଜାକ ପସଲ୍ ଦେଲା ।”
୯ଆରି ଜିସୁ କଇଲା, “ଜାକେ ସୁନ୍ବାକେ କାନ୍ ଆଚେବଇଲେ, ସେ ମନ୍ଦେଇ ସୁନ ।”
ଜିସୁ ସେ ଉଦାଅରନ୍ କାଇକେ କଇଲା
(ମାତିଉ ୧୩:୧୦-୧୭; ଲୁକ୍ ୮:୯-୧୦)
୧୦ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି ?” ୧୧ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।” ୧୨ଜେନ୍ତାର୍କି
“ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍,
ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍,
ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ
ଆରି ପାପ୍ କେମା ପାଇତାଇ ।”
ଜିସୁ କାତାନିର୍ ଅରତ୍ ବୁଜାଇଲା
(ମାତିଉ ୧୩:୧୮-୨୩; ଲୁକ୍ ୮:୧୧-୧୫)
୧୩ଜିସୁ ସେମନ୍କେ କଇଲା, “ଏ ଉଦାଅରନର୍ ଅରତ୍ ତମେ ବୁଜାସ୍ ନାଇ କି ? ତେବେ ବିନ୍ ଉଦାଅରନର୍ ଅରତ୍ କେନ୍ତି ବୁଜ୍ସା ? ୧୪ଚାସି ପର୍ମେସରର୍ ବାକିଅ ବୁନ୍ସି, ୧୫ଜନ୍ଲକ୍ମନ୍ ସୁନ୍ବାଇ ଆରି ସୁନ୍ଲା ଦାପ୍ରେ, ସଇତାନ୍ ଆସି ସେମନ୍ର୍ ଟାନେଅନି ବୁନିରଇବା ବାକିଅ ଜିକି ନେଇସି, ସେମନ୍ ବୁନିରଇବା ବାଟ୍ଲଗର୍ ବିଅନ୍ ପାରା । ୧୬ସେନ୍ତାର୍ ସେ, ଜନ୍ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ଅଇ ସେଟା ମାନ୍ବାଇ, ସେଲକ୍ ପାକ୍ନା ରଇବା ଜାଗାଇ ଅଦର୍ଲା ବିଅନ୍ ପାରା । ୧୭ମାତର୍ ସେମନର୍ ଟାନେ ଚେର୍ ନ ବେଦିରଏଜେ ଚନେକର୍ପାଇ ବିସ୍ବାସ୍ କରି ରଇବାଇ, ପଚେ ବାକିଅର୍ଲାଗି କସ୍ଟ କି ତାଡ୍ନା ଆଇଲେ, ସେ ଦାପ୍ରେ ବିସ୍ବାସ୍ ଚାଡି ଦେବାଇ । ୧୮ଆରି ଜନ୍ଲକ୍ମନ୍ ବାକିଅ ସୁନ୍ବାଇ, ମାତର୍ ତାର୍ ଦିନ୍କର୍ ବିସଇର୍ ଚିନ୍ତା, ଦନର୍ ମାୟା ଆରି ବିନ୍ ବିନ୍ ବିସଇର୍ ଲାଲ୍ସାଟାନେ ପୁରିକରି ମାପ୍ରୁର୍ ବାକିଅକେ ଚାପିପାକାଇସି, ତେଇ ମାପ୍ରୁର୍ ବାକିଅ ନିକ କାମ୍ ନ କରେ । ୧୯ସେନ୍ତାରି ଅଦେକ୍ ଲକ୍ମନ୍ ବିଅନ୍ ବୁନିରଇବା କାଟାଲାଟା ବୁଇଁ ପାରା । ୨୦ବାକିଲକ୍ମନ୍ ବାକିଅ ସୁନି ସେଟା ମାନ୍ବାଇ ଆରି ତିରିସ୍ ଗୁଣ୍, ସାଟେ ଗୁଣ୍ ଆରି ସଏ ଗୁଣ୍ ପଲ୍ ଦେବାଇ, ସେମନ୍ ବିଅନ୍ ଅଦ୍ରି ରଇବା ନିକ ବୁଇଁ ପାରା ।”
ବତି କୁଦ୍ରା
(ଲୁକ୍ ୮:୧୬-୧୮)
୨୧ ଜିସୁ ଆରିତରେକ୍ ସେମନ୍କେ କଇଲା, “ବତି ଡସାଇ ମାନ୍ ତଲେ କି କଟ୍ ତଲେ ସଙ୍ଗଇବାକେ ନ ଆନତ୍ । ବତି, କୁଦ୍ରାଇ ସଙ୍ଗଇବାକେ ଡସାଇବାଇ । ୨୨ କାଇକେବଇଲେ ଲକ୍ମନ୍କେ ଏବେଜାକ ନାଜାନି ରଇବା ବିସଇ ଜାନାଇ ଦିଆଅଇସି, ଆରି ଜନ୍ ବିସଇ ସବୁ ଲୁଚି ରଇସି, ସେଟା ମେଲାକରି ଦିଆଅଇସି । ୨୩ଜଦି ଜାକେ ନିକ ସଙ୍ଗ୍ ସୁନ୍ବାର୍ ଆଚେ, ସେ ନିକ ସଙ୍ଗ୍ ସୁନ ।”
୨୪ ଆରି ଜିସୁ ସେମନ୍କେ କଇଲା, “କାଇଟା ସୁନ୍ଲାସ୍ନି, ସେ ବିସଇ ଏତାଇକରି ଜାଗରତ୍ ରୁଆ । ଜନ୍ ନାପେ ତମେ ନାପ୍ସା, ସେ ନାପେ ପର୍ମେସର୍ ତମ୍କେ ନାପ୍ସି, ଆରି ତାର୍ତେଇଅନି ଅଦିକ୍ । ୨୫ କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
୨୬ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି । ୨୭ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ, ୨୮ଜମି ତାର୍ମନ୍କେ ପଲ୍ ଉବ୍ଜାଇସି, ପର୍ତୁମ୍ ପତର୍, ପଚେ କେଡ୍, ତାର୍ପଚେ ମୁଞ୍ଜି ପୁରୁନ୍ ରଇବା କେଡ୍ । ୨୯ମାତର୍ ଚାସ୍ ପାଚ୍ଲା ଦାପ୍ରେ କାଟ୍ବା ବେଲା କେଟିଆଇଲେ, ଚାସି କାଟ୍ବାକେ ଇଲା ଲାଗାଇସି ।”
ସର୍ସୁ ମୁଞ୍ଜିର୍ କାତାନି
(ମାତିଉ ୧୩:୩୧,୩୨,୩୪; ଲୁକ୍ ୧୩:୧୮-୧୯)
୩୦ସେ ଆରି ତରେକ୍ କଇଲା, “ଆମେ ପର୍ମେସରର୍ ରାଇଜ୍ କାଇଟା ସଙ୍ଗ୍ ସମାନ୍ କରୁ ? ନଇଲେ କାଇ ଉଦାଅରନ୍ ସଙ୍ଗ୍ ବୁଜାଇଦେଉଁ ? ୩୧ସେଟା ଗଟେକ୍ ସର୍ସୁ ମୁଞ୍ଜି ପାରା, ବୁଏଁ ବୁନ୍ବା ବେଲେ ସେଟା ପୁର୍ତିବିର୍ ସବୁ ମୁଞ୍ଜିତେଇ ଅନି ସାନ୍ଟା, ୩୨ମାତର୍ ବୁନ୍ଲେ, ସେଟା ବଡିକରି ସବୁ ସାଗର୍ ଟାନେଅନି ବଡ୍ ଅଇସି, ଆରି ତାର୍ କେନ୍ଦି ଏନ୍ତି ବଡ୍ ବଡ୍ ଅଇଜାଇସି ଜେ, ସରଗର୍ ଚଡଇମନ୍ ତାର୍ କେନ୍ଦାଇ ବାସା ଅଇବାଇ ।”
୩୩ଜିସୁ ଏନ୍ତି କେତେକ୍ କେତେକ୍ ଉଦାଅରଣ୍ ସଙ୍ଗ୍ ସେମନର୍ ବୁଜ୍ବା ବପୁ ଇସାବେ ବାକିଅ ସୁନାଇତେ ରଇଲା, ୩୪ଆରି ଉଦାଅରନ୍ ନଇତେ ସେ ତାକର୍ ଲଗେ କାଇ କାତା ନ କଇତେରଇଲା । ମାତର୍ ଜିସୁ ବିନ୍ ଲକ୍ମନ୍ କେ ନ ରଇଲାବେଲେ ନିଜର୍ ସିସ୍ମନ୍କେ ସବୁ ବିସଇ ବୁଜାଇ ଦେଇତେ ରଇଲା ।
ଜିସୁ ପବନ୍କେ ତବିର୍ କଲା
(ମାତିଉ ୮:୨୩-୨୭; ଲୁକ୍ ୮:୨୨-୨୫)
୩୫ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।” ୩୬ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା । ୩୭ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା । ୩୮ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, “ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ ?”
୩୯ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, “ତବିର୍ ଅଇ ଚୁପ୍ ର ।” ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା । ୪୦ଆରି ସେ ସିସ୍ମନ୍କେ କଇଲା, “କାଇକେ ଏତେକ୍ ଡର୍ଲାସ୍ନି ? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି ?”
୪୧ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି ?”