ଜିସୁ ଡାକ୍ପୁଟାଅଇ ଜିରୁସାଲାମ୍ କେଟ୍ଲା
(ମାତିଉ ୨୧:୧-୧୧; ଲୁକ୍ ୧୯:୨୮-୪୦; ଜଅନ୍ ୧୨:୧୨-୧୯)
୧ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇକରି ଜିତ୍ ନାଉଁର୍ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତ୍ନିଆ ନାଉଁର୍ ଗାଏଁ କେଟ୍ଲାଇ । ଜିସୁ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକିକରି ସେମନ୍କେ କଇଲା, ୨ତମେ ଆମର୍ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍ରେ ଜିବାବେଲେ, ଗଟେକ୍ ଗଦ ପିଲା ବାନ୍ଦିରଇଲାଟା ଦେକ୍ସା । ସେ ଗଦ ପିଲାର୍ ଉପ୍ରେ ଏବେଜାକ କେ ମିସା ଚଗତ୍ ନାଇ । ତାକେ ମେଲିକରି ମର୍ଲଗେ ଦାରିଆସା । ୩ଜଦି କେ ତମ୍କେ କାଇକେ ମେଲିକରି ନେଲାସ୍ନି ? ବଲି ପାଚାର୍ଲେ, ମାପ୍ରୁକେ ଦର୍କାର୍ ଆଚେ ଆରି ସେ ତମ୍କେ ଦାପ୍ରେସେ ବାଉଡାଇଦେଇସି । ବଲି ସେମନ୍ ଜିବା ଆଗ୍ତୁ ସେମନ୍କେ ପାଟାଇଦେଲା ।
୪ସେ ଗାଏଁ ଗାଲାଇ ଜେ ଗଟେକ୍ ଗରର୍ ଡାଣ୍ଡର୍ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍ଲାଇ । ୫ତେଇ ଟିଆଅଇରଇଲା କେତେଲକ୍ମନ୍ କଇଲାଇ, “ତମେ କାଇଟା କଲାସ୍ନି ? ଆରି କାଇକେ ଏ ଗଦ ପିଲାକେ ମେଲ୍ଲାସ୍ନି ?”
୬ସେମନ୍କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍ମନ୍ ଲକ୍ମନ୍କେ କଇଲାଇ । ତାର୍ପଚେ ସେ ଲକ୍ମନ୍ “ଗଦ ପିଲାକେ ନିଆ ।” ବଲି କଇଲାଇ ।
୭ସେମନ୍ ଗଦ ପିଲାକେ ଜିସୁର୍ ଲଗେ ଆନ୍ଲାଇ ଆରି ନିଜର୍ ନିଜର୍ ପଚିଆମନ୍ ଗଦ ପିଲାର୍ ପିଟି ଉପ୍ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍ରେ ବସ୍ଲା । ୮ବେସି ଲକ୍ମନ୍ ଜିସୁକେ ସନ୍ମାନ୍ ଦେବାକେ ନିଜର୍ ନିଜର୍ ପଚିଆମନ୍ ବାଟେ ଅଚାଇଦେଲାଇ ଆରି ବିନ୍ଲକ୍ମନ୍ ଗଚର୍ ଡାଲ୍ପତର୍ ଆରି କେନ୍ଦାମନ୍ କାଟିଆନିକରି ବାଟେ ଅଚାଇଦେଲାଇ । ୯ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜିବା ଲକ୍ମନ୍ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍ମେସର୍କେ ଡାକ୍ପୁଟା କରା । ପର୍ମେସର୍ ତାକେ ଆସିର୍ବାଦ୍ କଲାଆଚେ । ୧୦ଆମର୍ ଆନିଦାଦି ଦାଉଦ୍ ରାଜାର୍ ରାଇଜ୍ ଆଇଲାନି, ତାର୍ ରାଇଜ୍ ପର୍ମେସର୍ ଆସିର୍ବାଦ୍ କର । ସର୍ଗେ ରଇବା ବାବା ପର୍ମେସର୍ ସନ୍ମାନ୍ ପାଇଲାପାରା କାତା କୁଆ” ବଲି କଇଲାଇ ।
୧୧ତାର୍ପଚେ ଜିସୁ ଜିରୁସାଲାମ୍ ଆସିକରି ପର୍ମେସରର୍ ଗର୍ ବିତ୍ରେ ପୁର୍ଲା । ଆରି ଚାରିବେଡ୍ତି ରଇଲା ସବୁ ଜିନିସ୍ମନ୍ ନିମାନ୍ କରି ଦେକ୍ଲା । ସେ ବେଲା ବେସି ଅଲ୍ସମ୍ ଅଇଗାଲାଜେ, ସେ ବାର୍ଟା ସିସ୍ମନର୍ ସଙ୍ଗ୍ ବେତ୍ନିଆ ନାଉଁର୍ ଗାଏଁ ଉଟିଜାଇକରି ତେଇ ରଇଲା ।
ଜିସୁ ଡୁମ୍ରି ଗଚ୍କେ ସାଇପ୍ଦେଲା
(ମାତିଉ ୨୧:୧୮-୧୯)
୧୨ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା । ୧୩ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା । ୧୪ଜିସୁ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।” ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ ।
ଜିସୁ ଜିରୁସାଲାମର୍ ପାର୍ତନା ଗର୍ ପରିଚଲ୍ କଲା
(ମାତିଉ ୨୧:୧୨-୧୭; ଲୁକ୍ ୧୯:୩୯-୪୮; ଜଅନ୍ ୨:୧୩-୨୨)
୧୫ତାର୍ପଚେ ଜିସୁ ଜିରୁସାଲାମର୍ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ଡାଣ୍ଡେ ବାର୍କରାଇଦେଲା । ବିନ୍ ଦେସର୍ ଡାବୁ ବାଦ୍ଲାଇବା ଲକ୍ମନର୍ ଟେବୁଲ୍ ଆରି ବିରୁ କର୍ବା ପରୁଆ ବିକ୍ବା ଲକ୍ମନର୍ ବସ୍ବା ପିଡା ପାସ୍ଲାଇ ପାକାଇଲା । ୧୬ମନ୍ଦିରର୍ ଡାଣ୍ଡେ ଗେନା ବିକା କର୍ବାକେ ସେ କାକେମିସା ଦେଏ ନାଇ । ୧୭ତାର୍ ପଚେ ସେ ଲକ୍ମନ୍କେ ସିକାଇଦେବାବେଲେ ଏନ୍ତି କଇଲା,
“ମର୍ ମନ୍ଦିର୍ ସବୁ ଜାତିର୍ ଲକ୍ମନର୍ ପାର୍ତନା ଗର୍ ବଲି ନାମ୍ବାଇ ବଲି ପର୍ମେସରର୍ ବଇଟାନେ ଲେକା ଅଇଆଚେ,
ମାତର୍ ତମେ ସେ ଗର୍ ଚର୍ମନର୍ ପାଆର୍ କରିଆଚାସ୍ ।”
୧୮ତେଇ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ଏ କାତା ସୁନି, ଜିସୁକେ କେନ୍ତି ମରାଇବାର୍ ଅଇସି ବଲି ଚେସ୍ଟା କର୍ତେରଇଲାଇ । ମାତର୍ ଲକ୍ମନ୍କେ ଡର୍ତେରଇଲାଇ । କାଇକେବଇଲେ ଲକ୍ମନ୍ ସେ ସିକାଇଦେବା ବିସଇ କାବା ଅଇକରି ବେସି ମନ୍ କରି ସୁନ୍ତେରଇଲାଇ ।
୧୯ଆରି ସେଦିନର୍ ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ନଅରେଅନି ବାରଇକରି ଉଟିଗାଲାଇ ।
ଡୁମ୍ରି ଗଚର୍ତେଇ ଅନି ସିକିଆ
(ମାତିଉ ୨୧:୨୧-୨୨)
୨୦ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା ! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ । ୨୧ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।”
୨୨ଜିସୁ ସେମନ୍କେ କଇଲା, “ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ । ୨୩ ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି । ୨୪ସେଟାର୍ପାଇ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି । ୨୫ ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି । ୨୬ମାତର୍ ତମେ କେମା ନ କଲେ, ତମର୍ ସରଗର୍ ବାବା ମିସା ତମ୍କେ କେମା ନ ଦେଏ ।”
ଜିସୁର୍ ଅଦିକାର୍ ବିସଇନେଇ ପର୍ସନ୍
(ମାତିଉ ୨୧:୨୩-୨୭; ଲୁକ୍ ୨୦:୧-୮)
୨୭ସେମନ୍ ଆରିତରେକ୍ ଜିରୁସାଲାମେ ଆଇଲାଇ । ଜିସୁ ମନ୍ଦିରର୍ ଦୁଆରେ ବୁଲ୍ବାବେଲେ ମୁକିଅ ପୁଜାରିମନ୍, ନିୟମ୍ ସିକାଉମନ୍ ଆରି ପାର୍ଚିନ୍ମନ୍ ତାର୍ ଲଗେ ଆସି ପାଚାର୍ଲାଇ, ୨୮“ତୁଇ କାଇ ଅଦିକାରେ ଏ ସବୁ କାମ୍ମନ୍ କଲୁସ୍ନି ? ଆରି ଏ ସବୁ କାମ୍ମନ୍ କର୍ବାକେ ତକେ କେ ଅଦିକାର୍ ଦେଲାଆଚେ ?”
୨୯ମାତର୍ ଜିସୁ ସେମନ୍କେ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି, ସେ ପର୍ସନର୍ ଉତର୍ ତମେ କଇଲେ, ମୁଇ ଏ ସବୁ କାମ୍ କନ୍ ଅଦିକାରେ କଲିନି, ସେଟା ତମ୍କେ କଇବି । ୩୦ଜଅନ୍ ଡୁବନ୍ ଦେବା ଅଦିକାର୍ ସରଗର୍ ପର୍ମେସରର୍ଟାନେଅନି ଆସିରଇଲା କି ଲକ୍ମନର୍ ଟାନେଅନି ଆସିରଇଲା ? ଏଟା ମକେ କୁଆ ।” ବଲି କଇଲା ।
୩୧ତେଇ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍ ପର୍ମେସରର୍ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍ ଆଲେ ତମେ ଜଅନ୍ ଜନ୍ଟା କଇଲା ସେଟା କାଇକେ ବିସ୍ବାସ୍ କରାସ୍ ନାଇ ? ବଲିକରି ଜିସୁ ଆମ୍କେ କଇସି । ୩୨ମାତର୍ ଲକ୍ମନର୍ଟାନେଅନି ବଲି କଇବାକେ ଆମ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।” ୩୩ସେଟାର୍ପାଇ ସେମନ୍ ଆମେ ନାଜାନୁ । ବଲି ଜିସୁକେ କଇଲାଇ । ତାର୍ପଚେ ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କନ୍ ଅଦିକାରେ ଏସବୁ କାମ୍ କଲିନି, ସେଟା ତମ୍କେ ନ କଇ ।”