ଏବ୍ରି ମାନଙ୍କ ନିକଟକୁ ପତ୍ର
ଏବ୍ରି ଲକ୍ମନର୍ ଲଗେ ଚିଟି ଲେକ୍ଲାଟା
ଏ ବଇ ବିସଇରେ ଜାନ୍ବାଟା
ଏବ୍ରି ବଇ ଗଟେକ୍ ଲକ୍ମନ୍କେ ସାର୍ଦା କରାଇବା ଚିଟି । ପୁର୍ନା ନିୟମର୍ ବିନ୍ ବିନ୍ ବବିସତ୍ କାତା, ପୁରାପୁରୁନ୍ ଅଇରଇବା ବିସଇ ଏ ବଇଟାନେ ମିଲାଇବାର୍ ଅଇସି । ଏଟା ଗଟେକ୍ ଉପ୍ଦେସ୍ ଦେବା ବଇପାରା । ଇତି ପାକାପାକି ୬୦ ଅନି ଅଦିକ୍ ପୁର୍ନା ନିୟମର୍ ବିସଇ ଆଚେ । ଜନଟାକି ଜିସୁ କିରିସ୍ଟ କେନ୍ତିବାବେ ବବିସତ୍ କାତା ଆରି ଜିଉଦି ପୁଜାରିମନର୍ କରମ୍ ପୁରାପୁରୁନ୍ କଲା, ସେଟାମନ୍ ଏ ବଇଟାନେ ଆମେ ମିଲାଇବାର୍ ଅଇସି । ସେଟାର୍ପାଇ ଏଟା ଜିଉଦି ବିସ୍ବାସିମନ୍କେ ଗଟେକ୍ ବପୁଦେବା ବଇ । ଜିସୁ ଜେନ୍ତାରି ରିତିନିତି ମନ୍ ସାରାଇଲା, ଜନ୍ଟାକି ପୁଜାରିମନ୍ ଆରିତରେକ୍ କେବେ ବଲି ନ ଦେଅତ୍, ସେଟା ଏବ୍ରି ଚିଟିଟାନେ ଦେକାଇଆଚେ ।
ଜିସୁ କିରିସ୍ଟ ଅଇଲାନି ସବୁରକାମର୍ ପାପର୍ ବଲି । ଏଟା ଗଟେକ୍ତର୍କେସେ ସବୁବେଲର୍ପାଇ ଅଇସି । ଏବର୍ ଜୁଗର୍ ବିସ୍ବାସିମନର୍ପାଇ ଏବ୍ରି ଲେକ୍ଲା ଚିଟିଟାନେ ବପୁ ରଇବାଟା ଡିସ୍ଲାନି । କିରିସ୍ଟ ଆକା ଆମ୍କେ ପର୍ମେସରର୍ ସଙ୍ଗେ ରଇକରି ଜିଇବା କାଇବାଟା କରିପାର୍ସି ଆରି ତାକେ ଆସାକରି ତାର୍ ସଙ୍ଗେ ରଇବାର୍ ଆରି ଇଣ୍ଡ୍ବାର୍ ଅଇସି । ୧୨:୨ । ଏବ୍ରି ବଇ କେ ଲେକ୍ଲାଇଆଚତ୍ ସେଟା ଏବେଜାକ ଜାନାପଡେନାଇ । ମାତର୍ ପଣ୍ଡିତ୍ମନ୍ ପେରିତ୍ ପାଉଲ୍ ଲୁକ୍ ନଇଲେ ବର୍ନବା ଲେକିରଇବାଇ ବଲି କଇଆଚତ୍ । ଏଟା କେବେ ଲେକା ଅଇଲାଆଚେ, ସେଟାମିସା କେ ନାଜାନତ୍ । ମାତର୍ କେତେକ୍ଲକ୍ ଏଟା ଜିସୁକିରିସ୍ଟ ଜନମ୍ ଅଇକରି ୭୦ କିରିସ୍ଟାବ୍ଦରେ ଲେକିଆଚତ୍ ବଲି ବିସ୍ବାସ୍ କଲାଇନି ।
ଜିରୁସାଲାମ୍ ମନ୍ଦିର୍ ୭୦ କିରିସ୍ଟାବ୍ଦରେ ନସ୍ଟ ଅଇଗାଲା, ମାତର୍ ଏ ଚିଟିଲଗେ ଲେକ୍ଲା ଲକ୍, ଏଟା ନ ନସ୍ଲାପାରା କଇଲା ଆଚେ । ଏବ୍ରି ଚିଟି କଇବାକେ ଗାଲେ ରମିୟ ନଅରେ ଲେକା ଅଇରଇଲା । ୧୩:୨୪ ଆରି ବିନ୍ ବିନ୍ ମଣ୍ଡଲିମନ୍କେ ବାଟାକରି ଦେଇରଇଲାଇ ।
ଏ ବଇ ବିତ୍ରେ ରଇବାଟା
୧. ଜେ ଲେକ୍ଲାଆଚେ ସେ ଜିସୁକିରିସ୍ଟ ଅଇଲାନି ପର୍ମେସରର୍ ବବିସତ୍ବକ୍ତା ଦୁତ୍ମନର୍ ଟାନେମିସା ମୁକିଅ ବଲି ଜାନାଇଦେଲାନି । ୧:୧–୪:୧୩
୨. ଲେକ୍ଲା ଲକ୍ ମିସା ଜାନାଇଦେଲାନି କି, ଜିରୁସାଲମେ ପୁଜାରି ଇସାବେ ସେବା କର୍ତେରଇବା ଲକ୍ମନର୍ଟାନେ ମିସା ଜିସୁ ମୁକିଅ । ୪:୧୪–୭:୨୮
୨. ପର୍ମେସର୍ ମସାକେ ନିୟମ୍ ଦେଇକରି ତାର୍ ଲକ୍ମନର୍ ସଙ୍ଗେ କରିରଇବା ରାଜିନାମା ଟାନେଅନି ଜିସୁର୍ ସେବା କର୍ବାଟା ମୁକିଅ । ୮:୧–୧୦:୩୧
୩. ଲେକିରଇବା ଲକ୍ ଜିସୁକେ ସବୁକାମେ ମୁକିଅ ବଲି ବୁଜାଇଦେଲାଆଚେ । ଆରି ସବୁର୍ପାଇ ଏ ଆଦେସ୍ ଦେଇଆଚେ । ୧୦:୩୨–୧୩:୧୭
୪. ଲେକ୍ଲା ଲକ୍ ଏ ଚିଟିଟାନେ କେତେଟା ବିସଇ ମୁର୍ଚିକରି ରଇବାକେ ଆଦେସ୍ ଦେଲାଆଚେ । ଆରି ଜୁଆର୍ବିଆର୍ ଜାନାଇକରି ଏ ଲେକା ସାରାଇଆଚେ । ୧୩:୧୮-୨୫
ପଅର୍ ଲାଗି ମାପ୍ରୁର୍ ବାକିଅ
୧ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା । ୨ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । ୩ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
ପର୍ମେସରର୍ ପ ମୁକିଆ
୪ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା । ୫କାଇକେବଇଲେ, ପର୍ମେସର୍ ତାର୍ କନ୍ ଦୁତ୍କେ ମିସା ଏନ୍ତାରି କଏ ନାଇ,
ତୁଇ ମର୍ ପଅ,
ଆଜିଅନି ମୁଇ ତର୍ ବାବା ଅଇଲି ଆଚି,
ତାର୍ କନ୍ ଦୁତର୍ ବିସଇ ଏନ୍ତାରି କଏନାଇ,
ମୁଇ ତର୍ ବାବା ଅଇବି ଆରି
ସେ ମର୍ ପଅ ଅଇସି ।
୬ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା,
ପର୍ମେସରର୍ ଦୁତ୍ମନ୍ ତାକେ ସେବା କର୍ବାଇ ।
୭ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା,
ପର୍ମେସର୍ ତାର୍ ଦୁତ୍ମନ୍କେ ପବନ୍ ପାରା କଲାଆଚେ ।
ଆରି ତାର୍ ଦାଙ୍ଗ୍ଡାମନ୍କେ ଲାଗ୍ବା ଜଇପାରା କଲାଆଚେ ।
୮ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା,
“ଏ ପର୍ମେସର୍ ତର୍ ରାଇଜ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସି, ଆରି କେବେ ନ ସାରେ ।
କାଇ ଅନିଆଇ ନ କରି ତର୍ ଲକ୍ମନ୍କେ ସାସନ୍ କଲୁସ୍ନି ।
୯ସତ୍ ବିସଇ ମନ୍କରି ବିନ୍ ବିସଇ ଗିନ୍ କଲୁସ୍ନି ।
ତେବର୍ପାଇ ତର୍ ପର୍ମେସର୍ ତକେ ବାଚ୍ଲାଆଚେ ।
ସେ ତକେ ଆଲାଦ୍ କରି
ତର୍ ସଙ୍ଗାରିମନର୍ ତେଇଅନି ଅଦିକ୍ ସନ୍ମାନ୍ ଦେଇ ସାର୍ଦା କରାଇଆଚେ ।”
୧୦ସେ ଏନ୍ତାରି ମିସା କଇଲାଆଚେ,
“ଏ ମାପ୍ରୁ ଆରାମେ ଅନି ତୁଇ ଜଗତ୍ ତିଆର୍ କରିଆଚୁସ୍ ।
ଆରି ତର୍ ନିଜର୍ ଆତେ ଆକାସ୍ ଆରି ତେଇ ରଇବା ସବୁଜାକ ତିଆର୍ କଲୁସ୍ ।
୧୧ସେଟା ସବୁ ମାୟା ଅଇଜାଇସି, ମାତର୍ ତୁଇ ସବୁଦିନର୍ପାଇ ରଇସୁ ।
ସେଟା ସବୁ ପୁର୍ନା ଲୁଗା ପାରା ଚିରି ଅଇଜାଇସି ।
୧୨ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍କେ ସଙ୍ଗଇସୁ ।
ଆରି ଲୁଗା ପାଲ୍ଟନା କଲାପାରା ବାଦ୍ଲାଇସୁ ।
ମାତର୍ ନିଜେ ତୁଇ ନ ବାଦ୍ଲି କରି
କାଲ୍ କାଲ୍ ଜୁଗ୍ ଜୁଗ୍ ରଇସୁ ।”
୧୩ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ,
“ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ
ନ ସଙ୍ଗଇବା ଜାକ
ମର୍ ଉଜାବାଟେ ବସି ରୁଆ ।”
୧୪ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।