ଜିସୁ ଆମର୍ ବଡ୍ପୁଜାରି
୧ଏ ସବୁ କାତାଇଅନି ତମ୍କେ ବୁଜତ୍ ବଲି ମୁଇ ମନ୍ କଲିନି ଜେ, ଏ ଆମର୍ ବଡ୍ ପୁଜାରି ସରଗର୍ ସବୁର୍ ଉପ୍ରେ ପର୍ମେସରର୍ ଉଜାବାଟେ ବସ୍ଲା ଆଚେ । ୨ଆରି ପର୍ମେସରର୍ ଅଦିକ୍ ସୁକଲ୍ ଜାଗାଇ ସେ ବଡ୍ ପୁଜାରି ଇସାବେ ସେବା କଲାନି । ସେ ତୁମ୍କୁଡିଆ ଲକ୍ମନ୍ ତିଆର୍କଲାଟା ନଏଁ, ମାତର୍ ସେଟା ମାପ୍ରୁ ତିଆର୍ କଲାଆଚେ ।
୩ସବୁ ବଡ୍ପୁଜାରିମନ୍ ଲକ୍ମନ୍ ଦେଇରଇବା ପସୁମନ୍ ଆରି ବିନ୍ ରକାମର୍ ବଲି ପର୍ମେସର୍କେ ସର୍ପି ଦେବାକେ ବାଚ୍ଲାଇ ଆଚତ୍ । ତେବର୍ପାଇ ଆମର୍ ବଡ୍ ପୁଜାରି ମିସା କାଇଟା ମିସା ପର୍ମେସର୍କେ ସର୍ପାଇବାର୍ ଆଚେ । ୪ମାତର୍ ଏ ଜଗତେ ସେବା କରେନାଇ । ସେ ଜଦି ଏ ଜଗତେ ରଇତା, ତେବେ ସେ ଗଟେକ୍ ପୁଜାରି ନ ଅଇତା । କାଇକେ ବଇଲେ ଜିଉଦିମନର୍ ନିୟମ୍ ଇସାବେ ଦାନ୍ ସର୍ପିଦେବାକେ ପୁଜାରିମନ୍ ରଇଲାଇ । ୫ମାତର୍ ତାକର୍ ସେବା କର୍ବା ଜାଗା ସର୍ଗେ ରଇବା ସତ୍ ବିସଇ ଅବ୍କା ଗଟେକ୍ ଚାଇପାରା । ସମାନ୍ ସେନ୍ତାରିସେ ମସାର୍ ବେଲେ ଅଇଲା । ସେ ଜେଡେବଲ୍ ଗଟେକ୍ ତୁମ୍କୁଡିଆ ତିଆର୍ କର୍ବାକେ ଜାଇତେରଇଲା, ପରମେସର୍ ତାକେ ତିଆର୍ଲା, “ଜାଗ୍ରତ୍ ! ତୁଇ ସୁକଲ୍ ତୁମ୍କୁଡିଆଇ ଜେତ୍କି କର୍ସୁ ବଇଲେ, ମୁଇ ତକେ ସେଟା ପର୍ବତେ ଦେକାଇଲା ରକାମ୍ କର୍ବାର୍ ଆଚେ ।” ୬ଏ ଜଗତର୍ ପୁଜାରିମନର୍ କାମ୍ତେଇଅନି ଜନ୍ କାମ୍ ପର୍ମେସର୍ ଜିସୁକେ ସର୍ପିଦେଲା, ସେ କାମ୍ ଅଦିକ୍ ଗୁର୍ତୁ ରଇବାଟା । ସେନ୍ତାରିସେ ଜନ୍ ନୁଆ ରାଜିନାମାସଙ୍ଗ୍ ସେ ପର୍ମେସର୍ ଆରି ମନୁସ୍ଜାତିକେ ଆରିତରେକ୍ ମିସାଇଲା, ସେଟା ପୁର୍ନା ରାଜିନାମାତେଇ ଅନି ନିକ । କାଇକେବଇଲେ, ନୁଆ ରାଜିନାମାତେଇ ରଇବା ପର୍ମେସରର୍ ସପତ୍ ସବୁ ବେସି ନିକ ଆଚେ ।
୭ପର୍ତୁମର୍ ରାଜିନାମାତେଇ ଜଦି କାଇ ବୁଲ୍ ନ ରଇତା, ତେବେ ପର୍ମେସର୍ ସେଟା ନ ବାଦ୍ଲାଇତା । ୮ମାତର୍ ସେ ରାଜିନାମା ମାନିକରି ରଇଲା ଲକ୍ମନର୍ ଚଲାଚଲ୍ତି ସଙ୍ଗ୍ ପର୍ମେସର୍ ସାର୍ଦା ନ ରଇଲା । କାଇକେବଇଲେ ସାସ୍ତରର୍ ମାପ୍ରୁର୍ ବାକିଅଟାନେ ଲେକା ଅଇଲାଆଚେ,
“ଆଗ୍କେ ଗଟେକ୍ ବେଲା ଆଇଲାନି
ଜେଡେବେଲ୍ କି ଇସ୍ରାଏଲର୍ ଲକ୍ମନ୍କେ ଆରି ଜିଉଦାର୍ ଲକ୍ମନ୍କେ ମର୍ ନିଜର୍ କର୍ବାକେ ମୁଇ ଗଟେକ୍ ନୁଆ ରାଜିନାମା ଟିକ୍ କର୍ବି ।”
୯ଏ ନୁଆ ରାଜିନାମା ଆଗର୍ ରାଜିନାମା ପାରା ନ ରଏ । ସେ ରାଜିନାମା ତାକର୍ ଆନିଦାଦିମନ୍କେ ମିସର୍ଦେସେଅନି ଡାକି ଆନ୍ଲାବେଲେ ମୁଇ କରିରଇଲି । ଆଗର୍ ରାଜିନାମାର୍ ମର୍ ଆଦେସ୍ ସବୁ ସେମନ୍ ମାନତ୍ନାଇ । ତେବର୍ପାଇ ମୁଇ ଆରି ସେମନର୍ବାଟେ ନ ଦେକି ।
୧୦ମାପ୍ରୁ ଆରିତରେକ୍ କଇଲା, ଇସ୍ରାଏଲର୍ ଲକ୍ମନ୍କେ ମର୍ ନିଜର୍ କର୍ବାକେ ମୁଇ ଜନ୍ ନୁଆ ରାଜିନାମା ତିଆର୍କର୍ବି ସେଟା ଏନ୍ତାରି ରଇସି । ମୁଇ ମର୍ ଆଦେସ୍ ତାକର୍ ଚିନ୍ତା କଲାଟାନେ ଦେବି ଆରି ତାକର୍ ମନ୍ ବିତ୍ରେ ଲେକ୍ବି । ଆରି ମୁଇ ତାକର୍ ପର୍ମେସର୍ ଅଇରଇବି ଆରି ସେମନ୍ ମର୍ ନିଜର୍ ଅଇରଇବାଇ ।
୧୧ଏଟାର୍ଲାଗି କେ ମିସା ମର୍ ବିସଇରେ ତାର୍ ସଙ୍ଗର୍ ଲକ୍ମନ୍କେ ସିକାଇବାକେ ନ ପଡେ । ଆରି ମୁଇ କେ ବଲି କେ ମିସା ତାକର୍ ବାଇମନ୍କେ ବାତାଇବାକେ ନ ପଡେ । କାଇକେବଇଲେ, ସେବେଲେ ଗୁଲାଇ ଲକ୍ ବଡ୍ ଅଅତ୍ କି ସାନ୍ ଅଅତ୍ ମୁଇ କେ ବଲି ଜାନ୍ବାଇ ।
୧୨ମୁଇ ସେମନର୍ ସବୁ ପାପ୍ କେମା କର୍ବି ଆରି
ସେମନ୍ କାଇ ଅନିଆଇ କଲାଟା ମିସା ମନେ ନ ଏତାଇ ।
୧୩ଏବେ ଗଟେକ୍ ନୁଆ ରାଜିନାମା ଆଚେ ବଲି ପର୍ମେସର୍ କଇଲାକେ ପୁର୍ନା ରାଜିନାମାକେ କାଇ ମୁଲିଅ ନାଇ ବଲି ଆମେ ଜାନୁ । ଜନ୍ଟା ପୁର୍ନା ଅଇଗାଲା ଆରି କାଇଟା ପାଇ ମିସା ଲଡାକେ ନ ଆଇଲେ, ସେଟା ବାଇରେ ପିଙ୍ଗିଦେବାଇ ।