ଜିସୁ ବନ୍ଦ୍ଟାନେ ଗଟେକ୍ ରଗିକେ ନିକ କଲା
୧ତାର୍ ପଚେ ଜିଉଦିମନର୍ ଗଟେକ୍ ମୁକିଅ ପରବ୍ ରଇଲା । ସେଟାର୍ ପାଇ ଜିସୁ ଜିରୁସାଲାମ୍ ଗାଲା । ୨ଜିରୁସାଲାମର୍ ମେଣ୍ଡା ଦୁଆର୍ ଲଗେ ଗଟେକ୍ ବନ୍ଦ୍ ରଇଲା । ସେଟାକେ ଏବ୍ରି ବାସାଇ ବେତେସ୍ଦା ବଲି କଇବାଇ । ତେଇ ପାଁଚ୍ଟା ମଣ୍ଡପ୍ ରଇଲା । ୩ସେ ମଣ୍ଡପ୍ ମନର୍ଟାନେ କେତେକ୍ କେତେକ୍ ଜର୍ଦୁକା ଅଇଲା ଲକ୍ମନ୍ ରଇତେ ରଇଲାଇ । ରଗିମନର୍ ବିତ୍ରେଅନି କାଣା, ଚଟା, ଆରି କେତେକ୍ ଅଦୁଆ ରଗିମନ୍ ରଇଲାଇ । ୪କାଇକେବଇଲେ କେଡେ କେଡେବଲ୍ ପର୍ମେସରର୍ ଗଟେକ୍ ଦୁତ୍ ଆସିକରି ସେ ବନ୍ଦର୍ ପାନି ଅଲ୍କା କର୍ତେ ରଇଲା । ଆରି ସେ ଅଲ୍କା ଅଇଲାପଚେ, ଜନ୍ ଲକ୍ ପର୍ତୁମ୍ ଜାଇତେ ରଇଲା, ତାକେ କାଇ ରଗ୍ ଅଇରଇଲେ ମିସା ନିମାନ୍ ଅଇଜାଇତେରଇଲା । ୫ତାକର୍ ବିତ୍ରେ ତିରିସ୍ ଆଟ୍ ବରସ୍ ଜାକ ଡୁଲିରଇବା ଗଟେକ୍ ରଗି ଲକ୍ ରଇଲା । ୬ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍ ବେସି ବରସର୍ ରଗି ବଲି ଜାନି ତାକେ ପାଚାର୍ଲା “ତମେ କାଇ ନିମାନ୍ ଅଇବାକେ ମନ୍ କଲାସ୍ନି କି ?”
୭ସେ ରଗି ଲକ୍ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍କା କଲାବେଲେ, ସେ ବନ୍ଦ୍ ବିତ୍ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍ ବିତ୍ରେ ଜିବାକେ ଚେସ୍ଟା କଲାବେଲେ ବିନ୍ ଲକ୍ ମର୍ ଆଗ୍ତୁ ଉଟିଜିବାଇ ।”
୮ଜିସୁ ତାକେ କଇଲା, “ଉଟି ଟିଆଅ, ଆରି ତର୍ ଟାଟି ଦାରି ଇଣ୍ଡିଜା ।” ୯ସେ ଦାପ୍ରେ ସେ ଲକ୍ ନିମାନ୍ ଅଇଗାଲା ଆରି ନିଜର୍ ଟାଟି ଦାରିକରି ଇଣ୍ଡ୍ବାର୍ ଦାର୍ଲା । ସେ ଦିନ୍ ବିସ୍ରାମ୍ବାର୍ ରଇଲା । ୧୦ସେଟାର୍ପାଇ ଜିଉଦି ନେତାମନ୍, ନିମାନ୍ ଅଇଲା ରଗିକେ କଇବାର୍ ଦାର୍ଲାଇ, “ଆଜି ବିସ୍ରାମ୍ ଦିନେ, ତୁଇ ଟାଟି ଦାରି ଜିବାଟା ଆମର୍ ନିୟମ୍ ନାଇ ।”
୧୧ମାତର୍ ସେ ଲକ୍ ସେମନ୍କେ କଇଲା, “ଜେ ମକେ ନିମାନ୍ କଲା ସେ ମକେ ତମର୍ ଟାଟିଦାରିକରି ଜା ବଲି କଇଲାଆଚେ ।”
୧୨ସେମନ୍ ତାକେ ପାଚାର୍ଲାଇ, “ଜେ ତକେ ଟାଟି ଦାରି ଜା ବଲି କଇଲା, ସେ ଲକ୍ କେ ?”
୧୩ମାତର୍ ସେ ନିମାନ୍ ଅଇଲା ଲକ୍ ଜିସୁ କେ ବଲି ଚିନି ନରଇଲା, କାଇକେ ବଇଲେ ସେ ଜାଗାଇ ବେସି ଲକ୍ମନ୍ ରଇଲାଇଜେ, ଜିସୁ ତେଇଅନି ବିନେ ପିସ୍ଲି ଉଟିଜାଇରଇଲା ।
୧୪ତାର୍ ପଚେ ଜିସୁ ସେ ନିକ ଅଇଲା ଲକ୍କେ ମନ୍ଦିର୍ ବିତ୍ରେ ଦେକିକରି କଇଲା, “ଦେକ୍ ଏବେ ତୁଇ ନିକ ଅଇଜାଇଆଚୁସ୍ । ତୁଇ ଆରି ପାପ୍ କାମ୍ କର୍ନାଇ । ନଇଲେ ତକେ ଆରି ଅଦିକ୍ ଦୁକ୍ କସ୍ଟ ଆଇସି ମିସା ।”
୧୫ତାର୍ ପଚେ ସେ ନିକ ଅଇଲା ଲକ୍ ଜିଉଦି ନେତାମନର୍ ଲଗେ ଜାଇକରି, “ଜେ ତାକେ ନିକ କରିରଇଲା, ସେ ଜିସୁ” ବଲି କଇଲା । ୧୬ଏ ନିମାନ୍ କାମ୍ କଲାଟା, ବିସ୍ରାମ୍ ବାରେ ଅଇରଇଲା ଜେ, ଜିଉଦି ନେତାମନ୍ ଜିସୁକେ ଦୁକ୍କସ୍ଟ ଦେବାର୍ ବସ୍ଲାଇ । ୧୭ମାତର୍ ଜିସୁ ସେମନ୍କେ କଇଲା, “ମର୍ବାବା ପର୍ମେସର୍ ସବୁବେଲା କାମ୍କଲାନି, ମୁଇ ମିସା ସେନ୍ତି କାମ୍ କଲିନି ।”
୧୮ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
ପଅର୍ ଅଦିକାର୍
୧୯ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ପିଲା ମୁଇ ନିଜେ କାଇଟା ମିସା କରିନାପାରି । ମର୍ ବାବା ଜନ୍ ଜନ୍ଟା ସବୁ କର୍ବାଟା ମୁଇ ଦେକ୍ଲିନି ସେଟାସେ ମୁଇ କରିପାରି । କାଇକେ ବଇଲେ ବାବା ଜନ୍ ଜନ୍ଟା ସବୁ କଲାନି ତାର୍ପିଲା ମୁଇ ମିସା ସେଟା ସବୁ ସେନ୍ତିସେ କଲିନି । ୨୦ବାବା ମକେ ଆଲାଦ୍ କର୍ସି ଆରି ନିଜେ ଜନ୍ଟା କର୍ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍ଲା ଆଚେ, ତାର୍ତେଇଅନି ଅଦିକ୍ ବଡ୍ ବଡ୍ କାବାଅଇଜିବା କାମ୍ମନ୍ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍ କାବାଅଇଜାଇସା । ୨୧ବାବା ପର୍ମେସର୍ ଜେନ୍ତି ମଲାଲକ୍ମନ୍କେ ଜିବନ୍ କରି ଉଟାଇସି, ସମାନ୍ ସେନ୍ତି ମୁଇ ମିସା ତାର୍ ପିଲା ଜାକେ ଜାକେ ମନ୍ କର୍ବି, ସେମନ୍କେ ମଲାତେଇଅନି ଉଟାଇବି । ୨୨ବାବା ପର୍ମେସର୍ କାକେ ମିସା ତାର୍ ପାପ୍ କାମ୍ଲାଗି ବିଚାର୍ ନ କରେ । ମାତର୍ ସବୁ ଲକ୍ମନର୍ ବିଚାର୍ କର୍ବା ପୁରାପୁରୁନ୍ ଅଦିକାର୍ ତାର୍ ପିଲା ମକେ, ଦେଲା ଆଚେ । ୨୩ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
୨୪“ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ । ୨୫ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ । ୨୬ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ । ୨୭ଆରି ମୁଇ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଅଇଲାର୍ଲାଗି, ସବୁ ଲକ୍ମନ୍କେ ବିଚାର୍ କର୍ବା ଅଦିକାର୍ ସେ ମକେ ଦେଲାଆଚେ । ୨୮ତମେ ଏଟାର୍ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍ମନ୍ ମର୍ କଁଟ୍ସର୍ ସୁନ୍ବାଇ । ୨୯ଆରି ସେମନ୍ ସମାଦି ଅନି ଆରି ତରେକ୍ ଉଟ୍ବାଇ । କେ କେ ନିକ କାମ୍ କରିଆଚତ୍, ସେମନ୍ ମଲାଟାନେଅନି ଜିବନ୍ ଅଇକରି ଉଟ୍ବାଇ । କାରାପ୍ କାମ୍ କରୁମନ୍ ମିସା ମଲାଟାନେଅନି ଉଟ୍ବାଇ ଆରି ଦସି ବଲାଇଅଇବାଇ ।”
ଜିସୁର୍ ବିସଇର୍ କଇବା ସାକି
୩୦ମୁଇ ମର୍ ନିଜର୍ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍ କର୍ବି । ଆରି ମୁଇ କର୍ବାଟା ଟିକ୍ସେ । କାଇକେବଇଲେ ମୁଇ ନିଜେ ମନ୍କଲାଟା ପୁରାପୁରୁନ୍ କର୍ବାକେ ନାଇ, ମାତର୍ ମକେ ପାଟାଇଲା ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କଲିନି । ୩୧ମର୍ ନିଜର୍ ପାଇ ଜଦି ମୁଇ ସାକି ଦେବି, ସେଟା ସତ୍ ବଲି ଦାରା ନ ଜାଏ । ୩୨ମାତର୍ ମର୍ ପାଇ ଆରି ଗଟେକ୍ ଲକ୍ ସାକିଦେଲାନି, ଆରି ସେଟା ମୁଇ ଜାନି । ସେ ମର୍ ବିସଇ କାଇଟା ସବୁ କଇଲାନି ସେଟା ସବୁ ସତ୍ସେ । ୩୩ ତମେ ଜଅନ୍ ଲଗେ କବର୍ ନେଉମନ୍କେ ପାଟାଇ ରଇଲାସ୍, ଆରି ସେ ତମ୍କେ ସତ୍ ବିସଇ ସାକି ଦେଲାଆଚେ । ୩୪ମର୍ ବିସଇ କେ ମିସା ସାକି ଦେଅତ୍ ବଲି ମୁଇ ମନ୍ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍ ପାଇ ମୁଇ ଏ ସବୁ କଇଲିନି । ୩୫ଜଅନ୍ ଗଟେକ୍ ବତିପାରା ଲାଗିକରି ଅଲପର୍ ପାଇ ଉଜଲ୍ ଦେଇତେରଇଲା । ଆରି ତମେ ସେ ଉଜଲ୍, ଅଲପ୍ ଦିନର୍ ପାଇ ପାଇକରି ସାର୍ଦା ଅଇରଇଲାସ୍ । ୩୬ମାତର୍ ମର୍ଲଗେ, ଜଅନର୍ ତେଇଅନି ଅଦିକ୍ ବପୁର୍ ଗଟେକ୍ ସାକି ଆଚେ । ପର୍ମେସରର୍ ଆଦେସ୍ ଇସାବେ ମୁଇ ଜନ୍ ସବୁ କାମ୍ କଲିନି, ସେଟା ସବୁ ମର୍ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍ମେସର୍ ପାଟାଇଲା ଆଚେ ବଲି ।
୩୭ ଆରି ମକେ ପାଟାଇଲା ବାବା ପର୍ମେସର୍ ମିସା ମର୍ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍ କଁଟ୍ ସୁନାସ୍ ନାଇ, କି ସେ କେନ୍ତାଟା ଦେକାସ୍ ନାଇ । ୩୮ଆରି ତାର୍ କାତା ତମର୍ ମନ୍ବିତ୍ରେ ରଏନାଇ । କାଇକେବଇଲେ ସେ ଜାକେ ପାଟାଇଲା ଆଚେ ତାକେ ତମେ ବିସ୍ବାସ୍ କରାସ୍ ନାଇ । ୩୯ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି । ୪୦ଏଲେମିସା ତମେ ନ ସାର୍ବା ଜିବନ୍ ପାଇବାକେ ମର୍ ଲଗେ ଆଇବାକେ ନିଚ୍ଲାସ୍ନି ।
୪୧“ମୁଇ ମୁନୁସ୍ ଲକ୍ମନର୍ ଟାନେଅନି ଡାକ୍ପୁଟା କଜି ନାଇ । ୪୨ମୁଇ ଜାନି, ତମେ କେନ୍ତି ରକାମର୍ ଲକ୍, ତମର୍ ମନ୍ ବିତ୍ରେ ପର୍ମେସର୍କେ ଆଲାଦ୍ କର୍ବାଟା ନାଇ । ୪୩ମୁଇ ମର୍ ବାବା ପର୍ମେସରର୍ ଅଦିକାର୍ ପାଇ ଆଇଲିଆଚି । ମାତର୍ ତମେ ମକେ ନାମାସ୍ ନାଇ । ମାତର୍ ଜେଡେବେଲା କେ ମିସା ବିନ୍ ଲକ୍ ନିଜେ ମନ୍କରି ଆଇଲେ ତାକେ ଡାକିନେଲାସ୍ନି । ୪୪ତମେ ନିଜର୍ ନିଜର୍ ବିତ୍ରେ ସନ୍ମାନ୍ ପାଇବାକେ ମନ୍କଲାସ୍ନି । ମାତର୍ ପର୍ମେସରର୍ ଆଲାଦ୍ ପାଇବାକେ ମନ୍ କରାସ୍ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍ବାସ୍ କରିପାରାସ୍ ? ୪୫ମୁଇ ତମର୍ ବିରଦେ ପର୍ମେସର୍ତେଇ ଦସି କର୍ବି ବଲି ତମେ ବାବାନାଇ । ତମେ ଜନ୍ଟା ମସାର୍ ତେଇ ଆସା କରିଆଚାସ୍ ସେ ସେ ତମର୍ ବିରଦେ ଦସି କଲାନି । ୪୬ଜଦି ତମେ ମସାକେ ସତ୍ବଲି ବିସ୍ବାସ୍ କଲାସ୍ନି ବଇଲେ ମକେ ମିସା ବିସ୍ବାସ୍ କର୍ତେ ରଇସା । କାଇକେବଇଲେ ମସା ମର୍ ବିସଇସେ ଲେକିଆଚେ । ୪୭ମାତର୍ ସେ ଜନ୍ଟା ଲେକିଆଚେ, ତେଇ ଜଦି ତମର୍ ବିସ୍ବାସ୍ ନାଇ ବଇଲେ, ମୁଇ ଜନ୍ଟା କଇଲିନି, ସେଟା କେନ୍ତି ବିସ୍ବାସ୍ କର୍ସା ?”