ଜିସୁର୍ ଜନମ୍
(ମାତିଉ ୧:୧୮-୨୫)
୧ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା । ୨କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା । ୩ସେଟାର୍ପାଇ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
୪ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । ୫ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା । ୬ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା । ୭ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ମେଣ୍ଡା ଗଉଡ୍ମନ୍ ଜିସୁର୍ ଜନମ୍ କବର୍ ସୁନ୍ଲାଇ
୮ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ । ୯ଆରି ଏଦେ ଦେକା ! ମାପ୍ରୁର୍ ଦୁତ୍ ଗଟେକ୍ ଆସି ସେମନର୍ ଲଗେ ଟିଆଅଇଲା, ଆରି ମାପ୍ରୁର୍ ମଇମାର୍ ଉଜଲ୍ ତାକର୍ ଚାରିବେଡ୍ତି ଜଲ୍ସିଗାଲାଜେ ଗଉଡ୍ମନ୍ ବେସି ଡରିଗାଲାଇ । ୧୦ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି । ୧୧କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ । ୧୨ଆରି ତମର୍ପାଇ ବଲି ଏଟା ଗଟେକ୍ ଚିନ୍ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍ ପିଲା ଗରୁସାଲର୍ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।”
୧୩ସେଡ୍କିବେଲେ ଅଟାତ୍ ସର୍ଗେଅନି ଦୁତ୍ମନ୍ ମାନ୍ଦାଅଇ, ସେ ସରଗର୍ ଦୁତ୍ଟାନେ କେଟି ପର୍ମେସର୍କେ ସୁମର୍ନା କର୍ବାର୍ ଦାର୍ଲାଇ ।
୧୪“ସର୍ଗେ ରଇବା ପର୍ମେସରର୍ ଜୟ ଜୟ କରୁ,
ଆରି ଦର୍ତନିଟାନେ ରଇବା ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ ସେମନ୍କେ ସାନ୍ତି ମିଲ ।”
୧୫ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, “ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।”
୧୬ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ । ୧୭ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ । ୧୮ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ । ୧୯ମାତର୍ ମରିୟମ୍ ଏ ସବୁ କାତା ନିଜର୍ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍ବାର୍ ଦାର୍ଲା । ୨୦ଆରି ମେଣ୍ଡା ଚାରାଉମନ୍କେ ଦୁତ୍ ଜେନ୍ତି କଇରଇଲା, ସେନ୍ତା ସୁନ୍ଲାଇ ଆରି ଦେକ୍ଲାଇ । ସେ ସବୁର୍ଲାଗି ପର୍ମେସରର୍ ମଇମା କରି କରି ବାଅଡ୍ଲାଇ ।
ଜିସୁକେ ପର୍ମେସରର୍ ଗରେ ନେଲାଇ
୨୧ ଆଟ୍ ଦିନ୍ ଅଇଲାପଚେ ଜିଉଦିମନର୍ ନିୟମ୍ ଇସାବେ ପିଲାକେ ସୁନତ୍ କର୍ବାକେ ମନ୍ଦିରେ ନେଲାଇ । ଆରି ପିଲାର୍ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍ ଗାଗ୍ଡେ ନ ଅଇତେ, ସର୍ଗର୍ ଦୁତ୍ କଇରଇଲା ।
୨୨ପଚେ ଜେଡେବଲ୍ ମସାର୍ ବିଦି ଇସାବେ, ଜସେପ୍ ଆରି ମରିୟମର୍ ସୁତକ୍ ଅଇରଇବା ବେଲା ପୁରୁନ୍ ଅଇଆଇଲା, ପିଲାକେ ପର୍ମେସର୍କେ ସର୍ପି ଦେବାକେ ଜିରୁସାଲାମ୍ ମନ୍ଦିରେ ନେଲାଇ । ୨୩ମାପ୍ରୁର୍ ଲେକା ଅଇରଇବା ସାସ୍ତର୍ ଇସାବେ, ସେ ବେଲେ ଜନ୍ ଗରେ ମିସା, ପର୍ତୁମ୍ ଜନମ୍ ଅଇଲା ପଣୁଆ ପିଲାମନ୍ ପର୍ମେସରର୍ ସେବାର୍ ପାଇ ସର୍ପି ଅଇବାଇ ବଲି ମାନ୍ତେ ରଇଲାଇ । ୨୪ଜସେପ୍ ଆରି ମରିୟମ୍ ଜିସୁକେ ଲେକା ଅଇରଇବା ସାସ୍ତର୍ ଇସାବେ ପର୍ମେସର୍କେ ସର୍ପି ଦେବାକେ ଆରି ସୁକଲ୍ ଅଇବା ବିରୁର୍ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍ ଗାଲାଇ ।
ସିମିୟନ୍ ଆରି ଆନା ଜିସୁକେ ଦେକ୍ଲାଇ
୨୫ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା । ୨୬ସୁକଲ୍ ଆତ୍ମା ତାକେ ଜାନାଇଦେଇରଇଲା ଜେ, ପର୍ମେସର୍ ପାଟାଇରଇବା ଉଦାର୍କାରିଆର୍ ଦର୍ସନ୍ ନ ମିଲ୍ବାଜାକ ତାର୍ ମରନ୍ ନ ଅଏ । ୨୭ତାକେ ଆତ୍ମା ଚାଲାଇ ଆନ୍ଲାଜେ ସେ ଦେଉଲର୍ ଡାଣ୍ଡେ ଆଇଲା, ଆରି ଜେଡେବଲ୍ ସାନ୍ପିଲା ଜିସୁର୍ ଆୟା ବାବା ତାକେ ବିତ୍ରେ ଆନ୍ଲାଇ,
୨୮ସେଡ୍କିବେଲେ ସିମିୟନ୍ ସାନ୍ପିଲାକେ କଲେ ଦାରି ପର୍ମେସରର୍ ମଇମା କରି କଇଲା,
୨୯“ଏ ମାପ୍ରୁ ! ଏବେ ତୁଇ ନିଜର୍ ବାକିଅ ଇସାବେ
ତର୍ ନିଜର୍ ଦାସ୍ ମକେ ସାନ୍ତିସଙ୍ଗ୍ ଜିବାକେ ଦେଲୁସ୍ନି !
୩୦କାଇକେବଇଲେ ମର୍ ଆଁକି ତର୍ ଉଦାର୍ ଦେକି ଆଚେ,
୩୧ଜନ୍ ଉଦାର୍କାରିଆକେ ତମେ ସବୁଲକର୍ ମୁଆଟେ ପାଟାଇ ଆଚାସ୍ ।
୩୨ଆରି ବିଜାତି ଲକ୍ମନର୍ପାଇ ବଲି ଜାନାଇଅଇଲା ସତର୍ ଉଜଲ୍
ଆରି ତମର୍ ଲକ୍ମନ୍ ଇସ୍ରାଏଲର୍ ମଇମା କରି ଆଚାସ୍ ।”
୩୩ସିମିୟନର୍ଟାନେଅନି ଜିସୁର୍ ବିସଇର୍ କାତା ସୁନି ଜସେପ୍ ଆରି ମରିୟମ୍ କାବାଅଇ ଜାଇତେ ରଇଲାଇ । ୩୪ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, “ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି । ୩୫କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।”
୩୬ସେ ଦାପ୍ରେ, ଏଦେ ଦେକା ! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା । ୩୭ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା । ୩୮ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।
ଜସେପ୍ ଆରି ମରିୟମ୍ ନାଜରିତେ ବାଅଡ୍ଲାଇ
୩୯ ପଚେ ଜସେପ୍ ଆରି ମରିୟମ୍ ମାପ୍ରୁର୍ ରିତିନିତି ଇସାବେ କର୍ବା ସବୁ କାମ୍ ସାରାଇ, ଗାଲିଲି ନିଜର୍ ନଅର୍ ନାଜରିତେ ବାଅଡ୍ଲାଇ । ୪୦ଆରି ପିଲା ଦିନ୍କେ ଦିନ୍ ବଡିକରି ବପୁଅଇଲା, ଆରି ଗିଆନେ ପୁରାପୁରୁନ୍ ଅଇଲା । ତାକେ ପର୍ମେସରର୍ ଦୟା ରଇଲା ।
ସାନ୍ ପିଲା ଜିସୁ ଦେଉଲେ ରଇବାଟା
୪୧ଜିସୁର୍ ବାବା, ମା ସବୁବର୍ସେ ଜିଉଦିମନର୍ ନିସ୍ତାର୍ ପରବ୍ ପାଇ ଜିରୁସାଲାମେ ଜାଇତେରଇଲାଇ । ୪୨ତରେକ୍ ଜିସୁକେ ବାର ବରସ୍ ଅଇଲାବେଲେ ସେମନର୍ ରିତିନିତି ଇସାବେ ଜିରୁସାଲାମେ ପରବ୍ ମାନ୍ବାର୍ ଗାଲାଇ ।
୪୩ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ । ୪୪ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ । ୪୫ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ । ୪୬ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା । ୪୭ଆରି ତେଇ ଜେତ୍କି ଲକ୍ ତାର୍ କାତା ସୁନ୍ତେରଇଲାଇ, ସବୁଲକ୍ ସେ କାତା ଅଇବାଟା ଆରି ତାର୍ ବୁଦି ଦେକି କାବାଅଇ ଜାଇତେରଇଲାଇ । ୪୮ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍ ? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।”
୪୯ତେଇ ଜିସୁ ସେମନ୍କେ କଇଲା, “କାଇକେ ମକେ କଜ୍ତେରଇଲାସ୍ ? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି ?” ୫୦ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
୫୧ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା । ୫୨ଜିସୁ, ଗିଆନେ, ଗାଗ୍ଡେ, ପର୍ମେସର୍ ଆରି ଲକ୍ମନର୍ ଦୟାଇ ବଡିଆଇଲା ।