ଡୁବନ୍ ଦେଉ ଜଅନ୍ କଇବା ନିକ କାତା
(ମାତିଉ ୩:୧-୧୨; ମାର୍କ ୧:୧-୮; ଜଅନ୍ ୧:୧୯-୨୮)
୧ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା । ୨ଆନାନ୍ ଆରି କୟାପ୍ ନାଉଁର୍ ଦୁଇ ଲକ୍ ବଡ୍ ପୁଜାରି ରଇଲାଇ । ସେବେଲେ ଜିକରିୟର୍ ପଅ ଜଅନ୍, ମରୁବାଲି ବୁଏଁ ରଇଲାବେଲେ ପର୍ମେସରର୍ କାତା ସେ ସୁନ୍ଲା । ୩ଜର୍ଦନ୍ ଗାଡ୍ ଲଗେ ରଇବା ଲଗର୍ ପାକର୍ ଗାଉଁଗଣ୍ଡାଇ ଜାଇ ଜଅନ୍ ପାପ୍ କେମାର୍ ଲାଗି, ପାପ୍କାମ୍ ଚାଡିକରି ମାପ୍ରୁର୍ ବାଟେ ଆସି ଡୁବନ୍ ନେବାକେ ଜାନାଇବାର୍ ଦାର୍ଲା ।
୪ଜେନ୍ତାରି ଜିସାୟ ବବିସତ୍ବକ୍ତା ସୁନାଇରଇବା ସାସ୍ତରେ ଲେକା ଅଇଲାଆଚେ,
“ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍ ଲକ୍ ସବଦ୍ କରି କଇଲାନି,
ମାପ୍ରୁ ଆଇବାଟା ତିଆର୍କରା,
ତାର୍ ଆଇବା ବାଟ୍ ସଲ୍କାଆ ।
୫ବଡ୍ ବଡ୍ ଡଙ୍ଗର୍ ପର୍ବତ୍ ସବୁ ସଦ୍ରମ୍ ଅଇକରି
ଗାଡ୍ କଣ୍ଡି କଣ୍ଡି ରଇବା ଆଁଟାଲ୍ ବୁଟାଲ୍ ସାର୍ଦି ଅଇସି,
ବାଁକ୍ ଟେକ୍ ବାଟ୍ ସଲକ୍ ଅଇସି,
ଆରି କାଲ୍ ଡେପ୍ ଜମି ସଦ୍ରମ୍ ଅଇଜାଇସି ।
୬ମଚ୍ପୁରର୍ ସବୁଲକ୍ ପର୍ମେସରର୍ ଉଦାର୍କାରିଆକେ ଦେକ୍ବାଇ ।”
୭ ଜଅନ୍ଟାନେ ଡୁବନ୍ ନେବାର୍ଲାଗି ବାରଇ ଆଇବା ଲକ୍ମନ୍କେ ସେ କଇଲା, “ଏ ବିସ୍ ରଇଲା ସାଁପର୍ ବଁସର୍ ଲକ୍ମନ୍, ଆଇବା ପର୍ମେସରର୍ କପେଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ? ୮ ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି । ୯ ଏବେମିସା ଗଚ୍ମନର୍ ବୁନ୍ଦେ କୁରାଡି ଲାଗିଆଚେ, ତେବର୍ପାଇ ଜନ୍ ଗଚ୍ ନିମାନ୍ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
୧୦ତେଇ ଲକ୍ମନ୍ ଜଅନ୍କେ ପାଚାର୍ଲାଇ, “ସେନ୍ତାର୍ ଆଲେ ଆମେ କାଇଟା କର୍ବୁ ?”
୧୧ଜଅନ୍ ସେମନ୍କେ କଇଲା “ଜାର୍ଟାନେ ଦୁଇଟା ପିନ୍ଦ୍ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍ ଦେଅ, ଆରି ଜାର୍ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
୧୨ ସିସ୍ତୁମାଙ୍ଗୁମନ୍ ମିସା ଡୁବନ୍ ନେବାକେ ଆସି ତାକେ ପାଚାର୍ଲାଇ “ଏ ଗୁରୁ ଆମେ କାଇଟା କର୍ବୁ ?”
୧୩ଜଅନ୍ ସେମନ୍କେ କଇଲା, “ତମର୍ ଜେତ୍କି ନେବାର୍ ଅଦିକାର୍ ଆଚେ, ତାର୍ତେଇଅନି ଅଦିକ୍ ମାଙ୍ଗା ନାଇ ।”
୧୪ସନିଅମନ୍ ମିସା ତାକେ ପାଚାର୍ବାର୍ ଦାର୍ଲାଇ, “ଆରି ଆମେ କାଇଟା କର୍ବୁ ?”
ଜଅନ୍ ସେମନ୍କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍ ଦନ୍ସଁପତି ଆନା ନାଇ, ତମ୍କେ ଜେତ୍କି କୁଲି ମିଲ୍ଲାନି ସେତ୍କି ନେଇକରି ସାର୍ଦା ସଙ୍ଗ୍ ରୁଆ ।”
୧୫ଲକ୍ମନ୍ ଆସାଅଇ କିରିସ୍ଟକେ ଜାଗ୍ତେ ରଇଲାଇ ଜେ, କେଡେବେଲେ ଏ ମିସା କିରିସ୍ଟ ଅଇରଇସି ବଲି ବାବି, ଜଅନର୍ ବିସଇ ଚିନ୍ତା କର୍ତେରଇଲାଇ । ୧୬ତେବେ ଜଅନ୍ ସବୁଲକ୍ମନ୍କେ କଇଲା, “ମୁଇସିନା ତମ୍କେ ପାନିଟାନେ ଡୁବନ୍ ଦେଲିନି, ମାତର୍ ମର୍ଟାନେଅନି ଅଦିକ୍ ବପୁର୍ଲକ୍ ଆଇଲାନି, ମୁଇ ତାର୍ ଗତିଦାଙ୍ଗ୍ଡା ଅଇ ପାଦର୍ ପାଣ୍ଡଇ ମିସା କୁସ୍ଲାଇବାକେ ମର୍ ଅଦିକାର୍ ନାଇ । ସେ ତମ୍କେ ଜଇସଙ୍ଗ୍ ଆରି ସୁକଲ୍ ଆତ୍ମାଇ ଡୁବନ୍ ଦେଇସି । ୧୭ତାର୍ ଆତେ କୁଲାଆଚେ, ତେବେ ସେ କଟାରେ ରଇଲା ଦାନ୍ ପରିଚଲ୍ କରି ଟୁଲିଆଇ କଲ୍କିଟାନେ ସଙ୍ଗଇସି । କାଇ କାମେ ନ ଆଇବାଟା ଜାକ ସବୁବେଲେ ଲାଗିରଇବା ଜଇଟାନେ ପଡାଇଦେଇସି ।”
୧୮ଜଅନ୍ ଏନ୍ତାରି କେତେକ୍ କେତେକ୍ ଉପ୍ଦେସ୍ ଦେଇକରି ଲକ୍ମନ୍କେ ମାପ୍ରୁର୍ବାଟେ ଆଇବାକେ ମନ୍ କରାଇତେରଇଲା ଆରି ମାପ୍ରୁର୍ ନିକ କାତା ସୁନାଇତେରଇଲା ଆରି ପାପ୍ କର୍ବାଟାନେଅନି ବାଅଡ୍ବାକେ ବୁଜାଇତେରଇଲା । ୧୯ ମାତର୍ ସାମନ୍ତ ରାଜା ଏରଦ୍ ନିଜର୍ ବାଇର୍ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍ କରିରଇବା ବିନ୍ ବିନ୍ ପାପ୍କାମର୍ ବିସଇ ଜାନି ଜଅନ୍ ତାକେ ଦମ୍କାଇତେରଇଲା । ୨୦ଏରଦ୍ ଜଅନ୍କେ ବନ୍ଦିକରି ସେ କରିରଇବା ସବୁ ପାପ୍କାମର୍ ସଙ୍ଗ୍ ଏ ବଡ୍ ପାପ୍ ମିସା ଜଡ୍ଲା ।
ଜିସୁର୍ ଡୁବନ୍
(ମାତିଉ ୧୩:୧୭; ମାର୍କ ୧:୯-୧୧)
୨୧ସବୁଲକ୍ ଡୁବନ୍ ନେଲା ପଚେ ଜିସୁ ମିସା ଡୁବନ୍ ନେଲା । ଆରି ପାର୍ତନା କର୍ବାବେଲେ, ଏଦେ ଦେକା ! ବାଦଲ୍ ଉଗାଡିଅଇଗାଲା, ୨୨ ଆରି ସୁକଲ୍ ଆତ୍ମା ପରୁଆର୍ ଗାଗଡ୍ ଦାରି ଉତ୍ରି ଆସି, ଜିସୁର୍ ଉପ୍ରେ ବସ୍ଲା । ସର୍ଗେଅନି ଗଟେକ୍ ଏନ୍ତାରି ସବଦ୍ ଆଇଲା, “ତୁଇସେ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ଅଇଲିନି ।”
ଜିସୁର୍ ଆନିଦାଦିମନର୍ ଇସାବ୍
(ମାତିଉ ୧:୧-୧୭)
୨୩ଜିସୁ ପର୍ମେସରର୍ କାମ୍ ଆରମ୍ କଲାବେଲେ ତାକେ ତିରିସ୍ ବରସ୍ ଅଇରଇଲା । ଲକ୍ମନର୍ ବାବ୍ନା ଇସାବେ, ଜିସୁ ଜସେପର୍ ପଅ, ଜସେପ୍ ଏଲିର୍ ପଅ । ୨୪ଏଲି ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, ଲେବି ମଲ୍କିର୍ ପଅ, ମଲ୍କି ଜନୟର୍ ପଅ, ଜନୟ ଜସେପର୍ ପଅ, ୨୫ଜସେପ୍ ମତିତିଆର୍ ପଅ, ମତିତିଆ ଅମସର୍ ପଅ, ଅମସ୍ ନାଉମର୍ ପଅ, ନାଉମ୍ ଏସ୍ମିର୍ ପଅ, ଏସ୍ମି ନଗୟର୍ ପଅ, ୨୬ନଗୟ ମଅତର୍ ପଅ, ମଅତ୍ ମତିତିଆର୍ ପଅ, ମତିତିଆ ସମଇର୍ ପଅ, ସମୟି ଜସେକର୍ ପଅ, ଜସେକ୍ ଜଦାର୍ ପଅ, ୨୭ଜଦା ଜଅନର୍ ପଅ, ଜଅନ୍ ରେସାର୍ ପଅ, ରେସା ଜିରୁବାବେଲର୍ ପଅ, ଜିରୁବାବେଲ୍ ସିଅଲ୍ତିଏଲର୍ ପଅ, ସଅଲ୍ତିଏଲ୍ ନେରିର୍ ପଅ, ୨୮ନେରି ମଲ୍କିର୍ ପଅ, ମଲ୍କି ଅଦିର୍ ପଅ, ଅଦି କସାମର୍ ପଅ, କସାମ୍ ଏଲୁଦାନର୍ ପଅ, ଏଲୁଦାନ୍ ଏରର୍ ପଅ, ୨୯ଏର ଜିୟସୁଅର୍ ପଅ, ଜିୟସୁଅ ଏଲିଏଜର୍ ପଅ, ଏଲିଏଜ୍ ଜରିମର୍ ପଅ, ଜରିମ୍ ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, ୩୦ଲେବି ସିମିୟନର୍ ପଅ, ସିମିୟନ୍ ଜିଉଦାର୍ ପଅ, ଜିଉଦା ଜସେପର୍ ପଅ, ଜସେପ୍ ଜନାମର୍ ପଅ, ଜନାମ୍ ଏଲିଆକିମର୍ ପଅ, ୩୧ଏଲିଆକିମ୍ ମଲାଅର୍ ପଅ, ମଲାଅ ମନାର୍ ପଅ, ମନା ମତତାର୍ ପଅ, ମତତା ନାତନର୍ ପଅ, ନାତନ୍ ଦାଉଦର୍ ପଅ, ୩୨ଦାଉଦ୍ ଜିୟସୁଅର୍ ପଅ, ଜିୟସୁଅ ଆବେଦର୍ ପଅ, ଆବେଦ୍ ବୟଜର୍ ପଅ, ବୟଜ୍ ସେଲଅର୍ ପଅ, ସେଲଅ ନଅସନର୍ ପଅ, ୩୩ନଅସ୍ ଅମିନାଦାବର୍ ପଅ, ଅମିନାଦାବ୍ ଅଦ୍ମିନର୍ ପଅ, ଅଦ୍ମିନ୍ ଅର୍ନିର୍ ପଅ, ଅର୍ନିର୍ ଏସ୍ରନର୍ ପଅ, ଏସ୍ରନ୍ ପେରସର୍ ପଅ, ପେରସ୍ ଜିଉଦାର୍ ପଅ, ୩୪ଜିଉଦା ଜାକୁବର୍ ପଅ, ଜାକୁବ୍ ଇସାକର୍ ପଅ, ଇସାକ୍ ଅବ୍ରାମର୍ ପଅ, ଅବ୍ରାଆମ୍ ତେରଅର୍ ପଅ, ତେରଅ ନାଅର୍ ପଅ, ୩୫ନାଅର୍ ସରୁଗର୍ ପଅ, ସରୁଗ୍ ରଗୁର୍ ପଅ, ରଗୁ ପେଲଗର୍ ପଅ, ପେଲଗ୍ ଏବର୍ ପଅ, ଏବ ସେଲଅର୍ ପଅ, ୩୬ସେଲା କଇନାନର୍ ପଅ, କଇନାନ୍ ଆର୍ପାକ୍ସଡର୍ ପଅ, ଆର୍ପାକ୍ସେଡର୍ ସେ ମର୍ ପଅ, ସେମ ନଅର୍ ପଅ, ନଅ ଲାମେକର୍ ପଅ, ୩୭ଲାମେକ୍ ମିତୁସେଲଅର୍ ପଅ, ମିତୁସେଲଅ ଅନକର୍ ପଅ, ଅନକ୍ ଜାରେଦର୍ ପଅ, ଜାରେଦ୍ ମଅଲେଲର୍ ପଅ, ମଅଲେଲ୍ କେନାନର୍ ପଅ ୩୮କେନାନ୍ ଏନସର୍ ପଅ, ଏନସ୍ ସେତର୍ ପଅ, ସେତ ଆଦମର୍ ପଅ, ଆଦମ୍ ପର୍ମେସରର୍ ପଅ ।