ଜିସୁ ପର୍ତୁମ୍ ସିସ୍ମନ୍କେ ଡାକ୍ଲା
(ମାତିଉ ୪:୧୮-୨୨; ମାର୍କ ୧:୧୩-୨୦)
୧ ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ । ୨ସେଡ୍କିବେଲେ ସେ ଗାଡ୍କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍ଲା, କେଉଟ୍ମନ୍ ଡଙ୍ଗାଇଅନି ଉତ୍ରି ଜାଲ୍ ଦଇତେରଇଲାଇ । ୩ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।” ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
୪ଜିସୁ କାତା ସାରାଇକରି ସିମନ୍କେ କଇଲା, “ଡେଙ୍ଗ୍ ପାନିଟାନେ ଜାଇକରି ମାଚ୍ ଦାର୍ବାକେ ତମର୍ ଜାଲ୍ ପାକାଆ ।”
୫ ତେଇ ସିମନ୍ କଇଲା, “ଏ ଗୁରୁ ଆମେ ସବୁଲକ୍ ଗୁଲାଇରାତି କସ୍ଟ କରି ଗଟେକ୍ ମିସା ଦାରୁନାଇ, ମାତର୍ ତମର୍ କାତା ଦାରି ମୁଇ ଜାଲ୍ ପାକାଇବି ।” ୬ ଆରି ଜାଲ୍ ପାକାଇଲାଇକେ, ଏଦେ ଦେକା ! ଏନ୍ତି ମାଚ୍ ଲାଗ୍ଲାଇଜେ ତାକର୍ ଜାଲ୍ ଚିରିଅଇବାର୍ ଦାର୍ଲା । ୭ଡଙ୍ଗାଇ ମାଚ୍ ବର୍ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍ଲା ପାରା ଅଇଗାଲା । ୮ଏଟା ଦେକି ସିମନ୍ ପିତର୍ ଜିସୁର୍ ପାଦେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମର୍ଟାନେଅନି ଜାଆ ମାପ୍ରୁ, କାଇକେବଇଲେ ମୁଇ ଗଟେକ୍ ପାପି ମୁନୁସ୍ ।”
୯କାଇକେବଇଲେ ତେଇ ସେମନ୍ ଏତେକ୍ ମାଚ୍ ଦାରିରଇଲାଇଜେ, ସେଟା ଦେକି ସିମନର୍ ସଙ୍ଗାରିମନ୍ କାବାଅଇଗାଲାଇ । ୧୦ଆରି ଜେବଦିର୍ ଦୁଇଟା ପ ଜାକୁବ୍ ଆରି ଜଅନ୍ ଜନ୍ଲକ୍ମନ୍ ସିମନର୍ ସଙ୍ଗାରି ରଇଲାଇ, ସେମନ୍ ମିସା ସେନ୍ତାରିସେ କାବା ଅଇଗାଲାଇ । ଆରି ଜିସୁ ସିମନ୍କେ କଇଲା, “ଡରାନାଇ, ଆଜିଅନି ତମେ ମାଚ୍ ନ ଦାରି, ଲକ୍ମନ୍କେ ମର୍ଟାନେ ଆନ୍ସା ।”
୧୧ତେଇ ସେମନ୍ ସବୁ ତାକର୍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍ ପଚେ ପଚେ ଗାଲାଇ ।
ଜିସୁ ଗଟେକ୍ ବଡ୍ ରଗିକେ ନିମାନ୍ କଲା
(ମାତିଉ ୮:୧-୪; ମାର୍କ ୧:୪୦-୪୫)
୧୨ତରେକ୍ ଜିସୁ ଗଟେକ୍ ନଅରେ ରଇଲାବେଲେ ଗଟେକ୍ ଗୁଲାଇ ଗାଗଡେ ବଡ୍ରଗ୍ ଅଇରଇବା ଲକ୍ ତେଇ ରଇଲା । ସେ ଡାଣ୍ଡାସନ୍ ପଡି ମୁ ବୁଏଁ ଚିଆଇ ଜିସୁକେ ବାବୁଜିଆ କରି କଇଲା, “ଏ ମାପ୍ରୁ, ତମେ ଜଦି ମନ୍କଲୁସ୍ନି ବଇଲେ, ମକେ ନିକ କରିପାରୁସ୍ ।”
୧୩ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।” ଦାପ୍ରେସେ ତାର୍ ବଡ୍ ରଗ୍ ଚାଡିଗାଲା । ୧୪ଆରି ଜିସୁ ତାକେ ଆଦେସ୍ ଦେଇ କଇଲା, “ଏ କାତା କାକେ କ ନାଇ । ମାତର୍ ପୁଜାରିର୍ ଲଗେ ଜା ଆରି ସେ ତକେ ପରିକା କରି ଦେକ । ତୁଇ, ‘ନିକ ଅଇଲିଆଚି’ ବଲି ବିନ୍ ଲକର୍ ଟାନେ ସାକିଦେବାକେ ମସାର୍ ଆଦେସ୍ ଇସାବେ ବିରୁ ଦେସ୍ ।”
୧୫ମାତର୍ ଜିସୁର୍ କବର୍ ଗୁଲାଇ ଚାରିବେଡ୍ତିର୍ଲକ୍ ଜାନ୍ଲାଇ । ତାର୍ କାତା ସୁନ୍ବାପାଇ ଆରି ନିଜର୍ ନିଜର୍ ରଗେଅନି ନିକ ଅଉଁବଲି ଗାଦି ଲକ୍ମନ୍ ଟୁଲ୍ଅଇବାର୍ ଦାର୍ଲାଇ । ୧୬ମାତର୍ ଜିସୁ କିନରା ଜାଗାମନ୍କେ ଜାଇ ପାର୍ତନା କର୍ତେରଇଲା ।
ଜିସୁ ଗଟେକ୍ ଚେରେଙ୍ଗ୍ ରଗିକେ ନିମାନ୍ କଲା
(ମାତିଉ ୯:୧-୮; ମାର୍କ ୨:୧-୧୨)
୧୭ଦିନେକ୍ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତେଇ ବସିରଇଲାଇ । ଆରି ରଗିମନ୍କେ ନିକ କର୍ବାକେ ମାପ୍ରୁର୍ ବପୁ, ଜିସୁକେ ରଇଲା । ୧୮ଆରି ଏଦେ ଦେକା ! ଗଟେକ୍ ଚେରେଙ୍ଗ୍ବାତ୍ ଦାର୍ଲା ମୁନୁସ୍କେ, କେତେଲକ୍ କଟ୍ ମିସ୍ତେ ବଇଆନିକରି, ଗର୍ ବିତ୍ରେ ନେଇ ଜିସୁର୍ ମୁଆଟେ ସଙ୍ଗଉବଲି, ଚେସ୍ଟା କରତେରଇଲାଇ । ୧୯ମାତର୍ ଚିପାଟେଲାର୍ଲାଗି, ତାକେ ବିତ୍ରେ ନେବାକେ ବାଟ୍ ମିଲେନାଇ । ଏଦେ ଦେକା ! ସେମନ୍ ରଗିକେ ଗର୍ ଉପ୍ରେ ଚଗାଇ ଚାଉନି ଉଜାଡି, କଟ୍ ମିସ୍ତେ ଲକ୍ମନର୍ ମଜାଇ ଜିସୁର୍ ମୁଆଟେ ଉତ୍ରାଇଦେଲାଇ । ୨୦ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, “ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।”
୨୧ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, “ଏ କେ ଜେ ପର୍ମେସରର୍ ନିନ୍ଦାକଲାନି ? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି ?”
୨୨ତେଇ ସେମନ୍ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍କେ ଜିସୁ କଇଲା, “ତମେ କାଇକେ ସବୁଲକ୍ ନିଜର୍ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍ନି ? ୨୩କାଇଟା ଉପାସ୍ କାତା ? ତର୍ ସବୁ ପାପ୍ କେମା ଅଇଗାଲା ବଲି କଇବାଟା, କି ଉଟିକରି ଇଣ୍ଡି ଜା ବଲି କଇବାଟା ? ୨୪ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।” ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, “ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।”
୨୫ସେଦାପ୍ରେ ଚେରେଙ୍ଗ୍ ଦାର୍ଲା ଲକ୍ ସବୁଲକର୍ ଦେକ୍ତେ ଉଟିକରି ଜନ୍ କଟେ ସଇରଇଲା, ସେଟା ବଇ ପର୍ମେସରର୍ ମଇମା କରି କରି ତାର୍ ଗରେ ଉଟିଗାଲା । ୨୬ତେଇ ରଇଲା ସବୁଲକ୍ କାବା ଅଇଜାଇକରି ପର୍ମେସରର୍ ମଇମା କର୍ବାର୍ ଦାର୍ଲାଇ ଆରି ମାପ୍ରୁର୍ ଚକିତ୍ କାମ୍ ଦେକି, “ଆଜି ଆମେ କେବେ ନ ଅଇଲାଟା ଦେକ୍ଲୁ !” ବଲି କଇଲାଇ ।
ଜିସୁ ଲେବିକେ ଡାକ୍ଲାଇ
(ମାତିଉ ୯:୯-୧୩; ମାର୍କ ୨:୧୩-୧୭)
୨୭ତାର୍ପଚେ ଜିସୁ ବାରଇଜାଇ ଲେବି ନାଉଁର୍ ଗଟେକ୍ ସିସ୍ତୁମାଙ୍ଗୁ, ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟାନେ ବସିରଇବାଟା ଦେକି, ତାକେ କଇଲା, “ମର୍ସଙ୍ଗ୍ ଆଉ ।” ୨୮ତେଇ ଲେବି ସବୁଜାକ ଚାଡିଦେଇ ଉଟିକରି ଜିସୁର୍ ସଙ୍ଗ୍ ଜିବାର୍ଦାର୍ଲା ।
୨୯ଆରି ଲେବି ଜିସୁର୍ପାଇ ନିଜର୍ ଗରେ, ଗଟେକ୍ ବଡ୍ ବଜିକଲା । ତେଇ ସିସ୍ତୁମାଙ୍ଗୁମନ୍, ଅଦିକ୍ ଲକ୍ ଆରି ବିନ୍ ବିନ୍ ଲକ୍ମନର୍ ସଙ୍ଗ୍ ସେ କାଇବାକେ ବସ୍ଲା । ୩୦ ତେଇ ପାରୁସିମନ୍ ଆରି ତାକର୍ ଦଲର୍ ସାସ୍ତର୍ ସିକାଉମନ୍ ଜିସୁର୍ ମୁଆଟେ ତାର୍ ସିସ୍ମନ୍କେ ଦସ୍ ଦେକାଇ କଇଲାଇ, “ତମେ କାଇକେ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପିମନର୍ ସଙ୍ଗ୍ ମିସି କିଆ ପିଆ କଲାସ୍ନି ?”
୩୧ଜିସୁ ସେମନ୍କେ କଇଲା, “ଜାକେ ଦୁକାଦାରି ରଇସି, ସେସେ ଅସ କାଇସି, ଜାକେ ଦୁକା ଦାରେ ନାଇ ତାକେ ଅସ ଲଡାନାଇ । ୩୨ମୁଇ ଦରମ୍ ଲକ୍ବଲି ନିଜ୍କେ ବାବ୍ବା ଲକ୍ମନର୍ ପାଇ ଆସିନାଇ, ମାତର୍ ପାପି ଲକ୍ମନ୍କେ ପାପେଅନି ମନ୍ ବାଦ୍ଲାଇବାକେ ଆଇଲିଆଚି ।”
ଉପାସ୍ ବିସଇନେଇ ସିକିଆ
(ମାତିଉ ୯:୧୪-୧୭; ମାର୍କ ୨:୧୮-୨୨)
୩୩କେତେକ୍ ଲକ୍ ଜିସୁକେ ପାଚାର୍ଲାଇ, “ଡୁବନ୍ ଦେଉ ଜଅନର୍ ସିସ୍ମନ୍ ତର୍କେତର୍ ଉପାସ୍ କରି ପାର୍ତନା କର୍ବାଇ । ପାରୁସିମନର୍ ସିସ୍ମନ୍ ମିସା ସେନ୍ତାରି ସେ କର୍ବାଇ । ମାତର୍ ତମର୍ ସିସ୍ମନ୍ କିଆ ପିଆ କର୍ବାଇ ।”
୩୪ଜିସୁ ସେମନ୍କେ କଇଲା, “ବର୍ବାଟର୍ ଲକ୍ମନର୍ସଙ୍ଗ୍ ବର୍ ରଇଲାବେଲେ, ତମେ କାଇ ସେମନ୍କେ ଉପାସ୍ କରାଇପାରାସ୍ ? ନାଇ, ନାପାରାସ୍ । ୩୫ମାତର୍ ବେଲା ଆଇସି, ଜେଡେବେଲେ ତାକର୍ଟାନେଅନି ବର୍କେ ଡାକିଦାରିଜିବାଇ, ସେଡ୍କିବେଲେ ସେମନ୍ ଉପାସ୍ କଇବାଇ ।”
୩୬ଜିସୁ ସେମନ୍କେ ଆରି ଗଟେକ୍ ଉଦାଅରନ୍ ଦେଇ କଇଲା, “କେ ମିସା ପୁର୍ନା ଲୁଗା ପାଟିରଇଲାଟାନେ ନୁଆଲୁଗା ଚିରି ଚାପ୍ ନ ଦେଅତ୍, ଚାପ୍ ଦେଲେ ନୁଆଟା ମିସା ନସିଜାଇସି, ନୁଆ ଲୁଗାର୍ ଚାପ୍ ପୁର୍ନାଟାନେ ନ ମିସେ । ୩୭ବେସି ଦିନର୍ ପୁର୍ନା ଗାଗ୍ରିଟାନେ କେ ମିସା ଏବେ ଉତ୍ରାଇଲା ମଦ୍ ନ ରକଅତ୍, ତେଇ ଜଦି ସେ ମଦ୍ ରକଇ ଡାବିଦେଲେ, ଗାଗ୍ରି ପୁଟିକରି ପଡାଅଇଜାଇସି । ୩୮ତେବେ ମଦ୍ ଉତ୍ରାଇଲା ଦାପ୍ରେ ନୁଆ ଗାଗ୍ରିଟାନେ ରକଇ ସଙ୍ଗଇବାର୍ଆଚେ । ୩୯ଆରି କେ ମିସା ପୁର୍ନା ମଦ୍ କାଇକରି ଏବେ ଉତ୍ରାଇଲା ମଦ୍ କାଇବାକେ ମନ୍ ନ କରତ୍, କାଇକେବଇଲେ, ସେ ବାସିଟା ଆକା ନିକ ବଲି କଇସି ।”