ଜିସୁ ଗଟେକ୍ ରମିୟ ଲକର୍ ଗତି ଦାଙ୍ଗ୍ଡାକେ ନିକ କଲା
(ମାତିଉ ୮:୫-୧୩)
୧ଜିସୁ ଲକ୍ମନ୍କେ ସବୁ କାତା କଇ ସାରାଇକରି କପର୍ନାଉମ୍ ସଅରେ କେଟ୍ଲା । ୨ସେବେଲେ ସଏଟା ସନିଅମନର୍ ମୁକିଆର୍ ଗଟେକ୍ ଗତିଦାଙ୍ଗ୍ଡା, ଜର୍ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍ଲକ୍ ପାରା ଆଲାଦ୍ କର୍ତେରଇଲା । ୩ସେ ଜିସୁର୍ ବିସଇର୍ କବର୍ ସୁନି, ଜିସୁ ଜେନ୍ତିକି ଆସି ତାର୍ ଗତିଦାଙ୍ଗ୍ଡାର୍ ଜିବନ୍ ରକିଆ କର୍ସି ବଲି ବାବ୍ଲା । ସେଟାର୍ପାଇ ଜିସୁର୍ ଲଗେ କେତେଟା ଜିଉଦି ପାର୍ଚିନ୍ମନ୍କେ ପାଟାଇ ତାକେ ବାବୁଜିଆ କଲାଇ । ୪ପାର୍ଚିନ୍ମନ୍ ଜିସୁର୍ଲଗେ କେଟିକରି ତାକେ ଜୁଆର୍ ବିଆର୍ କରି କଇବାର୍ ଦାର୍ଲାଇ, “ତାର୍ପାଇ ତମେ ଏନ୍ତାରି କରିରଇଲେ, ନିକରଇସି । ୫କାଇକେବଇଲେ ସେ ଆମର୍ ଲକ୍ମନ୍କେ ଆଲାଦ୍ କର୍ସି ଆରି ନିଜେ ସେ ଆମର୍ ସବୁଲକର୍ ପାଇ ପାର୍ତନାଗର୍ ତିଆର୍କରି ଦେଇଆଚେ ।”
୬ତେଇ ଜିସୁ ତାକର୍ ସଙ୍ଗ୍ ଗାଲା । ସେ ଗରେ କେଟ୍ବାକେ କଣ୍ଡେକ୍ ଦୁର୍ ରଇଲାକେ, ସଏଟା ସନିଅମନର୍ ମୁକିଆ ଲକ୍ମନ୍କେ ପାଟାଇ ତାକେ କଇଲା, “ମାପ୍ରୁ, କସ୍ଟ ଉଆନାଇ, କାଇକେବଇଲେ ତମେ ଜେ ମର୍ ଗରେ ପାଦ୍ ପାକାଇସା, ମର୍ ଏନ୍ତାରି ବାଗିଅ ନାଇ । ୭ଏଟାର୍ପାଇ ମୁଇ ତମର୍ଟାନେ ଆଇବାକେ ମନ୍ କରିନାଇ । ମାତର୍ ଗଟେକ୍ ପଦ୍ ଆଦେସ୍ କରା, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି । ୮ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।”
୯ଜିସୁ ତାର୍ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍ ପଚେ ଆଇତେରଇବା ଲକ୍ମନ୍କେ କଇଲା, “ମୁଇ ତମ୍କେ କଇଲିନି, ଇସ୍ରାଏଲ୍ ବିତ୍ରେ ମିସା ଏତେକ୍ ବଡ୍ ବିସ୍ବାସି ନ ମିଲତ୍ ।”
୧୦ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।
ଜିସୁ ଗଟେକ୍ ରାଣ୍ଡିମାଇଜିର୍ ମରିଜାଇରଇଲା ଦାଙ୍ଗ୍ଡା ପିଲାକେ ଉଟାଇଲା
୧୧ତେଇଅନି ଜିସୁ ନାଇନ୍ ନାଉଁର୍ ନଅରେ ଗାଲା । ତାର୍ସଙ୍ଗ୍ ସିସ୍ମନ୍ ଆରି ଲକ୍ମନ୍ ବେସି ଜାଇତେରଇଲାଇ ।
୧୨ସେ ନଅରର୍ ଦୁଆର୍ଲଗେ କେଟୁ କେଟୁ, ଏଦେ ଦେକା ! ଲକ୍ମନ୍ ଗଟେକ୍ ମଲା ଲକ୍କେ ବଇଆନ୍ତେ ରଇଲାଇ । ସେ ନିଜର୍ ମାଆର୍ ଗଟେକ୍ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍ ବେସିଲକ୍ମନ୍ ତାର୍ ସଙ୍ଗ୍ ରଇଲାଇ । ୧୩ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।” ୧୪ଆରି, ଜିସୁ ଜାଇକରି ଡାଣ୍ଡିଆ ଚିଇଲାକେ ବଇ ଆନ୍ତେରଇବା ଲକ୍ମନ୍ ଟିଆଅଇଲାଇ । ଆରି ସେ କଇଲା, “ମୁଇ ତକେ କଇଲିନି, ନୁନା ଉଟ୍ !” ୧୫ତେଇ ସେ ଦାଙ୍ଗ୍ଡା ଉଟିବସ୍ଲା ଆରି କାତା କଇବାର୍ ଦାର୍ଲା । ଆରି ଜିସୁ ସେ ଦାଙ୍ଗ୍ଡାକେ ତାର୍ ମାକେ ସର୍ପିଦେଲା ।
୧୬ତେଇ ସବୁଲକ୍ ଡରିଗାଲାଇ, ଆରି ପର୍ମେସରର୍ ମଇମା କରି କରି କଇଲାଇ “ଆମର୍ ବିତ୍ରେ ଗଟେକ୍ ମଆନ୍ ବବିସତ୍ବକ୍ତା ଆଇଲାଆଚେ, ଆରି ପର୍ମେସର୍ ନିଜର୍ ଲକ୍ମନ୍କେ ଉଦାର୍ କର୍ବାକେ ଆସିଆଚେ ।”
୧୭ଜିସୁର୍ ଏ ବିସଇର୍ କାତା ଗୁଲାଇ ଜିଉଦା ଦେସେ ଆରି ଚାରିବାଟର୍ ଗାଉଁଗଣ୍ଡାର୍ ଲକ୍ମନ୍ ଜାନ୍ଲାଇ ।
ଡୁବନ୍ ଦେଉ ଜଅନର୍ ଦୁଇଟା ସିସ୍
(ମାତିଉ ୧୧:୨-୧୯)
୧୮ପଚେ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଏ ସବୁ କାତା ଜଅନ୍କେ ଜାନାଇଲାଇ । ୧୯ତେଇ ଜଅନ୍ ନିଜର୍ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକି ମାପ୍ରୁର୍ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍ ରଇଲା, ସେ ଲକ୍ ତମେସେ କି ? କି କାଇ ବିନ୍ ଲକ୍କେ ଆମେ ଜାଗ୍ବୁ ?”
୨୦ସେ ଲକ୍ମନ୍ ଜିସୁର୍ଲଗେ କେଟିକରି କଇଲାଇ, “ଡୁବନ୍ ଦେଉ ଜଅନ୍ ଆମ୍କେ ଏନ୍ତାରି କଇ ତମର୍ଲଗେ ପାଟାଇଆଚେ, ଜେ ଆଇବାର୍ ରଇଲା, ସେ ଲକ୍ ତମେ କି ? କି କାଇ ଆମେ ଆରି ବିନ୍ ଲକ୍କେ ଜାଗ୍ବୁ ?”
୨୧ସେବେଲେ ଜିସୁ ଜର୍ ଦୁକା, ଆରି ଡୁମା ଦାର୍ଲା ଲକ୍ମନ୍କେ ନିକ କଲା । ଆରି କେତେଟା କାଣାମନ୍କେ ମିସା ଆଁକି ଡିସାଇଲା ।
୨୨ଜିସୁ ଜଅନର୍ ସିସ୍ମନ୍କେ କଇଲା, “ତମେମନ୍ ଜନ୍ ଜନ୍ଟା ଦେକ୍ଲାସ୍ ଆରି ସୁନ୍ଲାସ୍, ସେଟା ସବୁ ଜାଇ ଜଅନ୍କେ ଜାନାଆ, କାଣା ଲକ୍ମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡିବୁଲ୍ଲାଇନି, ବଡ୍ ରଗିମନ୍ ନିକ ଅଇଲାଇନି, ବଇରା ଲକ୍ମନ୍ ସୁନ୍ଲାଇନି, ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାଇନି, ଆରି ଦୁକର୍ ଲକ୍ମନ୍କେ ମାପ୍ରୁର୍ ବାକିଅ ସୁନାଇଅଇଲାନି । ୨୩ଜନ୍ଲକ୍ ମକେ ‘କିରିସ୍ଟ ସେ କି ନଏଁ ?’ ବଲି ନ ବାବିକରି ବିସ୍ବାସ୍ କର୍ସି, ତାର୍ କେଡେକ୍ ନିକ କରମ୍ ।”
୨୪ଜଅନର୍ ସିସ୍ମନ୍ ବାଉଡିଗାଲାପଚେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇବାର୍ଦାର୍ଲା, “କାଇଟା ଦେକ୍ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍ ? କାଇ ପବନେ ଜୁଲ୍ତେରଇବା ବାଉଁସ୍ ନାଲା ? ୨୫ସେଟା ନଇଲେ ତମେ କାଇଟା ଦେକ୍ବାକେ ବାରଇଜାଇ ରଇଲାସ୍ ? କାଇ ଜବର୍ ଡାବୁଦେଇ ବସ୍ତର୍ ଗେନି ପିନ୍ଦିରଇବା ଗଟେକ୍ ଲକ୍କେ ଦେକ୍ବାକେ ? ଦେକା, ଜନ୍ ଲକ୍ମନ୍ ଜେ କି ସୁନ୍ଦର୍ ବସ୍ତର୍ ପିନ୍ଦିକରି, ସୁକର୍ ସଙ୍ଗ୍ ଦିନ୍ ବିତାଇବାଇ, ସେମନ୍ ତା ରାଜାର୍ ନଅରେ ରଇବାଇ । ୨୬ସେନ୍ତାର୍ ନଇଲେ କାଇକେ ବାରଇ ଜାଇରଇଲାସ୍ ? କାଇ ଗଟେକ୍ ବବିସତ୍ବକ୍ତାକେ ଦେକ୍ବାକେ ? ମୁଇ ତମ୍କେ ସତ୍ କଇଲିନି, ଜଅନ୍ ବବିସତ୍ବକ୍ତାମନର୍ ତେଇଅନି ମିସା ଅଦିକାର୍ ରଇବା ଲକ୍ ।” ୨୭ଜାର୍ ବିସଇ ନେଇକରି ଦରମ୍ ସାସ୍ତରେ ଲେକାଆଚେ । ପର୍ମେସର୍ କଇଲା, “ଆମେ ନିଜର୍ ଦୁତ୍କେ ତମର୍ ଆଗେ ପାଟାଇଲୁନି, ସେ ତମର୍ ମୁଆଟେ ତମର୍ପାଇ ବାଟ୍ ତିଆର୍ କର୍ସି, ଏ ସେ ଲକ୍ । ୨୮ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।”
୨୯ ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ । ୩୦ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ । ୩୧ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି ? ଆରି ସେମନ୍ କାର୍ ପାରା ? ୩୨ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, “ ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା । ୩୩କାଇକେବଇଲେ, ଡୁବନ୍ ଦେଉ ଜଅନ୍ ଆସି ଉପାସେ ରଇ, ଆମଟ୍ ଅଇଲା ପଲ୍ରସ୍ ମିସା କାଏନାଇ, ଆରି ତମେ ତାକେ କଇଲାସ୍ନି ଡୁମା ଦାରିଆଚେ ବଲି । ୩୪ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ । ୩୫ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।”
ପାରୁସି ସିମନର୍ ଗରେ ଜିସୁ
୩୬ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା । ୩୭ ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା । ୩୮ପଚ୍ବାଟେ ଜିସୁର୍ ପାଦ୍ଲଗେ ଟିଆଅଇ ଆଁସୁ ଜରାଇ ଜରାଇ ତାର୍ ଆଁସୁ ପାନି ସଙ୍ଗ୍ ଜିସୁର୍ ପାଦ୍ ବିଜାଇକରି ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚ୍ବାର୍ ଦାର୍ଲା । ଆରି ତାର୍ ପାଦେ ଚୁମି ଚୁମି କରି ସେ ଚିକନ୍ ଲାଗାଇବାର୍ ଦାର୍ଲା । ୩୯ସେଟା ଦେକିକରି ଜନ୍ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍ଲା, “ଜଦି ଏ ଲକ୍ ବବିସତ୍ବକ୍ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍ ମାଇଜି, ବଲି ଜାନ୍ତା । କାଇକେବଇଲେ ସେ ଗଟେକ୍ ପାପି ମାଇଜି ।”
୪୦ଜିସୁ ତାକେ କଇଲା, “ସିମନ୍ ତକେ ମୁଇ ଅଲପ୍ କଇବାର୍ ଆଚେ ।” ସେ କଇଲା, “ଗୁରୁ କୁଆ ତେବେ ।”
୪୧“ଗଟେକ୍ ସାଉକାରର୍ ରୁନ୍ ନେଇରଇବା ଦୁଇଲକ୍ ରଇଲାଇ, ଗଟେକ୍ଲକ୍ ପାଁଚ୍ସ ରୁପାଟାଙ୍ଗା ଆରି ଗଟେକ୍ଲକ୍ ପଚାସ୍ ରୁପାଟାଙ୍ଗା ରୁନ୍ କରିରଇଲାଇ । ୪୨ରୁନ୍ ବାନ୍ଦ୍ବାକେ ସେମନ୍କେ କାଇଟା ନ ରଇଲାଜେ, ସାଉକାର୍ ଦୁଇଲକର୍ ଜାକ ରୁନ୍ ଚାଡିଦେଲା । ତେବେ ସେମନର୍ ବିତ୍ରେ କେ ତାକେ ବେସି ଆଲାଦ୍ କର୍ସି ?”
୪୩ସିମନ୍ କଇଲା, “ମୁଇ ବାବ୍ଲିନି, ସାଉକାର୍ ଜାକେ ଅଦିକ୍ ରୁନ୍ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍ କଲାସ୍ ।” ୪୪ଆରି ଜିସୁ ସେ ମାଇଜିର୍ବାଟେ ମୁ ବୁଲାଇକରି ସିମନ୍କେ କଇଲା, “ଏ ମାଇଜିକେ ଦେକ୍ଲୁସ୍ନି ? ମୁଇ ତମର୍ ଗରେ ଆଇଲି, ମକେ ଗଡ୍ ଦଇବାକେ ପାନି ଦିଆସ୍ନାଇ, ମାତର୍ ଏ ତାର୍ ଆଁସୁପାନି ସଙ୍ଗ୍ ମର୍ ପାଦ୍ ବିଜାଇ ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚିଦେଲା । ୪୫ତମେ ମକେ ଚୁମାସ୍ନାଇ, ମାତର୍ ମୁଇ ବିତ୍ରେ ଆଇଲା ବେଲେଅନି ଏ ମର୍ ପାଦେ ଚୁମି ଚୁମି, ତାକେନାଇ । ୪୬ତମେ ମକେ ସନ୍ମାନର୍ ସଙ୍ଗ୍ ମୁଣ୍ଡେ ଚିକନ୍ ଲାଗାଆସ୍ନାଇ, ମାତର୍ ଏ ମର୍ ପାଦେ ବାସ୍ନା ଚିକନ୍ ଲାଗାଇଲା । ୪୭ତେବର୍ପାଇ ମୁଇ ତକେ କଇଲିନି, ଏ ମାଇଜିର୍ କେତେ କେତେ ପାପ୍ କେମାଅଇଲାଆଚେ, କାଇକେବଇଲେ ସେ ବେସି ଆଲାଦ୍ କଲା, ମାତର୍ ଜାକେ ଅଲପ୍ କେମା ଦିଆଅଇସି, ସେ ଅଲପ୍ ଆଲାଦ୍ କର୍ସି ।”
୪୮ଆରି ଜିସୁ ସେ ମାଇଜିକେ କଇଲା, “ତର୍ ସବୁ ପାପ୍ କେମା ଅଇଲା ଆଚେ ।”
୪୯ତେଇ ଜିସୁର୍ସଙ୍ଗ୍ କାଇବାକେ ବସିରଇବା ଲକ୍ମନ୍ ମନେ ମନେ କଇବାର୍ ଦାର୍ଲାଇ, “ପାପ୍ ମିସା କେମାକଲାନିଜେ, ଏ କେ ?”
୫୦ମାତର୍ ଜିସୁ ସେ ମାଇଜିକେ କଇଲା, “ତୁଇ ମକେ ବିସ୍ବାସ୍ କଲାର୍ପାଇ ବଲି ରକିଆ ପାଇଆଚୁସ୍, ସାନ୍ତିସଙ୍ଗ୍ ଉଟିଜା ।”