ଜିସୁ ଗଟେକ୍ ରଗିକେ ନିକକଲା
୧ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ । ୨ତେଇ ଜିସୁ ତାର୍ ମୁଆଟେ ଗଟେକ୍ ପୁଲାରଗ୍ ଅଇରଇଲା ଲକ୍କେ ଦେକ୍ଲା । ୩ତାର୍ ପଚେ ଜିସୁ ସେ ପାରୁସି ଆରି ମସାର୍ ନିୟମ୍ ସିକାଇଦେବା ଲକ୍ମନ୍କେ ପାଚାର୍ଲା । “ମସାର୍ ନିୟମ୍ ଇସାବେ ବିସ୍ରାମ୍ବାରେ ଗଟେକ୍ ରଗ୍ ଅଇଲା ଲକ୍କେ ନିକ କର୍ବା ବିଦି ଆଚେ କି ନାଇ ?”
୪ମାତର୍ ସେମନ୍ କାଇଟାବଲି ମିସା ନ କଇ ଚୁପ୍ଚାପ୍ ଅଇ ରଇଲାଇ । ସେଟାର୍ ପାଇ ଜିସୁ ସେ ରଗିକେ ଚିଇଲା ଆରି ନିକ କରି ପାଟାଇ ଦେଲା । ୫ ତାର୍ ପଚେ ଜିସୁ ସେମନ୍କେ ପାଚାର୍ଲା, “ ବିସ୍ରାମ୍ବାରେ ତମର୍ ବିତ୍ରେଅନି ଗଟେକ୍ କାର୍ଆଲେ ନିଜର୍ ପିଲା ନଇଲେ ଗଟେକ୍ ଗରୁ କୁଇସାଲେ ଅଦ୍ରି ରଇଲେ ତାକେ ଦାପ୍ରେ ଜିକି ନ ଆନାସ୍ କି ?” ୬ଏତର୍ ମିସା ସେମନ୍ ଏ କାତାର୍ ଉତର୍ ଦେଇ ନାପାର୍ଲାଇ ।
ସତ୍ଦରମ୍ ରଇ ସେବାକର୍ବାର୍
୭ଆରି ତେଇ କାଇବାର୍ ଆସି ରଇଲା ଲକ୍ମନ୍ ନିଜର୍ ନିଜର୍ ପାଇ ମୁକିଅ ଜାଗା ବାଚି ରଇଲାଇ । ସେଟା ଜିସୁ ଦେକି କରି ସେମନ୍କେ ଏ ଉଦାଅରନ୍ ଦେଇ କଇଲା, ୮“ଜେଡେବେଲା ତମ୍କେ କାର୍ଆଲେ ବିବାଗରେ ଜିବାକେ ଡାକ୍ବାଇ, ସେବେଲା ମୁକିଅ ଲକ୍ମନ୍ ବସ୍ବା ଜାଗାଇ ଜାଇ ବସାନାଇ । କାଇକେ ବଇଲେ ସେମନ୍ ତମର୍ତେଇଅନି ବଡ୍ ଲକ୍କେ ମିସା ବିବାଟାନେ ଜିବାକେ ଡାକି ରଇବାଇ । ୯କେ ତମ୍କେ ଆରି ବଡ୍ ଲକ୍କେ ଡାକ୍ଲା ଆଚେ ସେ ଆସିକରି ତମ୍କେ କଇସି, ‘ଆକେ ଏ ନିକ ଜାଗା ଦେସ୍’ ବଲି । ତେଇ ତମେ ଉଟି ମୁକିଅ ନଇଲା ଜାଗାଇ ଜାଇ ବସ୍ବାର୍ ଆଚେ । ସେବେଲାଇ ତମ୍କେ ବେସି ଲାଜ୍ ଲାଗ୍ସି । ୧୦ମାତର୍ ଜେଡେବଲ୍ ତମ୍କେ ଡାକ୍ବାଇ, ସେଡ୍କିବେଲେ ତମେ ଜାଇ ମୁକିଅ ନଇଲା ଜାଗାଇ ବସା । ସେବେଲା ତକେ ଡାକ୍ଲା ଲକ୍ ଆସି କଇସି, ‘ଏ ମଇତର୍ ତୁଇ କାଇକେ ଇତି ବସିଆଚୁସ୍ ? ଆଉ ଏ ନିମାନ୍ ଜାଗାଇ ବସ୍’ । ସେବେଲା ତମର୍ ସଙ୍ଗ୍ ବସ୍ଲା ସବୁ ଲକ୍ମନର୍ ମୁଆଟେଅନି ଡାକିନେଇ ନିକ ଜାଗାଇ ବସାଇ ଦେଇସି । ଆରି ସବୁ ଲକର୍ ମୁଆଟେ ତମେ ସନ୍ମାନ୍ ପାଇସା । ୧୧ କେ ନିଜ୍କେ ବଡ୍ ଲକ୍ ବଲି ବାବ୍ଲାନି ତାକେ ପର୍ମେସର୍ ସାନ୍ କରାଇସି । ଆରି କେ ନିଜ୍କେ ସାନ୍ ଲକ୍ ବଲି ବାବ୍ସି ତାକେ ପର୍ମେସର ବଡ୍ କରାଇସି ।” ବଲି କଇଲା ।
୧୨ତାର୍ପଚେ ଜିସୁ ବଜିତେଇ ଡାକ୍ଲା ଲକ୍କେ କଇଲା, “ତୁଇ ଲକ୍ମନ୍କେ ବଜିତେଇ ଡାକ୍ବା ବେଲାଇ ତର୍ ମଇତର୍ମନ୍କେ, ବାଇମନ୍କେ, ନିଜର୍ ଲକ୍ମନ୍କେ ଆରି ସାଉକାର୍ ଲକ୍ମନ୍କେ ଡାକ୍ ନାଇ । କାଇକେବଇଲେ ସେମନ୍ କେଡେବଲ୍ ମିସା ତକେ ଡାକିକରି ତୁଇ ଦେଲାପାରା ବଜି ବାଉଡାଇ ଦେଇପାରତ୍ । ୧୩ତେବେ ତୁଇ ବଜି କଲେ ଗରିବ୍, କାଣା, ଚଟା ଆରି ଚେରେଙ୍ଗ୍ରଗି ଏନ୍ତାରି ଲକ୍ମନ୍କେ ଡାକି ଦେସ୍ । ୧୪ସେନ୍ତି କଲେ ପର୍ମେସର୍ ତକେ ଆସିର୍ବାଦ୍ କର୍ସି । କାଇକେ ବଇଲେ ଏନ୍ତାରି ଲକ୍ମନ୍ ତୁଇ ଦେଲା ବଜି ବାଉଡାଇ ଦେଇ ନାପାରତ୍ । ପର୍ମେସର୍ ଦରମ୍ ଲକ୍ମନ୍କେ ମଲାଟାନେଅନି ଉଟାଇଲା ବେଲେ ତକେ ପୁରୁସ୍କାର୍ ମିଲ୍ସି ।”
ବଡ୍ ବଜିର୍ ଉଦାଅରନ୍
(ମାତିଉ ୨୨:୧-୧୦)
୧୫ଜିସୁ କଇଲା ବିସଇ ସୁନିକରି ତାର୍ ସଙ୍ଗ୍ ବଜିତେଇ କାଇବାକେ ବସି ରଇଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ କଇଲା, “କେ କେ ପର୍ମେସରର୍ ରାଇଜେ ତାର୍ ସଙ୍ଗ୍ ବଜି କାଇବାକେ ବସ୍ବାଇ, ସେଟା ତାକର୍ ପାଇ ଗଟେକ୍ ବଡ୍ ଆସିର୍ବାଦ୍ ।”
୧୬ଜିସୁ ସେ ଲକ୍କେ କଇଲା, “ତରେକ୍ ଗଟେକ୍ ଲକ୍ ବେସି ବଡ୍ ବଜି କଲା ।” ସେ ବଜିତେଇ ବେସି ଗତିଆମନ୍କେ ଡାକି ରଇଲା । ୧୭ଆରି ରାନ୍ଦ୍ବାଟା ଟିକ୍ ଅଇଲା ପଚେ ସାଉକାର୍ ତାର୍ ଗତିଦାଙ୍ଗ୍ଡାକେ ଡାକି କଇଲା, “ମୁଇ ବଜିର୍ ପାଇ ଡାକ୍ଲା ଲକ୍କେ ଜାଇ କଅ, କାଇବାଟା ଅଇଗାଲାବେ କାଇବାକେ ଆସତ୍ ।” ୧୮ମାତର୍ ଲକ୍ମନ୍ ଗଟେକ୍ ରକାମ୍ କଇଲାଇ, “ମକେ କାମ୍ ଆଚେ, ନ ଆସୁ” ବଲି । ଗଟେକ୍ ଲକ୍ କଇଲା “ମୁଇ ନୁଆ ବେଡା ଗେନ୍ଲି ଆଚି ସେ ବେଡା ଦେକ୍ବାକେ ଜିବି । ଆସି ନାପାରି, ଦୟାକରି ତର୍ ସାଉକାର୍କେ ଅଲପ୍ କଇଦେସ୍ ।” ୧୯ଆରି ଗଟେକ୍ ଲକ୍ କଇଲା, “ମୁଇ ପାଁଚ୍ମୁଣ୍ଡ୍ ଗରୁ ଗେନ୍ଲି ଆଚି, ଗରୁମନ୍କେ କସିକରି ଦେକ୍ବାକେ ଗାଲିନି । ଆସିନାପାରି ଦୟାକରି ତର୍ ସାଉକାର୍କେ ଅଲପ୍ କଇଦେସ୍ ।” ୨୦ଆରି ଗଟେକ୍ ଲକ୍ କଇଲା, “ମୁଇ ନୁଆରେ ବିବା ଅଇଆଚି, ତେବେ ମୁଇ ଆସି ନାପାରି ।”
୨୧ତାର୍ ପଚେ ସେ ଗତିଦାଙ୍ଗ୍ଡା ଆସି ସାଉକାର୍କେ ଏ ସବୁ କାତା ଜାନାଇଲା । ସେଟା ସୁନି ସାଉକାର୍ ବେସି ରିସାଅଇଜାଇ ତାକେ କଇଲା, “ଦାପ୍ରେ ଜାଇକରି ନଅରେ ଆରି ଗାଉଁ ମନ୍କେ ରଇଲା ଗରିବ୍, କାଣା, ଚଟା, ବଇରା ଆରି ଚେରେଙ୍ଗ୍ରଗିମନ୍କେ ଇତି ଡାକି ଆନ୍ ।” ୨୨ସେ ଗତିଦାଙ୍ଗ୍ଡା ଜାଇକରି ସାଉକାର୍ କଇଲାପାରା ଲକ୍ମନ୍କେ ଆନ୍ଲା । ତାର୍ ପଚେ ଗତିଦାଙ୍ଗ୍ଡା ତାର୍ ସାଉକାର୍କେ କଇଲା, “ଏ ସାଉକାର୍ ତୁଇ କଇଲା ଇସାବେ ମୁଇ ଡାକିଆନ୍ଲି । ଏଲେ ମିସା ଆରି କେତେ ଲକର୍ ପାଇ ଜାଗା ଆଚେ ।” ୨୩ଆରି ସାଉକାର୍ ସେ ଗତିଦାଙ୍ଗ୍ଡାକେ କଇଲା, “ଗଡର୍ ସଡକ୍ ପାଲି ରଇଲା ଲକ୍ମନ୍କେ ଆରି ଗାଏଁ ରଇଲା ଗରିବ୍ ଲକ୍ମନ୍କେ ଜାଇକରି ଡାକିଆନ୍ । ମର୍ ଗରେ ଲକ୍ ପୁରୁନ୍ ଅଅତ୍ ବଲି ମୁଇ ମନ୍ କଲିନି ।” ୨୪ତାର୍ପଚେ ଜିସୁ କଇଲା, “ମୁଇ ଜନ୍ ଲକ୍ମନ୍କେ ପର୍ତୁମ୍ ଡାକିରଇଲି, ସେମନ୍ କଣ୍ଡେକ୍ ମିସା ଚାକି ନାପାରତ୍ ।”
ସିସ୍ ଅଇବାର୍ ମୁଲିଅ
(ମାତିଉ ୧୦:୩୭-୩୮)
୨୫ତରେକ୍ ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଜାଇତେ ରଇଲାଇ । ଆରି ସେ ପଚ୍ବାଟେ ବୁଲିକରି ସେମନ୍କେ କଇଲା । ୨୬ “ଜେ ମର୍ ଲଗେ ଆସିକରି ନିଜର୍ ବାବା, ମାଆ, ମାଇଜି ପିଲା, ବାଇ ବଇନି ଆରି ନିଜ୍କେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ୨୭ ଗଟେକ୍ ଲକ୍ ମର୍ ପଚେ ପଚେ ଇଣ୍ଡ୍ବାର୍ଆଲେ, ତାକେ ଦିଆଅଇଲା କୁରୁସ୍ ବଇକରି ନ ଇଣ୍ଡେ ବଇଲେ, ସେ କେବେ ମର୍ ସିସ୍ ଅଇନାପାରେ । ୨୮ତମେ ଜଦି ଗଟେକ୍ ବଡ୍ ଗର୍ ବାନ୍ଦ୍ବାକେ ମନ୍ କଲାସ୍ନି ବଇଲେ, ବାନ୍ଦ୍ବା ଆଗ୍ତୁ କେତେକ୍ କର୍ଚ ଅଇସି ସେଟା ବସି କରି ଇସାବ୍ କର୍ସା । ଆରି ସେ ଗରର୍ ସବୁ କାମ୍ କରିସାରାଇବାକେ ତମର୍ ଲଗେ ସେତ୍କି ଡାବୁ ଆଚେକି ନାଇ ବଲି ଇସାବ୍ କରିଦେକ୍ସା । ୨୯ତମେ ଜଦି ଇସାବ୍ କରି ନ ଦେକ୍ଲେ ଗର୍ କାମ୍ ଆରାମ୍ କରି ସାରାଇ ନାପାରାସ୍ । ସେ କାମ୍ କରି ନ ସାରାଇଲେ ତମ୍କେ ଦେକ୍ବା ଲକ୍ମନ୍ ଆଁସିକରି ଲାଜ୍କରି ଦେବାଇ । ୩୦ସେମନ୍ କଇବାଇ, ଏ ଲକ୍ ବଡ୍ଟା ଗର୍ ବାନ୍ଦ୍ବାର୍ ଆରାମ୍ କଲା, ମାତର୍ ସାରାଇବାର୍ ନାପାର୍ଲା ।”
୩୧ଆରି ଜିସୁ କଇଲା, “ଗଟେକ୍ ରାଜା ଦସ୍ଅଜାର୍ ସନିଅ ଦାରି, କଡେଅଜାର୍ ସନିଅ ରଇଲା ରାଜାସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲେ, ପର୍ତୁମ୍ ତାର୍ ସନିଅମନ୍ ସଙ୍ଗ୍ ବସିକରି ତାର୍ ଦସ୍ଅଜାର ସନିଅମନ୍ ସଙ୍ଗ୍ ଜୁଇଦ୍ କଲେ ଜିତି ଅଇସି କି ନାଇ ବଲି ଜଜ୍ନା ନ କରେକି ? ୩୨ଜଦି ସେ ରାଜା ଜିତି ନଏଁ ବଲି ବାବ୍ଲେ ସେମନ୍ ଦୁରିକେ ରଇଲା ବେଲେସେ, ଏ ରାଜା ତାର୍ କେତେଟା ଲକ୍କେ ପାଟାଇ କରି, ଜୁଇଦ୍ ନ କରି ସାନ୍ତିର୍ ରାଜିନାମା କର୍ବାକେ କଇସି । ୩୩ତମେମିସା ସେନ୍ତାରିସେ ମର୍ ସିସ୍ ଅଇବାକେ ମନ୍ କଲେ ତମର୍ତେଇ ରଇଲା ସବୁଟା ଚାଡିଦେବାକେ ମନ୍ କର୍ବାର୍ ଆଚେ । ନଇଲେ ତମେ ମର୍ ସିସ୍ ଅଇ ନାପାରାସ୍ ।”
ଚପ୍ରା ରଇବା ନୁନ୍
(ମାତିଉ ୫:୩; ମାର୍କ ୯:୫୦)
୩୪“ନୁନ୍ ଗଟେକ୍ ବଡିଆ ଦିନ୍ସୁ । ନୁନ୍ ଜଦି ନୁନ୍ ପାରା କରିଆ ନ ଅଇଲେ ସେଟା ଆରିତରେକ୍ କେନ୍ତି ନୁନ୍ପାରା କରିଅଇସି । ୩୫ସେଟା ମାଟି କି କତ୍ କର୍ବାକେ ମିସା କାମେ ନ ଆସେ । ସେଟା ପିଙ୍ଗି ଦେବାର୍ସେ ଅଇସି । ଜାକେ ସୁନ୍ଲାପାରା କାନ୍ ଆଚେ ସେ ସୁନ ।”