ଆଜ୍ଲା ମେଣ୍ଡା
(ମାତିଉ ୧୮:୧୨-୧୪)
୧ ଦିନେକ୍ ଜିସୁ କଇବା କାତା ସୁନ୍ବାକେ ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ଆରି ଏନ୍ତି ବେସି ପାପିଲକ୍ମନ୍ ତାର୍ ଲଗେ ଆଇତେ ରଇଲାଇ । ୨ତେଇ ପାରୁସି ଲକ୍ମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍, ଏଟା ଦେକି ତାର୍ ବିରଦେ ଏନ୍ତି କଇବାର୍ ବସ୍ଲାଇ । “ଏ ଲକ୍କେ ଦେକା, ସେ ପାପି ଲକ୍ମନର୍ ସଙ୍ଗ୍ ମଇତର୍ ପାରା ଅଇ ତାକର୍ ସଙ୍ଗ୍ ମିସ୍ତେ କାଇଲାନି ।” ୩ସେଟାର୍ ପାଇ ଜିସୁ ସେମନ୍କେ ଏ ଉଦାଅରନ୍ କଇଲା ।
୪“ଜଦି ତମର୍ ବିତ୍ରେ ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସେ ବିତ୍ରେଅନି ଗଟେକ୍ ଆଜିଜାଇସି ବଇଲେ ତମେ କାଇଟା କର୍ସା ? ସେ ନବେ ନଅଟା ମେଣ୍ଡାମନ୍କେ ଚାରତ୍ବଲି ଚାଡିଦେଇ, ଆଜିଗାଲା ଗଟେକ୍ ମେଣ୍ଡା ମିଲ୍ବାଜାକ ନ କଜାସ୍ କି ? ୫ଆରି ଜେଡେବଲ୍ ସେ ମେଣ୍ଡା ମିଲାଇସି, ବେସି ସାର୍ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା । ୬ତମେ ଗରେ କେଟ୍ଲା ପଚେ, ତମର୍ ମଇତର୍ମନ୍କେ ଆରି ଗର୍ ଲଗର୍ ଲକ୍କେ ଡାକିକରି ‘ମର ସଙ୍ଗ୍ ସାର୍ଦା କରା, କାଇକେବଇଲେ ମର୍ ଆଜିଗାଲା ମେଣ୍ଡା ମିଲ୍ଲା’ ବଲି କଇସା । ୭ସେନ୍ତାରି ମୁଇ ତମ୍କେ କଇଲିନି, ‘ଆମେ ପାପି ଲକ୍ମନ୍ ନଉଁ’ ବଲି ବାବ୍ତେରଇବା ନବେ ନଅଟା ଦରମ୍ ଲକ୍ମନ୍ ରଇଲେମିସା ଗଟେକ୍ ପାପି ଲକ୍ ନିଜେ ‘ମୁଇ ଗଟେକ୍ ପାପି’ ବଲି ଏତାଇସି । ପଚେ ମନ୍ବାଦ୍ଲାଇ କରି ପର୍ମେସରର୍ ଲଗେ ଆଇସି । ସେ ନବେ ନଅଟା ଦରମ୍ ଲକ୍ମନର୍ତେଇ ଅନି ଏ ଗଟେକ୍ ଲକର୍ ପାଇ ସର୍ଗେ ଅଦିକ୍ ସାର୍ଦା କର୍ବାଇ ।”
ଆଜିର୍ଲା ରୁପା ଟାଙ୍ଗା
୮ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍ କାତାନି ସେମନ୍କେ କଇଲା, “ଜଦି ଗଟେକ୍ ମାଇଜିର୍ ଦସ୍ଟା ରୁପାଟାଙ୍ଗା ରଇଲା । ତେଇଅନି ଗଟେକ୍ ଅଦ୍ଲି ଆଜିଗାଲେ ସେ କାଇଟା କର୍ସି ? ସେ ବତି ଲାଗାଇ ଗୁଲାଇ ଗର୍ ସେଟା ନ ମିଲ୍ବାଜାକ ବାଡାନ୍ ଚୁଡାନ୍ କରି କଜ୍ସି । ୯ଆରି ସେଟା ମିଲ୍ଲା ଦାପ୍ରେ ତାର୍ ମଇତର୍ମନ୍କେ ଆରି ଗର୍ ଲଗେ ରଇଲା ଲକ୍ମନ୍କେ କଇସି ‘ତମେ ମର୍ସଙ୍ଗ୍ ସାର୍ଦା କରା, କାଇକେ ବଇଲେ ଆଜିଗାଲା ରୁପାଅଦ୍ଲି ଡାବୁ ମକେ ମିଲ୍ଲା ଆଚେ’ । ୧୦ମୁଇ ତମ୍କେ କଇଲିନି, ସେନ୍ତିସେ ଗଟେକ୍ ପାପି ଲକ୍ ମାପ୍ରୁର୍ତେଇ ମନ୍ବାଦ୍ଲାଇସି ବଇଲେ, ପର୍ମେସରର୍ ଦୁତ୍ମନ୍ ବେସି ସାର୍ଦା କର୍ବାଇ ।”
ଆଜ୍ଲା ପିଲା
୧୧ଏ କାତା ବୁଜାଇ ଦେବାକେ ଜିସୁ ସେମନ୍କେ ଆରି ଗଟେକ୍ କାତାନି କଇଲା । ଗଟେକ୍ ଲକ୍କେ ଦୁଇଟା ପିଲାମନ୍ ରଇଲାଇ । ୧୨ଦିନେକ୍ ସାନ୍ ପଅ ତାର୍ ବାବାକେ କଇଲା, “ଏ ବାବା ତର୍ ଦନ୍ ମର୍ବାଗେ ଜେତ୍କି ଅଇସି, ସେଟା ଏବେ ମକେ ଦେଇପାକା ।” ସେଟାର୍ ପାଇ ତାର୍ ବାବା ତାର୍ ଦନ୍ ଦୁଇବାଗ୍ କରି ତାର୍ ପିଲାମନ୍କେ ଦେଲା । ୧୩ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା । ୧୪ତାର୍ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍ ଗୁଲାଇ ବାଟେ ମର୍ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍ଲଗେ ଡାବୁ ନ ରଇଲା । ୧୫ତେବେ ସେ ଗଡେ ଗଟେକ୍ ଲକର୍ ଗରେ କୁଲି ମିଲ୍ସି କାଇକି ବଲି କାମ୍ କଜ୍ବାର୍ ଗାଲା । ସେ ଲକ୍ ତାକେ ଗୁସ୍ରି ଚାରାଇବା କାମ୍ ଦେଲା । ୧୬ଆରି ତାକେ ବେସି ବୁକ୍ ଲାଗ୍ତେ ରଇଲା । ତାକେ ଗୁସ୍ରିମନର୍ କାଦି କାଇବାକେ ମନ୍ଲାଗ୍ଲା ମାତର୍ ସେ କାଦି ମିସା ଦେଅତ୍ ନାଇ । ୧୭ସେବେଲେ ତାକେ ଚେତ୍ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍ଲା । ମର୍ ବାବାର୍ ଗରେତା କାମ୍ କର୍ବା ଗତିଦାଙ୍ଗ୍ଡାମନର୍ କେତେ କାଦି ଉବ୍ରି ଗାଲାନି । ମାତର୍ ମୁଇ ଇତି ବୁକେ ମରିଜିବିବେ । ୧୮ସେଟାର୍ପାଇ ମୁଇ ଏ ଜାଗା ଚାଡିକରି ମର୍ ବାବାର୍ ଲଗେ ବାଉଡି ଜିବି । ଆରି ତାକେ କଇବି, “ଏ ବାବା ମୁଇ ପର୍ମେସର୍ ଆରି ତର୍ ବିରଦେ ପାପ୍ କରିଆଚି । ୧୯ମୁଇ ଆରି ତର୍ ପିଲା ଅଇବାର୍ ଅଦିକାର୍ ନାଇ ଆରି ତର୍ ଗତିଦାଙ୍ଗ୍ଡାମନର୍ ବିତ୍ରେ ଗଟେକ୍ ଗତିଦାଙ୍ଗ୍ଡା ଅଇ ରଇବି” ବଲି କଇବି । ୨୦ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା ।
ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା । ୨୧ସେ ପିଲା ତାର୍ ବାବାକେ କଇଲା, “ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।” ୨୨ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।” ୨୩ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ । ୨୪କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
୨୫ସେ ବେଲା ତାର୍ ବଡ୍ ପଅ ତାସ୍ପଦାଇ ରଇଲା । ସେ ବାଉଡି କରି ଗର୍ ଲଗେ ଆଇବା ବେଲାଇ ବାଜାବାଇଦ୍ କରି ନାଟ୍ଗିତ୍ କର୍ବାଟା ସୁନ୍ଲା । ୨୬ସେ ଗଟେକ୍ ଗତିଦାଙ୍ଗ୍ଡାକେ ଡାକିକରି ପାଚାର୍ଲା, “ଇତି କାଇଟା ଅଇଲାନି ?” ୨୭ଗତିଦାଙ୍ଗ୍ଡା ତାକେ କଇଲା, “ତର୍ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍ ବାବା, ତର୍ ବାଇ ଜର୍ଦୁକା ନ ଅଇ ଜିବନ୍ଅଇ ଆଇଲାକେ ଗଟେକ୍ ଗାଗଡ୍ ପସୁକେ ମାର୍ଲା ଆଚେ ।”
୨୮ଏ କାତା ସୁନି ବଡ୍ ପଅ ବେସି ରିସା ଅଇଗାଲା । ସେ ଗର୍ ବିତ୍ରେ ପୁରେ ମିସା ନାଇ । ମାତର୍ ତାର୍ ବାବା ବଡ୍ ପଅର୍ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍ ଦାର୍ଲା । ୨୯ମାତର୍ ବଡ୍ ପଅ ତାର୍ ବାବାକେ କଇଲା, “ଦେକ୍, ମୁଇ ଏତେକ୍ ବରସ୍ ଜାକ ଗଟେକ୍ ଗତିଦାଙ୍ଗ୍ଡା ପାରା ତର୍ ସେବା କଲିନି ଆରି ତର୍ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍ ? ମର୍ ମଇତର୍ମନର୍ ସଙ୍ଗ୍ ବଜି କରା ବଲି ଗଟେକ୍ ସାନ୍ଟା ପସୁ ମିସା ଦେଉସ୍ ନାଇ । ୩୦ମାତର୍ ତର୍ ଏ ସାନ୍ ପଅ ସବୁ ଦନ୍ ଦାରିଜାଇ ବେସିଆମନ୍କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍ ପାଇ ଗଟେକ୍ ଗାଗଡ୍ଟା ପସୁକେ ମାର୍ଲୁସ୍ !” ୩୧ସେବେଲେ ତାର୍ ବାବା ବଡ୍ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍ ସଙ୍ଗ୍ ରଇଲୁସ୍ନି ଆରି ମର୍ ଜେତ୍କି ଦନ୍ ଆଚେ ସେଟା ସବୁ ତର୍ଟାସେ । ୩୨ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇ ଆମେ ସାର୍ଦା କର୍ବାର୍ ରଇଲା ।”