୧୪,୪୦୦୦ ଇସ୍ରାଏଲର୍ ଲକ୍
୧ତାର୍ପଚେ ଦର୍ତନିର୍ ଚାରିଟା କନେ ଚାରିଟା ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଜେନ୍ତାରିକି କାଇ ପବନ୍ ଦର୍ତନି କି ସମ୍ଦୁରେ କି କାଇ ଗଚ୍ ଉପ୍ରେ ନ ଆଇବାକେ ପବନ୍କେ ଦାରି ଅଟକାଇ ରଇଲା । ୨ପୁରୁବ୍ ଦିଗେଅନି ଆରି ଗଟେକ୍ ଜିବନ୍ ରଇବା ପର୍ମେସରର୍ ସିଲ୍ ସଙ୍ଗ୍ ଆଇବାଟା ମୁଇ ଦେକ୍ଲି । ସେ ଦୁତ୍ ସେ ଚାର୍ଟା ଦୁତ୍ମନ୍କେ ଆଉଲି ଅଇ ଡାକି କଇଲା । ପର୍ମେସର୍ ସେମନ୍କେ ଦର୍ତନି ଆରି ସମ୍ଦୁର୍ ବିନାସ୍ କର୍ବାକେ ବପୁ ଦେଇରଇଲା । ୩ସେ ଦୁତ୍ କଇଲା ଆମର୍ ପର୍ମେସର୍କେ ସେବା କର୍ବା ଲକ୍ମନର୍ କାପାଲେ ଚିନ୍ ନ ଦେବା ଜାକ ଦର୍ତନିକେ କି ସମ୍ଦୁର୍କେ କି ଗଚ୍କେ ବିନାସ୍ ନ କରା । ୪ସେମନ୍ ସେ ଲକ୍ମନ୍କେ ଚିନ୍ କରି ସାରାଇଲା ପଚେ, ସଏ ଚାଲିସ୍ ଚାରି ଅଜାର୍ ଲକ୍ମନ୍କେ ଚିନ୍ ଦେଲୁ ବଲି ମକେ କଇଲା । ସେମନ୍ ଇସ୍ରାଏଲର୍ ବାର୍ଟା ବଁସେଅନି ରଇଲାଇ । ୫ଜିଉଦା ବଁସେଅନି ବାରଅଜାର୍ । ସେନ୍ତାରିସେ ରୁବେନ୍ଅନି, ଗାଦ୍ ନାଉଁର୍ ଜାଗାଇଅନି ବାର ଅଜାର୍ । ୬ଆସ୍ରେଅନି, ନାପ୍ତାଲିଅନି, ମାନାସେଅନି, ବାରଅଜାର୍ । ୭ସିମିୟନ୍ଅନି, ଲବିଅନି, ଇସାକର୍ ତେଇଅନି ବାରଅଜାର୍ । ୮ସବ୍ଲୁନେଅନି, ଜସେପେଅନି, ବନିୟମେଅନି, ବାରଅଜାର୍ ଲାକା ଚିନ୍ କଲାଇ ।
ବଡ୍ ଦଲ୍
୯ତାର୍ପଚେ ମୁଇଦେକ୍ଲି ଏଦେ ଦେକା ! ତେଇ ଏତେକ୍ ମାନ୍ଦା ଲକ୍କେ ଦେକ୍ଲି ଜେ ସେ ଲକ୍ମନ୍କେ କେ ମିସା ଏଜି ନାପାରତ୍ । ସେମନ୍ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍ ବସ୍ବା ଜାଗାର୍ ମୁଆଟେ ଆରି ମେଣ୍ଡାପିଲାର୍ ମୁଆଟେ ଟିଆଅଇଲାଇ । ସେମନ୍ ଦବ୍ ଲୁଗାପିନ୍ଦିକରି ଆରି ଆତେ କଜ୍ରି ଡାଲ୍ ଦାରିରଇଲାଇ । ୧୦ସେମନ୍ ଆଉଲି ଅଇକରି କଇତେ ରଇଲାଇ, “ଆମର୍ ପର୍ମେସର୍ ଜେ କି ବସ୍ବା ଜାଗାଇ ବସିଆଚେ, ତାର୍ଟାନେଅନି ଆରି ମେଣ୍ଡା ପିଲାର୍ ଟାନେଅନି ମୁକ୍ତି ମିଲ୍ସି ।” ୧୧ସବୁ ଦୁତ୍ମନ୍ ବସ୍ବା ଜାଗାର୍ ଆରି ପାର୍ଚିନ୍ ମନର୍ ଆରି ଚାରିଟା ଜିବନ୍ ରଇବା ପସୁମନର୍ ଚାରିବେଟ୍ତି ଟିଆଅଇଲାଇ । ତାର୍ପଚେ ସେମନ୍ ବସ୍ବା ଜାଗାର୍ ମୁଆଟେ ଡାଣ୍ଡାସନ୍ ପଡି ପର୍ମେସର୍କେ ଜୁଆର୍ କରି, ୧୨କଇଲାଇ, ଆମେନ୍, ଦନିଅବାଦ୍, ମଇମା, ଗିଆନ୍, ଡାକ୍ପୁଟା, ବପୁ ଆରି ସକ୍ତି କାଲ୍ କାଲ୍ ଜୁଗ୍ ଜୁଗ୍ ଆମର୍ ପର୍ମେସର୍କେ ଅ । ଆମେନ୍, ବଲି କଇତେରଇଲାଇ ।
୧୩ପାର୍ଚିନ୍ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ଆସିକରି ମକେ ପାଚାର୍ଲା, “ଏ ଲକ୍ମନ୍ କାଇକେ ଦବ୍ ଲୁଗା ପିନ୍ଦି ଆଚତ୍ ଆରି ସେମନ୍ କନ୍ତିଅନି ଆଇଲାଇ ?” ୧୪ ମୁଇ ତାକେ କଇଲି “ଆଗିଆ ମୁଇ ନାଜାନି, ତୁଇତା ଜାନୁସ୍ ।” ସେ ମକେ କଇଲା “ବେସି ବଡ୍ ତାଡ୍ନା ପଚେ ରକିଆ ପାଇ ଆଇଲାଇଆଚତ୍ । ମେଣ୍ଡାପିଲାର୍ ବନି ସଙ୍ଗ୍ ସେମନ୍ ତାକର୍ ବସ୍ତର୍ ଦଇକରି ଦବ୍ କଲାଇଆଚତ୍ ।” ୧୫ସେଟାର୍ ପାଇ ସେ ଲକ୍ମନ୍ ପର୍ମେସରର୍ ବସ୍ବା ଜାଗାର୍ ମୁଆଟେ ରଇ ତାର୍ ମନ୍ଦିରେ ଦିନ୍ ରାତି ତାକେ ସେବା କଲାଇନି । ଜେ ବସ୍ବା ଜାଗାଇ ବସ୍ଲାଆଚେ, ସେ ସେମନ୍କେ ରକିଆ କର୍ସି । ୧୬ସେମନ୍କେ କେବେ ବୁକ୍ ନ ଲାଗେ କି ସସ୍ ନ କରେ । ବେଲ୍ କି ଅଦିକ୍ ତପି ରଇବା ତାତି ସେମନ୍କେ ପଡାଇନାପାରେ । ୧୭କାଇକେବଇଲେ ବସ୍ବା ଜାଗାର୍ ମଜାଇ ରଇବା ମେଣ୍ଡାପିଲା, ସେ ଲକ୍ମନର୍ ସେବାକାରିଆ ଅଇସି, ଆରି ଜିବନ୍ ରଇବା ଗାଡ୍ବାଟେ ସେ ଲକ୍ମନ୍କେ ବାଟ୍କାଡାଇ ନେଇସି । ଆରି ପର୍ମେସର୍ ସେ ଲକ୍ମନର୍ ଆକିର୍ ଆଁସୁ ପୁଚି ଦେଇସି ।