ସରଗର୍ ଦୁତ୍ ଆରି ସାନ୍ଟା ବଇ
୧ତାର୍ପଚେ ଏଦେ ଦେକା ! ସର୍ଗେଅନି ଆରି ଗଟେକ୍ ବଡ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାକେ ଗଟେକ୍ ବାଦଲ୍ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍ ଇନ୍ଦର୍ଦୁନୁ ଗୁଡିଆଇ ଅଇରଇଲା । ତାର୍ ମୁ ବେଲ୍ ପାରା ରଇଲା । ତାର୍ ଗଡ୍ମନ୍ ଜଇର୍ କୁନାଦି ପାରା ରଇଲା । ୨ତାର୍ ଆତେ ଉଗାଡି ଅଇରଇବା ଗଟେକ୍ ସାନ୍ ବଇ ରଇଲା । ସେ ତାର୍ ଉଜାଗଡ୍ ସମ୍ଦୁର୍ ବିତ୍ରେ ସଙ୍ଗଇଲା ଆରି ଡେବ୍ରି ଗଡ୍ ସୁକ୍ଲା ବୁଏଁ ସଙ୍ଗଇଲା । ୩ସେ ଆଉଲି ଅଇଲାକେ ସିଅଁମନ୍ ଅଡର୍ଲା ପାରା ସୁନିଅଇଲା । ସେ ଡାକ୍ଲା ପଚେ, ସାତ୍ଟା ଗଡ୍ଗଡିମନ୍ ଅଡ୍ରିକରି କଇଲାଇ । ୪ସେମନ୍ କାତା ଅଇଲା ଦାପ୍ରେ ମୁଇ ଲେକ୍ବାକେ ଆରାମ୍ ଅଇରଇଲି । ମାତର୍ ସର୍ଗେଅନି ଗଟେକ୍ ସବଦ୍ ସୁନ୍ଲି, ସାତ୍ଟା ଗଡ୍ଗଡିମନ୍ କଇଲାଟା କେ ନାଜାନ୍ଲାପାରା ସଙ୍ଗ । ସେଟା ଲେକ୍ନାଇ । ୫ତାର୍ପଚେ ମୁଇ ଆଗ୍ତୁ ଦେକିରଇବା ଦୁତ୍ ଜେ କି ସମ୍ଦୁରେ ଆରି ସୁକ୍ଲା ପଦାଇ ଟିଆ ଅଇରଇଲା, ସେ ତାର୍ ଉଜା ଆତ୍ ସରଗ୍ବାଟେ ଲାମାଇଲା । ୬ପର୍ମେସରର୍ ନାଉଁ ଦାରି ସେ ଗଟେକ୍ ସପତ୍ କଲା । ପର୍ମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେ ସର୍ଗେ ରଇବାଟା, ଦର୍ତନିତେଇ ରଇବାଟା ଆରି ସମ୍ଦୁରେ ରଇବା ସବୁଜାକ ତିଆର୍ କଲା । ସେ ଦୁତ୍ କଇଲା, “ଆରି ଅଲ୍ସମ୍ ନ ଅଏ ।” ୭ମାତର୍ ଜେଡେବେଲେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ସି, ସେଡ୍କିବେଲେ, ପର୍ମେସର୍ କାକେ ନ ଜାନାଇରଇବା ତାର୍ ମନ୍ କଲାଟା ପୁରାପୁରୁନ୍ ସିଦ୍ କର୍ସି । ଏଟା ସେ ତାର୍ ଦାଙ୍ଗ୍ଡାମନ୍କେ ଆରି ବବିସତ୍ବକ୍ତାମନ୍କେ ସେ ଆଗ୍ତୁ ଜାନାଇରଇଲା । ୮ତାର୍ପଚେ ସର୍ଗେଅନି ଜନ୍ ସବଦ୍ ମର୍ସଙ୍ଗ୍ କାତା ଅଇତେରଇଲା, ସେଟା ଆରିତରେକ୍ ମକେ କଇଲା “ଜାଆ, ସମ୍ଦୁରେ ଆରି ସୁକ୍ଲା ଜାଗାଇ ଟିଆଅଇରଇବା ଦୁତର୍ ଆତେଅନି ଉଗାଡି ଅଇରଇବା କାଗଜ୍ ବେଟ୍ ।” ୯ମୁଇ ଦୁତର୍ ଲଗେ ଗାଲି ଆରି ସାନ୍ଟା କାଗଜ୍ ମକେ ଦେ ବଲି କଇଲି । ସେ ମକେ କଇଲା “ଏଟା ନେଇକରି କାଆ । ତର୍ ପେଟେ ଏଟା ପିତା ଅଇସି । ମାତର୍ ତର୍ ଟଣ୍ଡେ ସେଟା ମୁ ପାରା ମୁନ୍ଦୁର୍ ରଇସି ।” ୧୦ତେଇ ମୁଇ ଦୁତର୍ ଟାନେଅନି ସାନ୍ଟା କାଗଜ୍ ନେଲି ଆରି କାଇଲି । ସେଟା ମର୍ ଟଣ୍ଡେ ପାକାଇଲାକେ ମୁ ପାରା ସୁଆଦ୍ ରଇଲା । ମାତର୍ ଗିଲ୍ଲା ପଚେ ପେଟ୍ ବିତ୍ରେ ପିତା ଅଇଗାଲା । ୧୧ତାର୍ପଚେ ମକେ କଇଲା, “ସବୁ ରାଜାମନର୍ ବିସଇ, ବାସାମନର୍ ବିସଇ, ବଁସର୍ ବିସଇ, ଆରି ରାଇଜର୍ ବିସଇ, ଏ ସବୁଜାକର୍ ଉପ୍ରେ ପର୍ମେସରର୍ କବର୍ ତୁଇ ଆରିତରେକ୍ ଜାଇ ଜାନାଇବାର୍ ଆଚେ ।”