ବାବିଲନ୍ ବୁଡିଗାଲାଟା
୧ତାର୍ପଚେ ଏଦେ ଦେକା ! ସର୍ଗେଅନି ଆରି ଗଟେକ୍ ଦୁତ୍ ଉତ୍ରିଆଇବାଟା ମୁଇ ଦେକ୍ଲି । ତାକେ ବେସି ଅଦିକାର୍ ରଇଲା । ଆରି ତାର୍ ଉଜଲ୍ ଗୁଲାଇ ଜଗତେ ବର୍ତି ଅଇଗାଲା । ୨ ସେ ବେସି ଆକ୍ମାରି କଇଲା, “ତାର୍ ଦସା ଅଇଲା ଆଚେ ! ସେ ବଡ୍ ବାବିଲନ୍ ମାଟିଲଗେ ମିସି ରୁନ୍ଚୁନା ଅଇଗାଲାବେ ! ସେଟା ଏବେ ମାଟିବିତ୍ରେ ତପିଅଇ ଗାଲାବେ ! ତାକେ ଏବେ ଡୁମାମନ୍ ଆରି ଅସୁକଲ୍ ଆତ୍ମାମନ୍ ବାଦାଦେଲାଇନି । ସବୁ ରକାମର୍ ଅସୁକଲ୍ ଆରି ଗିନ୍କର୍ବା ଚଡଇମନ୍ ତାର୍ ବିତ୍ରେ ବାସା ଅଇଆଚତ୍ । ୩କାଇକେବଇଲେ ଜଗତର୍ ସବୁ ରାଇଜ୍ମନ୍, ତାର୍ ମଦ୍ କାଇ ମାତିଜାଇଆଚତ୍ । ଏଟାର୍ ଅରତ୍ ଅଇଲାନି ତାର୍ କାରାପ୍ ଚଲାଚଲ୍ତି ମାନ୍ବାକେ ସେମନ୍କେ ସୁତ୍ରାଇଲା । ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କର୍ବାର୍ ଅବିଆସ୍ କଲାଇ । ଜନ୍ ସଁପତି ପାଇବା ଆସାଇଅନି ଏ ଜଗତର୍ ବେବାରିମନ୍ ସାଉକାର୍ ଅଇଗାଲାଇ ।”
୪ତାର୍ପଚେ ସର୍ଗେ ଅନି ଆରି ଗଟେକ୍ ସବଦ୍ ଏନ୍ତାରି କଇବାଟା ମୁଇ ସୁନ୍ଲି । “ମର୍ ଲକ୍ମନ୍ ତାର୍ଟାନେଅନି ବାରଇ ଆସା । ତମେ ଜଦି ତାର୍ ପାପେ ମିସ୍ଲେ, ସେ ପାଇବା ଡଣ୍ଡେ ମିସ୍ସା । ୫କାଇକେବଇଲେ ତାର୍ ସବୁଜାକ ପାପ୍ କୁପା କୁଡାଇଲା ପାରା ସର୍ଗେ ଜାକ କେଟ୍ଲା ଆଚେ । ଆରି ପର୍ମେସର୍ ତାକର୍ କାରାପ୍ ଚଲାଚଲ୍ତି ଏତାଇଲାନି । ୬ତାର୍ କରିରଇବା କାମର୍ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍ ଡଣ୍ଡ୍ ପାଇସି । ଲକ୍ମନ୍କେ ଦୁକ୍କସ୍ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍କି କାଟୁର୍ ମଦ୍ ବିନ୍ ଲକ୍ମନ୍କେ କାଇବାକେ ଦେଇତେରଇଲା, ତାର୍ ଦୁଇଗୁନ୍ ଅଦିକାର୍ଟା ତାକେ କାଇବାକେ ଦିଆଅଇସି । ୭ତାର୍ ଜେତ୍କି ଦନ୍ ସଁପତି ଆରି ବଡ୍ପନ୍ ଆଚେ, ସେ ଇସାବେ ତାର୍ ଦୁକ୍ କସ୍ଟ ଆରି କାକୁର୍ତି ରଇସି । ସେ ନିଜ୍କେ କଇସି ‘ମୁଇ ଇତି ସାସନ୍ କର୍ବା ଗଟେକ୍ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍ବି ? ୮ସେଟାର୍ପାଇବଲି ଦିନେକ୍ ବିତ୍ରେ ତାକେ ମର୍ଡି, ରଗ୍ଦୁକା, କାକୁର୍ତି ଆରି ଇନସ୍ତା ଆଇସି । ଆରି ସେ ଜଇଟାନେ ପଡିଜାଇସି । କାଇକେବଇଲେ ବେସି ବପୁର୍ ମାପ୍ରୁ ପର୍ମେସର୍ ତାକେ ବିଚାର୍ନା କର୍ସି ।”
୯ତାର୍ ବେସିଆ କାମେ ଆରି ଲାଲ୍ସା ଅଇ ମିସ୍ଲା ଜେତ୍କି ରାଜାମନ୍ ସେ ଜଇଲଗେ ପଡ୍ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍ମାରି କାନ୍ଦ୍ବାଇ । ୧୦ସେମନ୍ ଆମେମିସା ଡଣ୍ଡ୍ ପାଇବୁ ବଲି ଡରିକରି ଦୁରିକେ ଟିଆଅଇ କଇବାଇ, “ଏଟା କାଇ ଇନସ୍ତା, କାଇ କାକୁର୍ତି, ଏ ବଡ୍ ଅଇକରି ସୁନ୍ଦର୍ ବାବିଲନ୍ । ତୁଇ ପାଇବା ଡଣ୍ଡ୍ ଅଟାତ୍ ଅଇଗାଲା । କାଇକେବଇଲେ ଗଟେକ୍ ଗଁଟା ବିତ୍ରେ ତୁଇ କୁରୁପ୍ନାସ୍ ଅଇଗାଲୁସ୍ ।”
୧୧“ଏ ଜଗତର୍ ବେବାରିମନ୍ ତାର୍ପାରା ଦୁକ୍ ଅଇକରି କାନ୍ଦ୍ଲାଇନି । କାଇକେବଇଲେ ତାକର୍ ଜିନିସ୍ ଆରି କେ ନ ଗେନତ୍ ।” ୧୨ତାକର୍ ସୁନାବାନା, ତାକର୍ ରୁପା, ଜବର୍ ଦାମ୍ ଦେଇରଇବା ଇରା ମତିମନ୍, ସିଲ୍କୁ ଲୁଗା, ଜାମ୍କଲି ରଙ୍ଗର୍ ବସ୍ତର୍, ରଙ୍ଗୁଆ ବସ୍ତର୍, ବିନ୍ ବିନ୍ ରକାମର୍ ବେସି ଦାମ୍ ଦେବା ବାସ୍ନା ଗଚ୍, ଆଁତିର୍ ଦାଡାଇଅନି ଜବର୍ ଦାମ୍ଦେବାଟାମନ୍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍ବଲ୍ ପାକ୍ନାଇ ଅନି, ତିଆର୍ କରିରଇବାଟା, ବିନ୍ ବିନ୍ ଜିନିସ୍ କେ ମିସା ନ ଗେନତ୍ । ୧୩ଡାଲ୍ଚିନି, ବିନ୍ ବିନ୍ ରକାମର୍ ମସ୍ଲା, ଦୁପ୍, ବାସ୍ନାଦେବା ଦିନ୍ସୁ, ଟୁଣ୍ଡ୍ରି, ଅଙ୍ଗୁର୍ ମଦ୍, ଚିକନ୍, ଅଟା, ଗଁମ୍, ଗରୁ, ମେଣ୍ଡା, ଗଡା, ରତ୍, ଏନ୍ତାରିକି ଗତିକଟ୍ବା ଦାଙ୍ଗ୍ଡା ଆରି ଲକ୍ମନ୍କେ ମିସା ଜାକେ କି ସେମନ୍ ଗତିଦାଙ୍ଗ୍ଡା କରି ବିକ୍ବାଇ, ସେମନ୍କେ ମିସା ଗେନି ନେବାକେ କେ ନ ବାରଅତ୍ । ୧୪ବେବାରିମନ୍ ତାକେ କଇଲାଇ, “ଜନ୍ ସବୁ ଜିନିସ୍ ତମେ ନିଜର୍ କର୍ବାକେ ମନ୍ କର୍ତେରଇଲାସ୍, ସେଟା ସବୁ ପୁରାପୁରୁନ୍ ନସ୍ଟ ଅଇଗାଲା । ତମର୍ ଦନ୍ ସଁପତି ନସିଗାଲା ଆରି ଜେତ୍କି ଜିନିସ୍ ତମ୍କେ ସାର୍ଦା କରାଇତେରଇଲା, ସେଟାମନ୍ ଆରି ନ ଡିସେ ।” ୧୫ସେ ନଅରେ ବେବାର୍ କରି ବେବାରିମନ୍ ଜେତ୍କି ସାଉକାର୍ ଅଇଗାଲାଇ, ସେ ନଅରର୍ ଡଣ୍ଡେ, ସେମନ୍କେ ମିସାଇବାଇ ବଲି ଡରିକରି ସେମନ୍ ଦୁରିକେ ରଇବାଇ । ସେମନ୍ ଆକ୍ମାରି କାନ୍ଦ୍ବାଇ । ୧୬ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍ତା ! ଏ ବଡ୍ ନଅରର୍ ପାଇ କାଇ କାକୁର୍ତି ? ତେଇର୍ ଲକ୍ମନ୍ ଜାମ୍କଲିଆ ରଙ୍ଗର୍ ଆରି ଦବ୍ ସିଲ୍କୁ ଲୁଗା ପିନ୍ଦ୍ତେରଇଲାଇ । ସେମନ୍ ସୁନା ଆରି ବେସି ଦାମ୍ ଦେବା ଇରା ମୁକ୍ତାମନ୍ ପିନ୍ଦିରଇଲାଇ । ୧୭ମାତର୍ ଗଟେକ୍ ଗଁଟା ବିତ୍ରେ ତାକର୍ ସବୁ ଦନ୍ ସଁପତି କୁରୁପ୍ନାସ୍ ଅଇଗାଲା । ପାନିଜାଜ୍ ଚାଲାଉମନ୍ ଆରି ଜାଜେ ଜିବାଲକ୍ମନ୍ ଜାଜେ କାମ୍ କର୍ବା ଲକ୍ମନ୍ ଆରି ସମ୍ଦୁରେ କାମ୍ କରି ଜିଉନାକାଉନା କରି ସାଉକାର୍ ଅଇରଇଲାଇ, ସେମନ୍ ସବୁ ଦୁରିକେ ରଇକରି ଦେକ୍ତେରଇଲାଇ ।” ୧୮ସେ ନଅର୍ ପଡ୍ଲାକେ ତେଇଅନି ଉଟ୍ଲା ଦୁଆଁ ଦେକି ସେମନ୍ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍ ନଅର୍ ମିସା ନ ରଇଲା ।” ୧୯ସେମନ୍ ତାକର ମୁଣ୍ଡେ ଦୁଲି ବିଚିଅଇଲାଇ ଆରି ଆକ୍ମାରି କାନ୍ଦି କାନ୍ଦି କଇଲାଇ, “ଏଟା କାଇ ଇନସ୍ତା । ଏ ବଡ୍ ନଅରର୍ ପାଇ କାଇ କାକୁର୍ତି ?” ସମ୍ଦୁରେ ଆସ୍ଜା ଅଇତେରଇବା ଜାଆଜ୍ ମନ୍ ତାକର୍ ଦନର୍ ଲାଗି ସାଉକାର୍ ଅଇରଇଲାଇ । ଆରି ଏବେ ଗଟେକ୍ ଗଁଟା ବିତ୍ରେ ସେଟାସବୁ ନସିଗାଲା । ୨୦ସେ ବଡ୍ ନଅରର୍ ଦସାର୍ଲାଗି ସର୍ଗେ ରଇବା ଲକ୍ମନ୍ ସାର୍ଦା ଉଆ । ପର୍ମେସର୍ ସେ ନଅର୍କେ ଡଣ୍ଡ୍ ଦେଲାକେ ତମେ ବବିସତ୍ବକ୍ତାମନ୍, ପାର୍ଚିନ୍ମନ୍ ଆରି ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନ୍ ସାର୍ଦା ଉଆ । ସେ ନଅରର୍ ଲକ୍ମନ୍ ତମ୍କେ ତାଡ୍ନା କର୍ତେରଇଲାଇ ।
୨୧ତାର୍ପଚେ ଏଦେ ଦେକା ! ଗଟେକ୍ ବେସି ବପୁର୍ ଦୁତ୍ ଗଟେକ୍ ବଡ୍ ଜତା ଏଡ୍କି ପାକ୍ନା ବେଟି ସମ୍ଦୁରେ ପିଙ୍ଗ୍ଲା । ଆରି କଇଲା “ଏନ୍ତାରିସେ ବଡ୍ ନଅର୍ ବାବିଲନ୍କେ ଜବର୍ ଅଇତେ ପିଙ୍ଗ୍ବାଇ । ଆରି ତାର୍ ନାଉଁଗନ୍ଦ୍ ନ ମିଲେନି । ୨୨ବିଣା ବାଜାଉମନ୍, ଗିତ୍ଗାଉମନ୍, ବାଉଁସି ପୁକୁମନ୍ ଆରି ମଇରିର୍ ସବଦ୍ କେବେ ନ ସୁନତ୍ । ସୁନ୍ଦର୍ ଜିନିସ୍ ତିଆର୍କରୁମନ୍ ତେଇଆରି ନ ଡିସତ୍ । ଲକ୍ମନ୍ ଜତାସଙ୍ଗ୍ ଗର୍ବା ସବଦ୍ ମିସା ଆରି ନ ସୁନିଅଏ । ୨୩ଏ ନଅର୍ କାଇବତିସଙ୍ଗ୍ ମିସା ଉଜଲ୍ ନ ଡିସେ । ଏବେ ବିବା ଅଇବା ଦାଙ୍ଗ୍ଡା ଦାଙ୍ଗ୍ଡିର୍ କାତା ମିସା ନ ସୁନିଅଏ । ତମର୍ ବେବାରିମନ୍ ଗୁଲାଇ ଜଗତେ ଡାକ୍ପୁଟା ଅଇଆଚତ୍ । ଆରି ତର୍ ମାୟାଜାଲେ ପଡିକରି ଜଗତର୍ ଲକ୍ମନ୍ ସବୁ ନାଡାଇଅଇଲାଇ ।”
୨୪ବଡ୍ ନଅର୍ ବାବିଲନ୍ ଡଣ୍ଡ୍ ପାଇଆଚେ । କାଇକେବଇଲେ ବବିସତ୍ବକ୍ତାମନର୍ ଆରି ପର୍ମେସରର୍ ଲକ୍ମନର୍ ବନି ସେ ନଅରେ ବଇଗାଲାଆଚେ । ଆରି ଗୁଲାଇ ଜଗତେ ମରାଇଅଇରଇବା ଜେତ୍କି ଲକ୍ ଏ ନଅରର୍ ଲାଗି ମରିଜାଇରଇଲାଇ । ବାବବାଦିମନର୍ ସାଦୁଲକ୍ମନର୍ ଆରି ପୁର୍ତିବିତେଇ ମାରା ଜାଇରଇବା ସବୁଲକ୍ମନର୍ ବନି ସେ ଡିସି ରଇଲା ।