୭୬
ବିଜୟୀ ପରମେଶ୍ୱର
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।
 
୧ ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି;
ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।
୨ ମଧ୍ୟ ଶାଲେମ୍‍ରେ* ଶାଲେମ୍‍ରେ ଯିରୂଶାଲେମରେ ତାହାଙ୍କର ଆବାସ ଓ
ସିୟୋନରେ ତାହାଙ୍କର ବାସସ୍ଥାନ।
୩ ସେଠାରେ ସେ ଧନୁତୀରସବୁ,
ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। [ସେଲା]
୪ ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।
୫ ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି,
ସେମାନେ ନିଦ୍ରାରେ ନିଦ୍ରିତ ନିଦ୍ରାରେ ନିଦ୍ରିତ ଅର୍ଥାତ୍ ମରିଅଛନ୍ତି ହୋଇଅଛନ୍ତି;
ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।
୬ ହେ ଯାକୁବର ପରମେଶ୍ୱର,
ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।
୭ ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର
ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ ?
୮ ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ;
ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ
୯ ବିଚାର କରିବାକୁ ଉଠିବା ବେଳେ
ପୃଥିବୀ ଭୀତ ଓ ନୀରବ ହେଲା। [ସେଲା]
୧୦ ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ;
ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।
୧୧ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର;
ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।
୧୨ ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି;
ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି।

*୭୬:୨ ଶାଲେମ୍‍ରେ ଯିରୂଶାଲେମରେ

୭୬:୫ ନିଦ୍ରାରେ ନିଦ୍ରିତ ଅର୍ଥାତ୍ ମରିଅଛନ୍ତି