୧୩୧
ନିର୍ଭରଶୀଳ ହେବା ପାଇଁ ପ୍ରାର୍ଥନା
ଆରୋହଣ-ଗୀତ; ଦାଉଦଙ୍କ ରଚିତ।
 
୧ ହେ ସଦାପ୍ରଭୁ, ମୋ’ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋ’ ଦୃଷ୍ଟି ଗର୍ବୀ ନୁହେଁ;
କିଅବା ମୁଁ ମହତ୍‍ ମହତ୍‍ ବ୍ୟାପାରରେ,
ଅଥବା ମୋ’ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ ନାହିଁ।
୨ ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି,
ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି;
ମୋ’ ପ୍ରାଣ ମୋ’ ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି ଅଛି।
୩ ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ
ସଦାପ୍ରଭୁଙ୍କ ଠାରେ ଭରସା ରଖ।