୧୩୭
ନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ
୧ ଆମ୍ଭେମାନେ ବାବିଲୀୟ ନଦୀମାନର
ନିକଟରେ ସିୟୋନକୁ ସ୍ମରଣ କଲା ବେଳେ
ସେଠାରେ ବସିଲୁ ଓ ରୋଦନ କଲୁ।
୨ ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା
ଆପଣା ବୀଣା ଟଙ୍ଗାଇ ରଖିଲୁ।
୩ କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ,
ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ,
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
୪ ଆମ୍ଭେମାନେ ବିଦେଶରେ
କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା ?
୫ ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ,
ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ।
୬ ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ,
ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ,
ତେବେ ମୋହର ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ।* ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରିପାରିବି ନାହିଁ
୭ ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର;
ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।”
୮ ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ,
ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ,
ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ।
୯ ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି
ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ।

*୧୩୭:୬ ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରିପାରିବି ନାହିଁ