୧୨୦
ସାହାଯ୍ୟ ପ୍ରାର୍ଥନା
ଆରୋହଣ ଗୀତ।
 
୧ ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି,
ତହିଁରେ ସେ ମୋତେ ଉତ୍ତର ଦେଲେ।
୨ ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ
ପ୍ରବଞ୍ଚକ ଜିହ୍ୱାରୁ ମୋ’ ପ୍ରାଣକୁ ଉଦ୍ଧାର କର।
୩ ହେ ପ୍ରବଞ୍ଚକ ଜିହ୍ୱେ,
ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ ?
୪ ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।
୫ ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ।
ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।
୬ ଶାନ୍ତି ଘୃଣାକାରୀ ଲୋକ ସହିତ
ମୋ’ ପ୍ରାଣ ଦୀର୍ଘ କାଳ ବାସ କରିଅଛି।
୭ ମୁଁ ଶାନ୍ତି ଚାହେଁ;
ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।