Home

Song of Songs ପରମଗୀତ

ଅଧ୍ୟାୟ: 1 2 3 4 5 6 7 8


-Reset+

ଅଧ୍ୟାୟ 7

1 ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।
2 ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବତ୍ତୁର୍ଳ ପାତ୍ର ତୁଲ୍ଯ। ତୁମ୍ଭର ଉଦର ଶାେଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ଯ।
3 ତୁମ୍ଭର ସ୍ତନ ୟୁଗଳ ହରିଣର ୟାଆଁଳା ଛୁଆପରି।
4 ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।
5 ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବଣେୀ ପାଶ ରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
6 ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।
7 ତୁମ୍ଭ ଶରୀରର ଦୀର୍ଘ୍ଯତା ଖଜୁରୀ ବୃକ୍ଷ ତୁଲ୍ଯ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ଯ।
8 ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ଯ ହେଉ। ପୁଣି ତୁମ୍ଭ ନିଶ୍ବାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ଯ ହେଉ।
9 ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, ସହେି ଦ୍ରାକ୍ଷାରସ ମାେ ପ୍ରିଯତମାଙ୍କ ଗଳ ଦେଶ ରେ ଧୀର ଭାବରେ ଗଳିୟାଏ ଏବଂ ମାରେ ଓଷ୍ଠ ଓ ଦାନ୍ତ ଦଇେ ଧୀ ରେ ଧୀ ରେ ବହିୟାଏ।
10 ମୁଁ ଆପଣା ପ୍ରିଯତମଙ୍କର ଓ ତାଙ୍କର ବାସନା ମାେ ପ୍ରତି ଅଛି।
11 ଆସ, ମାରେ ପ୍ରିଯତମ, ଆମ୍ଭମାନେେ କ୍ଷେତ୍ରକୁ ୟିବା। ଆସ ହନୋ ଚାରାଗଛ ଗହଣ ରେ ରାତିଟି କଟଇଦେବୋ।
12 ଆମ୍ଭମାନେେ ଅତି ପ୍ରଭାତ ରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ ହାଇେଅଛି କି ନାହିଁ, ତାହା ଆମ୍ଭମାନେେ ଦେଖିବା। ସଠାେ ରେ ମୁଁ ତୁମ୍ଭଙ୍କୁ ଆପଣା ପ୍ ରମେ ପ୍ରଦାନ କରିବି।
13 ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ବାର ନିକଟରେ ସର୍ବପ୍ରକାର ବହୁମୂଲ୍ଯ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମାରେ ପ୍ରିଯତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।