53
ମନୁଷ୍ୟର ଦୁଷ୍ଟତା 
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କର ମସ୍କୀଲ୍। 
 1 “ପରମେଶ୍ୱର ନାହାନ୍ତି” ବୋଲି ମୂର୍ଖ ଆପଣା ମନେ ମନେ କହିଅଛି। 
ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, 
କେହି ସତ୍କର୍ମ କରେ ନାହିଁ। 
 2 ବିବେଚକ କେହି ଅଛି କି ନାହିଁ, ପରମେଶ୍ୱରଙ୍କର 
ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା 
ପାଇଁ ପରମେଶ୍ୱର ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି 
ନିରୀକ୍ଷଣ କଲେ। 
 3 ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; 
ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି; 
ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ ହେଁ ନାହିଁ। 
 4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ? 
ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋʼ ଲୋକମାନଙ୍କୁ ଗ୍ରାସ କରନ୍ତି, 
ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ। 
 5 ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; 
କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର* ଅଧର୍ମାଚାରୀର କିମ୍ବା ଛାଉଣିକାରୀର 
ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; 
ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ 
ସେମାନଙ୍କୁ ଲଜ୍ଜା ଦେଇଅଛ। 
 6 ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା! 
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ 
ବନ୍ଦୀତ୍ୱରୁ ଫେରାଇ ଆଣିବେ, 
ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ ହେବେ।