114
ନିସ୍ତାର ପର୍ବ ସଙ୍ଗୀତ 
 1 ଯେତେବେଳେ ଇସ୍ରାଏଲ ମିସରରୁ 
ଓ ଯାକୁବ ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ; 
 2 ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ 
ଓ ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା, 
 3 ସମୁଦ୍ର ତାହା ଦେଖି ପଳାଇଲା; 
ଯର୍ଦ୍ଦନ ଉଜାଣି ବହିଲା। 
 4 ପର୍ବତଗଣ ମେଷ ପରି 
ଓ ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ। 
 5 ତୁମ୍ଭର କʼଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ? 
ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ? 
 6 ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, 
ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ? 
 7 ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, 
ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ; 
 8 ସେ ଶୈଳକୁ ଜଳାଶୟ, 
ଚକ୍ମକି ପ୍ରସ୍ତରକୁ ନିର୍ଝର କଲେ।