121
ପରମେଶ୍ୱର ଆମ ରକ୍ଷକ 
ଆରୋହଣ ଗୀତ। 
 1 ମୁଁ ପର୍ବତଗଣ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବି; 
କେଉଁଠାରୁ ମୋହର ସାହାଯ୍ୟ ଆସିବ? 
 2 ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, 
ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ। 
 3 ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ; 
ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ। 
 4 ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, 
ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ। 
 5 ସଦାପ୍ରଭୁ ତୁମ୍ଭର ରକ୍ଷକ; 
ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା। 
 6 ଦିବସରେ ସୂର୍ଯ୍ୟ, କିଅବା 
ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ। 
 7 ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; 
ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। 
 8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର 
ଓ ଭିତରେ ଆସିବାର ରକ୍ଷା କରିବେ।