ତମର୍ ମୁକଲ୍ଲାଟା ଜତନ୍ କରା
୧ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
୨ମୁଇ ପାଉଲ୍ ଏବେ କଇଲିନି ସୁନା, ତମେ ଜଦି ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ସୁନତ୍ ଅଇବା ରିତିନିତି ମାନ୍ଲାସ୍ନି, ତମ୍କେ କିରିସ୍ଟ ଆରି ଲଡାନାଇ ବଲି ତେଇଅନି ଜାନା ପଡ୍ଲାନି । ୩ଜନ୍ ଲକ୍ ସୁନତ୍ ଅଇବାକେ ଗାଲାନି, ମୁଇ ଆରିତରେକ୍ ତାକେ ଜାଗ୍ରତ୍ କରାଇଦେଲିନି ଜେ, ମସାର୍ ନିୟମ୍ ପୁରାପୁରୁନ୍ ମାନ୍ବାର୍ ଆଚେ । ୪ତମର୍ ବିତ୍ରେ ଜେତ୍କି ଲକ୍ ନିୟମ୍ ମାନ୍ଲାର୍ପାଇ ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ଚେସ୍ଟା କଲାସ୍ନି, । ତମେ କିରିସ୍ଟତେଇ ଅନି ବିନେ ଅଇଆଚାସ୍, ଆରି ପର୍ମେସରର୍ ଜିବନ୍ ଦୁକାଇଲାତେଇଅନି ବାଇରେ ଆଚାସ୍ । ୫ମାତର୍ ଆମେ ଆସାକଲୁନି ଜେ, ପରମେସର୍ ଆମ୍କେ ତାର୍ ବିଚାର୍ ଇସାବେ ଦସ୍ ନଇଲା ଲକ୍ ବଲି କଇସି, ଜନ୍ ସୁକଲ୍ ଆତ୍ମାର୍ ବପୁ ବିସ୍ବାସର୍ ଲାଗି ଆମର୍ ବିତ୍ରେ କାମ୍ କଲାନି, ସେ ବପୁର୍ ଲାଗି ସେଟା ଅଇସିବଲି ଆମେ ଜାଗ୍ଲୁନି । ୬କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
୭ତମେ ନିମାନ୍ ସଙ୍ଗ୍ ଆଗ୍କେ ଜାଇତେ ରଇଲାସ୍ ! ସତ୍ ବାଟେ ଇଣ୍ଡ୍ଲା ବେଲେ, କେ ତମ୍କେ ଅଟ୍କାଇଲା ? କାରାପ୍ ବାଟେ ଜିବାକେ କେ ଉସ୍କାଇଲା ? ୮ତମ୍କେ ଡାକି ରଇଲା ପରମେସର୍ଟାନେଅନି ଏଟା ଅଏନାଇ । ୯ କାତାଇ ଆଚେ, ଚକ୍ଟି ରଇବା ସବୁ ଅଟାଗୁଣ୍ଡ୍ ପୁଲାଇବାକେ କଣ୍ଡେକ୍ସେ କମିର୍ ଲଡା । ୧୦ସେଟା ଜାଇଟା ଅଇଲେ ମିସା ଅଅବେ, ଏବେ ଜାକ ମର୍ ତମର୍ ଉପ୍ରେ ଆସାବର୍ସା ଆଚେ । କାଇକେ ବଇଲେ ଆମେ ସବୁ ଲକ୍ ମାପ୍ରୁର୍ ସଙ୍ଗ୍ ମିସି ଆଚୁ । ମୁଇ ବିସ୍ବାସ୍ କଲିନି, ତମେ ମର୍ ସିକିଆ ବିରଦ୍ ନ କରାସ୍ । ଆରି ଜନ୍ ଲକ୍ ତମ୍କେ କଚପଚ କଲାଇନି, ସେ ଜେ ଅଇରଇଲେ ମିସା, ତାକେ ପର୍ମେସର୍ ଡଣ୍ଡ୍ ଦେଇସି ।
୧୧ମାତର୍ ଏ ବାଇବଇନିମନ୍, ମୁଇ ଆଜିକେଜାକ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସ୍ କଲେ ମିସା, ସୁନତ୍ କର୍ବାର୍ ଆଚେ ଆକା ବଲି ସିକାଇଲିନି ପନି । ମୁଇ ଏନ୍ତାରି ସିକାଇଲିନି ବଲି, କେତେକ୍ ଲକ୍ମନ୍ କଇବୁଲ୍ଲାଇନି । ସେନ୍ତାର୍ଆଲେ ମୁଇ ଏବେ ମିସା କାଇକେ ନିନ୍ଦା ପାଇଲିନି ? ତେବେ ମୁଇ କିରିସ୍ଟର୍ କୁରୁସ୍ ବିସଇ ଜାନାଇବାଟା ସୁନିକରି ଜିଉଦିଲକ୍ମନ୍ ରିସା ନ ଅଇତାଇ । ୧୨ମୁଇ ମନ୍ କଲିନି, ଏ ବିସଇନେଇ ଜେ ଜେ ତମ୍କେ କଚପଚ କଲାଇନି, ସେମନ୍ ଆରି ଅଲପ୍ ଆଗ୍କେ ଜାଅତ୍ । ଉଜେ ସୁନତ୍ ନ ଅଇ ସେମନର୍ ଲିଙ୍ଗ୍ ପୁରାପୁରନ୍ କାଟି ଦେଅତ୍ !
୧୩ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା । ୧୪କାଇକେ ବଇଲେ ସବୁ ନିୟମ୍ ଏ ଗଟେକ୍ ବାକିଅତେଇ ସିଦ୍ ଅଇସି, ତମେ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍କେ ଆଲାଦ୍ କରା । ୧୫ମାତର୍ ତମେ ଜଦି କିରମାର ଅଇ ତମର୍ ବିତ୍ରେ ଚାବାକାତ୍ରା ଅଇସା, ତେବେ ଜାଗ୍ରତ୍, ଜେନ୍ତିକି ତମର୍ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ମାରି ନସ୍ଟ ନ ଉଆ ।
ସୁକଲ୍ଆତ୍ମା ଆରି ଲକ୍ମନର୍ ଚଲନ୍
୧୬ମର୍ କଇବା କାତା ଅଇଲାନି, କେନ୍ତି ଚଲାଚଲ୍ତି କର୍ବାର୍ ସେଟା ସୁକଲ୍ଆତ୍ମା ତମ୍କେ ସିକାଅ । ସେନ୍ତି ବଇଲେ, ତମେ ଆରି ଲକର୍ ଚଲନ୍ ଆରି ଲାଲ୍ସା ବାଟେ ନ ଜାଆସ୍ । ୧୭ ଲକର୍ ଚଲନ୍ ସୁକଲ୍ଆତ୍ମାର୍ ବିରଦି । ସେନ୍ତି ସେ ସୁକଲ୍ଆତ୍ମା ମନ୍ କର୍ବାଟା, ଲକର୍ ଚଲନର୍ ବିରଦି । ଏମନ୍ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସତ୍ରୁ । ସେଟାର୍ ପାଇ ତମେ କାଇଟା କର୍ବାକେ ମନ୍ କଲାସ୍ନି ସେଟା କରି ନାପାରାସ୍ । ୧୮ଜଦି ସୁକଲ୍ଆତ୍ମା ତମ୍କେ ଚାଲ୍ନା ଦେଇସି, ତେବେ ତମେ ଆରି ମସାର୍ ନିୟମର୍ ତଲେ ନାଇ ।
୧୯ଗାଗଡର୍ କାମ୍ମନ୍ ତା ନିକ ସଙ୍ଗ୍ ଜାନା ପଡ୍ଲାନି, ବେସିଆ କାମ୍ କର୍ବାଟା, ସୁକଲ୍ ନଇଲାଟା, ୨୦କାରାପ୍ ଇସାବେ ଦେକ୍ବାଟା, ପୁତ୍ଲାପୁଜା କର୍ବାଟା, ଜାଦୁବିଦିଆ କର୍ବାଟା, ଲାଗାଜଡା କରି ସତ୍ରୁ ଅଇବାଟା, ଆଁକାର୍ ଅଇବାଟା, ରିସା ଅଇବାଟା, କାମ୍ ଅଇଲାପଚେ ପାଚାରି ନ ଦେକ୍ବାଟା, ଦଲ୍ବିରଦି ଅଇବାଟା, କିରମାର୍ ଅଇବାଟା, ୨୧ଇଁସାତଲା ଅଇବାଟା, ମାତୁଆଲ୍ ଅଇବାଟା, ମଜାମଜ୍ଲିସ୍ ଅଇବାଟା, ଏ ସବୁ କାମ୍ମନ୍ ମୁଇ ଆଗ୍ତୁ ଜେନ୍ତି ତମ୍କେ କଇରଇଲି, ସେଟାର୍ ପାଇ ଆରିତରେକ୍ କଇଦେଲିନି ଜେ, ଜନ୍ ଲକ୍ମନ୍ ଏନ୍ତାରି କାମ୍ କର୍ବାଇ, ସେମନ୍ ପରମେସରର୍ ରାଇଜେ ପୁର୍ବା ଅଦିକାର ପାଇ ନାପାରତ୍ ।
୨୨ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, ୨୩ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ । ୨୪ଜନ୍ ଲକ୍ମନ୍ କିରିସ୍ଟ ଜିସୁର୍, ସେମନ୍ ତାକର୍ ଗାଗଡ୍କେ ତାର୍ ମନ୍ କର୍ବାଟା ଆରି ଆସା କର୍ବାଟା ସଙ୍ଗ୍ କୁର୍ସତେଇ ମରାଇ ଆଚତ୍ । ୨୫ଜଦି ଆମେ ସୁକଲ୍ଆତ୍ମାଇଅନି ଜିବନ୍ ପାଇଆଚୁ, ତେବେ ଆତ୍ମାର୍ ଇସାବେ ଚଲାଚଲ୍ତି କରୁ । ୨୬ଆମେ ଚୁଚାଇ ବଡ୍ପନ୍ ଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ରିସା ନ କରୁ ଆରି ଇଁସା ନ କରୁ ।