ଡନୁଲ୍ମଡନ୍
୧ଏ ବୋଞାଙ୍ଞେଞ୍ଜି, ତନାନ୍ଞେଞ୍ଜି, ଇନ୍ଲେଞ୍ଜି ଗନୁଗୁ ପନେମେଙ୍ଡମ୍ ପ୍ରବୁ ଜିସୁ କ୍ରିସ୍ଟନ୍ ଡର୍ତନ୍ବୋ, ତିଆସନ୍ ଆମ୍ୱେଞ୍ଜି ମନ୍ରାଞ୍ଜିଆଡଙ୍ ଏଡୁଲ୍ମଡ୍ଡଙ୍ । ୨ଆନ୍ନିଙ୍ ଅବୟ୍ନେ ସୁନା ଏନ୍ସିନ୍ ରଲନ୍, ଆରି ମନଙ୍ଡମ୍ ଆ ସିନ୍ରି ଜିଜିଡାଲନ୍ ସୋବାବେନ୍ ଇୟ୍ତାୟ୍; ଆରି ଅବୟ୍ନେ ଡୋଲେୟ୍ମରନ୍ ନିୟ୍ ଅଡିଲ୍କାବନ୍ ଜିଜିଡାଲନ୍ ସୋବାବେନ୍ ଇୟ୍ତାୟ୍ । ୩ଆରି ଆମ୍ୱେନ୍ ମନଙ୍ଡମନ୍ ଆ ସିନ୍ରି ଆଜିଜିନେନ୍ ଆ ମନ୍ରାଆଡଙ୍ “ଜିରାୟ୍ କେନ୍ ତେନ୍ନେ ଆୟ୍ ତଙ୍କୁମା” ଗାମ୍ଲେ ମନଙ୍ଡମ୍ ଆ ତରଙ୍କୁମ୍ ଏତିୟ୍ତେ, ବନ୍ଡ ତି ଡୋଲାୟ୍ମରନ୍ଆଡଙ୍, “ତେତ୍ତେ ତନଙ୍ଲେ ଡକୋନା, ଇଜ୍ଜାନ୍ଡେନ୍ ତାଲ୍ଜଙ୍ବାଞେନ୍ ଆୟ୍ ତଙ୍କୁମା” ଗାମ୍ଲେ ଏବରେନ୍ ଡେନ୍; ୪ଏତ୍ତେଲ୍ଡେନ୍, ଅମଙ୍ଲୋଙ୍ବେନ୍ ସନ୍ନାନ୍, ସୋଡ଼ାନ୍ ଆ ବର୍ନେଜି ମନ୍ନଲୋଙ୍ବେନ୍ ଅଃଡ୍ଡୁଙ୍ନାୟ୍ ପଙ୍ ? ଆରି ଆମ୍ୱେଞ୍ଜି ମନ୍ନଲୋଙ୍ବେନ୍ ଏର୍ମନଙନ୍ ଇୟମ୍ଡାଲେ ଏଃଞଣ୍ଡ୍ରମ୍ନେ ପଙ୍ ?
୫ଏ ବୋଞାଙ୍ଜି, ତନାନ୍ଜି ଅମ୍ଡଙ୍ବା, ଇସ୍ୱରନ୍ କେନ୍ ପୁର୍ତିଲୋଙନ୍ ଡୋଲେୟ୍ମରଞ୍ଜି ଡର୍ନେଡାଗୋ ଆ ରନ୍ନା ବାତ୍ତେ ଅଃନ୍ନବ୍ଗମାଲଜି ପଙ୍ ? ଆରି ଆନିନ୍ଆଡଙ୍ ଆଡ୍ରୁଙ୍ୟମ୍ତେଞ୍ଜି ଆ ମନ୍ରାଜିଆଡଙ୍ ଅଙ୍ଗା ରାଜ୍ୟ ତିୟ୍ତବେନ୍ ଗାମ୍ଲେ ବାସାଲନ୍, ତେତ୍ତେ ଡକୋନେନ୍ ଆସନ୍ ଆନିଞ୍ଜିଆଡଙ୍ ଅଃସେଡାଲଜି ପଙ୍ ? ୬ବନ୍ଡ ଆମ୍ୱେଞ୍ଜି ଡୋଲେୟ୍ମରଞ୍ଜିଆଡଙ୍ ଏବାସ୍ସେତଜି, ଗମାଙ୍ମରଞ୍ଜି ଆମ୍ବେଞ୍ଜିଆଡଙ୍ ବଡ୍ତବେଞ୍ଜି, ପନ୍ସୁଆତିନ୍ ଆସନ୍ ଆମ୍ୱେଞ୍ଜିଆଡଙ୍ ଡିଙ୍ଲେ ସଦରନ୍ ଓରୋଙ୍ତବେଞ୍ଜି । ୭ଅଙ୍ଗା ଆଞୁମ୍ ଆମ୍ୱେଞ୍ଜିଆଡଙ୍ ତନିୟନ୍ ଡେଲୋ, ଆନିଞ୍ଜି ତି ସୋଡ଼ାଡମନ୍ ଆଞୁମ୍ ନିଣ୍ତୟ୍ତଜି ।
୮“ଆମ୍ୱେନ୍ ତୟ୍ଲିସିଂମର୍ବେନ୍ଆଡଙ୍ ଆମ୍ୱେନ୍ଡମ୍ ଅନ୍ତମ୍ ଡୁଙ୍ୟମ୍ବା” ସାସ୍ତ୍ରଲୋଙନ୍ ଆ ବର୍ନେ କେନ୍ଆତେ ଆମ୍ୱେଞ୍ଜି ଆଜାଡ଼ିଡମ୍ ଞଣ୍ଡ୍ରମ୍ନାବା, ୯ବନ୍ଡ ଆମ୍ୱେଞ୍ଜି ମନ୍ରାଞ୍ଜିଆଡଙ୍ ଏଡୁଲ୍ମଡେଞ୍ଜି ଡେନ୍, ଏତ୍ତେଲ୍ଡେନ୍ ଆମ୍ୱେଞ୍ଜି ଇର୍ସେନ୍ ଏଲୁମ୍ତେ, ଆରି ତି ମୋସାନ୍ ଆ ବନାଁୟ୍ବର୍ ବାତ୍ତେ ଆମ୍ୱେଞ୍ଜି ଡୋସାମର୍ ଡେତବେନ୍ । ୧୦ଅଙ୍ଗା ମନ୍ରା ମୋସାନ୍ ଆ ବନାଁୟ୍ବର୍ଲୋଙ୍ ଆଇଡିଡନ୍ ଆ ବର୍ନେଜି ଅଡ଼୍କୋନ୍ ଞଣ୍ଡ୍ରମ୍ଡାଲନ୍, ଅବୟ୍ ବର୍ନେନ୍ ଆଲ୍ଲେତେ, ଆନିନ୍ ଅଡ଼୍କୋନ୍ ଆ ବର୍ନେ ଆଲ୍ଲେଏନ୍ ଗାମ୍ଲେ ଡୋସାତେ । ୧୧ଇନିଆସନ୍ଗାମେଣ୍ଡେନ୍ ଆନା “ଏଡାରିଡଙ୍ନେ” ଗାମ୍ଲେ ବର୍ରନେ, ଆନିନ୍ ମା “ମନ୍ରାନ୍ ଏରବ୍ବୁଡଙ୍” ଗାମ୍ଲେ ନିୟ୍ ବର୍ରନେ; ତିଆସନ୍ ଆମ୍ୱେଞ୍ଜି ଏଃଡ୍ଡାରିଲନ୍ ଜନଙ୍ଡେନ୍, ମନ୍ରାନ୍ ଏରବ୍ବୁଏନ୍ ଡେନ୍, ଏତ୍ତେଲ୍ଡେନ୍ ଆମ୍ୱେଞ୍ଜି ମୋସାନ୍ ଆ ବନାଁୟ୍ବର୍ ଏଆଲ୍ଲେତେ ଗାମ୍ଲେ ଡୋସାତବେନ୍ । ୧୨ଆରମ୍ରେଙ୍ଲଙ୍ଲନ୍ ମୋସାନ୍ ଆ ବନାଁୟ୍ବର୍ ବାତ୍ତେ ଇନ୍ଲେଞ୍ଜି ପନ୍ସୁଆତିନ୍ ଡେଡେଲଙ୍ତନ୍, କେନ୍ଆତେ ଜନାଡାଲେ ଆମ୍ୱେଞ୍ଜି କଡାଡ଼ିନାବା ଆରି ଲନୁମ୍ନାବା । ୧୩ଇନିଆସନ୍ଗାମେଣ୍ଡେନ୍ ଅଙ୍ଗା ମନ୍ରା ଆନ୍ନିଙ୍ଆଡଙ୍ ଅଃସାୟୁମେ, ଆନିନ୍ ଆସନ୍ ନିୟ୍ ଏର୍ସନାୟୁମନ୍ ପନ୍ସୁଆତିନ୍ ଡେତେ; ପନ୍ସୁଆତିଲୋଙନ୍ ସନାୟୁମନ୍ ତୁମ୍ ଜିନୟ୍ତେ ।
ଡର୍ନେନ୍ ଡ କାବ୍ବାଡ଼ାନ୍
୧୪ଏ ବୋଞାଙ୍ଞେଞ୍ଜି, ତନାନ୍ଞେଞ୍ଜି, ଆନ୍ନିଙ୍ ଗାମ୍ଲେ, ଅମଙ୍ଞେନ୍ ଡର୍ନେନ୍ ଡକୋ, ବନ୍ଡ ଲନୁମନ୍ ବାତ୍ତେ ତିଆତେ ଅଃଗିୟ୍ତାଲୋ ଡେନ୍, ଏତ୍ତେଲ୍ଡେନ୍ ଇନି ଆ ଲାବ ? ତି ଏତ୍ତେଗନ୍ ଆ ଡର୍ନେ ବାତ୍ତେ ଆନିନ୍ ଅନୁରନ୍ ତିୟ୍ଲେ ରପ୍ତିତେ ପଙ୍ ? ୧୫ଅବୟ୍ ବୋଞାଙନ୍ କି ତନାନନ୍ ଜିଜିନେନ୍ ଆସନ୍ ଆମଙନ୍ ସିନ୍ରି ତଡ୍, ଆରି ଡିତାନ୍ ଗାଗାନେନ୍ ଅଃଞାଙେ, ୧୬ଆରି ଆମ୍ୱେଞ୍ଜିଲୋଙ୍ ସିଲଡ୍ ଆନ୍ନିଙ୍ ଜିଜିନେନ୍ ଆସନ୍ ସିନ୍ରିନ୍ ଏର୍ତନିୟନ୍, ଆରି ଗାଗାନେନ୍ ଆସନ୍ ଜନୋମ୍ଜୋମନ୍ ଏର୍ତନିୟନ୍, “ଇସ୍ୱରନ୍ ଆମନ୍ଆଡଙ୍ ଆସିର୍ବାଦଅମ୍ତୋ, ଜୋମ୍ଲେ ଗାଲେ ଉଗୁରିୟ୍ ଡକୋନା” ଏଗାମେନ୍ ଡେନ୍, ଏତ୍ତେଲ୍ଡେନ୍ ଇନି ଆ ଲାବ ? ୧୭ଡର୍ନେନ୍ ନିୟ୍ ଏତ୍ତେଲେମା, ଲନୁମନ୍ ଅବୟ୍ ତଡ୍ ଡେନ୍, ଡର୍ନେନ୍ ଆରବୁ ।
୧୮ବନ୍ଡ ଲାଙ୍ଲେନ୍ନେ ବର୍ତଞ୍ଜି, “ଅବୟ୍ନେ ଆମଙ୍ ଡର୍ନେନ୍ ଡକୋ, ଆରି ଅବୟ୍ନେ ଆମଙ୍ ଲନୁମନ୍ ଡକୋ” କେନ୍ ଆ ବର୍ନେ ଞେନ୍ ବର୍ତନାୟ୍, “ଏର୍ଲନୁମନ୍ ଡର୍ନେବେନ୍ ଞେନ୍ଆଡଙ୍ ଅବ୍ତୁଜିଁୟ୍ବା, ଆରି ଞେନ୍ ଲନୁମନ୍ ବାତ୍ତେ ଡର୍ନେଞେନ୍ ଆମ୍ୱେଞ୍ଜିଆଡଙ୍ ଅବ୍ତୁୟ୍ତବେନ୍ ।” ୧୯ଇସ୍ୱରନ୍ ଆବୟନ୍ ଡକୋ, କେନ୍ଆତେ ଆମ୍ୱେଞ୍ଜି ଏଡର୍ତନ୍, ବୁତଞ୍ଜି ନିୟ୍ ଇସ୍ୱରନ୍ ଡକୋ ଗାମ୍ଲେ ଡର୍ତଞ୍ଜି କି ବନ୍ତଙନ୍ ବାତ୍ତେ ତକର୍ତଜି । ୨୦ଏ ଉଲ୍ଲୁମର୍ଜି, ଲନୁମନ୍ ଅବୟ୍ ତଡ୍ ଡେନ୍, ଡର୍ନେନ୍ ଇନ୍ନିଙ୍ ବରାଁୟ୍ବାଁୟ୍ ତଡ୍, କେନ୍ଆତେ ଆମ୍ୱେଞ୍ଜି ଜନନାନ୍ ଏସାୟ୍ତେ ପଙ୍ ? ୨୧ଆପେୟ୍ଲେନ୍ ଅବ୍ରାମନ୍, ତୋଣ୍ଡୋ ତନମ୍ପିଲନ୍ ଆ ଡାଙ୍ଗଡ଼ାଅନନ୍ ଇସାକନ୍ଆଡଙ୍ ଆରମଙେନ୍ ଆଡିଡ୍ ଆ କାବ୍ବାଡ଼ାନ୍ ବାତ୍ତେ ଆନିନ୍ ଡରମ୍ମମର୍ ଗାମ୍ଲେ ଡନିଡିନ୍ ଅଃଡ୍ଡେଲୋ ପଙ୍ ? ୨୨ଆମ୍ୱେନ୍ ଅଃଜ୍ଜନାବେନ୍ ପଙ୍ ? ଅବ୍ରାମନ୍ ଆ ଡର୍ନେ ଡ ଆ ଲନୁମନ୍ ମାୟ୍ଲନ୍ ଡକୋଲନ୍, ଆରି ଆ ଲନୁମନ୍ ବାତ୍ତେ ଡର୍ନେନ୍ ଗିୟ୍ତାଏନ୍ । ୨୩ତିଆସନ୍ ସାସ୍ତ୍ରଲୋଙନ୍ ଆଇଡିଡନ୍ କେନ୍ ଆ ବର୍ନେ ଆଜାଡ଼ିନ୍ ଡେଲୋ, “ଅବ୍ରାମନ୍ ଇସ୍ୱରନ୍ ଆମଙ୍ ଡର୍ରନେ, ଆରି ଆ ଡର୍ନେନ୍ ବାତ୍ତେ ଆନିନ୍ ଡରମ୍ମମର୍ ଗାମ୍ଲେ ଡନିଡିନ୍ ଡେଲୋ ।” ଆରି ଆନିନ୍ ଇସ୍ୱରନ୍ ଆ ଗଡ଼ି ଗାମ୍ଲେ ଅଡ଼୍କୋନ୍ ଜନାଏଞ୍ଜି । ୨୪ସତ୍ତର୍ ଡର୍ନେନ୍ ବାତ୍ତେ ମନ୍ରାନ୍ ଡରମ୍ମମର୍ ଅଃଡ୍ଡେଏ, ଆର୍ପାୟ୍ ଲନୁମନ୍ ବାତ୍ତେ ମନ୍ରାନ୍ ଡରମ୍ମମର୍ ଗାମ୍ଲେ ଡନିଡିନ୍ ଡେତେ, କେନ୍ଆତେ ଆମ୍ୱେଞ୍ଜି ଏଗିୟ୍ତେ ।
୨୫ତିଅନ୍ତମ୍ ଡାରିନେବୟ୍ ରାବନ୍ ନିୟ୍ ଲନୁମନ୍ ବାତ୍ତେ ଡରମ୍ମମର୍ ଗାମ୍ଲେ ଡନିଡିନ୍ ଡେଏନ୍, ଆନିନ୍ ଇସ୍ରାଏଲ୍ କବରପାଙ୍ମରଞ୍ଜିଆଡଙ୍ ଆସିଙନ୍ ଓରୋଙ୍ଡାଲେ ସନେନ୍ ଆସନ୍ ଡରକୋନେନ୍ ତିୟେଞ୍ଜି, ସିଲଡ୍ଲ୍ଲନ୍ ଆନ୍ନା ତଙର୍ଗଡ୍ ଜିର୍ଜିରନ୍ ଆସନ୍ ସାଜଏଞ୍ଜି ।
୨୬ତିଆସନ୍, ପୁରାଡ଼ାନ୍ ଅବୟ୍ ତଡ୍ ଡେନ୍ ଡଅଙନ୍ ଏଙ୍ଗାଲେ ରବୁତେ, ଏତ୍ତେଲେମା ଲନୁମନ୍ ଅବୟ୍ ତଡ୍ ଡେନ୍ ଡର୍ନେନ୍ ନିୟ୍ ରବୁତେ ।