କିରିସ୍ଟ ଜିସୁକେ ବିସ୍ବାସ୍ କରିରଇବା ସନିଅ
୧ଏ ମର୍ ଆଲାଦର୍ ପ । ଜିସୁକିରିସ୍ଟ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାର୍ ପାଇ ଡାଟ୍ଅଇ ର । ୨ଜେତ୍କି ଲକ୍ମନ୍ ବିନ୍ ଲକ୍ମନ୍କେ ସିକାଇବାକେ ଅଦିକାର୍ ପାଇଆଚତ୍, ଏନ୍ତାରି ଲକ୍ମନ୍କେ ସବୁ ବିସଇ ସର୍ପିଦେସ୍ । କେତେକ୍ କେତେକ୍ ସାକିମନର୍ ମୁଆଟେ ତୁଇ ମର୍ଟାନେଅନି ଜନ୍ ସାକି ସୁନିଆଚୁସ୍, ସେନ୍ତାରି ଲକ୍ମନ୍କେ ସେ ସବୁଜାକ ସର୍ପିଦେସ୍ ।
୩କିରିସ୍ଟ ଜିସୁର୍ ଗଟେକ୍ ନିକ ସନିଅ ଅଇ, ମର୍ପାରା ଦୁକ୍ କସ୍ଟ ମୁର୍ଚିକରି ରଅ । ୪ଗଟେକ୍ ସନିଅର୍ ବିସଇ ବାବିଦେକା । ସଇନ ଜୁଇଦ୍କେ ଜିବାକେ ଜାଗ୍ରତ୍ ଅଇବାବେଲେ, ଏ ଜଗତର୍ ବିସଇ କର୍ବାକେ ମନ୍ ନ ଦେଏ । କାଇକେବଇଲେ, ସେ ତାର୍ ଉପ୍ରର୍ ଅଦିକାରିକେ ସାର୍ଦା କରାଇବାକେ ମନ୍ କର୍ସି । ୫ସେନ୍ତାରିସେ, ଗଟେକ୍ ପାଲାଇବା ଲକର୍ ବିସଇ ବାବିଦେକ୍ । ଜେ ଆରାଜିତାଟାନେ ପାଲାଇବାକେ ମନ୍ କର୍ସି, ସେ ଜଦି ଆରାଜିତାର୍ ନିୟମ୍ ମାନିକରି ନ ପାଲାଇଲେ, ତାକେ ସେ ଇନାମ୍ ନ ମିଲେ । ୬ଗଟେକ୍ ଚାସିର୍ ବିସଇ ବାବିଦେକ୍, ଜନ୍ ଚାସି କସ୍ଟ କରିରଇସି, ସେ ପର୍ତୁମ୍ ପଲ୍ ପାଇବା ଦର୍କାର୍ । ୭ମୁଇ ଜାଇଟା କଇଲିନି, ସେଟା ବାବିଦେକ୍, ମାପ୍ରୁ ସବୁ ବିସଇଟାନେ ତକେ ଗିଆନ୍ ଦେଇସି ।
୮ମୁଇ ଜନ୍ ସୁବ୍କବର୍ ତକେ ଜାନାଇରଇଲି, ତେଇ ଜିସୁକିରିସ୍ଟକେ ଏତାଉଁ । ସେ ଦାଉଦର୍ କୁଟୁମେ ଜନମ୍ ଅଇଲା ଆରି ପର୍ମେସର୍ ତାକେ ମରନେଅନି ଉଟାଇଲା । ୯ସେ ସୁବ୍କବରର୍ ଲାଗି ମୁଇ ଦୁକ୍ କସ୍ଟ ଅଇ ଆଇଲିନି ଆରି ଗଟେକ୍ ଦସ୍ କଲା ଲକର୍ପାରା ବନ୍ଦିଗରେ ଆଚି । ମାତର୍ ପର୍ମେସରର୍ ବାକିଅ ବାନ୍ଦାଇଅଇ ରଏନାଇ । ୧୦ସେନ୍ତାରିସେ ବାଚିଅଇଲା ଲକ୍ମନ୍ ମିସା କେବେ ନ ସାର୍ବା ମଇମା ସଙ୍ଗ୍ ଜିସୁକିରିସ୍ଟ ଦେବା ମୁକ୍ତି, ପାଇବାଇ । ସେମନର୍ଲାଗି ଏ ସବୁ ବିସଇ ମୁଇ ମୁର୍ଚିକରି ରଇଲିନି । ୧୧ଏ ବାକିଅ ସତ୍,
ଜଦି ଆମେ ତାର୍ ସଙ୍ଗ୍ ମରିଜାଇଆଚୁ,
ସେନ୍ତାର୍ ଆଲେ ଆମେ ତାର୍ସଙ୍ଗ୍ ବଁଚ୍ବୁ ମିସା,
୧୨ ଜଦି ଆମେ ମୁର୍ଚିକରି ରଇବୁ
ତେବେ ତାର୍ ସଙ୍ଗ୍ ସାସନ୍ ମିସା କର୍ବୁ ।
ଆମେ ଜଦି ତାକେ ନ ନାମୁ,
ସେ ଆମ୍କେ ମିସା ନ ନାମେ ।
୧୩ମାତର୍ ଆମେ ବିସ୍ବାସ୍ କର୍ବାଟା ଏଲା କଲେ ମିସା
ସେ କାତା ଦେଇରଇବାଟା ସବୁ କରିସାରାଇସି ।
କାଇକେବଇଲେ ସେ ତାର୍ କାତା ନ ବାଦ୍ଲାଏ ।
ନିମାନ୍ ସେବା କରୁ
୧୪ପଦେକ୍ କାତା ନେଇ ଦଦାପେଲା ଅଇତେରଇଲେ, ସେଟା ଚୁଚାଇସେ । ସୁନ୍ବା ଲକ୍ମନ୍କେ ନସ୍ଟକରି ଦେଇସି । ଏନ୍ତାରି କଇ ପର୍ମେସରର୍ ମୁଆଟେ ଲକ୍ମନ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେସ୍ । ୧୫ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ । ୧୬ମାତର୍ ଜନ୍ ଲକ୍ମନ୍ ଆସାର୍ କାତାଇ ଆରି ବକୁଆ କାତାଇ ଦିଆନ୍ ଦେଇତେ ରଇବାଇ, ସେନ୍ତାରି ଲକ୍ମନର୍ ଟାନେଅନି ଦୁରିକେ ର । ଜନ୍ ଲକ୍ମନ୍ ସେନ୍ତାରିଟାନେ ମିସ୍ବାଇ, ସେ ଲକ୍ମନ୍ ପର୍ମେସରର୍ ଟାନେଅନି ଦୁରିକେ ଜିବାଇ । ୧୭ତାକର୍ କାତା ଗାଗ୍ଡେ ଅଦିକ୍ ଅଦିକ୍ ଅଇବା ଗଟେକ୍ ଗାଉପାରା ଅଇ ଲକ୍ମନ୍କେ ନସାଇସି । ସେନ୍ତାରିସେ ଉମନାଅ ଆରି ପିଲିତ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇ ବୁଲ୍ଲାଇନି । ୧୮ସେମନ୍ ମଲାଲକ୍ ଉଟି ସାରିଆଚେ ବଲି କଇକରି ସତ୍କେ ଚାଡିଦେଇଆଚତ୍ । ଏନ୍ତାରି କଇକରି କେତେ କେତେ ଲକର୍ ବିସ୍ବାସ୍ ନସାଇଦେଇ ଆଚତ୍ । ୧୯ଅଇଲେମିସା ପର୍ମେସର୍ ଜନ୍ କୁନାଦି ବସାଇଆଚେ, ସେଟା ଡାଟ୍ସେ ରଇସି । ସେ କୁନାଦି ଉପ୍ରେ ଏନ୍ତାରି ଲେକା ଅଇଲାଆଚେ, “ମାପ୍ରୁ ତାର୍ ନିଜର୍ ଲକ୍କେ ଜାନେ, ଆରି ଜେତ୍କିଲକ୍ ସବୁ ଆମେ ମାପ୍ରୁର୍ ଲକ୍ ବଲାଇଅଇଲାଇନି, ସେମନ୍ ବୁଲ୍ କାମେ ଅନି ଦୁରିକେ ରଅତ୍ ।”
୨୦ଗଟେକ୍ ରାଜାର୍ ଗରେ କେତେ ରକାମର୍ ଗିନାକୁଡ୍କା ରଇସି, କେତେଟା ସୁନା ରୁପା ସଙ୍ଗ୍ ତିଆର୍ ଅଇଲାଟା, କେତେଟା ଗଚ୍ ଆରି ଚିକଟ୍ ମାଟିସଙ୍ଗ୍ ତିଆର୍ ଅଇଲା, କେତେଟା ବିବା ବଜି ବେଲର୍ପାଇ ଆରି କେତେଟା ଦିନ୍କେ ବାଇବାକେ ରଇସି । ୨୧ଜେ ନିଜ୍କେ ସବୁ ରକାମର୍ ପାପେଅନି ଜାଗ୍ରତ୍ କରିରଇସି, ମାପ୍ରୁ ସେମନ୍କେ ନିକ କାମର୍ପାଇ ବାଇସି । କାଇକେବଇଲେ, ସେ ଦେକ୍ବା ଇସାବେ, ସେମନ୍ ନିକ ଲକ୍ ଆରି ସବୁ ରକାମର୍ ଦରମ୍ କାମର୍ପାଇ ନିଜେ ସର୍ପି ଅଇଲାଇ ଆଚତ୍ । ୨୨ମାତର୍ ଦାଙ୍ଗ୍ଡା ବଇସେ ରଇବା ଗାଗଡର୍ ମନ୍କର୍ବାଟାନେଅନି ତୁଇ ଦୁରିକେ ର । ଟିକ୍ ବିସଇ କର୍ବାକେ ଚେସ୍ଟା କର୍ । ବିସ୍ବାସେ ଡାଁଟ୍ ରଅ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ଆରି ତାକର୍ ସଙ୍ଗ୍ ସାନ୍ତିସଙ୍ଗ୍ ର । ମନ୍କେ ସୁକଲ୍ କରି ଜେତ୍କି ସବୁଲକ୍ ମାପ୍ରୁକେ ପୁଜା କଲାଇନି, ସେମନର୍ ସଙ୍ଗ୍ ଏ ସବୁଜାକ କର୍ । ୨୩ଆସାର୍ କାତାଇଅନି, ଚୁଚାଇ ଦଦାପେଲା ଅଇବା କାତାଇଅନି ଦୁରିକେ ର । କାଇକେବଇଲେ, ସେନ୍ତାରି ଟାନେ ମିସ୍ବା ଲକ୍ମନ୍ ସବୁ କିରଜାଟି ଅଇକରି ସାରିଜିବାଇ । ଏଟା ତୁଇ ଜାନିଆଚୁସ୍ । ୨୪ମାପ୍ରୁକେ ସେବା କର୍ବା ଏନ୍ତାରି ଗଟେକ୍ ଲକ୍ କିରଜାଟି କର୍ବାର୍ନାଇ । ତାର୍ ବାଦୁଲେ, ସେ ସବୁକେ ସୁଆଲେ ଚଲାଚଲ୍ତି କର୍ବାର୍ । ସେ ନିକସଙ୍ଗ୍ ସିକାଇବାକେ ଜାନ୍ବାର୍ଆଚେ । ଦାପ୍ରେ ରିସା ନ ଅଇକରି ମୁର୍ଚି ରଇବାର୍ ଆଚେ । ୨୫ପର୍ମେସର୍ ତାର୍ ମନ୍ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍ ବିରଦେ କାତା ଅଇବା ଲକ୍ମନ୍କେ ସେ ଦରମ୍ ସଙ୍ଗ୍ ସୁଆଲ୍ କର୍ବାର୍ ଆଚେ । ସତ୍ ବିସଇ ଜାନ୍ବାକେ ସେମନ୍କେ ସାଇଜ କର । ୨୬ତାର୍ ଚିନ୍ତା କର୍ବାଟାନେ ସେମନ୍ ସତ୍ ବିସଇ ଅଇସି କି ନାଇ ବଲି ନ ବାବିକରି ରଇବାର୍ । ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସଇତାନ୍ ସେମନ୍କେ ବନ୍ଦିକରି ନେଲାଆଚେ । ତାର୍ ପାନ୍ଦେଅନି ସେମନ୍ ରକିଆ ପାଅତ୍ ।