ଜିଉଦି ନଇଲା ଲକର୍ ପାଇ ପାଉଲର୍ କାମ୍
୧ଏଟାର୍ଲାଗି ତମର୍ ପାରା ଜିଉଦି ନଇଲା ଲକର୍ ପାଇ, କିରିସ୍ଟ ଜିସୁର୍ ଲାଗି ବନ୍ଦି ଅଇରଇବା ପାଉଲ୍ ମୁଇ, ପର୍ମେସର୍କେ ପାର୍ତନା କଲିନି । ୨ତମର୍ ନିକପାଇ ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଏ କାମ୍ ଦେଇଆଚେ । ଏଟା ନିଜେ ସୁନିଆଚାସ୍ । ୩ପର୍ମେସର୍ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍ତୁ ତମ୍କେ ଅଲପ୍ ଲେକି ରଇଲି । ୪ ସେଟା ପଡ୍ଲେ, କିରିସ୍ଟର୍ ପାଇ ରଇବା ପର୍ମେସରର୍ ଟିକିନିକି ବିସଇ ମୁଇ ବୁଜ୍ଲିଆଚି ବଲି, ତମେ ଜାନି ପାର୍ସା । ୫ଆଗର୍ ଲକ୍ମନ୍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍ ଏବେ ତାର୍ ଆତ୍ମା ଦେଇ, ସେ ବାଚି ରଇବା ତାର୍ ସୁକଲ୍ ପେରିତ୍ମନ୍କେ ଆରି ବବିସତ୍ବକ୍ତାମନ୍କେ ସେ ଜାନାଇଲା ଆଚେ । ୬ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍କବରର୍ ଲାଗି, ଜିଉଦି ବିସ୍ବାସିମନର୍ ସଙ୍ଗ୍, ଜିଉଦି ନଇଲା ବିସ୍ବାସିମନ୍ ମିସା ପର୍ମେସରର୍ ଆସିର୍ବାଦେ ମିସ୍ବାଇ । ସେମନ୍ ମିସିକରି, ଗଟେକ୍ ଗାଗଡ୍ ପାରା ଅଇଜିବାଇ । ମାପ୍ରୁ ଜିସୁ କିରିସ୍ଟର୍ ଲାଗି ପର୍ମେସର୍ ଦେଇ ରଇବା ସବୁ କାତାଇ ବାଗ୍ ଅଇସା ।
୭ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଜନ୍ ଦାନ୍ ଦେଇ ଆଚେ, ସେଟାର୍ ଲାଗି ମୁଇ ନିମାନ୍ କବର୍ ଜାନାଇବା ଲକ୍ ଅଇଲିଆଚି । ତାର୍ ବପୁ ମର୍ ବିତ୍ରେ କାମ୍ କଲାର୍ ଲାଗି ଏଟା ଅଇଲା । ୮ମୁଇ ପର୍ମେସରର୍ ଲକ୍ମନର୍ ସବୁର୍ଟାନେଅନି ସାନ୍ ଅଇଲେ ମିସା ଜିଉଦିନଇଲା ଲକ୍ମନ୍କେ କିରିସ୍ଟର୍ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍ଲା ଆଚେ । ଏ ବିସଇ ଲକ୍ମନ୍ ବୁଜ୍ବାକେ ଆବଡ୍ ରଇବାଟା । ୯ପର୍ମେସର୍ ତାର୍ ଲୁଚ୍ତେରଇବା ଜଜ୍ନା କେନ୍ତାର୍ ପୁରାପୁରୁନ୍ କର୍ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍ଲା ଆଚେ । ସବୁ ବିସଇ ତିଆର୍ କଲା ବେଲେଅନି, ଏବେ ଜାକ ସେ ତାର୍ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, । ୧୦ଜେନ୍ତାର୍କି ମଣ୍ଡ୍ଲିର୍ ଟାନେଅନି ତାର୍ ବିନ୍ ବିନ୍ ରକାମର୍ ଗିଆନ୍ ସର୍ଗର୍ ସାସନ୍କାରିଆମନ୍କେ ଆରି ବପୁ ରଇବାଟାମନ୍କେ, ସେ ଜାନାଇସି । ୧୧ଜଗତ୍ ତିଆର୍ କର୍ବା ଆଗ୍ତୁ, ଏଟା ସେ ଜଜ୍ନା କରିରଇଲା । ଏଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଲାଗି ସେ ପୁରାପୁରୁନ୍ କଲା ଆଚେ । ୧୨କିରିସ୍ଟର୍ ତେଇ ବିସ୍ବାସ୍ କଲାର୍ ପାଇ ଆରି ତାର୍ ସଙ୍ଗ୍ ମିସି ରଇଲାର୍ ପାଇ, ନ ଡର୍ତେ, ସାଆସ୍ ଅଇକରି, ପର୍ମେସରର୍ ମୁଆଟେ ଟିଆ ଅଇବୁ । ୧୩ସେଟାର୍ ପାଇ ମୁଇ ତମ୍କେ ବାବୁଜିଆ କରି କଇଲିନି, “ତମର୍ ପାଇ ବଲି ଅଇବା ମର୍ ଦୁକ୍ କସ୍ଟର୍ ପାଇ ମନ୍ଦୁକ୍ କରାନାଇ, ଏ ସବୁ ତମର୍ ବଲ୍ ପାଇ ଅଇଆଚେ ।”
କିରିସ୍ଟର୍ ଆଲାଦ୍
୧୪ସେଟାର୍ପାଇ ବଲିକରି ମୁଇ ପର୍ମେସରର୍ ମୁଆଟେ ମାଣ୍ଡିକୁଟା ଦେଇ ପାର୍ତନା କଲିନି, ୧୫ତାର୍ ଲାଗିସେ ସରଗର୍ ଆରି ପୁର୍ତିବିର୍ ସବୁ କୁଟୁମ୍ ଅଇଲା ଆଚେ, ୧୬ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି । ୧୭ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା । ୧୮ମୁଇ ପାର୍ତନା କଲିନି ତମେ ପର୍ମେସରର୍ ଲକ୍ମନର୍ ସଙ୍ଗ୍ ମିସିକରି କିରିସ୍ଟର୍ ଆଲାଦ୍ ବୁଜ୍ବାକେ ବପୁ ପାଇସା । ତାର୍ ବଡ୍ ଆଲାଦ୍ ସଙ୍ଗ୍ ସେ ଆମ୍କେ ଆଲାଦ୍ କଲା ଆଚେ । ୧୯ଉଁ, ନର୍ଲକ୍ ବୁଜ୍ବା ତେଇଅନି ଅଦିକ୍ କିରିସ୍ଟ ଆମ୍କେ ଆଲାଦ୍ କଲା ଆଚେ, ସେ ଆଲାଦ୍ ତମେ ଜାନା ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ତମର୍ ଚାଲାଚାଲ୍ତି ପରମେସରର୍ ପାରା ଅଇ ଆଇସି ।
୨୦ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି । ୨୧ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍ !