ଡୁବନ୍ ଦେଉ ଜଅନର୍ ବିସଇ
(ମାର୍କ ୧:୧-୮; ଲୁକ୍ ୩:୧-୧୮; ଜଅନ୍ ୧:୧୯-୨୮)
୧ସେବେଲେ ଡୁବନ୍ ଦେଉ ଜଅନ୍ ଜିଉଦା ରାଇଜର୍ ମରୁବାଲି ବୁଏଁ ଆସି ଜାନାଇବାର୍ ଦାର୍ଲା । ୨ ସେ ଏନ୍ତି ବଲି କଇତେରଇଲା, “ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।” ୩ଜିସାଇୟ ବବିସତ୍ବକ୍ତା ଜନ୍ ଲକର୍ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍ ।
ମରୁବାଲି ବୁଏଁ ଗଟେକ୍ ଲକ୍ ଆକ୍ମାରି କଇଲାନି,
“ମାପ୍ରୁର୍ ବାଟ୍ ତିଆର୍ କରା,
ସେ ଆଇବାକେ ଗଟେକ୍ ସଲକ୍ ବାଟ୍ କରା ।”
୪ଜଅନ୍ ପିନ୍ଦ୍ବାଟା ଉଁଟ୍ ଚାମ୍ ସଙ୍ଗ୍ ତିଆର୍ ଅଇ ରଇଲା । ଆରି ଚାମର୍ ଆଁଟାବେଡା ବାନ୍ଦିଅଇତେ ରଇଲା । ସେ ଚିଟ୍କା ଆରି ବନେ ରଇବା ମୁଉ କାଇତେରଇଲା ।
୫ସେ ବେଲେ ଜିରୁସାଲମ୍ ଅନି ଗୁଲାଇ ଜିଉଦା ଦେସ୍ ଆରି ଜର୍ଦନର୍ ପାକର୍ ସବୁଟାନର୍ ଲକ୍ମନ୍ ବାରଇ ଜଅନର୍ ଲଗେ ଆଇତେରଇଲାଇ । ୬ଆରି ନିଜର୍ ନିଜର୍ ପାପ୍ କଲାଟା ମାନିଅଇକରି ଜଅନର୍ ଟାନେ ଜାଇ ଜର୍ଦନ୍ ଗାଡେ ଡୁବନ୍ ନେଇତେ ରଇଲାଇ ।
୭ ମାତର୍ ପାରୁସି ଆରି ସାଦୁକି ମନର୍ ବିତ୍ରେ ଅନି ମିସା କେତେକ୍ ଲକ୍ ଡୁବନ୍ ନେବାକେ ଆଇବାଟା ଦେକି ଜଅନ୍ ସେମନ୍କେ କଇଲା, “ଏ ବେସି ବିସ୍ରଇବା ସାଁପର୍ ପାରା ବଁସର୍ ଲକ୍ମନ୍, ପର୍ମେସରର୍ ଟାନେଅନି ଆଇବା ଡଣ୍ଡ୍ତେଇ ଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ? ୮ତେବର୍ ପାଇ, ଜଦି ପାପ୍ କାମ୍ କର୍ବାଟା ଚାଡିଆଚାସ୍, ସେନ୍ତାର୍ଆଲେ ନିକ କାମ୍ କରି ଦେକାଆ । ୯ ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି । ୧୦ ଆରି ଏବେ ମିସା ଗଚ୍ମନର୍ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍ ଗଚ୍ ନିକ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି । ୧୧ମୁଇ ସିନା ତମ୍କେ ପାପେଅନି ମନ୍ ବଦ୍ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍ ଦେଲିନି, ମାତର୍ ମର୍ ପଚେ ଜେ ଆଇଲାନି, ସେ ମର୍ତେଇ ଅନି ଅଦିକ୍ ବପୁଟା । ତାର୍ ପାଦର୍ ପାଣ୍ଡଇ ମିସା ଦାରି ନେବାର୍ ମର୍ ଅଦିକାର୍ ନାଇ, ସେ ତମ୍କେ ସୁକଲ୍ଆତ୍ମାଇ ଆରି ଜଇଟାନେ ଡୁବନ୍ ଦେଇସି । ୧୨ଉଡାଲି କରି ପଟ୍ ବେଗ୍ଲାଇ ନିକଟାକେ ସଙ୍ଗଇବାକେ ତାର୍ ଆତେ କୁଲା ଆଚେ । ନିକଟା ତାର୍ କଲ୍କିତେଇ ସଙ୍ଗଇସି ଆରି ବେଗଲ୍ଲା ପଟ୍ ସବୁଦିନେ ଲାଗ୍ତେରଇବା ଜଇଟାନେ ପିଙ୍ଗିଦେଇସି ।”
ଜିସୁର୍ ଡୁବନ୍
(ମାର୍କ ୧:୧୨-୧୩; ଲୁକ୍ ୪:୧-୧୩)
୧୩ସେଡ୍କିବେଲେ ଜିସୁ ଜଅନର୍ ଲଗେ ଡୁବନ୍ ନେବାକେ ଗାଲିଲି ଅନି ଜର୍ଦନ୍ ଗାଡେ ଆଇଲା, ୧୪ମାତର୍ ଜଅନ୍ ଜିସୁକେ ମନାକରି କଇଲା, “ମୁଇ ସିନା ତମର୍ ଲଗେ ଡୁବନ୍ ନେବାର୍ ଆଚେ, ମାତର୍ ତମେ ମର୍ଲଗେ ଆଇଲାସ୍ନି ?”
୧୫ମାତର୍ ଜିସୁ ତାକେ କଇଲା, “ମର୍ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍ ଲାଗି ଆମେ ପର୍ମେସର୍ ମନ୍ କରିରଇବା କାମ୍ କରିଅଇସି ।” ସେଟାର୍ପାଇ ଜଅନ୍ ତାକେ ଡୁବନ୍ ଦେବାକେ ରାଜି ଅଇଲା ।
୧୬ଜିସୁ ଡୁବନ୍ ନେବାକେ ପାନି ବିତ୍ରେ ବୁଡି ବାରଇଲା ଦାପ୍ରେ ଏଦେ ଦେକା ! ସରଗ୍ ଉଗାଡି ଅଇ ରଇଲାଟା ଦେକ୍ଲା । ଆରି ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତର୍ଲା । ୧୭ ଆରି ଦେକା ଆକାସେ ଅନି ଏନ୍ତି କାତା ଆଇଲା “ଏ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”