ପରମେସର୍ ଆରି ତାକର୍ ଲକ୍ମନ୍
୧ମୁଇ ତମ୍କେ ଗଟେକ୍ ସତ୍କାତା କଇବି । ମୁଇ କିରିସ୍ଟର୍ ଲକ୍, ଆରି ସୁକଲ୍ ଆତ୍ମା ମର୍ ବିବେକ୍କେ ଡାକିନେଲାନି । ସେଟାର୍ପାଇ ମିସା ମୁଇ ମିଚ୍ କଇନାଇ ବଲି ଜାନ୍ଲିନି । ୨ଏଟା ମୁଇ କିରିସ୍ଟକେ ସାକିଦେଇ କଇଲିନି । ମୁଇ ଜେ କେଡେକ୍ ତେରେପେତେ ଆରି ନ ସାର୍ବା ଦୁକେ, ମର୍ ମନ୍ କେଡେକ୍ ଉଡୁକ୍ ଦୁଡୁକ୍ ଅଇଲାନି । ୩କାଇକେବଇଲେ ମର୍ ରକତ୍ ମାଉଁସ୍ ରଇବା ଜିଉଦି ବାଇବଇନିମନ୍ କିରିସ୍ଟକେ ବିସ୍ବାସ୍ କରତ୍ ନାଇ । ଜଦି ଏଟା ଅଇପାର୍ସି, ତେବେ ମୁଇ ମନ୍ କଲିନି, ନିଜେ ତାକର୍ ପାଇ ପରମେସରର୍ଟାନେ ସାଇପ୍ ପାଇକରି, କିରିସ୍ଟର୍ତେଇ ଅନି ବେଗଲ୍ବି ବଲି । ୪କାଇକେବଇଲେ ସେମନ୍ ପରମେସରର୍ ଲକ୍ । ପରମେସର୍ ସେମନ୍କେ ନିଜର୍ ପିଲା କରି ବାଚିଆଚେ । ସେ ସେମନର୍ ଲଗେ ନିଜର୍ ଡାକ୍ପୁଟା ଦେକାଇରଇଲା । ସେମନର୍ ସଙ୍ଗ୍ ରାଜିନାମା କରି ସେମନ୍କେ ନିୟମ୍ ଦେଇରଇଲା । ସେମନ୍ ସତଇସେ ପାର୍ତନା କର୍ବାଇ । ସେମନ୍କେ ପରମେସର୍ କାତା ଦେଇରଇଲା । ୫ସେମନ୍ ଆମର୍ ଡାକ୍ପୁଟା ଜିଉଦି ଆନିଦାଦିମନର୍ ନାତିତିତିମନ୍ । ଆରି ମୁନୁସ୍ ରୁପ୍ ଦାରି କିରିସ୍ଟ ତାକର୍ କୁଟୁମେଅନି ଜନମ୍ ଅଇଲା । ସବୁର୍ଟାନେଅନି ବେସି ବପୁର୍ ପରମେସର୍ ଜୁଗେ ଜୁଗେ ଡାକ୍ପୁଟା ପାଅ, ଆମେନ୍ ।
୬ପରମେସର୍ ତାର୍ କାତା ଦେଇରଇଲାଟା ପୁରାପୁରୁନ୍ କରେନାଇ ବଲି ମୁଇ କଇନାଇ । କାଇକେବଇଲେ ଇସ୍ରାଏଲିୟମନର୍ କେତେଟା ନାତିତିତିମନ୍ ପରମେସରର୍ ଲକ୍ ନଅତ୍, ୭କି ଅବ୍ରାଆମର୍ କୁଟୁମର୍ ସବୁ ଲକ୍ ପରମେସରର୍ ପିଲାଟକି ନ ଅଅତ୍ । ପରମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତର୍ ଜନ୍ କୁଟୁମର୍ ବିସଇନେଇ କାତା ଦେଇରଇଲି, ସେମନ୍ ଇସାକର୍ ଟାନେଅନି ଜାତ୍ ଅଇବାଇ ।” ୮ଏଟାର୍ ଅରତ୍ ଅଇଲାନି, ଗାଗଡ୍ ଦାରି ଜନମ୍ ଅଇବା ପିଲାଟକି ନାଇ । ଜେ କି ପରମେସରର୍ ପିଲାଟକିମନ୍ ଅଇବାଇ, ମାତର୍ ତାର୍ କାତା ଦେଇରଇବା ଇସାବେ ଜନମ୍ କରିରଇବା ପିଲାଟକିମନ୍ ତାର୍ ମୁଆଟେ ସତଇସେ ତାର୍ ପିଲାଟକି ବଲି ଏଜାଇ ଅଇବାଇ । ୯ପରମେସର୍ ଅବ୍ରାଆମ୍କେ ଏନ୍ତି କାତା ଦେଇରଇଲା, “ସମାନ୍ ଏ ଦିନେ ଆମେ ବାଉଡି ଆଇଲାବେଲେ, ସାରା ଗଟେକ୍ ପିଲା ଜନମ୍ ଦେଇରଇସି ।”
୧୦ଏ ପିଲା ଆମର୍ ପୁର୍ବର୍ ଆନିଦାଦି ଇସାକ୍ ରଇଲା । ରିବିକାର୍ ଜଅଁଲା ପିଲାମନ୍ବିତ୍ରେ ଅନି ଗଟେକ୍ ବାବା ଇସାକର୍ଟାନେଅନି ଅଇରଇଲା । ୧୧ପରମେସର୍ ରିବିକାକେ କାତା ଦେଇରଇଲା । ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି । ଜଁଲା ପିଲାମନ୍ ଜନମ୍ ନ ଅଇତେ, ଆରି ନିକ କାମ୍ କି ବାନିଆ କାମ୍ କର୍ବା ଆଗ୍ତୁ ଏଟା ପର୍ମେସର୍ କଇରଇଲା । ଜନ୍ ପିଲାକେ ସେ ବାଚ୍ଲା, ପିଲା କରିରଇବା କାମର୍ ଲାଗି ଅଏନାଇ । ମାତର୍ ପର୍ମେସର୍ କରିରଇବା ଜଜ୍ନାର୍ ପୁରାପୁରୁନ୍ ଅଇବାକେସେ ସେଟା ଅଇଲା । ୧୨ଏଟାର୍ ପାଇ ତାକେ ଏ କାତା କଇରଇଲା । “ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି ।” ୧୩ସାସ୍ତରର୍ ବାକିଅ ଇସାବେ “ଜାକୁବ୍କେ ମୁଇ ଆଲାଦ୍ କଲି, ମାତର୍ ଏସକେ ନାଇ ।”
୧୪ସେନ୍ତାର୍ ଆଲେ କାଇଟା ବଲି କଉଁ, “ପରମେସର୍ ଅନିଆଇ କର୍ସି କି ? ନାଇ କେବେ ନ କରେ ।” ୧୫କାଇକେବଇଲେ ସେ ପୁର୍ବେ ମସାକେ କଇରଇଲା, “ମୁଇ ଜାକେ ମନ୍ କର୍ବି ତାକେ ଦୟା ଦେକାଇବି ଆରି ଜିବନ୍ ଦୁକାଇବି । ୧୬ସେଟାର୍ ପାଇ ପରମେସର୍ ତାର୍ ଲକ୍ମନ୍କେ ଦେବା ସବୁ ମଙ୍ଗଲର୍ ଦାନ୍ ଲକ୍ମନ୍ ମନ୍ କଲାକେ କି ତାକର୍ ନିକ କାମ୍ କଲାକେ ଅଏ ନାଇ । ମାତର୍ ପର୍ମେସରର୍ ଜିବନ୍ ଦୁକାନିଟାନେଅନି ସେ ସେଟା ଅଇଲାଆଚେ ।” ୧୭ସାସ୍ତର୍ ଇସାବେ ପରମେସର୍ ମିସରର୍ ରାଜାକେ କଇରଇଲା, “ତକେ ଦେଇ ମର୍ ବପୁ ଦେକାଇବି ଆରି ଗୁଲାଇ ଜଗତ୍କେ ମର୍ ଡାକ୍ପୁଟା ଦେକାଇବାକେ ମୁଇ ତକେ ରାଜା କରିଆଚି ।” ୧୮ତେବର୍ପାଇ ପରମେସରର୍ ମନ୍କଲା ଇସାବେ, ସେ କାକେ କାକେ ଦୟା ଦେକାଇସି ଆରି କାକେ କାକେ ମନ୍ ଆଁଟ୍ ଅଇବାକେ ଚାଡିଦେଇସି ।
ପରମେସରର୍ ରିସା ଆରି ଜିବନ୍ଦୁକାନି
୧୯ତମର୍ ବିତ୍ରେଅନି କେ ଆଲେ ମକେ କଇବାଇ, “ସେନ୍ତାର୍ଆଲେ, ପରମେସର୍ କାଇକେ ଲକ୍ମନ୍କେ ଦସି କଲାନି ? ପରମେସର୍ ମନ୍ କଲାଟା ବାଦ୍ଲାଇବା ଲକ୍ କେ ମିସା ଆଚତ୍ କି ?” ୨୦ମାତର୍ ମୁଇ ତମ୍କେ କଇବି, “ଏ ମଇତର୍ ପରମେସରର୍ କାତା ନାଇ ବଲ୍ବାକେ ତମେ କେ ?” ଗଟେକ୍ ଆଣ୍ଡି ମକେ କାଇକେ ଏନ୍ତିକରି ଗଡ୍ଲୁସ୍ ବଲି କୁମାର୍କେ ପାଚାରି ନାପାରେ । ୨୧ନିଜର୍ ମନ୍ କଲା ଇସାବେ ମାଟି ଚକ୍ଟିକରି ଆଣ୍ଡି ଗଟେକ୍ ତିଆର୍ କର୍ବାକେ କୁମାରର୍ ସବୁ ଅଦିକାର୍ ଆଚେ । ଗଟେକ୍ ଚକଟ୍ଲା ମାଟି ବେଲାଇଅନି ଦୁଇ ରକାମର୍ ଆଣ୍ଡି ତିଆର୍ କର୍ସି । ତେଇଅନି ଗଟେକ୍କେ ପରବ୍ ଦିନ୍ମନ୍କେ ବାଇବାଇ । ଆରି ଗଟେକ୍ ଉଜର୍ ଦିନ୍ମନ୍କେ ବାଇବାଇ । ତେଇ ତାର୍ ସବୁ ଅଦିକାର୍ ଆଚେ ।
୨୨ପରମେସର୍ ମିସା ଟିକ୍ ସେନ୍ତିସେ କଲାଆଚେ । ଜେଡେବେଲେ ତାର୍ ରିସା ଆରି ବପୁ ଦେକାଇବାକେ ମନ୍ କର୍ତେ ରଇଲା, ଜେତ୍କି ଲକ୍ ତାର୍ ରିସାର୍ ଆଣ୍ଡିତେଇ ଅଦ୍ରି ନସ୍ଟ ଅଇବାକେ ରଇଲା, ସେମନର୍ ପାଇ ପରମେସର୍ ବେସି ଜିବନ୍ଦୁକାଇଲା । ୨୩ଆରି ସେ ତାର୍ ବେସି ବଡ୍ ଡାକ୍ପୁଟା ଦେକାଇବାକେ ଆମ୍କେ ବେସି ଜିବନ୍ଦୁକାଇଲା ଆଚେ । ଆରି ଆମ୍କେ ବେସି ଆଗ୍ତୁ ସେ ବାଚି ରଇଲା । ୨୪ଜନ୍ ଲକ୍ମନ୍କେ ସେ ଡାକିଆଚେ, ସେ ବିତ୍ରେ ଆମେ ମିସା ଆଚୁ । ସେଟା ଅବ୍କା ଜିଉଦିମନର୍ ବିତ୍ରେ ଅନି ନାଇ, ମାତର୍ ଜିଉଦି ନଅଇଲା ଲକ୍ମନର୍ ବିତ୍ରେଅନି ମିସା । ୨୫ଏ ବିସଇନେଇ ଅସେୟ ବଇତେଇ ପରମେସର୍ କଇଆଚେ,
“ଜନ୍ ଲକ୍ମନ୍ ଆମର୍ ଲକ୍ ନ ରଇଲାଇ, ସେମନ୍କେ ମୁଇ ଏବେ ନିଜର୍ ଲକ୍ ଇସାବେ ଡାକ୍ବି ।
ଜନ୍ ଜାତିକେ ମୁଇ ଆଲାଦ୍ କରି ନ ରଇଲି, ତାକେ ‘ଆମର୍ ନିଜର୍’ ବଲି ଡାକ୍ବି ।”
୨୬“ଜନ୍ ଜାଗାଇ ସେମନ୍କେ କଇରଇଲୁ,
“ ତମେ ଆମର୍ ଲକ୍ ନୁଆଁସ୍ ”
“ତେଇ ସେମନ୍ ଜିବନ୍ ରଇବା ପରମେସରର୍ ପିଲାଟକି ବଲାଇଅଇବାଇ ।”
୨୭ଆରି ଇସ୍ରାଏଲ୍ ବିସଇନେଇ ଜିସାୟ କଇଲା ଆଚେ, “ଇସ୍ରାଏଲିୟମନ୍ ସମ୍ଦୁରର୍ ବାଲିପାରା ଅଇଲେ ମିସା, ସେମନର୍ ବିତ୍ରେଅନି କେତେଲକ୍ସେ ମୁକ୍ତି ପାଇବାଇ । ୨୮କାଇକେବଇଲେ ମାପ୍ରୁ ଦାପ୍ରେସେ ଗୁଲାଇ ଜଗତର୍ ନିଆଇ ବିଚାର୍ କର୍ସି ।” ୨୯ଜେନ୍ତିକି ଜିସାଇୟ ମିସା କଇରଇଲା, “ସବୁର୍ଟାନେଅନି ବପୁ ରଇବା ମାପ୍ରୁ, ଆମର୍ କେତେଟା ଲକ୍ମନ୍କେ ରକିଆ କରି ନ ରଇଲେ, ଆମର୍ ଦସା ସଦମ୍ ଆରି ଗମ୍ରାର୍ ଲକ୍ମନର୍ ପାରା ଅଇତା ।”
ଇସ୍ରାଏଲିୟମନର୍ ମୁକ୍ତି ପାଇ ପାଉଲର୍ ପାର୍ତନା
୩୦ସେଟାର୍ ପାଇ ଜିଉଦି ନଇଲାଲକ୍ମନର୍ ବିସଇନେଇ ଏଟା କଇପାରୁ, ସେମନ୍ ଦରମ୍ ଲକ୍ ବଲାଇ ଅଇବାକେ ମନ୍ କରି ନ ରଇଲାଇ ମିସା, ସେମନର୍ ବିସ୍ବାସ୍ ଲାଗି ସେମନ୍ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇଲାଇ ଆଚତ୍ । ୩୧ମାତର୍ ଇସ୍ରାଏଲର୍ ଲକ୍ମନ୍ ନିୟମ୍ ଆନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାକେ ବେସି ଚେସ୍ଟା କଲାଇ, ମାତର୍ ନାପାର୍ଲାଇ । ୩୨କାଇକେ ନାପାର୍ଲାଇ ? କାଇକେବଇଲେ ସେମନ୍ ପର୍ମେସର୍କେ ବିସ୍ବାସ୍ ନ କର୍ତେ ନିୟମ୍ ମାନ୍ବାକେ ଚେସ୍ଟା କଲାଇ ଆରି ତାର୍ ମୁଆଟେ ଦରମ୍ ବଲାଇ ଅଇବାକେ ବାବ୍ଲାଇ । ଏଟାର୍ଲାଗି ବାଟେ ଗାଡିରଇବା ବଡ୍ ପାକ୍ନାଟାନେ ଟେସାଇଅଇଲା ଲକ୍ମନର୍ପାରା ଅଇଗାଲା । ୩୩ଜେନ୍ତିକି ସାସ୍ତରେ ଲେକାଆଚେ,
ଦେକା ଆମେ ସିୟନେ ଗଟେକ୍ ବାଦାପାକାଇବା ପାକ୍ନା ଆରି
ଅଟ୍କାଇବା ରାଙ୍ଗ୍ନିପାକ୍ନା ସଙ୍ଗଇଲୁ ଆଚୁ,
ତେଇ ଲକ୍ମନ୍ ଜଟିଆଇ ଅଇ ଅଦର୍ବାଇ ।
ମାତର୍ ଜେ ତାକେ ବିସ୍ବାସ୍ କର୍ସି, ସେ କେବେ ମୁର୍ମୁରା ନ ଅଏ ।