ବିଅନ୍ ବୁନ୍ବା ଲକର୍ କାତା
(ମାର୍କ ୪:୧-୯; ଲୁକ୍ ୮:୪-୮)
୧ଦିନେକ୍ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗରେ ଅନି ବାରଇ ସମ୍ଦୁର୍ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍ ଦାର୍ଲା । ୨ ଲକ୍ମନ୍ ତାର୍ ଚାରିବେଡ୍ତି ଜବର୍ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍ ଡଙ୍ଗାଇ ଜାଇ ବସ୍ଲା । ଲକ୍ମନ୍ ଟିଆ ଅଇ ତାର୍ କାତା ସୁନ୍ବାର୍ ଦାର୍ଲାଇ । ୩ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା,
“ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା । ୪ଚାସି ସେ ଜମିଟାନେ ବିଅନ୍ ବୁନ୍ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍ଲାଜେ ସେଟା ଚଡଇମନ୍ ଆସି କାଇଦେଲାଇ । ୫ଆରି ଅଦେକ୍ ମାଟି ଉନାରଇ ଜବର୍ ପାକ୍ନା ରଇବା ପଦାଇ ଅଦର୍ଲା । ତେଇ ମାଟି ବଉଲ୍ ନ ରଇଲାଜେ ଦାପ୍ରେ ଆଁକ୍ରି ଗାଜା ଅଇଲା । ୬ମାତର୍ ଗାଜାର୍ ଚେର୍ ବିତ୍ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା । ୭ଆରି କେତେଟା ବିଅନ୍ କାଟାବୁଟା ବିତ୍ରେ ଅଦର୍ଲା, ଆରି କାଟାବୁଟା ଆଁକ୍ରି ଗାଜା ଅଇଲା । ବିଅନର୍ ଚାରିବେଡ୍ତି ବର୍ଡି ଜାଇ ସେଟା ସବୁ ଗିଲିଦେଲା । ୮ମାତର୍ ଆରି ବାକି ସବୁ ବିଅନ୍ ନିକ ବୁଏଁ ଅଦ୍ରି ବୁଟା ଅଇ ବଡିକରି ପଲ୍ ଦାର୍ଲା । କେତେଟା ବୁଟାଇ ତିରିସ୍ ବାଗ୍, ସାଟେ ବାଗ୍, ଆରି ସଏ ବାଗ୍ ଅନି ଅଦିକ୍ ପଲ୍ଦାର୍ଲା ।”
୯ଜିସୁ ଉଦାଅରଣ୍ ସାରାଇକରି କଇଲା, “ଜାକେ ସୁନ୍ଲା ପାରା କାନ୍ ଆଚେ, ସେ ସୁନ ।”
ଉଦାଅରଣ୍ କାତାର୍ ଆଦେସ୍
(ମାର୍କ ୪:୧୦-୧୨; ଲୁକ୍ ୮:୯-୧୦)
୧୦ପଚେ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ ଲକ୍ମନ୍କେ ସିକାଇଲା ବେଲେ କାଇକେ ଉଦାଅରଣ୍ ଇସାବେ କଇଲାସ୍ନି ?” ୧୧ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ । ୧୨ ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।” ୧୩ସେମନ୍କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍ ଦେକି ଦେକି ରଇବାଇ, ମାତର୍ ନ ଦେକ୍ଲା ପାରା । ସୁନ୍ତେ ରଇବାଇ, ମାତର୍ ନ ସୁନ୍ଲା ପାରା ଆରି ନ ବୁଜତ୍ । ୧୪ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା ।
ଏ ଲକ୍ମନ୍ ସୁନି ସୁନି ମିସା କାଇଟା ନ ବୁଜତ୍
ଦେକ୍ତେରଇବାଇ, ମାତର୍ ନ ଦେକ୍ଲା ପାରା ।
୧୫କାଇକେ ବଇଲେ ସେମନର୍ ବୁଦି ଉନା ।
ସେମନ୍ କାନେ ଚୁଟିଅଇ ଦେଇଆଚତ୍
ଆରି ଆଁକି ଲିମିଦେଇ ଆଚତ୍ ।
ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ,
ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ ।
ସେମନ୍କେ ମୁଇ ନିକ କରିଦେଇତି ।
୧୬ “ତମେ କେଡେକ୍ ନିକ କରମର୍ ଲକ୍ ! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି ! ୧୭ମୁଇ ତମ୍କେ ସତ୍ କଇଲିନି, କେତେକ୍ କେତେକ୍ ବବିସତ୍ବକ୍ତା ଆରି ପର୍ମେସରର୍ ଲକ୍ମନ୍ ତମେ ଜନ୍ଟା ଦେକ୍ଲାସ୍ନି, ସେଟା ଦେକ୍ବାକେ, ଆରି ଜାଇଟା ସୁନ୍ଲାସ୍ନି, ସେଟାମନ୍ ସୁନ୍ବାକେ ମନ୍ କର୍ତେରଇଲାଇ, ମାତର୍ ନାପାର୍ଲାଇ ।”
ବିଅନ୍ ବୁନ୍ବା କାତାର୍ ଅରତ୍
(ମାର୍କ ୪:୧୩-୨୦; ଲୁକ୍ ୮:୧୧-୧୫)
୧୮“ତେବେ ସୁନା, ବିଅନ୍ ବୁନ୍ବା କାତାର୍ ଅରତ୍ କଇଲିନି । ତମେ ବୁଜ୍ବାକେ ଚେସ୍ଟା କରା । ୧୯ଜନ୍ ଲକ୍ମନ୍ ସରଗ୍ ରାଇଜର୍ ବାକିଅ ସୁନି ନ ବୁଜତ୍, ସଇତାନ୍ ଆସି ସେମନର୍ ମନ୍ ବିତ୍ରେ ଅନି ଜନ୍ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍ରି ରଇବା ବିଅନର୍ ଅରତ୍ ।”
୨୦“ଜନ୍ ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ସଙ୍ଗ୍ ମାନ୍ବାଇ, ସେଟା ପାକ୍ନାବାଡି ଜାଗାଇ ଅଦ୍ରିରଇବା ବିଅନ୍ ପାରା । ୨୧ବାକିଅ ପୁରାପୁରୁନ୍ ତାକର୍ ମନ୍ ବିତ୍ରେ ଜାଇ ନ ରଏ ଜେ, ସେମନ୍ ସେଟା ବେସି ଦିନ୍ ମାନିକରି ରଇ ନାପାରତ୍ । ବାକିଅର୍ ଲାଗି କସ୍ଟ କି ବେମ୍ଜା ଆଇଲେ, ସେମନ୍ ଦାପ୍ରେସେ ସେଟା ଚାଡିଦେବାଇ । ୨୨କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ । ୨୩ଜନ୍ଲକ୍ମନ୍ ବାକିଅ ସୁନି ନିକକରି ବୁଜ୍ବାଇ, ନିକ ପଦାଇ ଅଦ୍ରିରଇବା ବିଅନର୍ ପାରା । ସେମନ୍ ନିକ ପସଲ୍ ଲାବ୍ କର୍ବାଇ କେ ସଏ ପୁଟିଅନି ଅଦିକ୍, କେ ସାଟେ ପୁଟିଅନି ଅଦିକ୍, କେ ତିରିସ୍ ପୁଟିଅନି ଅଦିକ୍ ପସଲ୍ ପାଚାଇବାଇ ।”
ଜୁଡ୍ ଗାଁସର୍ କାତା
୨୪ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା । ୨୫ସେ ଦିନେକ୍, ରାତିଆ ସଇଲା ବେଲେ, ତାର୍ ଗଟେକ୍ ବିରଦ୍ ଲକ୍ ଆସି ସେ ଜମିଟାନେ ଗାଁସ୍ ମୁଞ୍ଜି ବୁନି ଦେଇ, ଉଟିଗାଲା । ୨୬ଜେଡେବେଲେ ଗଚ୍ ବଡି କେଡ୍ ଦାର୍ଲା, ମଜାଇମଜାଇ ଜୁଡ୍ ଗାଁସ୍ ଡିସ୍ଲା । ୨୭ସେ ଲକର୍ ଦାଙ୍ଗ୍ଡାମନ୍ ଆସି କଇଲାଇ, “ ଏ ସାଉକାର୍ ତମେ ଜମିଟାନେ ନିକ ବିଅନ୍ ବୁନିରଇଲାସ୍, ଏତେକ୍ମାଣ୍ଡ୍ ଜୁଡ୍ ଗାଁସ୍ କନ୍ତିଅନି ଆଇଲା ?” ୨୮ଜମି ସାଉକାର୍ କଇଲା, ମର୍ ବିରଦି ଲକ୍ ଗଟେକ୍ ଏନ୍ତି କଲାଆଚେ । ସେମନ୍ ପାଚାର୍ଲାଇ, “ତେବେ ଆମେ ଜାଇ ସେ ଜୁଡ୍ ଗାଁସ୍ମନ୍କେ ଜିକି ପିଙ୍ଗିଦେବୁ କି ?” ୨୯ସାଉକାର୍ କଇଲା, “ନାଇ, ଜୁଡ୍ ଗାଁସ୍ ଜିକ୍ବାବେଲେ କେଡେବଲ୍ ଦାନ୍ବୁଟା ମିସା ଜିକିଅଇଜାଇସି । ୩୦କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।”
ସର୍ସୁ ମୁଞ୍ଜିର୍ ଉଦାଅରଣ୍
(ମାର୍କ ୪:୩୦-୩୨; ଲୁକ୍ ୧୩:୧୮-୧୯)
୩୧ଜିସୁ ଆରି ଗଟେକ୍ ବିସଇ କଇଲା, “ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା । ୩୨ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।”
କମିରର୍ ଉଦାଅରଣ୍
(ଲୁକ୍ ୧୩:୨୦-୨୧)
୩୩ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, “ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।”
ଉଦାଅରଣ୍ ବିସଇର୍ ସିକିଆ
(ମାର୍କ ୪:୩୩-୩୪)
୩୪ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
୩୫ଏଟାର୍ପାଇ ବବିସତ୍ବକ୍ତାର୍ ଏ ବାକିଅ ପୁରାପୁରୁନ୍ ଅଇଲା ।
ମୁଇ ଉଦାଅରଣ୍ ଦେଇ
ସେମନ୍କେ କାତା କଇବି,
ଏନ୍ତାରିସେ କାଇଟା ତିଆର୍ ନ ଅଇବା ଆଗ୍ତୁଅନି ନାଜାନି ରଇବା
ସବୁ ବିସଇ ମୁଇ ସେମନ୍କେ ବୁଜାଇଦେବି ।
ଜିସୁ ଜୁଡ୍ ଗାଁସର୍ ଅରତ୍ ବୁଜାଇଲା
୩୬ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, “ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।”
୩୭ଜିସୁ କଇଲା, “ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ । ୩୮ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ । ୩୯ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ । ୪୦ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି । ୪୧ନର୍ପିଲା ମୁଇ ମର୍ ରାଇଜେଅନି ସବୁ ପାପ୍ କାମ୍ କଲା ଲକ୍ମନ୍କେ ଆରି ଜେଜେମନ୍ ବିନ୍ ଲକ୍ମନ୍କେ ପାପ୍ କର୍ବାକେ ଉସ୍କାଇଲାଇନି, ସେମନ୍କେ ଟୁଲିଆଇବାକେ ସରଗର୍ ଦୁତ୍ମନ୍କେ ପାଟାଇବି । ୪୨ସେମନ୍ ଏ ସବୁ ଲକ୍ମନ୍କେ ଲାଗି ରଇବା ଜଇଟାନେ ପିଙ୍ଗ୍ବାଇ । ତେଇ ସେମନ୍ କିଲ୍ବିଲ୍ ଅଇ କାନ୍ଦ୍ବାଇ ଆରି ଦାତ୍ କାତ୍ରିଅଇବାଇ । ୪୩ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।”
ତପିଅଇଲା ଦନର୍ ଉଦାଅରଣ୍
୪୪“ଦିନେକ୍ ଗଟେକ୍ ଲକ୍ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍ଦା ସଙ୍ଗ୍ ନିଜର୍ ସବୁ ଦନ୍ ବିକି ଦେଇ, ସେ ଜମି ଗେନ୍ଲା । ସରଗ୍ ରାଇଜ୍ ମିସା ଏନ୍ତାରି ତପିଅଇରଇବା ଦନ୍ ପାରା ।”
ମୁକ୍ତାର୍ ଉଦାଅରଣ୍
୪୫ଆରି ସରଗ୍ ରାଇଜ୍ ଏନ୍ତାରି, ଗଟେକ୍ ସୁନାରି ବେସି ମୁଲିଅର୍ ମୁକ୍ତା କଜି କଜି ରଇଲା । ୪୬ଗଟେକ୍ ବେସି ମୁଲିଅର୍ ମୁକ୍ତା ରଇଲାଟା ସୁନି, ସେ ତାର୍ ସବୁ ଦନ୍ ସଁପତି ବିକି ସେଟା ଗେନ୍ଲା । ସରଗ୍ ରାଇଜ୍ ମିସା ସେ ମୁକ୍ତା ପାରା ।
ମାଚ୍ ଜାଲର୍ କାତା
୪୭ସରଗ୍ ରାଇଜ୍ ଗଟେକ୍ ମାଚ୍ ଦାର୍ବା ଜାଲ୍ ପାରା । କେଉଟ୍ମନ୍ ଗାଡେ ଜାଲ୍ ପାକାଇ ବିନ୍ବିନ୍ ରକାମର୍ ମାଚ୍ ଦାର୍ବାଇ ।
୪୮“ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ । ୪୯ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ । ୫୦ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।”
ପୁର୍ନା ସିକିଆ ଆରି ନୁଆ ସିକିଆ
୫୧ଜିସୁ ସିସ୍ମନ୍କେ ପାଚାର୍ଲା, “ଏ ସବୁ ବିସଇ ବୁଜି ପାର୍ଲାସ୍ନି କି ?” ସେମନ୍ “ଉଁ ମାପ୍ରୁ ।” ବଲି କଇଲାଇ ।
୫୨ଜିସୁ ସେମନ୍କେ କଇଲା, “ଜେନ୍ତାର୍କି ଗଟେକ୍ ଗରର୍ ଲକ୍, ତାର୍ ବାଣ୍ଡାର୍ ଗରେଅନି ତାକେ ଦର୍କାର୍ ଅଇବା ଇସାବେ ନୁଆ ଦିନ୍ସୁ ଆରି ପୁର୍ନା ଦିନ୍ସୁ ବାର୍କରାଇସି । ସରଗ୍ ରାଇଜେ ସିସ୍ ଅଇରଇବା ଗଟେକ୍ ଦରମ୍ ଗୁରୁ ସମାନ୍ ସେନ୍ତାରିସେ କର୍ସି ।”
ଜିସୁ ନାଜରିତେ କେଟ୍ଲା
(ମାର୍କ ୬:୧-୬; ଲୁକ୍ ୪:୧୬-୩୦)
୫୩ଜିସୁ ଏ ଉଦାଅରଣ୍ କଇସାରାଇ, ସେ ଜାଗା ଚାଡି ଉଟିଗାଲା । ୫୪ଆରି ନିଜର୍ ଜାଗାଇ ବାଅଡ୍ଲା । ସେ ଜାଗାର୍ ପାର୍ତନା ଗରେ ତାର୍ ସିକାଇବାଟା ସୁନି ଲକ୍ମନ୍ କାବା ଅଇଜାଇ କଇଲାଇ, “ଏତେକ୍ ଗିଆନ୍ ଏ କନ୍ତିଅନି ମିଲାଇଲା ? ଏ କାବା ଅଇଜିବା କାମ୍ମନ୍ କର୍ବାକେ ଆକେ କେ ବପୁ ଦେଲା ? ୫୫ଏ କାଇ ସେ ବାଡଇର୍ ପିଲା ! ମରିୟମ୍ ତାର୍ ମାଆ ! ଜାକୁବ୍, ଜସେପ୍, ସିମନ୍ ଆରି ଜିଉଦା ତାର୍ ବାଇମନ୍ ! ୫୬ତାର୍ ବଇନିମନ୍ ଇତି ଆଚତ୍ ! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା ?” ୫୭ ଏନ୍ତାରି କଇ, ସେମନ୍ ଜିସୁକେ ନାମତ୍ ନାଇ ।
ଜିସୁ ସେମନ୍କେ କଇଲା “ଗଟେକ୍ ବବିସତ୍ବକ୍ତା ନିଜର୍ ଗରେ ଆରି ଗାଏଁ ଚାଡିଦେଲେ, ସବୁଟାନେ ବଲ୍ ବଲାଇଅଇସି ।” ୫୮କାଇକେବଇଲେ ସେମନ୍ ଜିସୁକେ ବିସ୍ବାସ୍ କରତ୍ ନାଇଜେ ସେ ତେଇ ଆରି ଅଦିକ୍ କାବା ଅଇଜିବା କାମ୍ମନ୍ କରେ ନାଇ ।