ଜିସୁର୍ ବିରୁଦେ ପାଁଚ୍ବାଟା
(ମାର୍କ ୧୪:୧-୨; ଲୁକ୍ ୨୨:୧-୨; ଜଅନ୍ ୧୧:୪୫-୫୩)
୧ଜିସୁ ଏ ସବୁ ସିକିଆ ଦେଇ ସାରାଇଲା ପଚେ ସିସ୍ମନ୍କେ, ୨“ନିସ୍ତାର୍ ପରବ୍ ଅଇବାକେ ଆରି ଦୁଇ ଦିନ୍ ଆଚେ । ସେଟା ତମେ ଜାନାସ୍ । ସେଡ୍କିବେଲେ ନର୍ପିଲା ମୁଇ କୁର୍ସେ ମର୍ବାକେ ଲକ୍ମନ୍କେ ସର୍ପି ଅଇବି ।”
୩ସେବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବଡ୍ ପୁଜାରି କୟାପାର୍ ଗରେ ରୁଣ୍ଡ୍ ଅଇଲାଇ । ୪ସେମନ୍ କେ ନାଜାନ୍ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍ନା କଲାଇ । ୫ମାତର୍ ସେମନ୍ କଇଲାଇ, “ଆମେ ପରବ୍ ବେଲେ ଏ କାମ୍ କର୍ବାଟା ଟିକ୍ ନଏଁ । ସେ ବେଲେ ଲକ୍ମନ୍ ଗଣ୍ଡ୍ଗଲ୍ ମିସା କରିପାରତ୍ ।”
ଜିସୁକେ ବେତ୍ନିଆଇ ଚିକନ୍ ଲାଗାଇଲାଇ
(ମାର୍କ ୧୪:୩-୯; ଜଅନ୍ ୧୨:୧-୮)
୬ଜିସୁ ଦିନେକ୍ ବେତ୍ନିଆଇ, ଆଗେଅନି ବଡ୍ରଗ୍ ଅଇ ରଇବା ସିମନର୍ ଗରେ ରଇଲା । ୭ ସିମନର୍ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା ! ଗଟେକ୍ ମାଇଜି ଆଲାବାସ୍ଟା ନାଉଁର୍ ପାକ୍ନାସଙ୍ଗ୍ ତିଆର୍କଲା କଣ୍ଡିତେଇ ବେସି ଦାମର୍ ବାସ୍ନା ଚିକନ୍ ବର୍ତି କରି ଆନି ତାର୍ ମୁଣ୍ଡେ ଡାଲି ଦେଲା । ୮ଏଟା ଦେକିକରି ତାର୍ ସିସ୍ମନ୍ ରିସା ଅଇଗାଲାଇ । ସେମନ୍ ତାକେ ପାଚାର୍ଲାଇ, “ଏତେକ୍ପାରା ଚିକନ୍ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍ ? ୯ଏ ବାସ୍ନା ଚିକନ୍ ବିକ୍ଲେ ସରି, ବେସି ଡାବୁ ମିଲ୍ତା ଆରି ସେଟା ଗରିବ୍ ଲକ୍ମନ୍କେ ଦାନ୍ ଦେବାର୍ ଅଇତା ।”
୧୦ସେମନ୍ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍ କଲାସ୍ନି ? ସେ ମର୍ ପାଇ ଗଟେକ୍ ନିକ ଆରି ସୁନ୍ଦର୍ କାମ୍ କଲାଆଚେ ।”
୧୧“ତମେ ସବୁବେଲେ ଗରିବ୍ ଲକ୍ମନର୍ ସଙ୍ଗ୍ ମିସ୍ସା । ମାତର୍ ମର୍ସଙ୍ଗ୍ ସବୁବେଲେ ରଇ ନାପାରାସ୍ । ୧୨ସେ ମର୍ ଉପ୍ରେ ବାସ୍ନା ଚିକନ୍ ରକଇକରି, ମକେ ସମାଦି ଦେବା ଆଗ୍ତୁ, ତିଆର୍ କରି ଦେଲାଆଚେ । ୧୩ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
ଜିସୁକେ ଦାରାଇଦେବାକେ ଜିଉଦାର୍ ରାଜି
(ମାର୍କ ୧୪:୧୦-୧୧; ଲୁକ୍ ୨୨:୩-୬)
୧୪ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା । ୧୫“ ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା ?” ସେମନ୍ ତାକେ ତିରିସ୍ଟା ରୁପାଟାଙ୍ଗା ଏଜିକରି ଦେଲାଇ । ୧୬ସେ ଦିନେଅନି ଜିଉଦା ଜିସୁକେ ଦାରାଇ ଦେବାକେ ବେଲା କଜ୍ତେରଇଲା ।
ନିସ୍ତାର୍ ପରବର୍ ବଜି
(ମାର୍କ ୧୪:୧୨-୨୧; ଲୁକ୍ ୨୨:୭-୧୪,୨୧-୨୩; ଜଅନ୍ ୧୩:୨୧-୩୦)
୧୭ନିସ୍ତାର୍ ପରବର୍ ପର୍ତୁମ୍ ଦିନେ ସିସ୍ମନ୍ ଆସି ଜିସୁକେ ପାଚାର୍ଲାଇ, “ତମର୍ ପାଇ ଆମେ କନ୍ତି ନିସ୍ତାର୍ ପରବର୍ ବଜି ତିଆର୍ କର୍ବୁ ?”
୧୮ଜିସୁ କଇଲା, “ନଅରେ ଜାଇ ସେ ଲକ୍କେ କଇସା, ତାର୍ ଦିନ୍କାଲ୍ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍ ସିସ୍ମନର୍ ସଙ୍ଗ୍ ତମର୍ ଗରେ ସେ ନିସ୍ତାର୍ ପରବ୍ ମାନ୍ସି ।”
୧୯ସିସ୍ମନ୍, ଜିସୁ କଇଲା ଇସାବେ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
୨୦ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ବାର୍ଟା ସିସ୍ମନ୍ କାଇବାର୍ ବସ୍ଲାଇ । ୨୧କାଇବା ବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ବିତ୍ରେଅନି ଗଟେକ୍ ଲକ୍ ମକେ ବିସ୍ବାସେ ବିସ୍ଦେଲା ପାରା କର୍ସି ।”
୨୨ଏ କାତା ସୁନି ସିସ୍ମନ୍ କାବା ଅଇଗାଲାଇ । ଆରି ଗଟେକ୍ ଗଟେକ୍ ଲକ୍ ଜିସୁକେ ପାଚାର୍ଲାଇ “ମାପ୍ରୁ ସେ ଲକ୍ ମୁଇ କି ?”
୨୩ଜିସୁ କଇଲା, “ଜନ୍ ଲକ୍କି ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲ୍ଲା, ସେ ଆକା ।” ସେ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି । ୨୪ସାସ୍ତରର୍ ଲେକା ଇସାବେ ମୁନୁସ୍ପିଲା ମୁଇ ମରିଜିବି, ମାତର୍ ଜେ ମକେ ଦାରାଇ ଦେଇସି, ତାର୍ ଦସା କେଡେ ଇନସ୍ତା ଅଇସି ! ସେ ଜନମ୍ ନ ଅଇରଇଲେ ନିକ ଅଇତା ।
୨୫ବିସ୍ବାସେ ବିସ୍ ଦେଉ ଜିଉଦା ଉଟି ପାଚାର୍ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍ନାଇ ତ ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍ନି ।”
ମାପ୍ରୁ ବଜି
(ମାର୍କ ୧୪:୨୨-୨୬; ଲୁକ୍ ୨୨:୧୪-୨୦; ୧ମ କରନ୍ତିୟ ୧୧:୨୩-୨୫)
୨୬ସେମନ୍ କାଇବା ବେଲେ ଜିସୁ ଗଟେକ୍ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ସେଟା ବାଙ୍ଗାଇ ସିସ୍ମନ୍କେ ଦେଇ କଇଲା, “ଏଟା ମର୍ ଗାଗଡ୍ । ନିଆ ଆରି କାଆ ।”
୨୭ତାର୍ପଚେ ଅଙ୍ଗୁର୍ରସ୍ ରଇଲା ମୁତା ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତାର୍ ସିସ୍ମନ୍କେ କଇଲା, “ତମେ ସବୁ ଲକ୍ ଏ ମୁତାର୍ଟା କାଆ । ୨୮ଏଟା ମର୍ ବନି । ମୁନୁସ୍ମନର୍ ପାପ୍କେମାର୍ ଲାଗି ମୁଇ ମର୍ ଜନ୍ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍ମେସର୍ ନୁଆ ନିୟମ୍ ଟିକ୍ କର୍ସି । ୨୯ମୁଇ ତମ୍କେ କଇଲିନି, ମର୍ ବାବାର୍ ରାଇଜେ ତମର୍ ସଙ୍ଗ୍ ନୁଆ ଅଙ୍ଗୁର୍ ରସ୍ କାଇବା ଜାକ ମୁଇ ଆରି କେବେ ଏ ରସ୍ ନ କାଇ ।”
୩୦ତାର୍ପଚେ ସେମନ୍ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ନାଉଁର୍ ପର୍ବତେ ଗାଲାଇ ।
ପିତର୍ ନାଜାନି ବଲ୍ବା ବିସଇ ଜିସୁ କଇବାଟା
(ମାର୍କ ୧୪:୨୭-୩୧; ଲୁକ୍ ୨୨:୩୧-୩୪; ଜଅନ୍ ୧୩:୩୬-୩୮)
୩୧ସେବେଲେ ଜିସୁ ସେମନ୍କେ କଇଲା, “ଆଜି ରାତି ତମେ ସବୁ ଲକ୍ ମକେ ଚାଡିକରି ଉଟିଜାଇସା । ସାସ୍ତର୍ କଇଲାନି, ମୁଇ ମେଣ୍ଡା ଚାରାଉକେ ମରାଇବି ଆରି ମେଣ୍ଡାମନ୍ ଚିନ୍ବିନ୍ ଅଇଜିବାଇ । ୩୨ ମାତର୍ ମୁଇ ମରିକରି ଆରି ତର୍ ଉଟ୍ଲା ପଚେ, ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
୩୩ପିତର୍ ଜିସୁକେ କଇଲା, “ତମ୍କେ ବିନ୍ ଲକ୍ମନ୍ ସବୁ ଚାଡିକରି ଉଟିଗାଲେ ମିସା ମୁଇ ଚାଡି ନ ଜାଇ ।”
୩୪ଜିସୁ ପିତର୍କେ କଇଲା, “ମୁଇ ସତ୍ କଇଲିନି ଆଜି ରାତି କୁକ୍ଡା ନ ଡାକ୍ତେ, ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ ।”
୩୫ପିତର୍ କଇଲା, “ଜଦି ମୁଇ ତମର୍ ସଙ୍ଗ୍ ମର୍ବାର୍ ରଇଲେ ମିସା, ମୁଇ ତମ୍କେ କେବେ ନାଜାନି ବଲି ନ କଇ ।” ବିନ୍ ସିସ୍ମନ୍ ମିସା ସେନ୍ତାର୍ କଇଲାଇ ।
ଗେତ୍ସିମନି ବାଡେ ଜିସୁର୍ ପାର୍ତନା
(ମାର୍କ ୧୪:୩୨-୪୨; ଲୁକ୍ ୨୨:୩୯-୪୬)
୩୬ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଜାଇ ସେମନ୍କେ କଇଲା, “ତମେ ଇତି ଚନେକ୍ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍ତନା କର୍ବି ।” ୩୭ସେ ପିତର୍କେ ଆରି ଜେବଦିର୍ ଦୁଇଟା ପିଲାମନ୍କେ ତାର୍ ସଙ୍ଗ୍ ଡାକିନେଲା । ସେଡ୍କି ବେଲେ ସେ ବେସି ଦୁକ୍ କସ୍ଟ ଆରି କିଲ୍ବିଲ୍ଅଇ, ୩୮ସେମନ୍କେ କଇଲା, “ଦୁକ୍ ଅଇ ମର୍ ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ଇତି ତମେ ମକେ ଜାଗିରୁଆ ।”
୩୯ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, “ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
୪୦ତାର୍ପଚେ ସେ ତିନ୍ଟା ସିସ୍ମନର୍ ଲଗେ ବାଉଡି ଆସି ଦେକ୍ଲା, ସେମନ୍ ସଇଦେଇଆଚତ୍ । ଜିସୁ ପିତର୍କେ କଇଲା, “ତମେ ଗଟେକ୍ ଗଁଟା ମିସା ଜାଗି ନାପାର୍ଲାସ୍ ? ୪୧ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।”
୪୨ଜିସୁ ଆରି ତରେକ୍ ଜାଇ ପାର୍ତନା କଲା, “ଏ ମର୍ ବାବା ଜଦି ଏ ଦୁକର୍ ମୁତା ମର୍ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍ସି । ମାତର୍ ମୁଇ ମନ୍ କଲାଟା ନାଇ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।” ୪୩ସେ ଆରି ତରେକ୍ ବାଉଡି ଆସି ସିସ୍ମନ୍ ସଇରଇଲାଟା ଦେକ୍ଲା । ସେମନ୍କେ ଗୁନ୍ ଡାବି ଆନ୍ତେ ରଇଲାଜେ ଆଁକି ଦେକି ନାପାର୍ତେ ରଇଲାଇ ।
୪୪ଏଟାସଙ୍ଗ୍ ତିନ୍ତର୍ ଅଇଲା ଜିସୁ ସେମନ୍କେ ଚାଡିକରି କଣ୍ଡେକ୍ ଦୁରିକେ ଜାଇ ସେନ୍ତାରି ପାର୍ତନା କଲା । ୪୫ତାର୍ ପଚେ ସିସ୍ମନର୍ ଲଗେ ଆସି କଇଲା, “ଏବେ ଜାକ ତମେ ସଇଆଚାସ୍ ? ଦେକା ପର୍ମେସରର୍ ନର୍ପିଲା ମୁଇ ପାପିମନ୍କେ ସର୍ପି ଅଇବା ବେଲା କେଟିଆଚେ । ୪୬ଉଟା, ଜୁ । ଏଦେ ଦେକା ! ମକେ ଦାରାଇ ଦେବା ଲକ୍ ଆସି କେଟ୍ଲାବେ ।”
ଜିସୁକେ ଦାରି ବାନ୍ଦ୍ଲାଇ
(ମାର୍କ ୧୪:୪୩-୫୦; ଲୁକ୍ ୨୨:୪୭-୫୩; ଜଅନ୍ ୧୮:୩-୧୨)
୪୭ଜିସୁ ତାର୍ ସିସ୍ମନ୍କେ ଏ କାତା କଇବା ବେଲେ ତାର୍ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ନାଉଁର୍ ସିସ୍ ଆସି କେଟ୍ଲା । ତାର୍ ସଙ୍ଗ୍ କାତି କାଣ୍ଡା ଆରି ଟେଙ୍ଗ୍ ଡାଙ୍ଗ୍ ଦାରି ବେସି ଲକ୍ ତେଇ ଟୁଲ୍ ଅଇଲାଇ । ସେମନ୍କେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ପାଟାଇରଇଲାଇ । ୪୮ବିସ୍ବାସେ ବିସ୍ ଦେଉ ଜିଉଦା ସେମନ୍କେ ଜାନାଇ ରଇଲା । ସେ ସେମନ୍କେ କଇରଇଲା ମୁଇ ଜନ୍ ଲକ୍କେ ଚୁମ୍ବି ତାକେ ତମେ କଜ୍ଲାସ୍ନି, ତାକେ ଦାରା ।
୪୯ଜିଉଦା ସଲ୍କେ ଜିସୁର୍ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍ !” ବଲିକରି ଚୁମ୍ଲା ।
୫୦ଜିସୁ ଜିଉଦାକେ କଇଲା, “ମଇତର୍ ତର୍ କାମ୍ ଦାପ୍ରେ ସାରାଇଦେସ୍ ।” ତାର୍ ପଚେ ସେମନ୍ ଜିସୁକେ ଦାରି ବାନ୍ଦି ପାକାଇଲାଇ ।
୫୧ଜିସୁର୍ ବାଟର୍ ଗଟେକ୍ ଲକ୍ ତାର୍ ନିଜର୍ କାଣ୍ଡା ବାର୍କରାଇ ମୁକିଅ ପୁଜାରିର୍ ଗତିଦାଙ୍ଗ୍ଡାକେ ମାର୍ଲା । ସେ ଲକର୍ କାନ୍ ଚିଡି ଗାଲା । ୫୨ଜିସୁ ତାକେ କଇଲା, “ତର୍ କାଣ୍ଡା ପୁରାଇକରି ସଙ୍ଗ । ଜନ୍ ଲକ୍ମନ୍ କାଣ୍ଡା ଉଟାଇବାଇ, ସେମନ୍ କାଣ୍ଡାଇସେ ମର୍ବାଇ । ୫୩ତୁଇ କାଇ ନାଜାନୁସ୍ କି ? ମୁଇ ମର୍ ବାବାକେ ସାଇଜ ମାଙ୍ଗ୍ଲେ, ସେ ମର୍ପାଇ ଦାପ୍ରେସେ, ବାର୍ଟା ଦଲେଅନି ଅଦିକ୍ ସରଗର୍ ଦୁତ୍ମନ୍କେ ପାଟାଇପାରେ । ୫୪ମାତର୍ ସେନ୍ତାର୍ ଆଲେ ଏଟାମନ୍ ସବୁ ଗଟ୍ସି ବଲି ସାସ୍ତରେ ଜାଇ ଜାଇଟା ଲେକା ଅଇଲା ଆଚେ, ସେଟା କେନ୍ତି ପୁରାପୁରୁନ୍ ଅଇସି ?”
୫୫ ତାର୍ ପଚେ ଜିସୁ ତେଇ ଟୁଲ୍ଅଇରଇବା ଲକ୍ମନ୍କେ କଇଲା, “ମୁଇ କାଇ ଗଟେକ୍ ପାଲାଇବା କାଙ୍ଗାର୍ଜେ ଟେଙ୍ଗ୍ ଡାଙ୍ଗ୍ ଆରି କାଣ୍ଡା ଦାରି ମକେ ଦାର୍ବାର୍ ଆସିଆଚାସ୍ ? ମୁଇ ସବୁ ଦିନ୍ ମନ୍ଦିରେ ବସି ସିକିଆ ଦେଇତେ ରଇଲି, ସେବେଲେତା ମକେ ଦାରାସ୍ ନାଇ ! ୫୬ଜାଇଟା ଅବେ, ବବିସତ୍ବକ୍ତାମନ୍ ସାସ୍ତରେ ଜାଇଟା ଲେକ୍ଲାଇ ଆଚତ୍, ସେ ସବୁ ସିଦ୍ ଅଇବାକେ ଏଟା ଗଟ୍ଲା ।”
ସେଡ୍କିବେଲେ ସିସ୍ମନ୍ ସବୁଲକ୍ ଜିସୁକେ ଚାଡି ପାଲାଇଲାଇ ।
ବଡ୍ ସବାଇ ଜିସୁର୍ ବିଚାର୍ନା
(ମାର୍କ ୧୪:୩୫-୬୫; ଲୁକ୍ ୨୨:୪୫-୫୫,୬୩-୭୧; ଜଅନ୍ ୧୮:୧୩-୧୪,୧୯-୨୪)
୫୭ଜିସୁକେ ବନ୍ଦି କରୁମନ୍ ତାକେ ବଡ୍ ପୁଜାରି କାୟାପାର୍ ଗରେ ନେଲାଇ । ସିତି ଦରମ୍ ଗୁରୁ ଆରି ପାର୍ଚିନ୍ମନ୍ ଟୁଲ୍ ଅଇରଇଲାଇ । ୫୮ପିତର୍ କଣ୍ଡେକ୍ ଦୁରିକେ ରଇକରି ଜିସୁକେ ଦେକ୍ତେ ରଇଲା । ଆରି ସେ କାୟାପା ଗରର୍ ଡାଣ୍ଡ୍ଜାକ ଗାଲା । ଏ ସବୁ ଗଟ୍ନା କାଇଟା ଅଇସି ବଲି ସେଟା ଦେକ୍ବାକେ ପିତର୍ ମନ୍ଦିର୍ ଜାଗୁଆଲ୍ମନର୍ ସଙ୍ଗ୍ ତେଇ ବସ୍ଲା । ୫୯ମୁକିଅ ପୁଜାରିମନ୍ ଆରି ବଡ୍ ସବାଇ ରଇଲା ସବୁ ଲକ୍ମନ୍ ଜିସୁକେ ମରନ୍ ଡଣ୍ଡ୍ ଦେବାକେ ତାର୍ ବିରୁଦେ ମିଚ୍ କାତା କଜ୍ବାକେ ଚେସ୍ଟା କଲାଇ । ୬୦କେତେ କେତେ ଲକ୍ମନ୍ ଜିସୁର୍ ବିରୁଦେ ମିଚ୍ କାତା କଇଲାଇ । ମାତର୍ ସେନ୍ତାରି କାଇ ବୁଲ୍ କାତା ମିସା ମିଲେ ନାଇ । ପଚେ ଦୁଇଲକ୍ ଉଟିକରି, ୬୧ “ଏ ଲକ୍ ମୁଇ ପର୍ମେସରର୍ ମନ୍ଦିର୍ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତରେକ୍ ଉଟାଇ ଦେଇପାରି । ” ବଲି କଇରଇଲା । ୬୨ବଡ୍ ପୁଜାରି ଟିଆଅଇକରି ଜିସୁକେ କଇଲା, “ତୁଇ କାଇକେ କାଇଟାବଲି କଉସ୍ ନାଇ ? ଏମନ୍ କଇବା କାତା ଚାପ୍ବାକେ ତୁଇ ଆରି କାଇଟା କଇବାର୍ ଆଚେ କି ?” ୬୩ମାତର୍ ଜିସୁ ଚିମ୍ରାଅଇ ରଇଲା । ବଡ୍ ପୁଜାରି କଇଲା, “ମୁଇ ତମ୍କେ ଜିବନ୍ ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କରାଇ ପାଚାର୍ଲିନି, ସତ୍ କଅ, ତୁଇ କାଇ ପର୍ମେସରର୍ ପିଲା ମସିଅ କି ?”
୬୪ଜିସୁ କଇଲା, “ତୁଇ ସମାନ୍ କାତା କଇଆଚୁସ୍ । ମାତର୍ ମୁଇ ତମ୍କେ ସବୁ ଲକ୍କେ କଇଲିନି, ପର୍ମେସର୍ ପାଟାଇଲା ନର୍ପିଲା ମୁଇ, ଦାପ୍ରେ ସେ ସବୁର୍ ଉପ୍ରର୍ ମାପ୍ରୁର୍ ଉଜା ବାଟେ ବସ୍ବାକେ ଗାଲିନି, ଆରି ମକେ ତମେ ସର୍ଗେଅନି ବାଦଲ୍ ସଙ୍ଗ୍ ଉତ୍ରି ଆଇବାଟା ଦେକ୍ସା ।”
୬୫ଏ କାତା ସୁନି ବଡ୍ ପୁଜାରି ତାର୍ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍ମେସର୍କେ ନିନ୍ଦା କର୍ବାଟା ! ଆରି ବିନ୍ ସାକି ଦର୍କାର୍ ନାଇ । ତମେ ଏବେସେ ଏ ଲକ୍ ପର୍ମେସର୍କେ ନିନ୍ଦା କର୍ବାଟା ସୁନ୍ଲାସ୍ । ୬୬ଏ ବିସଇନେଇ କରି ତମେ କାଇଟା ବାବ୍ଲାସ୍ନି ?”
ସେମନ୍ ସବୁ ଲକ୍ କଇଲାଇ, “ସେ ଦସ୍ କରିଆଚେ, ମରନ୍ ଡଣ୍ଡ୍ ପାଇବାର୍ ଦର୍କାର୍ ଆକା ।”
୬୭ତାର୍ ପଚେ ସେମନ୍ ଜିସୁର୍ ମୁଏଁ ତୁକ୍ଲାଇ ଆରି ମାର୍ଲାଇ । କେତେ ଲକ୍ ତାକେ ଚାପଡ୍ ସଙ୍ଗ୍ ମାରି କଇଲାଇ, ୬୮“ଏ କିରିସ୍ଟ ! ବବିସତ୍ କାତା ଅଲପ୍ କଅ । ତକେ କେ ମାର୍ଲା କଇଦେକ୍ ପନି !”
ପିତର୍ ଜିସୁକେ ନାଜାନି ବଲି କଇଲା
(ମାର୍କ ୧୪:୬୬-୭୨; ଲୁକ୍ ୨୨:୫୬-୬୨; ଜଅନ୍ ୧୮:୧୫-୧୮,୨୫-୨୭)
୬୯ପିତର୍ ବଡ୍ ପୁଜାରିର୍ ଦୁଆର୍ ମୁଆଟେ ବସି ରଇଲା ବେଲେ ଗଟେକ୍ ବଡ୍ ପୁଜାରିର୍ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍ ଜିସୁର୍ ସଙ୍ଗ୍ ରଇଲୁସ୍ କାଇକି ?”
୭୦ମାତର୍ ପିତର୍ ସବୁର୍ ମୁଆଟେ ନାଡାଇ କରି ଏ କାତା କଇଲା, “ତୁଇ କାଇ ବଲି କଇଲୁସ୍ନି ମୁଇ ନାଜାନି ।”
୭୧ଏନ୍ତି କଇକରି ପିତର୍ ଦୁଆର୍ ମୁଆଁଟ୍ ଲଗେ ଉଟିଗାଲା । ଆରି ଗଟେକ୍ ବିନ୍ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍ମନ୍କେ କଇଲା, “ଏ ନାଜରିତର୍ ଜିସୁର୍ ସଙ୍ଗ୍ ରଇଲା ।”
୭୨ପିତର୍ ଆରି ତରେକ୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ସେ ଲକ୍କେ ନାଜାନି ।”
୭୩କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
୭୪ପିତର୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ମର୍ କାତା ସତ୍ ଆକା । ନଇଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ସେ ଲକ୍କେ ମୁଇ ନାଜାନି ।” ସେଦାପ୍ରେ କୁକ୍ଡା ଡାକ୍ଲା ।
୭୫ଆରି ଜିସୁ ଜନ୍ ଜନ୍ କାତା କଇରଇଲା, କୁକ୍ଡା ନ ଡାକ୍ତେ ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ । ସେ ସବୁ ପିତର୍ ଏତାଇଲା ଆରି ସେ ବାଇରେ ଜାଇ ବେସି ଦୁକ୍ ଅଇ କାନ୍ଦ୍ଲା ।