ରୋମିୟ ମଣ୍ଡଳୀର ବିଶ୍ୱାସୀ ମାନଙ୍କ ନିକଟକୁ ପାଉଲଙ୍କର ପତ୍ର
ରମିଅ ମଣ୍ଡଲିର୍ ଲକ୍ମନର୍ଟାନେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇଟାନେ ଜାନ୍ବାଟା
ରମିଅ ବଇ ପେରିତ୍ ପାଉଲର୍ ଲାଗି ଲେକାଅଇରଇଲା । ଏ ବଇ ଜିସୁକିରିସ୍ଟ ଜନମ୍ଅଇକରି ୫୪ ଅନି ୫୮ ବିତ୍ରେ ଅଇରଇଲା ।
ପାଉଲ୍ ରମ୍ ରାଇଜେ ଜିବା ଆଗ୍ତୁ ଜିଉଦି ବିସ୍ବାସି ଆରି ଜିଉଦି ନ ଅଇରଇବା ବିସ୍ବାସିମନ୍କେ ତିଆର୍ବାକେ ଏ ଚିଟି ଲେକିରଇଲା । ଜେନ୍ତାରିକି ସବୁ ଲକ୍ମନ୍ ବିସ୍ବାସ୍ କରି ନାମ୍ବାଇ ୧୪:୧୬ । ଏଟାର୍ପାଇ ସେ କରନ୍ତି ନଅରେ ରଇବା ବେଲାଇ ରମିଅ ବିସ୍ବାସିମନ୍କେ ତିଆର୍ବାକେ ଏ ଚିଟି ରଇଲା ।
ରମିଅ ବଇ ସବୁ ଜାଗାର୍ ଆରି ସବୁ ବେଲାର୍ ବିସ୍ବାସିମନର୍ପାଇ, ଏଟା ଗଟେକ୍ ଗୁର୍ତୁ ସଙ୍ଗର୍ ବଇ । କାଇକେବଇଲେ, ପାଉଲ୍ ଏ ବଇଟାନେ ଜିସୁକେ ବିସ୍ବାସ୍ କଲେ ଆମ୍କେ କେନ୍ତି ମୁକ୍ତି ମିଲ୍ସି, ସେଟା ନିକସଙ୍ଗ୍ ଗଟେକ୍ ଗଟେକ୍ କରି ବୁଜାଇଦେଲାଆଚେ । ପାଉଲ୍ ପୁର୍ନା ନିଅମ୍କେ ମିସା ଜିସୁକିରିସ୍ଟର୍ ସୁବ୍ କବର୍ଟାନେ ମିସାଇଆଚେ । ଏ ବଇତେଇ ୧:୧୬ ଟାନେ ରଇବା ବାକିଅକେ ନେଇକରି କେତେକ୍ କେତେକ୍ ପଣ୍ଡିତ୍ମନ୍ ଦାବିକରି ଏଟା ଏ ସବୁବଇର୍ ମୁଲ୍ ବଲି କଇଲାଇନି । ଜନ୍ଟା ଇତି ଜାନାଇଲାଇନି କି, ମୁଇ ବାକିଅ ଜାନାଇବାକେ ଲାଜ୍ ନ ଅଇ । କାଇକେବଇଲେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେ ସବୁ ଲକର୍ପାଇ ଏଟା ପର୍ମେସରର୍ ବପୁ । ପର୍ତୁମେ ଜିଉଦିମନର୍ପାଇ ଆରି ଜିଉଦି ନ ଅଇଲା ଲକ୍ମନର୍ପାଇ ମିସା ।
ପର୍ତୁମ୍ ବାଗେ ୧–୧୨ ଟିକିନିକିର୍ ବିସଇ ଆରି ଦୁଇରେ ଅଇଲାନି ବିସ୍ବାସି ଇସାବେ କେନ୍ତି ଚଲାଚଲ୍ତି କର୍ବାର୍ ଆଚେ, ସେଟା ତିଆର୍ଲାନି ।
ଏ ବଇବିତ୍ରେ ରଇବାଟା
୧. ପାଉଲ୍ ନିଜ୍କେ ଜାନାଇଅଇକରି କାର୍ଟାନେ ଚିଟି ଲେକ୍ଲାନି, ସେଟା କଇକରି ଆରାମ୍ କଲାନି । ୧:୧-୧୫
୨. ମୁନୁସ୍ଜାତିର୍ ରାଇଜ୍ ଆରି ଜିସୁକିରିସ୍ଟର୍ ଲାଗି ମୁକ୍ତି ଅଇବାଟା । ୧:୧୬;୧୧:୩୬
୩. କିରିସ୍ଟର୍ ଟାନେ ରଇକରି ଜିଉନାକାଉନା କର୍ବା ବିସଇରେ ପାଉଲ୍ ତିଆର୍ଲାଟା । ୧୨:୧–୧୫:୧୩
୪. ସେ ରମିୟ ମଣ୍ଡଲିର୍ ଲକ୍ମନ୍କେ ଦନିଅବାଦ୍ ଦେଇକରି ଲେକା ସାରାଇଲାଟା । ୧୬
ପାଉଲ୍ ଜୁଆର୍ ଜାନାଇବାଟା
୧ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
୨ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା । ୩ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା । ୪ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା । ୫ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ । ୬ଏ ରମ୍ ଦେସର୍ ଲକ୍ ! ତମେମିସା ଜିସୁକିରିସ୍ଟର୍ ସିସ୍ ଅଇବାକେ ବାଚାଇ ଅଇଆଚାସ୍ ।
୭ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ ।
ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଦନିଅବାଦର୍ ପାର୍ତନା
୮ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି । ୯ମୁଇ ମର୍ ସବୁ ମନ୍ପରାନ୍ ଦେଇ ଜନ୍ ପରମେସର୍କେ ସେବା କଲିନି, ଆରି ଜନ୍ ପରମେସରର୍ ପଅର୍ ସୁବ୍ କବର୍ ଜାନାଇଲିନି, ସେ ପରମେସର୍ ମର୍ ସାକି । ୧୦ମୁଇ ପାର୍ତନା କଲାବେଲେ ତମ୍କେ ସବୁବେଲେ ଏତାଇଲିନି । ସେ ମନ୍ କଲେ, ମକେ ତମର୍ ଲଗେ ଜିବାକେ ବେଲା ଟିକ୍ କରି ଦେଅ ବଲି ପରମେସର୍କେ ଗୁଆରି କଲିନି । ୧୧ତମର୍ ଲଗେ ଆଇବାକେ ମୁଇ ବେସି ମନ୍ କଲିନି । ମର୍ ପାଇରଇଲା ଆତ୍ମାର୍ ଦାନ୍ ବିସଇ ଜାନାଇବାଟାନେଅନି ତମର୍ ବିସ୍ବାସ୍ ଡାଟ୍ କରାଇବି । ୧୨ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
୧୩ ବାଇବଇନିମନ୍, ତମର୍ ଟାନେ ଆଇବାକେ ମୁଇ ବେସି ତର୍ ମନ୍ କରିରଇଲି, ମାତର୍ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍ଲିନି । ବିନ୍ ବିନ୍ ଜାଗାର୍ ଜିଉଦି ନଇଲା ଲକ୍ମନର୍ ବିତ୍ରେ ସୁବ୍କବର୍ ଜାନାଇକରି ମକେ ଜେତ୍କି ସାର୍ଦା ମିଲ୍ଲା ଆଚେ, ତମର୍ ଜାଗାଇ ମିସା ସେଟା କର୍ବାକେ ମୁଇ ମନ୍ କଲିନି । ୧୪କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ । ୧୫ସେଟାର୍ ପାଇ ରମ୍ ଗଡର୍ ଲକ୍, ତମର୍ ଲଗେ ମିସା ନିମାନ୍ କବର୍ ଜାନାଇବାକେ ମୁଇ ମନ୍ କଲିନି ।
ସୁବ୍କବରର୍ ବପୁ
୧୬ ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ । ୧୭ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ “ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।”
ପାପ୍କେ ପର୍ମେସରର୍ ରିସା
୧୮ଜନ୍ ପାପି ଲକ୍ମନ୍ ନିଜର୍ କାରାପ୍ କାମେଅନି ସତ୍ ବିସଇ ଅଟ୍କାଇବାଇ, ସେମନର୍ ବିରଦେ ସର୍ଗେଅନି ପରମେସରର୍ ରିସା ଦେକାଇ ଅଇସି । ୧୯କାଇକେବଇଲେ ପରମେସରର୍ ବିସଇନେଇ ଜାଇଟା ଜାନ୍ବାର୍ ରଇଲା ସେମନ୍ ସେଟା ଜାନ୍ଲାଇ ଆଚତ୍ । ପରମେସର୍ ନିଜେ ସେଟା ଦେକାଇ ଦେଲାଆଚେ । ୨୦ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ । ୨୧ ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ । ୨୨ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ । ୨୩ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
୨୪ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ । ୨୫ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ ! ଆମେନ୍ ।
୨୬ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି । ୨୭ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।
୨୮ଏ ଲକ୍ମନ୍ ପରମେସରର୍ ବିସଇନେଇ ନିମାନ୍ ବାବ୍ବାକେ ମନ୍ ନ କଲାର୍ ପାଇ, ପରମେସର୍ ସେମନ୍କେ ଚାଡି ଦେଲାଆଚେ । ଆରି ମନ୍ ବିତ୍ରେ କାରାପ୍ ଚିନ୍ତା କର୍ବାଟା କରତ୍ ବଲି ଚାଡିଦେଲାଆଚେ । ଏଟାର୍ପାଇ ସେମନ୍ ନ କର୍ବା କାମ୍ କର୍ବାଇ । ୨୯ତାକର୍ ବିତ୍ରେ ସବୁରକାମର୍ କାରାପ୍ ବିସଇ, ଜନ୍ଟାମନ୍କି, କାରାପ୍ ଚିନ୍ତା କର୍ବାଟା, ବାନିଆ ଚିନ୍ତା କର୍ବାଟା, ଲବାଇବାଟା, ଲାଁଚ୍ ନେବାଟା, ତାକର୍ ତାକର୍ ବିତ୍ରେ ଇଁସାତଲା ଅଇବାଟା, ନର୍ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍ କର୍ବାଟା ଆରି କୁଟ୍କାତା ଅଇବାଟା ବର୍ତି ଅଇଆଚେ । ୩୦ସେମନ୍ କାନେ ପୁସୁର୍ ପାସାର୍ ଅଇବାଟା, ବିନ୍ ଲକ୍କେ ନିନ୍ଦା କର୍ବାଟା, ପରମେସର୍କେ ଗିନ୍ କର୍ବାଟା, ବଡ୍ପନ୍ ଅଇବାଟା, ବଡ୍ପନିଆ କାତା ଅଇବାଟା, ବିନ୍ଲକ୍କେ ପାନ୍ଦେ ଅଦ୍ରାଇବାଟା, ଆରି ଆୟା ବାବାର୍ କାତା ନ ମାନ୍ବାଟା, ୩୧ଦରମ୍ ବିବେକ୍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍ ବିତ୍ରେ ଆଲାଦ୍ ନ କର୍ବାଟା ଆରି ଜିବନ୍ ନ ଦୁକାଇବାଟା । ୩୨ଜନ୍ ଲକ୍ମନ୍ ଏନ୍ତି ଚଲାଚଲ୍ତି କର୍ବାଇ ସେମନ୍ ମରିଜିବାଟା ନିକ । ପରମେସରର୍ ଏ ନିୟମ୍ ସେମନ୍ ଜାନ୍ଲେ ମିସା ଏନ୍ତିସେ ଚଲାଚଲ୍ତି କର୍ବାଇ, ଅବ୍କା ସେଟା ନଏଁ, ମାତର୍ ଏନ୍ତି ଚଲାଚଲ୍ତି କର୍ବା ଲକର୍ ବାଟେ ଅଇକରି, ସାର୍ଦା ସଙ୍ଗ୍ ଏଟା ଟିକ୍ ବଲି ସେମନ୍କେ କଇବାଇ ।