୫୩
ମନୁଷ୍ୟର ଦୁଷ୍ଟତା
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ସ୍ୱରରେ ଦାଉଦଙ୍କର ମସ୍କୀଲ୍‍।
 
୧ ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣା ମନେ
ମନେ କହିଅଛି।
ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ
କରିଅଛନ୍ତି,
କେହି ସତ୍କର୍ମ କରେ ନାହିଁ।
୨ ବିବେଚକ କେହି ଅଛି କି ନାହିଁ, ପରମେଶ୍ୱରଙ୍କର
ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା
ପାଇଁ ପରମେଶ୍ୱର ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି
ନିରୀକ୍ଷଣ କଲେ।
୩ ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି;
ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି;
ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ
ହେଁ ନାହିଁ।
୪ ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ ?
ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋ’ ଲୋକମାନଙ୍କୁ
ଗ୍ରାସ କରନ୍ତି,
ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।
୫ ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ;
କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର* ଅଧର୍ମାଚାରୀର କିମ୍ବା ଛାଉଣିକାରୀର
ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି;
ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ
ସେମାନଙ୍କୁ ଲଜ୍ଜା ଦେଇଅଛ।
୬ ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ
ଉପସ୍ଥିତ ହୁଅନ୍ତା !
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ
ବନ୍ଦୀତ୍ୱରୁ ଫେରାଇ ଆଣିବେ,
ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ
ହେବେ।

*୫୩:୫ ଅଧର୍ମାଚାରୀର କିମ୍ବା ଛାଉଣିକାରୀର