୧୩୦
ସହାୟତା ପାଇଁ ପ୍ରାର୍ଥନା
ଆରୋହଣ-ଗୀତ।
 
୧ ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।
୨ ହେ ପ୍ରଭୁ, ମୋ’ ରବ ଶୁଣ;
ତୁମ୍ଭ କର୍ଣ୍ଣ ମୋ’ ବିନତି-ରବରେ ମନୋଯୋଗ କରୁ।
୩ ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ,
ତେବେ ହେ ପ୍ରଭୁ, କିଏ ଠିଆ ହେବ ?
୪ ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ,
ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।
୫ ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ’ ପ୍ରାଣ ଅପେକ୍ଷା କରୁଅଛି,
ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।
୬ ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ’ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ;
ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ।
୭ ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ;
କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି
ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି।
୮ ପୁଣି, ସେ ଇସ୍ରାଏଲକୁ
ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।