20
ବିଜୟ ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 
 1 ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; 
ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ; 
 2 ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, 
ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ; 
 3 ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, 
ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; 
[ସେଲା]
  4 ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ 
ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ। 
 5 ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ 
ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ; 
ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ। 
 6 ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତଙ୍କୁ ଉଦ୍ଧାର କରନ୍ତି, 
ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ 
ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ। 
 7 କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; 
ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ। 
 8 ସେମାନେ ନତ ହୋଇ ପତିତ ହୋଇଅଛନ୍ତି; 
ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ। 
 9 ହେ ସଦାପ୍ରଭୋ, ପରିତ୍ରାଣ କର; 
ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ।