ଇକନିୟତେଇ କାମ୍
୧ଜନ୍ଟା ଆନ୍ଟିଅକିତେଇ ଗଟିରଇଲା, ସେ ସମାନ୍ ବିସଇ ଆକିଅଟାନେ ମିସା ଅଇଲା । ପାଉଲ୍ଆରି ବର୍ନବା ପାର୍ତନା ଗରେ ଏନ୍ତି ଡାଟ୍ ସଙ୍ଗ୍ ପର୍ଚାର୍ କଲାଇ ଜେ ବେସି ଜିଉଦି ଆରି ଗିରିକ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ । ୨ମାତର୍ ଜନ୍ ଜିଉଦିମନ୍ ସେ ବାକିଅ ବିସ୍ବାସ୍ କରତ୍ନାଇ, ସେମନ୍ ଜିଉଦି ନ ଅଇଲା ଲକ୍ମନ୍କେ ବେମ୍ଜା କରି, ବିସ୍ବାସି ବାଇମନ୍କେ ବିରଦ୍ କରାଇଲାଇ । ୩ଏଲେମିସା ପାଉଲ୍ ଆରି ବର୍ନବା ତେଇ ବେସିଦିନ୍ ରଇକରି ଡାଟ୍ ସଙ୍ଗ୍ ମାପ୍ରୁର୍ ବିସଇ ଜାନାଇଲାଇ । ମାପ୍ରୁ ଏମନ୍କେ କାବା ଅଇଜିବା କାମ୍ମନ୍ କରି ଦେକାଇବାକେ ବପୁଦେଲା । ଏନ୍ତାରି ମାପ୍ରୁ ତାର୍ ଜିବନ୍ ଦୁକାଇଲା ବାକିଅ ସତ୍ବଲି ଦେକାଇଲା । ୪ଇକନିଆ ନଅରର୍ ଲକ୍ମନ୍ ଦୁଇଟା ଦଲେ ବାଗ୍ ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ ଜିଉଦିମନର୍ ବାଟେ ଆରି କେତେ ଲକ୍ ପେରିତ୍ ସିସ୍ମନର୍ ବାଟେ ଅଇଲାଇ ।
୫ତାର୍ପଚେ କେତେଟା ଜିଉଦି ନଇଲା ଲକ୍ ଆରି ଜିଉଦିମନ୍ ସେମନର୍ ନେତାମନର୍ ସଙ୍ଗ୍ ଏକ୍ଜୁଟ୍ ଅଇ ପେରିତ୍ ସିସ୍ମନ୍କେ ବେସି କାରାପ୍ ଚଲାଚଲ୍ତି କରି ସେମନର୍ ଉପ୍ରେ ପାକ୍ନା ମାରି ମରାଇଦେବାକେ ପାଁଚ୍ଲାଇ । ୬ମାତର୍ ପାଉଲ୍ ଆରି ବର୍ନବା ସେଟା ଜାନିକରି ଲୁକାନିଆଇ ରଇବା ଲୁସ୍ତାରା ଆରି ଦର୍ବି ଗଡର୍ ଚାରିବେଡ୍ତିର୍ ଜାଗାଇ ଦାପ୍ରେ ପାଲାଇଲାଇ । ୭ଆରି ସିତି ସୁବ୍ କବର୍ ଜାନାଇଲାଇ ।
ଲୁସ୍ତାରା ଆରି ଦର୍ବିତେଇ ସେବା କାମ୍
୮ଲୁସ୍ତାରାତେଇ ଜନ୍ମେଅନି ଗଡ୍ ବାଙ୍ଗ୍ଟି ରଇଲା ଗଟେକ୍ ଚଟା ଲକ୍ ରଇଲା । ସେ ବିଲ୍କୁଲ୍ ଇଣ୍ଡି ନାପାର୍ତେ ରଇଲା । ୯ତେଇ ବସି, ସେ ପାଉଲର୍ ସିକିଆ ସୁନ୍ତେ ରଇଲା । ତାର୍ ମନେ ବିସ୍ବାସ୍ ଅଇଲାଆଚେ ଆରି ସେ ନିମାନ୍ ଅଇପାର୍ସି ବଲି ପାଉଲ୍ ଜାନି ପାର୍ଲା । ସେଟାର୍ ପାଇ ତାର୍ବାଟେ ତିରିଆଇ ଦେକି, ୧୦ଆଉଲିଅଇ କଇଲା, “ମଇତର୍ ପାଦ୍ ମାଣ୍ଡିକରି, ସିଦା ଟିଆ ଅ !” ସେ ଲକ୍ ଡେଗଇ କରି ଚାରିବେଟ୍ତି ଇଣ୍ଡ୍ବାର୍ ଦାର୍ଲା । ୧୧ତେଇ ରୁଣ୍ଡ୍ଲା ଲକ୍ମନ୍ ପାଉଲର୍ କାମ୍ ଦେକି ତାକର୍ ଲୁକାନିଆ ବାସାଇ ସାର୍ଦା ଅଇ ଆଉଲିଅଇବାର୍ ଦାର୍ଲାଇ । “ଦେକା, ଏ ଲକ୍ମନ୍ ସତଇସେ ଦେବ୍ତା ଅଇରଇବାଇ । ନିଜେ ମନସ୍ ରୁପ୍ ଦାରି ଉତ୍ରି ଆଇଲାଇ ଆଚତ୍ ।” ୧୨ସେମନ୍ ବର୍ନବାକେ ଜିଅସ୍ ବଲି ଜେ କି ତାକର୍ ମୁକିଅ ଦେବ୍ତା ରଇଲା, ଆରି ପାଉଲ୍କେ ଏରମିସ୍ ବଲି ନାମ୍ଲାଇ । ଏରମିସ୍ କାଇକେବଇଲେ ସେ ବେସି କାତା ଅଇତେରଇଲା । ୧୩ଗଡ୍ ବାଇରର୍ ମୁଆଟେ ରଇଲା ଜିଅସ୍ ମନ୍ଦିରର୍ ପୁଜାରି, ଦୁଆର୍ ଲଗେ କେତେଟା ପୁଲ୍ ମାଲା ପିନ୍ଦାଇକରି, କେତେଟା ସଣ୍ଡମନ୍କେ ଆନ୍ଲା । କାଇକେବଇଲେ ସେ ଆରି ସିତି ରୁଣ୍ଡ୍ଲା ଲକ୍ମନ୍ ପେରିତ୍ ସିସ୍ମନର୍ ପାଇ ବଲଦ୍ମନ୍କେ ବିରୁ କର୍ବାକେ ମନ୍ କରିରଇଲାଇ ।
୧୪ସେମନ୍ ଜନ୍ କାମ୍ କର୍ବାକେ ଜାଇରଇଲାଇ, ବର୍ନବା ଆରି ପାଉଲ୍ ସେଟା ସୁନ୍ଲା ଦାପ୍ରେ, ନିଜର୍ ବସ୍ତର୍ ଚିରିପାକାଇଲାଇ, ଲକ୍ମନର୍ ବିତ୍ରେ ପାଲାଇଜାଇ ଆଉଲିଅଇ କରି କଇଲାଇ, ୧୫“ଏ ଲକ୍ମନ୍ ତମେ କାଇକେ ଏଟା କଲାସ୍ନି ? ଆମେ ତମର୍ ପାରା ଲକ୍ ସେ । ତମ୍କେ ସୁବ୍ କବର୍ ଜାନାଇବାକେ ଆଇଲୁଆଚୁ । ଆରି ଏ ଚୁଚାଇ ରଇବା ପୁତ୍ଲାମନ୍କେ ପୁଜା କର୍ବାଟା ଚାଡିକରି, ଜିବନ୍ ରଇବା ପର୍ମେସର୍କେ ଉପାସନା କରା ବଲି, କଇବାକେ ଆସିଆଚୁ । ଏ ପର୍ମେସର୍ ସରଗ୍, ଦର୍ତନି, ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ବିସଇ ତିଆର୍ କଲାଆଚେ । ୧୬ପୁର୍ବେ ନିଜେ ମନ୍କରି ନିଜର୍ ବାଟେ ଜିବାକେ, ପରମେସର୍ ଲକ୍ମନ୍କେ ଚାଡିଦେଇ ରଇଲା । ୧୭ମାତର୍ ତାକର୍ ସବୁ ନିମାନ୍ କାମେଅନି ସେ ସବୁବେଲାଇ ଚିନ୍ ଦେକାଇଆଚେ; ସେ ଆକାସେଅନି ପାନି ଆରି ସମାନ୍ ବେଲାଇ କାଦି ପାଚାଇସି, ବେସି କାଦି ଜାଗାଇସି ଆରି ସାର୍ଦା ସଙ୍ଗ୍ ତମର୍ ମନ୍ ପୁରୁନ୍ ଅଇଜାଇସି ।” ୧୮ଏତ୍କି କଇଲେ ମିସା, ପାଉଲ୍ ଆରି ବର୍ନବାର୍ପାଇ ବଲି ଦେବାର୍ ଆଚେଆକା ବଲି କଇଲାଇ ।
୧୯ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ । ୨୦ମାତର୍ ବିସ୍ବାସିମନ୍ ଆସି ତାର୍ ଚାରିବେଟ୍ତି ଟିଆଅଇଲାକେ, ସେ ଉଟିକରି ତାକର୍ ସଙ୍ଗ୍ ଗଡ୍ ବିତ୍ରେ ବାଅଡ୍ଲା । ତାର୍ ଆର୍କର୍ ଦିନେ ସେ ଆରି ବର୍ନବା ଲୁସ୍ରା ଚାଡି ଦର୍ବିଏ ଗାଲାଇ ।
ସିରିଆର୍ ଆନ୍ଟିୟକତେଇ ବାଅଡ୍ଲାଇ
୨୧ପାଉଲ୍ ଆରି ବରନ୍ବା ଦର୍ବିତେଇ ସୁବ୍ କବର୍ ଜାନାଇକରି ବେସି ଲକ୍ମନ୍କେ ସିସ୍କଲାଇ । ତାର୍ ପଚେ ସେମନ୍ ଲୁସ୍ତାରା, ଦର୍ବି, ଇକନିଅ ଆରି ପିସିଦିଆର୍ ଆନ୍ଟିଅକିତେଇ ବାଉଡି ଗାଲାଇ । ୨୨ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।” ୨୩ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
୨୪ପିସିଦିଆ ବାଟ୍ଦେଇ ସେମନ୍ ପପୁଲିଆଇ ଆଇଲାଇ । ୨୫ତାର୍ପଚେ ପର୍ଗାଇ କେଟ୍ଲାଇ । ଆରି ମାପ୍ରୁର୍ କାତା ଜାନାଇ ଆତାଲିଆତେଇ ଗାଲାଇ । ୨୬ଆତାଲିଆଇ ସେମନ୍ ପାନିଜାଜେ ଚଗି ଆନ୍ଟିଅକିଅତେଇ ବାଉଡି ଆଇଲାଇ । ଏ ଆନ୍ଟିକିଅର୍ ବିସ୍ବାସିମନ୍ ପାଉଲ୍ ଆରି ବର୍ନବାକେ ପର୍ମେସର୍ଟାନେ ସର୍ପାଇଦେଇକରି ବିନ୍ ଜାଗାମନ୍କେ ମାପ୍ରୁର୍ ବାକିଅ ଜାନାଇବାକେ ପାଟାଇରଇଲାଇ ।
୨୭ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ । ୨୮ପାଉଲ୍ ଆରି ବର୍ନବା ତେଇ ବିସ୍ବାସିମନର୍ ସଙ୍ଗ୍ ବେସି ଦିନ୍ ଜାକ ରଇଲାଇ ।