ଜିଉଦିମନ୍ ପାଉଲ୍କେ ଦସି କଲାଇ
୧ପାଁଚ୍ଦିନ୍ ପଚେ ବଡ୍ ପୁଜାରି ଅନନିୟ କେତେଟା ପାର୍ଚିନ୍ ଆରି ତର୍ତୁଲସ୍ ନାଉଁର୍ ଗଟେକ୍ ଅକିଲ୍ ସଙ୍ଗ୍ ସିସେରିଆଇ ଗାଲାଇ । ସେମନ୍ ପେଲିକ୍ସର୍ ମୁଆଟେ ଟିଆଅଇ ପାଉଲର୍ ବିରଦେ ସେମନର୍ ଦାବା ଜାନାଇଲାଇ । ୨ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା ।
“ ଆଗିଆଁ, ତମେ ଗଟେକ୍ ଡାକ୍ପୁଟା ଲକ୍, ତମର୍ ନିମାନ୍ ସାସନ୍ଅନି ଆମେ ବେସି ଦିନ୍ ଦାରି ସାର୍ଦା ଅଇ ସାନ୍ତି ସଙ୍ଗ୍ ଜିଇଲୁନି, ଆମର୍ ଦେସର ମଙ୍ଗଲ୍ ପାଇ ବେସି ଦର୍କାର୍ ରଇଲା କାମ୍ମନ୍ କରାଇଆଚାସ୍ । ୩ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍ଲୁନି, ଏଟାର୍ପାଇ ଆମେ ତମ୍କେ ମାନି ଆଇଲୁନି । ୪ସେଟା ଜାଇଟା ଅ, ମୁଇ ତମର୍ ଅଦିକ୍ ବେଲା ନେବାକେ ମନ୍ କରିନାଇ । ସେଟାର୍ ପାଇ ଆମର୍ ଗଟେକ୍ ଚଟ୍ ଅର୍ସାସଙ୍ଗର୍ କାତା ସୁନ୍ବାକେ ବାବୁଜିଆ କଲିନି । ୫ଏ ଲକ୍ ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ କରାଉ ବଲି ଆମେ ଜାନୁ, ସେ ଦେସ୍ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍କେ କିରମାର କରାଇବାକେ ଉସ୍କାଇଲାନି, ସେ ନାଜରିତ୍ ଦଲର୍ ଗଟେକ୍ ନେତା । ୬ସେ ଆମର୍ ମନ୍ଦିର୍ ଅସୁକଲ୍ କର୍ବାକେ ଚେସ୍ଟା କଲାବେଲେ ଆମେ ତାକେ ବନ୍ଦି କଲୁ । ୭ଆମର୍ ନିୟମ୍ ଇସାବେ ଏ ଲକ୍କେ ବିଚାର୍ କର୍ବାକେ ଆମେ ମନ୍ କର୍ତେରଇଲୁ । ୮ଆର୍ ବିରଦେ ଜନ୍ ସବୁ ଦାବା କଲୁଆଚୁ, ସେଟା ତମେ ଏ ଲକ୍କେ ପାଚାରିକରି ଜାନିପାରାସ୍ ।” ୯ତେଇରଇଲା ଜିଉଦିମନ୍ ଏଟା ସତ୍ବଲି ଡାଟ୍ ସଙ୍ଗ୍ ସେ କାତାଇ ରାଜି ଅଇଲାଇ ।
ପାଉଲ୍ ପେଲିକ୍ସର୍ ମୁଆଟେ ମାନିଆଇବାଟା
୧୦ତାର୍ପଚେ ସାସନ୍କାରିଆ ପାଉଲ୍କେ କାତା ଅଇବାକେ ସାଗିଆ କଲାକେ ପାଉଲ୍ କଇଲା ।
“ମୁଇ ଜାନି ଜେ ବେସି ବରସ୍ ଦାରି ତମେ ଏ ଜାତିର୍ ବିଚାର୍କରୁ ଅଇ ଆଚୁସ୍, ସେଟାର୍ ପାଇ ତମର୍ ମୁଆଟେ କଇବାଟା କେଡେ କରମର୍ କାତା । ୧୧ଆଗିଆ, ତମେ ନିଜେ କଜିକରି ଜାନିପାର୍ସା ଜେ, ପାକାପାକି ବାରଦିନ୍ ତଲେ, ମୁଇ ଜିରୁସାଲାମେ ପାର୍ତନା କର୍ବାକେ ଜାଇରଇଲି । ୧୨ମନ୍ଦିରେ କାର୍ ସଙ୍ଗ୍, ମୁଇ ଦଦାପେଲା କର୍ବାଟା ଜିଉଦିମନ୍ ଦେକି ନ ରଇଲାଇ କି ପାର୍ତନା ଗର୍ମନ୍କେ କି ଗଡର୍ କନ୍ ବିନ୍ ଜାଗାଇ ଲକ୍ମନ୍କେ ଉସ୍କାଇବାଟା ଦେକି ନ ରଇଲାଇ । ୧୩ସେଟାର୍ ପାଇ ମର୍ ବିରଦେ ଏବେ ଆନିରଇବା ଦାବାର୍ ପାଇ, ସେମନ୍ କାଇମିସା ସାକି ଦେଇ ନାପାରତ୍ । ୧୪ଏଲେ ମିସା ମୁଇ ତମର୍ ଲଗେ ରାଜି ଅଇଲିନି ଜେ, ଜନ୍ ବାଟ୍ ସେମନ୍ ମିଚ୍ ବଲି କଇଲାଇନି, ସେ ବାଟେ ଜାଇ, ଆମର୍ ଆନିଦାଦିମନର୍ ପରମେସର୍କେ ପାର୍ତନା କଲିନି । ମାତର୍ ମୁଇ ମିସା ମସାର୍ ରିତିନିତି ଆରି ବବିସତ୍ବକ୍ତାମନର୍ ସାସ୍ତରେ ଲେକାଅଇଲା ସବୁ ବିସଇ ବିସ୍ବାସ୍ କଲିନି । ୧୫ଏମନର୍ ପାରା, ମାପ୍ରୁର୍ ଲଗେ ମର୍ ଗଟେକ୍ ଆସା ଆଚେ ଜେ, ନିକ ଲକ୍ ଅଅତ୍ କି କାରାପ ଲକ୍ ଅଅତ୍, ସବୁ ମଲାଟାନେଅନି ଉଟ୍ବାଇ । ୧୬ସେଟାର୍ ପାଇ ପରମେସରର୍ ଆରି ମୁନୁସର୍ ମୁଆଟେ ନିର୍ମଲ୍ ବିବେକ୍ ଇସାବେ ଚଲାଚଲ୍ତି କର୍ବାକେ ସବୁବେଲେ ଚେସ୍ଟା କଲିନି ।
୧୭ “ବେସି ବରସ୍ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍ ଲକ୍ମନର୍ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି । ୧୮ମୁଇ ନିର୍ମଲ୍ ଅଇବା ବିଦି ସାରାଇଲା ବେଲେ, ସେମନ୍ ମକେ ମନ୍ଦିରେ ଦେକ୍ଲାଇ । ସେଡ୍କିବେଲେ ମର୍ ଲଗେ ବେସି ଲକ୍ ନ ରଇଲାଇ କି କାଇମିସା ଗଣ୍ଡ୍ଗଲ୍ ଅଇ ନ ରଇଲା । ୧୯ମାତର୍ ତେଇ ଆସିଆ ଦେସର୍ କେତେଟା ଜିଉଦି ରଇଲାଇ, ଜଦି ସେମନ୍କେ ମର୍ ବିରଦେ କାଇଟା କଇବାର୍ ରଇଲା, ଆଗ୍ତୁ ସେମନ୍ ନିଜେ ତମର୍ ମୁଆଟେ ଆସି ଦାବା କର୍ବାର୍ ରଇଲା । ୨୦ଆରି ତରେକ୍ ମୁଇ ଜେଡେବେଲା ବଡ୍ ସବାର୍ ମୁଆଟେ ଟିଆଅଇରଇଲି, କନ୍ ଅପ୍ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍ମନ୍ କଅତ୍ । ୨୧ ଏଲେମିସା ମୁଇ ଗଟେକ୍ କାତା କଇରଇଲି । ସେମନର୍ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍ମନ୍ ଆରିତରେକ୍ ଉଟ୍ବାଇ ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ତେ ରଇଲାର୍ ପାଇ ଆଜି ତମର୍ଟାନେ ବିଚାର୍ନା ପାଇଲିନି । ଏଟାକେ ଚାଡି ଆରି ସେମନର୍ ମୁଆଟେ କିଚି କଇନାଇ ।”
୨୨ପେଲିକ୍ସ୍ ସେ ବାଟ୍ ବିସଇର୍ ଟିକିନିକି ଜାନି ରଇଲାର୍ ପାଇ ସୁନାଇବାଟା ବନ୍ଦ୍ କରି କଇଲା, “ ସନିଅମନର୍ ମୁକିଅ ଲିସିଅସ୍ କେଟ୍ଲା ପଚେ, ମୁଇ ତମର୍ ବିଚାର୍ନା ସୁନାଇବି ।” ୨୩ତାର୍ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍କେ ବନ୍ଦି ଇସାବେ ଜାଗିରଇବାର୍ ଆଚେ, ମାତର୍ ତାକେ ଦର୍କାର୍ ଅଇବା ଜିନିସ୍ ତାର୍ ଲକ୍ମନ୍ ଆନିଦେଲେ, ସେଟା ତେବାଇବାର୍ ନାଇ ।”
ପେଲିକ୍ସ୍ ଆରି ଦୁର୍ସିଲାର୍ ମୁଆଟେ ପାଉଲ୍
୨୪କେତେଦିନ୍ ପଚେ ପେଲିକ୍ସ୍ ତାର୍ ଜିଉଦି ମାଇଜି ଦୁର୍ସିଲା ସଙ୍ଗ୍ ତେଇ ଆଇଲା । ସେ ପାଉଲ୍କେ ଡାକାଇ ଜିସୁକିରିସ୍ଟକେ ବିସ୍ବାସ୍ କର୍ବା ବିସଇ, ତାର୍ କାତା ନିକକରି ସୁନ୍ଲା । ୨୫ମାତର୍ ଜେଡେବେଲେ ପାଉଲ୍ ଦରମ୍ ଚଲାଚଲ୍ତି ଆରି ଲକ୍ମନ୍ ନିଜର୍ ପାପର୍ ଗୁନ୍ଚଲନ୍ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍ ବିଚାର୍ନା ବିସଇ କଇବାକେ ଦାର୍ଲା, ପେଲିକସ୍ ଡରିଜାଇକରି “ତମେ ଏବେ ଜାଇପାରାସ୍ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍ ମୁଇ ତମ୍କେ ଡାକାଇବି ।” ୨୬ସେ ବେଲା ପାଉଲ୍ ତାକେ କେତେକ୍ ଡାବୁ ଲାଚ୍ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍ ପାଇ ସେ ତର୍କେ ତର୍ ତାକେ ଡାକାଇ ତାର୍ ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲା ।
୨୭ଏନ୍ତି ଦୁଇ ବରସ୍ ଗାଲାପଚେ ପର୍କିୟସ୍ ପେସ୍ଟସ୍ ପେଲିକର୍ ଜାଗାଇ ସାସନ୍କାରିଆ ଅଇ ଆଇଲା । ପେଲିକ୍ସ୍ ଜିଉଦିମନ୍କେ ବଲ୍ବଲାଇ ଅଇବାକେ ମନ୍ କରି ପାଉଲ୍କେ ନ ମୁକ୍ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।