ଆନ୍ନାମରନ୍ଆଡଙ୍ ଅନବ୍ପନ୍ସୁଆତିନ୍
(ଲୁକ ୬:୩୭,୩୮,୪୧,୪୨)
୧“ଆନ୍ନାମରନ୍ଆଡଙ୍ ଏବ୍ଡୋସାଡଙ୍, ଏତ୍ତେଲ୍ଡେନ୍ ଇସ୍ୱରନ୍ ନିୟ୍ ଆମ୍ୱେଞ୍ଜିଆଡଙ୍ ଅଃନ୍ନବ୍ଡୋସାବେନ୍ । ୨ ଇନିଆସନ୍ଗାମେଣ୍ଡେନ୍ ଅଙ୍ଗା ଡୋସାଲୋଙ୍ ଆନ୍ନାମରନ୍ଆଡଙ୍ ଏବ୍ପନ୍ସୁଆତିତେ, ତି ଆ ଡୋସାଲୋଙ୍ ଆମ୍ୱେନ୍ଆଡଙ୍ ଅନବ୍ପନ୍ସୁଆତିନ୍ ଡେତେ; ଆରି ଅଙ୍ଗା ଆ ତନରେଡ୍ଲୋଙ୍ ଏତରେଡ୍ତେ, ତି ଆ ତନରେଡ୍ଲୋଙ୍ ତରେଡ୍ଲେ ଆମ୍ୱେନ୍ଆଡଙ୍ ତନିୟନ୍ ଡେତେ । ୩ଆରି, ବୋଞାଙ୍ବେନ୍ ଆମଡ୍ଲୋଙ୍ ଆଗ୍ରସେମଡେନ୍ ଆ ଉମ୍ରି ଇନିବା ଏଗିୟ୍ତେ, ବନ୍ଡ ଅମଡ୍ଲୋଙ୍ବେନ୍ ଅଙ୍ଗା ଆଙ୍ସନିବ୍ ଡକୋ, ତିଆତେ ଗିୟ୍ଲେ ଇନିବା ଏଃନ୍ନିୟମେ ? ୪ଆରି, ଅମଡ୍ଲୋଙ୍ବେନ୍ ଆଙ୍ସନିବନ୍ ଡକୋ, ଏଙ୍ଗାଲେ ଆମ୍ୱେନ୍ ବୋଞାଙ୍ବେନ୍ଆଡଙ୍, ‘ୟାଆ, ଅମଡ୍ଲୋଙ୍ନମ୍ ସିଲଡ୍ ଉମ୍ରିନ୍ ତବ୍ତାୟ୍,’ ଗାମ୍ଲେ ଏବର୍ତେ ? ୫ଏ ଇସ୍କତ୍ତାମର୍, ଅମଡ୍ଲୋଙ୍ନମ୍ ସିଲଡ୍ ରୟ୍ ଆମ୍ମୁଙ୍ ଆଙ୍ସନିବନ୍ ତବ୍ଲେ ସେଡା, ଏତ୍ତେଲ୍ଡେନ୍ ବୋଞାଙ୍ନମ୍ ଆମଡ୍ଲୋଙ୍ ସିଲଡ୍ ଉମ୍ରିନ୍ ତବ୍ତବନ୍ ଆସନ୍ ମନଙ୍ ଗିୟ୍ଲେ ରପ୍ତିତେ ।”
୬“ମଡ଼ିର୍ ଜନବନ୍ କିନ୍ସଡଞ୍ଜି ଏତିୟ୍ଡଙ୍, ଅସମୟ୍ ଆନିଞ୍ଜି ୟର୍ରନ୍ ଆମ୍ୱେଞ୍ଜିଆଡଙ୍ ଇୟ୍ତାୟ୍ ରମ୍ବେଞ୍ଜି, ଆରି ମୁକ୍ତାବେନ୍ କିମ୍ୱୋନଞ୍ଜି ଆ ମୁକ୍କାବା ଏସେଡ୍ଡଙ୍ ଆନିଞ୍ଜି ତିଆତେ ଞାଡାତଜି ।”
ବେଡ୍ବା, ସାୟ୍ଡଙ୍ବା, ଡେବ୍ସଙ୍ବା
(ଲୁକ ୧୧:୯-୧୩)
୭“ବେଡ୍ବା, ଏତ୍ତେଲ୍ଡେନ୍ ଆମ୍ୱେଞ୍ଜିଆଡଙ୍ ତନିୟନ୍ ଡେତେ; ସାୟ୍ବା, ଏତ୍ତେଲ୍ଡେନ୍ ଆମ୍ୱେଞ୍ଜି ଏରବାଙ୍ତେ; ଡେବ୍ସଙ୍ବା ଏତ୍ତେଲ୍ଡେନ୍ ଆମ୍ୱେଞ୍ଜି ଆସନ୍ ସନଙନ୍ ରନୋନ୍ ଡେତେ । ୮ଇନିଆସନ୍ଗାମେଣ୍ଡେନ୍ ଆନା ବେଡ୍ତେ, ଆନିନ୍ ଞାଙ୍ତେ; ଆରି, ଆନା ସାୟ୍ଡଙ୍ତେ, ଆନିନ୍ ରବାଙ୍ତେ; ଆରି, ଆନା ଡେବ୍ସଙ୍ତେ, ଆନିନ୍ ଆସନ୍ ସନଙନ୍ ରନୋନ୍ ଡେତେ । ୯ଅମଙ୍ଲୋଙ୍ବେନ୍ କେନ୍ ଅନ୍ତମ୍ ଆ ମନ୍ରା ଆନା ଡକୋ, ଆ ଡାଙ୍ଗଡ଼ାଅନନ୍ ଆନିନ୍ଆଡଙ୍ ରୁଟିନ୍ ବେଡେନ୍ ଡେନ୍, ଆନିନ୍ ଆ ଡାଙ୍ଗଡ଼ାଅନନ୍ଆଡଙ୍ ଅରେଙନ୍ ତିୟ୍ତେ ? ୧୦ଅଡ଼େ ଅୟନ୍ ବେଡେନ୍ ଡେନ୍ ଆନିନ୍ ଆ ଡାଙ୍ଗଡ଼ାଅନନ୍ଆଡଙ୍ ଜାଆଡନ୍ ତିୟ୍ତେ ? ୧୧ତିଆସନ୍ ଆମ୍ୱେଞ୍ଜି ପେଲ୍ଲାଜି ଜନଙ୍ଡେନ୍ ରମ୍ମଙ୍ ରମ୍ମଙ୍ ଆ ପସିୟ୍ଜିଆଡଙ୍ ଆମ୍ୱେଞ୍ଜି ମନଙ୍ ମନଙ୍ ଜନବଞ୍ଜି ତିୟ୍ଲେ ଏଗୟ୍ତେ, ଏତ୍ତେଲ୍ଡେନ୍ ଅଙ୍ଗା ମନ୍ରାଜି ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ଆଡଙ୍ ବେଡ୍ତଜି, ଆନିନ୍ ତି ଆ ମନ୍ରାଜିଆଡଙ୍ ଡିଅଙ୍ଗା ଆ ଗୋଗୋୟ୍ ମନଙ୍ ମନଙ୍ ଜନବଞ୍ଜି ଅରଃ ତିୟେଞ୍ଜି !”
୧୨ “ତିଆସନ୍, ମନ୍ରାଞ୍ଜି ଆମ୍ୱେଞ୍ଜି ଆସନ୍ ଇନିଜି ଲୁମେତଜି ଗାମ୍ଲେ ଲଡୟ୍ତବେନ୍, ଆମ୍ୱେଞ୍ଜି ନିୟ୍ ଆନିଞ୍ଜି ଆସନ୍ ଏତ୍ତେଲେ ଲୁମ୍ବା, ଇନିଆସନ୍ଗାମେଣ୍ଡେନ୍ କେନ୍ଆତେ ମା ବନାଁୟ୍ବରନ୍ ଡ ପୁର୍ବାଃତେ ବର୍ନେମରଞ୍ଜି ଆ ସାସ୍ତ୍ରଲୋଙ୍ ଆଇଡିଡନ୍ ଆ ଞନଙ୍ ।”
ରକୋଡ୍ ସନଙନ୍
(ଲୁକ ୧୩:୨୪)
୧୩“ରକୋଡ୍ ଗରନ୍ନେଗଡ୍ ଗନ୍ନାବା, ଇନିଆସନ୍ଗାମେଣ୍ଡେନ୍ ଲାଆଙନ୍ ଆରି ସୋଡ଼ାନ୍ ଆ ତଙର୍ ଅନସେଡ୍ବାନ୍ ଓରୋଙ୍ଲଙ୍ତନେ, ଆରି ତି ଆ ତଙର୍ ଗଡ୍ ଜବ୍ର ମନ୍ରା ଗନ୍ତଞ୍ଜି । ୧୪ବନ୍ଡ ରକୋଡ୍ ସନଙନ୍ ଡ ସଙ୍କଡ଼ାନ୍ ଆ ତଙର୍ ଅଃନ୍ନଞିଡେନ୍ ଆନମେଙ୍ବାନ୍ ଓରୋଙ୍ଲଙ୍ତନେ, ଆରି ତିଆତେ ଅସୋୟ୍ ମନ୍ରା ତୁମ୍ ଞାଙ୍ତଜି ।”
ଅନୁବନ୍ ଡ ଆଜନ୍
(ଲୁକ ୬:୪୩-୪୪)
୧୫“କଣ୍ଡାୟ୍ ପୁର୍ବାଃତେ ବର୍ନେମରଞ୍ଜି ଆମଙ୍ ସିଲଡ୍ ଆବ୍ବୟ୍ଲନ୍ ଡକୋନାବା; ଆନିଞ୍ଜି ମେଣ୍ଡାଞ୍ଜି ଅନ୍ତମ୍ ଅମଙ୍ବେନ୍ ଇୟ୍ତାଜି, ବନ୍ଡ ଉଗର୍ଲୋଙନ୍ ଆନିଞ୍ଜି ବଲିଆନ୍ ଅନ୍ତମ୍ ! ୧୬ଆନଜଞ୍ଜି ବାତ୍ତେ ଆନିଞ୍ଜିଆଡଙ୍ ଆମ୍ୱେନ୍ ଏଅମ୍ମଡ୍ତଜି । ମନ୍ରାଞ୍ଜି ଅବ୍ବାନୁବନ୍ ସିଲଡ୍ ଅଙ୍ଗୁରଜନ୍ ଅଡ଼େ କିନ୍ରେଙ୍ଅବ୍ବାନ୍ ସିଲଡ୍ ଲୁଆଜନ୍ ରୋଡ୍ତଜି ପଙ୍ ? ୧୭ତିଅନ୍ତମ୍ ଅଡ଼୍କୋ ମନଙ୍ ଅନୁବନ୍ ମନଙ୍ ଜଅନ୍ ଅଜତେ, ବନ୍ଡ ମନଙ୍ତଡନ୍ ଆରାନୁବ୍ ମନଙ୍ତଡନ୍ ଆଜ ଅଜତେ । ୧୮ମନଙ୍ ଅନୁବନ୍, ମନଙ୍ତଡନ୍ ଆଜ ଅଜଲେ ଅଃର୍ରପ୍ତିଏ, ଆରି, ମନଙ୍ତଡନ୍ ଆରାନୁବ୍ ମନଙ୍ ଅଜନ୍ ଅଜଲେ ଅଃର୍ରପ୍ତିଏ । ୧୯ ଅଙ୍ଗା ଆରାନୁବ୍ ମନଙ୍ ଅଃନ୍ନଜଏ, ତିଆତେ ଅଡ୍ଲେ ତଗୋଲୋଙନ୍ ପନିଡନ୍ ଡେତେ । ୨୦ ତିଆସନ୍ କଣ୍ଡାୟ୍ ପୁର୍ବାଃତେ ବର୍ନେମରଞ୍ଜି ଆ କାବ୍ବାଡ଼ା ବାତ୍ତେ ଆନିଞ୍ଜିଆଡଙ୍ ଆମ୍ୱେନ୍ ଏଅମ୍ମଡ୍ତଜି ।”
ଞେନ୍ ଆମ୍ୱେଞ୍ଜିଆଡଙ୍ ଆଙ୍ଗିୟ୍ ଅଣ୍ଡ୍ରଙ୍ ଜନାବେନ୍
(ଲୁକ ୧୩:୨୫-୨୭)
୨୧“ଞେନ୍ଆଡଙ୍ ‘ପ୍ରବୁ, ପ୍ରବୁ’ ଗାମ୍ଲେ ଆରୋଡ୍ଡେତିଞଞ୍ଜି ଆ ମନ୍ରାଜି ଅଡ଼୍କୋଞ୍ଜି ରୁଆଙ୍ ରାଜ୍ୟଲୋଙନ୍ ଅଃଗନେଜି, ବନ୍ଡ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଆ ଇସ୍ସୁମ୍ ବାତ୍ତେ ଆନାଜି ଞଣ୍ଡ୍ରମ୍ତଞ୍ଜି, ଆନିଞ୍ଜି ତୁମ୍ ରୁଆଙ୍ ରାଜ୍ୟଲୋଙନ୍ ଗନ୍ତଜି । ୨୨ପନ୍ସୁଆତି ଡିନ୍ନାଇଙନ୍ ଜବ୍ର ମନ୍ରା ଞେନ୍ଆଡଙ୍ ବର୍ତିଁୟ୍ଜି, ‘ଏ ପ୍ରବୁ, ଏ ପ୍ରବୁ, ଇନ୍ଲେଞ୍ଜି ଅଞୁମ୍ଲୋଙ୍ନମ୍ ପୁର୍ବାଃତେବରନ୍ ଏଃବ୍ବର୍ରନାୟ୍ ପଙ୍, ଆରି, ଅଞୁମ୍ଲୋଙ୍ନମ୍ ବୁତଞ୍ଜି ଏଃଗଙ୍ଲାୟ୍ ପଙ୍, ଆରି ଅଞୁମ୍ଲୋଙ୍ନମ୍ ଗୋଗୋୟ୍ ସାନ୍ନି କାବ୍ବାଡ଼ାନ୍ ଏଃଲ୍ଲୁମ୍ଲାୟ୍ ପଙ୍ ?’ ୨୩ତିଆଡିଡ୍ ଞେନ୍ ଆନିଞ୍ଜିଆଡଙ୍ ରେୟ୍ଲଙ୍ ବର୍ତାଜି, ‘ଞେନ୍ ଆମ୍ୱେଞ୍ଜିଆଡଙ୍ ଆଙ୍ଗିୟ୍ ଜା ଅଣ୍ଡ୍ରଙ୍ ଜନାବେନ୍ । ଏ ପରାନ୍ସାତ୍ତିନ୍ ଆ କାବ୍ବାଡ଼ାଜି ଏର୍ଲୁମ୍ତେନ୍ ଆ ମନ୍ରାଜି ଅମଙ୍ଞେନ୍ ସିଲଡ୍ ସବ୍ଙାୟ୍ନାବା ।’ ”
ବାଗୁ ଗୁସିଂମରଞ୍ଜି
(ଲୁକ ୬:୪୭-୪୯)
୨୪“ତିଆସନ୍ ଅଙ୍ଗା ମନ୍ରା କେନ୍ ବର୍ନେଞେଞ୍ଜି ଅଡ଼୍କୋନ୍ ଅମ୍ଡଙ୍ଡାଲେ ଞଣ୍ଡ୍ରମ୍ତନେ, ଆନିନ୍ ତୋଣ୍ଡୋ ଜଲେଙ୍ଲୋଙନ୍ ଆଗ୍ରୁସିଂତନେନ୍ ଅବୟ୍ ବୁଡ୍ଡିମରନ୍ ଅନ୍ତମ୍ ଡେତେ । ୨୫ତରୁବନ୍ ଅଡ଼ୋଲାୟ୍, ଗଗଡାନ୍ ଜିର୍ରାୟ୍, ରିଙ୍ଗେନ୍ ଇଡ୍ଲାୟ୍ ଆରି ତି ଆସିଂ ଇୟ୍ଲାୟ୍ ତଙ୍ଞାଏ, ବନ୍ଡ ତିଆତେ ଅଃଗୋଙ୍ଲୋ, ଇନିଆସନ୍ଗାମେଣ୍ଡେନ୍ ତି ଆସିଂ ଆ ଡିଆତାଲ୍ ତୋଣ୍ଡୋ ଜଲେଙ୍ଲୋଙନ୍ ଡକୋଏନ୍ ।”
୨୬“ଆରି, ଅଙ୍ଗା ମନ୍ରା କେନ୍ ବର୍ନେଞେଞ୍ଜି ଅଡ଼୍କୋନ୍ ଅମ୍ଡଙ୍ଡାଲେ ଅଃଞଣ୍ଡ୍ରମ୍ନେ, ଆନିନ୍ ତୋଣ୍ଡୋ ଲକିୟ୍ଲୋଙନ୍ ଅସିଙନ୍ ଆଗ୍ରୁତେନ୍ ଅବୟ୍ ଉଲ୍ଲୁମରନ୍ ଅନ୍ତମ୍ ଡେତେ । ୨୭ତରୁବନ୍ ଅଡ଼ୋଲାୟ୍, ଗଗଡାନ୍ ଜିର୍ରାୟ୍, ରିଙ୍ଗେନ୍ ଇଡ୍ଲାୟ୍ ଆରି ତି ଆସିଂ ଇୟ୍ଲାୟ୍ ତଙ୍ଞାଏ, ସିଲତ୍ତେ ତି ଆସିଂ ଗୋଙେନ୍, ସିଲତ୍ତେ ତିଆତେ ବରନ୍ତଙ୍ଡାନ୍ ଅସେଡେନ୍ ।”
ଜିସୁନ୍ ଆ ସନୋଡ଼ାନେ
୨୮ ଜିସୁନ୍ କେନ୍ ଅଡ଼୍କୋନ୍ ଆ ବର୍ନେଜି ଆରବ୍ସୁଜ୍ଜେଏନ୍ ସିଲଡ୍ଲ୍ଲନ୍ ମନ୍ରାଞ୍ଜି ଜିସୁନ୍ ଆ ଞନଙ୍ ଅମ୍ଡଙ୍ଡାଲେ ସାନ୍ନି ଡେଏଞ୍ଜି, ୨୯ଇନିଆସନ୍ଗାମେଣ୍ଡେନ୍ ଆନିନ୍ ସାସ୍ତ୍ରିଞ୍ଜି ଅନ୍ତମ୍ ଞନଙନ୍ ଏର୍ତନିୟନ୍ ଅବ୍ସୋଡ଼ାନେନ୍ ଆଞ୍ରାଙେନ୍ ଆ ମନ୍ରା ଅନ୍ତମ୍ ଆନିଞ୍ଜିଆଡଙ୍ ଞନଙନ୍ ତିୟେଞ୍ଜି ।