ରୁଆଙ୍ ରାଜ୍ୟଲୋଙନ୍ ଆନା ଅଡ଼୍କୋନ୍ ସିଲଡ୍ ସୋଡ଼ା ?
(ମାର୍କ ୯:୩୩-୩୭; ଲୁକ ୯:୪୬-୪୮)
୧ ତିଆଡିଡ୍ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରାଜି କି ଇୟ୍ଲାୟ୍ ବରେଜି, “ରୁଆଙ୍ ରାଜ୍ୟଲୋଙନ୍ ଆନା ଅଡ଼୍କୋନ୍ ସିଲଡ୍ ସୋଡ଼ା ?”
୨ଜିସୁନ୍ ଅବୟ୍ ସନ୍ନାସିଜନ୍ଆଡଙ୍ ଓଡ୍ଡେଡାଲେ ଞଙ୍ନେମରଞ୍ଜି ଆ ମୁକ୍କାବା ତବ୍ନଙ୍ଡାଲେ ବର୍ରନେ, ୩ “ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆମ୍ୱେଞ୍ଜି ଆବ୍ୟର୍ବୁଡ୍ଡିଲନ୍ କେନ୍ ସନ୍ନାସିଜନ୍ ଅନ୍ତମ୍ ଏଃଡ୍ଡେଲୋ ଡେନ୍, ଏଙ୍ଗାଲେଜନଙ୍ ରୁଆଙ୍ ରାଜ୍ୟଲୋଙନ୍ ଏଃଗନେ । ୪ତିଆସନ୍ ଆନା କେନ୍ ସନ୍ନାସିଜନ୍ ଅନ୍ତମ୍ ଲବ୍ଗଃଡମ୍ତନେ, ଆନିନ୍ ରୁଆଙ୍ ରାଜ୍ୟଲୋଙନ୍ ସୋଡ଼ା । ୫ଆରି ଆନା ଅଞୁମ୍ଲୋଙ୍ଞେନ୍ କେନ୍ ଅନ୍ତମ୍ ଅବୟ୍ ସନ୍ନାସିଜନ୍ଆଡଙ୍ ଜାତେ, ଆନିନ୍ ଞେନ୍ଆଡଙ୍ ଜାତିଁୟ୍ ।”
ଇର୍ସେନ୍ ଆସନ୍ ତନୋର୍ତୋରନ୍
(ମାର୍କ ୯:୪୨-୪୮; ଲୁକ ୧୭:୧-୨)
୬“ଅଙ୍ଗା ମନ୍ରା କେନ୍ ଅମଙ୍ଞେନ୍ ଆଡର୍ତନେଞ୍ଜି ଆ ପସିୟ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେଆଡଙ୍ ଇର୍ସେଲୋଙନ୍ ଗବ୍ଲୋତେ, ତି ଆ ମନ୍ରା ଆ ସଙ୍କାଲୋଙ୍ ଅବୟ୍ ସୋଡ଼ା ଗୋର୍ନାଅରନ୍ ୟୋଡ୍ଲେ ଆନିନ୍ଆଡଙ୍ ଜରୁ ସମେଁୟ୍ଣ୍ଡ୍ରାଲୋଙନ୍ ଆସେଃସେଡ୍ ଡେନ୍ ଆନିନ୍ ଆସନ୍ ମନଙ୍ ଡେତେ ବନ୍ । ୭କେନ୍ ପୁର୍ତିନ୍ ପନବ୍ରଡନ୍ ଞାଙ୍ତେ, ଇନିଆସନ୍ଗାମେଣ୍ଡେନ୍ ମନ୍ରାଞ୍ଜିଆଡଙ୍ ଡର୍ନେଲୋଙନ୍ ଡନଙ୍ଡଙନ୍ ଆସନ୍ କେନ୍ତେନ୍ନେ ତନୋର୍ତୋରଞ୍ଜି ଡକୋ; ତନୋର୍ତୋରଞ୍ଜି ଅଡ଼ୋତାୟ୍ ମା, ବନ୍ଡ, ଅଙ୍ଗା ମନ୍ରା ଅମ୍ମେଲେ ତନୋର୍ତୋରନ୍ ଅଡ଼ୋତାୟ୍, ତି ଆ ମନ୍ରା ପନବ୍ରଡନ୍ ଞାଙ୍ତେ !”
୮ “ଅସିବେନ୍ କି ଅଜଙ୍ବେନ୍ ଆମ୍ୱେନ୍ଆଡଙ୍ ଇର୍ସେଲୋଙନ୍ ଗବ୍ଲୋଲବେନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ଗଡ୍ଲେ ସେଡ୍ବା; ବାର୍ସିନ୍ ଡ ବାର୍ଜଙନ୍ ବୟନ୍ ଅଃନ୍ନଞିଡେନ୍ ଆ ତଗୋଲୋଙ୍ ସନେଡନ୍ ଆଡ୍ରେତବନ୍ ସିଲଡ୍ ଆର୍ପାୟ୍ ଆଗଡ଼ୁଡନ୍ କି ଆସୋତ୍ତାନ୍ ଅନମେଙ୍ଲୋଙନ୍ ଗନ୍ନାବା । ୯ ଆରି, ଅମଡ୍ବେନ୍ ଆମ୍ୱେନ୍ଆଡଙ୍ ଇର୍ସେଲୋଙନ୍ ଗବ୍ଲୋଲବେନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ତବ୍ଲେ ସେଡ୍ବା; ବାର୍ମଡନ୍ ବୟନ୍ ତଗୋନ୍ ଆବ୍ରରିଜନ୍ ଆ ନରକଲୋଙ୍ ସନେଡନ୍ ଆଡ୍ରେତବନ୍ ସିଲଡ୍ ଆର୍ପାୟ୍ ଆମିୟ୍ମଡନ୍ ଅନମେଙ୍ଲୋଙନ୍ ଗଙ୍ଗନନ୍ ଆମ୍ୱେନ୍ ଆସନ୍ ମନଙ୍ ।”
ଆଡ଼ମେଡନ୍ ଆନବ୍ଜଙ୍ବର୍
(ଲୁକ ୧୫:୩-୭)
୧୦ “ଗିୟ୍ଡମ୍ନାବା, କେନ୍ ସନ୍ନାସିଜଞ୍ଜି ଆମଙ୍ଲୋଙ୍ ସିଲଡ୍ ଆନ୍ନିଙ୍ଆଡଙ୍ ଏଏଡ଼ୁର୍ମଡ୍ଡଙେ, ଇନିଆସନ୍ଗାମେଣ୍ଡେନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, କେନ୍ଆନିଞ୍ଜିଆଡଙ୍ ଆସ୍ରାକ୍କେତେଞ୍ଜି ଆ ରୁଆଙ୍ ପାଙ୍ଲଙ୍ବର୍ମର୍ଜି ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଆ ମୁକ୍କା ଡିତାନ୍ ଗିୟ୍ତଜି । ୧୧ଇନିଆସନ୍ଗାମେଣ୍ଡେନ୍ ଆଙ୍ଗାଆତେ ଆଡ଼ଏନ୍, ତିଆତେ ସାୟ୍ଲେ ଡୋବ୍ଡୋବନ୍ ଆସନ୍ ମନ୍ରା ଡାଙ୍ଗଡ଼ାଅନନ୍ ଇୟ୍ଲାୟ୍ ।”
୧୨“ଆମ୍ୱେନ୍ ଇନି ଏବ୍ଡିସୟ୍ତେ ? ଅନ୍ନିଙ୍ ଅବୟ୍ ମନ୍ରାନ୍ଆତେ ବସଅ ମେଣ୍ଡାନ୍ ଡକୋତେ, ଆରି ତେତ୍ତେ ସିଲଡ୍ ଅବୟ୍ ଆଡ଼ଏନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଅନେସ୍ୱତ ମେଣ୍ଡାଞ୍ଜି ବରୁଲୋଙନ୍ ଅମ୍ରେଙ୍ଡାଲେ ତି ଆରାଡ଼ଏନ୍ ଆ ମେଣ୍ଡା ଅଃନ୍ନେସାଜେ ପଙ୍ ? ୧୩ଆରି ଞେନ୍ ଆମ୍ବେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆନିନ୍ ତିଆତେ ଞାଙେନ୍ ଡେନ୍, ତି ଅନେସ୍ୱତଟା ଅଃନ୍ନାଡ଼ଲଞ୍ଜି ଆ ମେଣ୍ଡାଜି ଆସନ୍ ଆନିନ୍ ଡିଅଙ୍ଗା ସର୍ଡାତନେ, ତି ସିଲଡ୍ କେନ୍ ଅବୟ୍ ମେଣ୍ଡାନ୍ ଆସନ୍ ଆନିନ୍ ଗୋଗୋୟ୍ ସର୍ଡାତନେ । ୧୪ତିଅନ୍ତମ୍ କେନ୍ ସନ୍ନାସିଜଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ ଜାକିଁୟ୍ ମୋସ୍ସାଡଙେ ତଡ୍, କେନ୍ଆତେ ମା ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ଆ ଇସ୍ସୁମ୍ ।”
ଇର୍ସେନ୍ ଆର୍ଲୁମ୍ତେନ୍ ଆ ବୋଞାଙ୍
(ଲୁକ ୧୭:୩)
୧୫ “ଆରି ବୋଞାଙ୍ବେନ୍ ବିରୁଦଲୋଙ୍ବେନ୍ ଇର୍ସେନ୍ ଲୁମେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଡ ଆମ୍ୱେନ୍ ଆ ବାଗୁନ୍ବେନ୍ ଡକୋଲବେନ୍ ଆଡିଡ୍ ଆ ଡୋସାନ୍ ଆନିନ୍ଆଡଙ୍ ଅବ୍ତୁୟ୍ବା; ଆରି ଆନିନ୍ ବର୍ନେବେନ୍ ଅମ୍ଡଙେନ୍ ଡେନ୍, ଏତ୍ତେଲ୍ଡେନ୍ ଆମ୍ୱେନ୍ ବୋଞାଙ୍ବେନ୍ ଏଞାଙେନ୍ । ୧୬ବନ୍ଡ ଆନିନ୍ ଅଃନ୍ନମ୍ଡଙ୍ଲୋ ଡେନ୍, ଅବୟ୍ନେ କି ବାଗୁନେ ସାକିମରନ୍ ତବ୍ନଙ୍ବା, ଏତ୍ତେଲ୍ଡେନ୍ ସାସ୍ତ୍ରଲୋଙନ୍ ଆଇଡିଡନ୍ ଅନ୍ତମ୍ ‘ବାଗୁ କି ୟାଗି ସାକିମରଞ୍ଜି ଆ ତେମଡ୍ଲୋଙ୍ ଅଡ଼୍କୋନ୍ ଆ କଡାଡ଼ି ଗରିତେ ।’ ୧୭ଆରି ଆନିନ୍ ଆ ବର୍ନେଞ୍ଜି ଅଃମ୍ମାନ୍ନେଲୋ ଡେନ୍, ମଣ୍ଡଡ଼ିନ୍ ଆ ମନ୍ରାଜି ବର୍ବାଜି, ଆରି ଆନିନ୍ ରନୁକ୍କୁମରଞ୍ଜି ଆ ବର୍ନେ ନିୟ୍ ଅଃମ୍ମାନ୍ନେଲୋ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଗନିୟ୍ଗିୟ୍ଲୋଙ୍ବେନ୍ ଏର୍ଡର୍ନେମରନ୍ ଡ ପାନୁବେଡ୍ମରନ୍ ଅନ୍ତମ୍ ଡେଏତୋ ।”
୧୮ “ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆମ୍ୱେଞ୍ଜି ପୁର୍ତିଲୋଙନ୍ ଅଙ୍ଗାତେ ଏଜିତେ, ରୁଆଙ୍ଲୋଙନ୍ ତିଆତେ ଆଜିଜି ଡକୋତନ୍, ଆରି ପୁର୍ତିଲୋଙନ୍ ଅଙ୍ଗାତେ ଏଉୟ୍ତେ, ରୁଆଙ୍ଲୋଙନ୍ ତିଆତେ ଆଉଜୁୟ୍ ଡକୋତନ୍ ।”
୧୯“ଆରି ନିୟ୍, ଞେନ୍ ଆମ୍ବେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ପୁର୍ତିଲୋଙନ୍ ଆମ୍ୱେଞ୍ଜିଲୋଙ୍ ସିଲଡ୍ ବାଗୁ ମନ୍ରା ଆବମନ୍ନନ୍ ଏମ୍ମେଡାଲନ୍ ଅଙ୍ଗାତେଜନଙ୍ ବେଡ୍ତଜି, ତିଆତେ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଆନିଞ୍ଜି ଆସନ୍ ତିୟ୍ତାଜି । ୨୦ଇନିଆସନ୍ଗାମେଣ୍ଡେନ୍ ଅଙ୍ଗାଲୋଙ୍ ବାଗୁ କି ୟାଗି ମନ୍ରା ଅଞୁମ୍ଲୋଙ୍ଞେନ୍ ରୁକ୍କୁତଞ୍ଜି, ଞେନ୍ ତେତ୍ତେ ଆନିଞ୍ଜି ସରିନ୍ ଡକୋତନାୟ୍ ।”
ଅଃକ୍କେମାଲନ୍ ଆ କମ୍ବାରିମର୍ ଆନବ୍ଜଙ୍ବର୍
୨୧ ତିଆଡିଡ୍ ପିତ୍ରନ୍ ଜିସୁନ୍ ଆମଙ୍ ଜିର୍ରାୟ୍ କି ଇୟ୍ଲାୟ୍ ବରେ, “ଏ ପ୍ରବୁ ବୋଞାଙ୍ଞେନ୍ ବିରୁଦଲୋଙ୍ଞେନ୍ ନମିନ୍ ନମିନ୍ ଇର୍ସେନ୍ ଲୁମେନ୍ ଡେନ୍, ଞେନ୍ ଡିଅଙ୍ଗା ବେଡ଼ା ଆନିନ୍ଆଡଙ୍ କେମାନ୍ ତିଆୟ୍ ? ଇନି ସାତତର ପଙ୍ ?”
୨୨ଜିସୁନ୍ ପିତ୍ରନ୍ଆଡଙ୍ ଜାଲଙେନ୍, “ଞେନ୍ ଆମନ୍ଆଡଙ୍ ସାତତର ଅଃଗାମମ୍, ସାତ ଗୁନା ସତୁରି ବେଡ଼ା ଆନିନ୍ଆଡଙ୍ କେମାନ୍ ତିୟା । ୨୩ଇନିଆସନ୍ଗାମେଣ୍ଡେନ୍ ରୁଆଙ୍ ରାଜ୍ୟନ୍ କେନ୍ ଅନ୍ତମ୍, ଅବୟ୍ ରାଜାନ୍ ଆ କମ୍ୱାରିମରଞ୍ଜି ସରିନ୍ ଇସାବଡିଞନ୍ ଆସନ୍ ସାଜେନ୍ । ୨୪ଆନିନ୍ ଇସାବନ୍ ଆରୁଲନ୍ ଆଡିଡ୍, ୟାଗି କୁଟି ତଙ୍କା ସାଉନ୍ ଆପ୍ରାଙେନ୍ ଆ ମନ୍ରା ଅବୟ୍ ଆମଙନ୍ ଓରୋଙ୍ଲାଜି । ୨୫ବନ୍ଡ ସାଉନ୍ ସୁଜ୍ଜାୟ୍ନେନ୍ ଆସନ୍ ତି ଆ ମନ୍ରା ଆମଙ୍ ଇନ୍ନିଙ୍ ତଡ୍, ତିଆସନ୍ ରାଜାନ୍ ଆନିନ୍, ଆ ଡୁକ୍ରିନ୍ ଡ ଆ ପସିଜଞ୍ଜି ଅଡ଼୍କୋଞ୍ଜିଆଡଙ୍ ତମ୍ଲୋଙ୍ ତମ୍ଲେ ସୁଜ୍ଜାୟ୍ନେନ୍ ଆସନ୍ ବରେଞ୍ଜି । ୨୬ସିଲତ୍ତେ ତି କମ୍ୱାରିମରନ୍ ରାଜାନ୍ ଆ ମୁକ୍କାବା ତୁଡ଼ୁମ୍ଡାଲେ ଲୋମ୍ଲେ ବର୍ରନେ, ‘ଆମନ୍ ଞେନ୍ଆଡଙ୍ ଅଜିଡ୍ ଜଗେଇଂ, ଞେନ୍ ଅଡ଼୍କୋନ୍ ସୁଜ୍ଜାୟ୍ତନାୟ୍ ।’ ୨୭ତିଆସନ୍ ରାଜାନ୍ ଆର୍ଗୁଡ଼ିଡାଏନ୍ କି ଆନିନ୍ଆଡଙ୍ ଅମ୍ବୁରେନ୍ ଆରି ଆ ସାଉନ୍ ଅମ୍ରେଙେନ୍ ।”
୨୮“ତି କମ୍ୱାରିମରନ୍ ଡୁଙ୍ଲନ୍ ଜିର୍ରେ ଆମଙନ୍ ସିଲଡ୍ ପଚାସ ତଙ୍କା ସାଉନ୍ ଆପ୍ରାଙେନ୍ ଅବୟ୍ ସର୍ସି କମ୍ୱାରିମରନ୍ଆଡଙ୍ ଇୟ୍ଲେ ରବାଙେନ୍ ଆନିନ୍ଆଡଙ୍ ଞମ୍ଲେ, ଲମ୍ମସଙ୍କାଡାଲେ ବରେନ୍, ‘ଆମନ୍ ଅମଙ୍ଞେନ୍ ସିଲଡ୍ ଡିଅଙ୍ଗା ସାଉନ୍ ପାଙେନ୍ ଲସୁଜ୍ଜାୟ୍ନା !’ ୨୯ସିଲତ୍ତେ ତି ସର୍ସି କମ୍ୱାରିମରନ୍ ତୁଡ଼ୁମ୍ଡାଲେ ଲୋମ୍ଲେ ଆନିନ୍ଆଡଙ୍ ବରେନ୍, ‘ଆମନ୍ ଞେନ୍ଆଡଙ୍ ଅଜିଡ୍ ଜଗେଇଂ, ଞେନ୍ ଅଡ଼୍କୋନ୍ ସୁଜ୍ଜାୟ୍ତନାୟ୍ ।’ ୩୦ବନ୍ଡ ଆନିନ୍ ଅଃଡ୍ଡର୍ରନେ, ଆରି ସାଉନ୍ ଅଣ୍ଡ୍ରଙ୍ ସୁଜ୍ଜାୟ୍ନେନ୍ ଜାୟ୍ ଆନିନ୍ଆଡଙ୍ ବଣ୍ଡିସିଂଲୋଙନ୍ ଇୟ୍ଲେ ଡକ୍କୋଏ । ୩୧ତିଆସନ୍ ଆ ସର୍ସି କମ୍ୱାରିମରଞ୍ଜି କେନ୍ଆତେ ଗିୟ୍ଲେ ଆକ୍ରାନ୍ ଡୁକ୍କଲଞ୍ଜି ଆରି ଜିରେଞ୍ଜି କି ରାଜାନ୍ଆଡଙ୍ କେନ୍ ଅଡ଼୍କୋନ୍ ଆ ବର୍ନେଜି ଇୟ୍ଲେ ଅବ୍ଜନାଏଜି । ୩୨ସିଲତ୍ତେ ରାଜାନ୍ ଆନିନ୍ଆଡଙ୍ ଓଡ୍ଡେଡାଲେ ବରେନ୍, ‘ଏ ପେଲ୍ଲା କମ୍ୱାରିମର୍, ଆମନ୍ ଅମଙ୍ଞେନ୍ କରାକୁର୍ତିଲନ୍ ଞେନ୍ ଅଡ଼୍କୋନ୍ ସାଉନମ୍ ଅମ୍ରେଙ୍ଲାୟ୍; ୩୩ଞେନ୍ ଏଙ୍ଗାଲେ ଆମନ୍ଆଡଙ୍ ସାୟୁମ୍ଲମ୍, ତିଅନ୍ତମ୍ ଆମନ୍ ନିୟ୍ ସର୍ସି କମ୍ବାରିମର୍ନମ୍ଆଡଙ୍ ସାୟୁମ୍ତେବନ୍, ଅଡ଼େ ଇଜ୍ଜା ?’ ୩୪ଆରି ରାଜାନ୍ ବରାବ୍ଡାଲେ ଅଡ଼୍କୋନ୍ ଆ ସାଉନ୍ ଅଣ୍ଡ୍ରଙ୍ ସୁଜ୍ଜାୟ୍ନେନ୍ ଜାୟ୍ ଆନିନ୍ଆଡଙ୍ ପନବ୍ରଡନ୍ ଆସନ୍ ବଣ୍ଡିସିଂମରଞ୍ଜି ଆସିଲୋଙ୍ ସୋରୋପ୍ପାୟେନ୍ ।”
୩୫“ଆମ୍ୱେଞ୍ଜି ଅଡ଼୍କୋନ୍ବେନ୍ ଉଗର୍ଲୋଙନ୍ ସିଲଡ୍ ରମ୍ମଙ୍ ରମ୍ମଙ୍ ଆ ବୋଞାଙ୍ଆଡଙ୍ କେମାନ୍ ଏଃତ୍ତିୟ୍ଲୋ ଡେନ୍, ଏତ୍ତେଲ୍ଡେନ୍ ରୁଆଙ୍ଲୋଙନ୍ ଆଡ୍ରକୋତନ୍ ଆପେୟ୍ଞେନ୍ ନିୟ୍ ଆମ୍ୱେଞ୍ଜିଆଡଙ୍ ଏତ୍ତେତବେନ୍ ।”